spot_img
Home Blog Page 6951

କନ୍ୟା ରାଶି ସାବଧାନ, ଅର୍ଥ ଦେବା ନେବାରେ ସତର୍କ ରୁହନ୍ତୁ, ହୋଇପାରେ ଅପବ୍ୟୟ…

ମେଷରାଶି-
ଅଶ୍ୱିନୀ ନକ୍ଷତ୍ର – ବ୍ୟବସାୟରେ ଲାଭ ଓ କ୍ଷତି ସମାନ ଭାବରେ ରହିବ ।
ଦ୍ୱିଜା ନକ୍ଷତ୍ର – ଗୃହ ନିର୍ମାଣ କାର୍ଯ୍ୟ କରିବାର ଉତ୍ତମ ସମୟ ରହିଛି ।
କୃତ୍ତିକା ନକ୍ଷତ୍ର – ବିରୋଧୀମାନେ ହଇରାଣରେ ପକାଇପାରନ୍ତି ।
ପ୍ରତିକାର – କିଛି ପାଠ୍ୟ ପୁସ୍ତକ ପିଲାମାନଙ୍କୁ ଦାନ କରନ୍ତୁ ।

ବୃଷରାଶି-
କୃତ୍ତିକା ନକ୍ଷତ୍ର – ଯ଼ଦି ବ୍ୟବସାୟରେ ବାଧା, ବିଘ୍ନ ରହୁଛି ତେବେ ତାହା ଦୁର ହେବ ।
ରୋହିଣୀ ନକ୍ଷତ୍ର – ପାରିବାରିକ ଶାନ୍ତି ପାଇବେ ।
ମୃଗଶିରା – ସାମାଜିକ କାର୍ଯ୍ୟରେ ସଫଳତା ପାଇବେ ।
ପ୍ରତିକାର – ପାନ ପତ୍ରରେ ଗୁଆ ରଖି ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ।

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର – ବିଶିଷ୍ଟ ବ୍ୟକ୍ତିଙ୍କର ସହଯ଼ୋଗ ପାଇବେ ।
ଆଦ୍ରା ନକ୍ଷତ୍ର – ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ ।
ପୁନର୍ବସୁ ନକ୍ଷତ୍ର – ପରିବାରରେ ଅଶାନ୍ତି ବଢିଚାଲିବ, ସତର୍କ ରୁହନ୍ତୁ ।
ପ୍ରତିକାର – ଓଁ ଗଣେଶାୟ ନମଃ ପାଠ କରନ୍ତୁ ।

କର୍କଟ ରାଶି-
ପୁନର୍ବସୁ ନକ୍ଷତ୍ର – କିଛି ଲାଭ ହୋଇପାରେ ବ୍ୟବସାୟରେ ।
ପୁଷ୍ୟା ନକ୍ଷତ୍ର – ମହିଳାମାନେ ସନ୍ତାନମାନଙ୍କ ପାଇଁ ଖୁସିରେ ରହିବେ ।
ଅଶ୍ଲେଷା ନକ୍ଷତ୍ର – ଛାତ୍ରଛାତ୍ରୀମାନଙ୍କର ଶିକ୍ଷାରେ ଅନେକ ଅଗଗ୍ରତି ହେବ ।
ପ୍ରତିକାର – ସକାଳ ସମୟରେ ଶିବ ପଞ୍ଚାକ୍ଷରୀ ପାଠ କରି ଘରୁ ବାହାରିବେ ।

ସିଂହ ରାଶି-
ମୃଘା ନକ୍ଷତ୍ର – ଫଳ ପାଇଁ ଆଶା ନ ରଖି କଠିନ ପରିଶ୍ରମ କରନ୍ତୁ ।
ପୂର୍ବା ଫାଲଗୁନୀ ନକ୍ଷତ୍ର – ଶାରିରୀକ ପୀଡ଼ା ଯ଼ୋଗୁ କାମରେ ମାନ୍ଦା ରହିବେ ।
ଉତ୍ତରା ଫାଲଗୁନୀ ନକ୍ଷତ୍ର – ଗୁପ୍ତ ଶତୃଙ୍କୁ ଜୟ କରିବା ପାଇଁ ସମୟ ଅନୁକୁଳ ରହିବ ।
ପ୍ରତିକାର – ଆଜି ଦିନରେ କେବଳ ସତ କଥା କୁହନ୍ତୁ ।

କନ୍ୟା ରାଶି-
ଉତ୍ତରା ଫାଲଗୁନୀ ନକ୍ଷତ୍ର – ବନ୍ଧୁଙ୍କର ସହଯ଼ୋଗ ଯ଼ୋଗୁ କାମ ସବୁ ସହଜ ହୋଇଯିବ ।
ହସ୍ତା ନକ୍ଷତ୍ର – ଅର୍ଥ ଦେବା ନେବା କ୍ଷେତ୍ରରେ ସତର୍କତା ରୁହନ୍ତୁ ।
ଚିତ୍ରା ନକ୍ଷତ୍ର – ଅଯ଼ଥାରେ ଅପବ୍ୟୟ ହେବାର ଯ଼ୋଗ ରହିଛି ।
ପ୍ରତିକାର – କିଛି ଲବଙ୍ଗକୁ ମୁଣ୍ଡ ଉପରେ ବୁଲାଇ କର୍ପୂର ସହ ଜାଳନ୍ତୁ ।

ତୁଳା ରାଶି-
ଚିତ୍ରା ନକ୍ଷତ୍ର – ଯାହା ବି ସମସ୍ୟା ରହିଛି ତାହାର ସମାଧାନ ହୋଇଯିବ ।
ସ୍ୱାତୀ ନକ୍ଷତ୍ର – ପାରିବାରିକ ଦାୟିତ୍ୱ ଅନେକ ମାତ୍ରାରେ ବଢିଯିବ ।
ବିଶାଖା ନକ୍ଷତ୍ର – ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ ।
ପ୍ରତିକାର – ଗୋମାତାଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ ।

ବିଛା ରାଶି-
ବିଶାଖା ନକ୍ଷତ୍ର – ମହିଳାମାନେ ଧର୍ମ କାର୍ଯ୍ୟରେ ଆଗ୍ରହ ଦେଖାଇବେ ।
ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେବ, ଜଗିରଖି ଚଳିବେ ।
ଜ୍ୟେଷ୍ଠା ନକ୍ଷତ୍ର – କୌଣସି କଥାକୁ ନେଇ ଅଶାନ୍ତି ବଢିଚାଲିବ ।
ପ୍ରତିକାର – କୌଣସି ଏକ ନାରୀକୁ ବସ୍ତ୍ର ଦାନ କରିଲେ ଶୁଭ ରହିବ ।

ଧନୁରାଶି-
ମୂଳାନକ୍ଷତ୍ର – ବ୍ୟବସାୟରେ କ୍ଷତି ଅଧିକ ଦେଖାଦେବ ।
ପୂର୍ବାଷାଢା ନକ୍ଷତ୍ର – ଗୁପ୍ତଶତ୍ରୁମାନେ ହଇରାଣରେ ପକାଇପାରନ୍ତି ।
ଉତ୍ତରଷାଢା – ମାନସିକ ଅଶାନ୍ତି ବଢିଚାଲିବ, ନିଜକୁ ଶାନ୍ତ ରଖନ୍ତୁ ।
ପ୍ରତିକାର – ଶ୍ରମିକ ଶ୍ରେଣୀର ଲୋକଙ୍କୁ ମିଠା ଦାନ କରନ୍ତୁ ।

ମକର ରାଶି-
ଉତ୍ତରାଷାଢା ନକ୍ଷତ୍ର – ଚାକିରି କ୍ଷେତ୍ରରେ ଚିନ୍ତା ବୃଦ୍ଧି ପାଇବ ।
ଶ୍ରବଣା ନକ୍ଷତ୍ର – କେହି ଆପଣଙ୍କୁ ଆଭୁଷଣ ଦେଇପାରନ୍ତି ।
ଧନିଷ୍ଠା ନକ୍ଷତ୍ର – ପଡୋଶୀଙ୍କ ସହ କଳହ ହୋଇପାରେ, ଜଗିରଖି ଚଳନ୍ତୁ ।
ପ୍ରତିକାର – କାହାକୁ ଆଜି ଆପଣ ବିଦ୍ୟା ଶିକ୍ଷା ଦିଅନ୍ତୁ ।

କୁମ୍ଭ ରାଶି-
ଧନିଷ୍ଠା ନକ୍ଷତ୍ର – କିଛି କାରଣ ନ ଥାଇ ଚିନ୍ତା ବଢିବ ।
ଶତଭିଷା ନକ୍ଷତ୍ର – ବନ୍ଧୁଙ୍କ ଠାରୁ କିଛି ଖୁସି ଖବର ପାଇପାରନ୍ତି ।
ପୂର୍ବାଭାଦ୍ରପଦ ନକ୍ଷତ୍ର – ସନ୍ତାନମାନଙ୍କର ଉନ୍ନତିରେ ଖୁସି ରହିବେ ।
ପ୍ରତିକାର – ଶ୍ରୀଗଣେଶଙ୍କ ନିକଟରେ କର୍ପୂର ଆଳତୀ କରନ୍ତୁ ।

ମୀନ ରାଶି-
ପୂର୍ବାଭାଦ୍ରପଦ ନକ୍ଷତ୍ର – ଧର୍ମ କାର୍ଯ୍ୟରେ ମନ ଅଧିକ ଦେବେ ।
ଉତ୍ତରାଭାଦ୍ରପଦ ନକ୍ଷତ୍ର – ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ଅସୁବିଧା ହୋଇପାରେ ।
ରେବତୀ ନକ୍ଷତ୍ର – ପ୍ରଶାସନିକ କ୍ଷେତ୍ରରେ ଥିଲେ ଫାଇଦାରେ ରହିବେ ।
ପ୍ରତିକାର – ନିଜର ପୂଜା ଘରେ ତିନି ଥର ଶଙ୍ଖ ବଜାନ୍ତୁ ।

ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ଘୂର୍ଣ୍ଣିବଳୟ ନେଲାଣି ଲଘୁଚାପର ରୂପ । ଆସନ୍ତା ୧୮ ତାରିଖ ବେଳକୁ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରଭାବ ପଡ଼ିବ । ଏହି ବାତ୍ୟା ଫନି ଭଳି ନହେଲେ ବି ବୁଲ୍‌ବୁଲ୍‌ ଭଳି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏଥିସହ ୧୨୦ କିଲୋମିଟର ବେଗରେ ପବନ ବହିବ ।

 

ଏପରି ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ କେତେ ପ୍ରଭାବ ପଡିବ ତାହା ଖୁବ୍‌ଶିଘ୍ର ସ୍ପଷ୍ଟ ହେବ । ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ବଙ୍ଗୋପସାଗରେ ସାମୁଦ୍ରିକ ଝଡର ଆଶଙ୍କା ରହିଥିବାର ସୂଚନା ଦେଇଛି । ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ ।

ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଜିବା ପାଇଁ ବାରଣ କରାଯାଇଛି । ତେବେ ଆଗାମୀ ୫ ଦିନ ଯାଏଁ ଏହାର ପ୍ରଭାବ ଓଡିଶାରେ ବିଶେଷ ଭାବରେ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଜଣାଇଛି । କିନ୍ତୁ ଆସନ୍ତା ୧୭ ତାରିଖ ସଂଧ୍ୟାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାଅନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଦଇତାପତି ନିଯୋଗ କାର୍ଯ୍ୟକାରୀ କମିଟିର ବୈଠକ, ରଥଯାତ୍ରାକୁ ନେଇ ହେବ ଆଲୋଚନା

ପୁରୀ: ସାରା ଦେଶରେ କରୋନା ଭୟ । ଓଡ଼ିଶାରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖାଯାଇଛି । କୋଭିଡ୍‌-୧୯ କାରଣରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଇଛି । ତେବେ ଏହି କରୋନା କାୟା ମେଲାଇଥିବାରୁ ମହାପ୍ରଭୁଙ୍କ ରଥଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣସରନୀତି ଇତ୍ୟାଦି ହେବା ନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ତେଣୁ ଆଜି ଏନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଟିତ ହେବାକୁ ଯାଉଛି । ସ୍ନାନପୁର୍ଣିମା, ଅଣସର ନୀତି ଓ ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋଭିଡ୍‌-୧୯ ପରିସ୍ଥିତିରେ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ନିଯୋଗର କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯିବ । ମଙ୍ଗଳବାର ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ବୈଠକରେ ହୋଇଥିବା ଆଲୋଚନା ମୁତାବକ କି ପଦକ୍ଷେପ ଦଇତାପତି ନିଯୋଗ ନେବେ ସେଦିଗରେ ମଧ୍ୟ ଆଲୋଚନା କରାଯିବ । ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ବୋଲି ସୂଚନା ମିଳିଛି ।

ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ୧୨ ଆହତ

ଅନଗୁଳ: ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବ ସୂଚନା ମିଳିଛି ।

ଲକ୍‌ଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ପଲାସାରେ କାମ କରୁଥିବା ୧୫ ଜଣ ଶ୍ରମିକ ଓଡ଼ିଶା ଫେରିବାକୁ ଚାହିଁଥିଲେ । ହେଲେ ଗାଡ଼ିମଟର ସବୁ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଫେରିବାକୁ ମନସ୍ଥ କଲେ । ପଲାସାରୁ ଚାଲିଚାଲି ଓଡ଼ିଶା, ଅନଗୁଳ ପୁରୁଣାକୋର୍ଟ ଅଭିମୁଖେ ବାହାରିଲେ ।

ହେଲେ ଚାଲିଚାଲି ଆସିବର ବେଳେ ବୌଦ୍ଧ ଜିଲ୍ଲାରେ ଜଣେ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଅଟକାଇଥିଲେ ଓ ସେମାନଙ୍କ ପାଇଁ ଏକ ମିନିଟ୍ରକର ବ୍ୟବସ୍ଥା କରି ଘରକୁ ପଠାଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ସେହି ମିନିଟ୍ରକଟି ଅନଗୁଳ ଠାକୁରଗଡ଼ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଆହତ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ଫେସ୍‌ବୁକ୍‌ ଉପଭୋକ୍ତାଙ୍କ ତଥ୍ୟ ମାଗୁଛନ୍ତି ଭାରତ ସରକାର !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପଭୋକ୍ତାଙ୍କ ତଥ୍ୟର ଅଧିକରୁ ଅଧିକ ପାଇବା ପାଇଁ ଭାରତୀୟ ପ୍ରତିଷ୍ଠାନଗୁଡ଼ିକର ଉତ୍ସାହ ବଢ଼ିବାରେ ଲାଗିଛି । ଗତ ବର୍ଷର ତଥ୍ୟ ବିଶ୍ଳେଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ଭାରତ ସରକାର ଓ ସମ୍ବିଧାନକୁ ମାନୁଥିବା ଏଜେନ୍ସିଗୁଡ଼ିକ ୨୦୧୯ର ଶେଷ ୬ ମାସରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍‌ରୁ ଉପଭୋକ୍ତାଙ୍କ ତଥ୍ୟ ଆଣିବା ପାଇଁ ଆଗ୍ରହ ବଢ଼ିଥିବା ଦେଖାଯାଇଛି ।

ମଙ୍ଗଳବାର ଫେସବୁକ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୧୯ ଜୁଲାଇରୁ-ଡିସେମ୍ବର ମଧ୍ୟରେ ୨୬୬୮୪ ନିବେଦନ ଗ୍ରହଣ କରିଛି । ସେହିଭଳି ଜାନୁଆରୀରୁ-ଜୁନ୍ ମଧ୍ୟରେ ୨୨୬୮୪ ଅନୁରୋଧ ଗ୍ରହଣ କରିଥିଲା ଫେସ୍‌ବୁକ୍‌ । ତେବେ ଫେସବୁକକୁ କେବେଳ ନିବେଦନ କରିଦେଲେ ହେଁ, ସେ ସରକାରଙ୍କୁ ସମସ୍ତ ତଥ୍ୟ ଦେଇନଥାଏ । ୬ ମାସ ମଧ୍ୟରେ ମୋଟ ଆବେଦନ ମଧ୍ୟରୁ ୫୭ ପ୍ରତିଶତ ମାମଲାର ତଥ୍ୟ ପ୍ରଦାନ କରିଛି ।

ପ୍ରଥମେ ସମୀକ୍ଷା ପରେ ତଥ୍ୟ

କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନଗୁଡ଼ିକର ପ୍ରଥମେ ନିୟମ ଅନୁଯାୟୀ ସମୀକ୍ଷା କରାଯାଏ ପରେ ତଥ୍ୟ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଥାଏ । ସମୀକ୍ଷା ସଠିକ୍‌ ଦିଗ ସୂଚାଉଥିଲେ ହିଁ ଆବେଦନକାରୀଙ୍କୁ ତଥ୍ୟ ଦିଆଯାଏ । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ତ୍ରୁଟି ଦେଖାଯାଏ ତେବେ ତଥ୍ୟ ଦିଆଯାଇନଥାଏ ।

ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି: ପ୍ରବାସୀ ଶ୍ରମିକଙ୍କ ପାଇଁ ୧ହଜାର କୋଟି

ନୂଆଦିଲ୍ଲୀ: କରୋନା ବିରୋଧୀ ମୁକାବିଲାରେ ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି ଟଙ୍କା । ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ୨୦୦୦ ହଜାର କୋଟି ଟଙ୍କା ଭେଣ୍ଟିଲେଟର ଖରିଦ କରିବା ପାଇଁ ଖର୍ଚ୍ଚ କରାଯିବ ଏବଂ ଅନ୍ୟ ୧ ହଜାର କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ ।   ଏବଂ ବଳକା ୧୦୦ କୋଟି ଟଙ୍କା ଭ୍ୟାକ୍ସିନ୍ ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା କାର୍ଯ୍ୟରେ ଖର୍ଚ୍ଚ କରାଯିବ ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୭ ମାର୍ଚ୍ଚରେ କରୋନା ଭୂତାଣୁର ମାମଲା ସାମ୍ନାକୁ ଆସିଲା ପରେ ଦେଶର ପିଏମ୍‌ କେୟାର୍ସ ଫଣ୍ଡର ଆରମ୍ଭ କରିଥିଲେ । ଏବଂ ଲୋକଙ୍କୁ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ।

୫୦ ହଜାର ଭେଣ୍ଟିଲେଟର କିଣାଯିବ

ଦେଶରେ କୋଭିଡ-୧୯ ବିରୋଧୀ ମୁକାବିଲାରେ ଭୂତ୍ତିଭୁମି ବ୍ୟବସ୍ଥା ସୁଦୃଢ଼ କରିବାକୁ ଭାରତ ୫୦ ହଜାର ଭେଣ୍ଟିଲେଟର କିଣାଯିବ । ୨ ହଜାର ଟଙ୍କା ଲେଖାଏଁ କିଣାଯିବ ଏହି ଭେଣ୍ଟିଲେଟର । ଏହି ଭେଣ୍ଟିଲେଟରଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ଦିଆଯିବ ।

ଦେଶରେ ନିର୍ମିତ ହେବ ଭ୍ୟାକ୍ସିନ  

କୋଭିଡ-୧୯କୁ ରୋକିବା ନେଇ ଭ୍ୟାକ୍ସିନ ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର । ପିଏମ୍‌ଓରୁ ମିଳିଥିବା ସୂଚନା ମୁତାବକ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ୧୦୦ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ ଖର୍ଚ୍ଚ କରାଯିବ ।

ଲୋକଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ପଠାଯିବାର ଆବଶ୍ୟକତା ରହିଛି: ପି. ଚିଦାମ୍ୱରମ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜ୍‌କୁ ସମାଲୋଚନା କରିଛନ୍ତି ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍‌ । ସେ କହିଛନ୍ତି, ନିର୍ମଳା ସୀତାରମଣ ଗିରବଙ୍କ ପାଇଁ କିଛି କହିନାହାନ୍ତି । ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କ ଉପରେ ଏହା ଏକ କୁଠାରଘାତ । ଏମ୍ଏସ୍ଏମ୍‌ଇ କ୍ଷେତ୍ର ପାଇଁ ଘୋଷିତ ଛୋଟ ପ୍ୟାକେଜ୍‌ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ନେଇ ଆମେ ନିରାଶ । ଯେଉଁମାନେ ପ୍ରତିଦିନ କଠିନ ପରିଶ୍ରମ କରନ୍ତି ସେମାନଙ୍କୁ ଅଣଦେଖା କରାଯାଇଛି । ଅର୍ଥମନ୍ତ୍ରୀ ନିଜ ଘୋଷଣାରେ ଲକ୍ଷ ଲକ୍ଷ ଗରିବ, ଭୋକିଲା ପ୍ରବାସୀ ଶ୍ରମିକ ଓ ଯେଉଁମାନେ ପାଦରେ ନିଜ ଘରକୁ ଯାଉଛନ୍ତି ସେମାନଙ୍କ ପାଇଁ କିଛି କହିନାହାନ୍ତି ।

ବର୍ତ୍ତମାନ ସମୟରେ ଲୋକେ ଚାକିରି ହରାଇଛନ୍ତି ଏବଂ ଶ୍ରମିକ ସହର ଛାଡ଼ିଛନ୍ତି । ସେ ଖାଲି ପାଦରେ ଘରକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ ଏବଂ କରାଯାଇ ନାହିଁ ଯାହା ଏପରି ଲୋକଙ୍କୁ ଆଶ୍ୱସ୍ତି ଦେବ । ବର୍ତ୍ତମାନର ସମୟରେ ସିଧା ସଳଖ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ।