ଏହି ଜଗନ୍ନାଥଙ୍କ ମନ୍ଦିରରେ ୪ଶହ ବର୍ଷ ହେଲା ହୋଇନି ରଥଯାତ୍ରା,ଜାଣନ୍ତୁ କେଉଁଠି?

ସମ୍ବଲପୁର: କରୋନା ପାଇଁ ସବୁ କିଛି ଠପ୍‌ ହୋଇଯାଇଛି । ପର୍ବପର୍ବାଣି ଠାରୁ ଆରମ୍ଭ କରି ବିବାହ ଉତ୍ସବ ସବୁଥିରେ କରୋନା ତାଲା ଝୁଲୁଛି । ନିକଟରେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସୃଷ୍ଟି କରିଛି କରୋନା । ନା ଏଥର ବଡ଼ ଦାଣ୍ଡକୁ ମହାପ୍ରଭୂ ଜଗନ୍ନାଥ ଆସିବେ ନା ରଥ ଗଡ଼ିବ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସୁପ୍ରିମ କୋର୍ଟ ରଥ ଯାତ୍ରାକୁ ରୋକ ଲଗାଇଛନ୍ତି ।

ପୁରୀରେ ଏହା ପୂର୍ବରୁ ୪୫୨ ବର୍ଷ ମଧ୍ୟରେ ୩୨ ଥର ରଥଯାତ୍ରା ବିଭିନ୍ନ କରଣରୁ ବନ୍ଦ ରଖାଯାଇଛି । ଯେତେଥର ଭଗବାନଙ୍କ ଉପରକୁ ବିପଦ ଆସିଛି ସେତେଥର ରଥ ଗଡ଼ିନି ବଡ଼ଦାଣ୍ଡରେ । କିନ୍ତୁ ରାଜ୍ୟରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ମନ୍ଦିରରେ ଜଗନ୍ନାଥ ପୂଜା ପାଇବା ଠାରୁ ରଥ ଯାତ୍ରା ହୋଇନାହିଁ । ସେହି ମନ୍ଦିରରେ ମହାପ୍ରଭୁ କେବଳ ରଥ ଉପରେ ବସି ନୀତି ସମ୍ପନ୍ନ ପରେ ମନ୍ଦିର ଭିତରକୁ ଚାଲିଆସନ୍ତି ।

ସମ୍ବଲପୁର କୁଠା ଜଗନ୍ନାଥ ମନ୍ଦିର ରେ ରଥ ଟଣା ନଯିବାର ଏକ ପରମ୍ପରା ରହିଛି । ହୀରାଖଣ୍ଡ ଛତ୍ରପତି ବଳିଆର ସିଂହ ଙ୍କ ସମୟରେ ପ୍ରାୟ ଚାରିଶହ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଏହି ମନ୍ଦିର । ଗୋପାଳ ଜୀ ମଠର ମହନ୍ତ ବଂଶୀଗୋପାଳଙ୍କ  ଦ୍ୱାରା ମନ୍ଦିର  ନିର୍ମାଣ ହୋଇ ଆଜି ପର୍ଯ୍ୟନ୍ତ ନିତିକାନ୍ତୀ ପାଳନ  କରାଯାଉଛି ।

ମହାରାଣୀଙ୍କ କୋଠରୀରେ ଜଗନ୍ନାଥ ପୂଜା ପାଉଥିବାରୁ ତାଙ୍କୁ କୁଠା ଜଗନ୍ନାଥ କୁହାଯାଉଥିବା ମନ୍ଦିର ପୂଜକ କହିଛନ୍ତି । କୁଠା ଜଗନ୍ନାଥଙ୍କ ଦେହ ବଡ ଥିବା ଯୋଗୁଁ ତାଙ୍କୁ ରଥରେ ନେବା ସମ୍ଭବ ହୋଇନଥାଏ । ସେଥିପାଇଁ ପ୍ରତିକାତ୍ମକ ଭାବେ ପ୍ରତିମୂର୍ତ୍ତିକୁ  ରଥାରୂଢ କରାଯାଇଥାଏ । ହେଲେ ରଥ ଟଣା ନଯାଇ ଖଲି ରଥ ଉପରେ ନୀତିକାନ୍ତି ସରିବା ପରେ ରଥରୁ  ଓହ୍ଲାଇ ଆସୁଥିବା ପରମ୍ପରା  ରହିଛି  ବୋଲି ସଂସ୍କୃତି  ଗବେଷକ କୁହନ୍ତି ।

Leave a Reply