ଗଲବାନ୍ ପ୍ରସଙ୍ଗରେ ପିଏମ୍ ମୋଦିଙ୍କ ମନ୍ତବ୍ୟକୁ ନେଇ ବିବାଦ, ସ୍ପଷ୍ଟୀକରଣ ରଖିଲା ପିଏମଓ

1 min read

ନୂଆଦିଲ୍ଲୀ: ଚୀନକୁ ନେଇ ସୀମାରେ ସଂଘର୍ଷ । ଗଲବାନ୍ ସ୍ଥିତି ନେଇ ଜୁନ୍ ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିରେ ସେ ଦାବି କରିଥିଲେ ଭାରତ ସୀମାରେ କେହି ଅନୁପ୍ରବେଶ କରିନାହିଁ କି କେବେ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଙ୍ଗୀନ ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି- ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟରେ ଦେଶର ଜମିକୁ ମୋଦି ସମର୍ପଣ କରି ଦେଇଛନ୍ତି । ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ସୀମା ରେଖାକୁ ନେଇ ରାହୁଲ ଅନେକ ପ୍ରଶ୍ନ ଉଠାଇଛନ୍ତି । ଯାହାର ଜବାବ ରଖିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ।

ସର୍ବାଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଭୁଲ୍ ଚିତ୍ରଣ କରାଯାଉଛି । ପିଏମ୍ ସ୍ପଷ୍ଟ କରିଥିଲେ ଏଲଏସିରେ କୌଣସି ପରିବର୍ତ୍ତନ ପାଇଁ କେହି ବି ପ୍ରୟାସ କଲେ ଭାରତ ଦୃଢ଼ ଜବାବ ଦେବ । ଏଭଳି ପରିସ୍ଥିତିକୁ ଆଗ ଅପେକ୍ଷା ଏବେ ଭାରତୀୟ ସେନା ଦୃଢ଼ତାର ସହିତ ମୁକାବିଲା କରୁଛି ।

ସର୍ବଦଳୀୟ ବୈଠକରେ କୁହାଯାଇଥିଲା- ଚୀନ ସେନା ଏଥର ଅଧିକ ସୈନ୍ୟ ସହ ଏଲଏସିକୁ ଆସିଥିଲେ । ଜୁନ୍ ୧୫ରେ ଗଲବାନରେ ହିଂସା ହୋଇଥିଲା । ଚୀନ୍ ସୈନିକ ଏଲଏସିରେ ନିର୍ମାଣ କରୁଥିବା ବେଳେ ଏହାକୁ ବନ୍ଦ କରିବାକୁ ଭାରତ ପକ୍ଷରୁ କୁହାଯାଇଥିଲା । ତେବେ, ଏହାକୁ ଶୁଣିନଥିଲା ଡ୍ରାଗନ୍ । ଉଭୟ ପକ୍ଷ ମୁହାମୁହିଁ ହୋଇଥିଲେ ଯେଉଁଥିରେ ସହିଦ ହୋଇଥିଲେ ୨୦ ଜଣ ଭାରତୀୟ ଯବାନ ।

ସରକାରଙ୍କ ପକ୍ଷରୁ କୁହାଯାଇଛି- ଆମର ବାହାଦୁର ସୈନିକ ଆମ ସୀମାକୁ ରକ୍ଷା କରୁଥିବା ବେଳେ ଯବାନଙ୍କ ମନୋବଳ ଭାଙ୍ଗିବାକୁ ଅନାବଶ୍ୟକ ବିବାଦ ଛିଡ଼ା କରିବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ଦେଶର ଏକତାକୁ ଭାଙ୍ଗି ପାରିବ ନାହିଁ ।

ଚୀନ୍ ଏବଂ ପାକିସ୍ତାନକୁ ଟକ୍କର ଦେବା ପାଇଁ ଋଷ ଭାରତକୁ ଦେବ ଏହି ବିନାଶକାରୀ ଅସ୍ତ୍ର

Leave a Reply