ବାହାଘର କଥା ଉଠିଲେ ସୁଶାନ୍ତ ଦେଉଥିଲେ ଏମିତି କଛି ଉତ୍ତର, ଭାଇରାଲ ହେଲା ଭିଡିଓ

1 min read

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ବନ୍ଧୁ ଏବଂ ଫ୍ୟାନ୍‌ଙ୍କ ଉପରେ ଗଭୀର ଝଟକା ଲାଗିଛି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ପରେ  ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି ।  ସୁଶାନ୍ତଙ୍କ କଠିନ ପରିଶ୍ରମ ଏବଂ ଟିଭିରୁ ବଲିଉଡକୁ ଯାତ୍ରାକୁ ମନେ ପକାଇ ଫ୍ୟାନ୍ ଭାବପ୍ରବଣ ହୋଇପଡିଛନ୍ତି । ଏବେ ଆରପାରିରେ ସୁଶାନ୍ତ କିନ୍ତୁ ତାଙ୍କର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି କୁହାଯାଉଛି ଯେତେବେଳେ ସେ ଶେଷ ଥର ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟ ତାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ ।

ସୁଶାନ୍ତଙ୍କ ବାହାଘରକୁ ନେଇ ଏହି ଭିଡ଼ିଓରେ ପରିବାର ଲୋକେ ସୁଶାନ୍ତଙ୍କୁ ଥଟା କରୁଥିବା ନଜର ଆସିଛି । ସୁଶାନ୍ତଙ୍କୁ ମଝିରେ ବସାଇ ତାଙ୍କ ଚାରିପଟେ ତାଙ୍କ ପରିବାର ଲୋକେ ବସି ମଜା କରୁଥିବା ଏହି ଭିଡ଼ିଓରେ ଦେଖାଯାଇଛି ।

https://www.facebook.com/SwagBihari/videos/968034473654161/

ଭିଡିଓରେ ପରିବାରର ଜଣେ ମହିଳା ସୁଶାନ୍ତଙ୍କୁ ତାଙ୍କ ବାହାଘରକୁ  ସମସ୍ତଙ୍କୁ ଡାକିବେ କି ନାହିଁ ପଚାରୁଛନ୍ତି ଏବଂ ଏହାର ଉତ୍ତରରେ ସୁଶାନ୍ତ ପ୍ରଥମେ ଝିଅଟେ ଖୋଜ ବୋଲି ହସି ହସି କହୁଛନ୍ତି ।  ମହିଳା ଜଣକ ତାଙ୍କୁ ପଚାରୁଛନ୍ତି ଯେ, ସେ ଗାଁ ଝିଅକୁ ବାହା ହେବେ କି ? ସୁଶାନ୍ତଙ୍କ ଉତ୍ତର ଥିଲା, ‘କାହିଁକି ନୁହେଁ’  । ଏହି ସମୟରେ ସୁଶାନ୍ତଙ୍କୁ ଦାନ୍ତକାଠୀରେ ଦାନ୍ତ ଘଷୁଥିବା ଦେଖିବାକୁ ମିଳିଥିଲା । ଗାଁ ଘର ଅଗଣାରେ ବସି ଗାଁ ଲୋକଙ୍କ ସହ ଏତେ ସାଦାସିଧା ଭାବେ କଥା ହେବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତବର୍ଷ ଗାଁକୁ ଆସିଥିବା ବେଳେ ସୁଶାନ୍ତଙ୍କ ଏହି ଭିଡ଼ିଓକୁ କେହି ଜଣେ ସୁଟ୍ କରିଥିଲେ ।

ସୁଶାନ୍ତ ନଭେମ୍ବରରେ ବିବାହ କରିବାର ଥିଲା ।  ନିକଟରେ ରିୟା ଚକ୍ରବର୍ତ୍ତୀ ପୋଲିସକୁ ଜେରା ବେଳେ ସେ ଓ ସୁଶାନ୍ତ ବିବାହ କରିବାକୁ ଯାଉଥିଲେ ବୋଲି କହିଛନ୍ତି ।

Leave a Reply