ଆରୋଗ୍ୟହାରରେ ଓଡ଼ିଶାର ରେକର୍ଡ, ଦିନକରେ ସୁସ୍ଥ ହେଲେ ୨୩୭ ସଂକ୍ରମିତ

1 min read

ଭୁବନେଶ୍ୱର: ଜିତୁଛି ଓଡ଼ିଶା, ହାରୁଛି କରୋନା । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସୁସ୍ଥ ହେବାରେ ଲାଗିଛନ୍ତି କରୋନା ସଂକ୍ରମିତ । ଜାତୀୟ ହାରଠୁ ଓଡ଼ିଶାରେ ସୁସ୍ଥ ହାର ଅଧିକ ରହିଛି । ଗୋଟିଏ ଦିନରେ ଆଜି ସର୍ବାଧିକ ୨୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି କଟକରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକ ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଭଲ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮୫୬ରେ ପହଞ୍ଚିଛି । ଆଜି ୨୩୭ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ୫୩୪କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୩୨୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି । ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

Leave a Reply