ଅମ୍ବାନୀଙ୍କ ଚୀନ୍ ସମ୍ପର୍କକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା

1 min read

ନୂଆଦିଲ୍ଲୀ: ଚୀନକୁ ପାନେ ଦେବାକୁ ଦେଶ ସାରା ଚର୍ଚ୍ଚା । କିଏ କହୁଛି ଚାଇନା ସାମଗ୍ରୀ ବ୍ୟବହାର ବର୍ଜନ କରିବା ତ ଆଉ କିଏ ଭାଙ୍ଗିଲାଣି ଚୀନ୍ ନିର୍ମିତ ଟିଭି । ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି ଅନୀଲ ଅମ୍ବାନୀ । ଦିନେ ଦୁନିଆର ଧନୀ ତାଲିକାରେ ଥିବା ଅନୀଲ ଅମ୍ବାନୀ ଏବେ ଚୀନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ୍ ମିଡିଆରେ ଲୋକ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି । କେହି କେହି ଅନୀଲ ଅମ୍ବାନୀ ପ୍ରକୃତ ଦେଶଭକ୍ତ ବୋଲି ମଧ୍ୟ କହୁଛନ୍ତି ।

କଣ ପ୍ରକୃତ ମାମଲା ?

ଅନୀଲ ଅମ୍ବାନୀଙ୍କ ଉପରେ ୬୮୦ ମିଲିୟନ୍ ଡଲାର ଋଣ ପରିଶୋଧ ନେଇ ଲଣ୍ଡନର ଏକ କୋର୍ଟରେ ମାମଲା ରୁଜୁ କରିଥିଲେ ଚୀନର ବ୍ୟାଙ୍କ । ଏହାକୁ ନେଇ ଚଳିତବର୍ଷ ଲଣ୍ଡନର ଏକ କୋର୍ଟରେ ଅନୀଲ ଅମ୍ବାନୀ କହିଥିଲେ ମୁଁ ପୂର୍ବରୁ ବହୁତ ଧନୀ ଥିଲି । ଏବେ ମୋ ପାଖରେ କିଛି ନାହିଁ, ମୁଁ ଗରିବ । ଏଥିପାଇଁ ମୁଁ ଚୀନ୍ ବ୍ୟାଙ୍କରୁ ନେଇଥିବା ୬୮ କୋଟି ଡଲାର (ପ୍ରାୟ ୫ ହଜାର କୋଟି ଟଙ୍କା) ଋଣ ସୁଝି ପାରିବି ନାହିଁ । ଏବେ ଏହି କଥା ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି ।

ଟ୍ୱିଟରରେ ଜଣେ ୟୁଜର୍ ଲେଖିଛନ୍ତି- ଦେଶରେ ବୟକଟ ଚାଇନା ସ୍ୱର ଉଠୁଛି । ଚୀନ୍ ନିର୍ମିତ ସାମଗ୍ରୀ ନ କିଣିବା ପାଇଁ ନିବେଦନ କରାଯାଉଛି, ଫଳରେ ଚୀନର ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ଏମିତିରେ ଅନୀଲ ଅମ୍ବାନୀ ଚାଇନିଜ୍ ବ୍ୟାଙ୍କକୁ ୭୦୦ ମିଲିୟନ୍ ଡଲାର ଦେବାକୁ ମନା କରିଦେଇଛନ୍ତି । ପ୍ରକୃତରେ ଅନୀୟ ଅମ୍ବାନୀ ଜଣେ ସଚ୍ଚା ଭାରତୀୟ । ଆପଣଙ୍କୁ ନେଇ ଆମେ ଗର୍ବିତ ବୋଲି ସେ ଲେଖିଛନ୍ତି ।

ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି- ଯଦି ଆପଣ ଡିଫଲଟର ହେଉଛନ୍ତି ତେବେ ଅନୀଲ ଅମ୍ବାନୀଙ୍କ ପରି ହୁଅନ୍ତୁ । ବିଜୟ ମାଲ୍ୟାଙ୍କ ପରି ନୁହଁ ।

ଆଉ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି- ଏହି ମାମଲାରେ ଅନୀଲ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ବହୁତ ଭଲ । ଯାହା ହେଉ ସେ ଚୀନଠାରୁ ୭୦୦ ମିଲିୟନ୍ ଡଲାର ତ ନେଇଛନ୍ତି ।

Leave a Reply