spot_img
Home Blog Page 6935

ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ସେନା ସହ ବିଶ୍ୱାସଘାତକତା କରିଛନ୍ତି

ନୂଆଦିଲ୍ଲୀ: ଲଦାଖର ସ୍ଥିତିକୁ ନେଇ ଏବେ କଂଗ୍ରେସ ସକ୍ରିୟ ହୋଇ ଉଠିଛି । ଏଲ୍‌ଏସିରେ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସ୍‌ ନେତା ରାହୁଲ ଗାନ୍ଧି । ଏହା ପୂର୍ବରୁ ଟାର୍ଗେଟ କରି କହିଥିଲେ କି ମୋଦି ହେଉଛନ୍ତି ସରେଣ୍ଡର ମୋଦି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ସ୍ଥିତି ସମ୍ପର୍କିତ ଏକ ବିବୃତ୍ତିକୁ ନେଇ ରାହୁଲ ପୁଣି ଟାର୍ଗେଟ କରିଛନ୍ତି ।

ରାହୁଲ କହିଛନ୍ତି ଚୀନର ଏପରି ଗତିବିଧିକୁ କେନ୍ଦ୍ର ସରକାର ଚୀନର ପକ୍ଷନେଇ ଆମ ସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ର ଏକ ବୈଠକରେ ସେ ଏହା ମଧ୍ୟ କହିଛନ୍ତି ଯେ ଗଲବାନ ଘାଟିରେ ଚୀନ୍ ସୈନିକମାନଙ୍କ ସହ ହିଂସାତ୍ମକ ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ବଳିଦାନ ବୃଥା ନହେଉ ।

ରାହୁଲ ଆରୋପ ଲଗାଇଛନ୍ତିକି ଚୀନ୍ ଆମ କ୍ଷେତ୍ରକୁ ଆସି ବହୁତ ସାବଧାନତାର ସହ ନିଜ ଅକ୍ତିଆରକୁ ନେଇଛି । ପ୍ରଧାନମନ୍ତ୍ରୀ ଚୀନ ସେନାର ଏଭଳି ଦୁଷ୍ଟାମିକୁ ସ୍ୱୀକାର କରି ଆମର ଯବାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ କହିଛନ୍ତି ଭାରତୀୟ କ୍ଷେତ୍ର ଚୀନର କବଜାରେ ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇଁ ପୁଣି ଚର୍ଚ୍ଚକୁ ଆସିଛନ୍ତି ରାହୁଲ ।

ନନ୍ଦନକାନନରେ ହିମାଳୟନ୍ ଭାଲୁର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୫ ବର୍ଷୀୟ ହିମାଲୟନ୍ କଳା ଭାଲୁର ସୋମବାର ମୃତ୍ୟୁ ହୋଇଛି । ହିମାଲୟନ୍‌ କଳା ଭାଲୁ କୁଲୁ ୨୬ ଡିସେମ୍ୱର ୧୯୯୫ରେ ଜନ୍ମ ଗ୍ରହଣ କରିଥିଲା । ସେ ଗତ କିଛି ଦିନ ଯକ୍ଷ୍ମା ରୋଗରେ ଅସୁସ୍ଥ ପୀଡ଼ିତ ଥିଲାବେଳେ ଗତ ୧୭ ମଇଠାରୁ ଓୟୁଏଟ୍ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲା । ତେବେ ହିମାଲୟନ୍‌ କଳା ଭାଲୁ  ତେବେ ସାଧାରଣତଃ ୨୫ ବର୍ଷ ଯାଏଁ ହିଁ ବଞ୍ଚିଥାନ୍ତି । କୁଲୁର ୪ଟି ସନ୍ତାନ ରହିଥିବା ବେଳେ ବର୍ତ୍ତମାନ ନନ୍ଦନକାନନରେ ମୋଟ ୨ଟି ପୁରୁଷ ଓ ୩ ଟି ମହିଳା ହିମାଳୟନ୍‌ ଭାଲୁ ରହିଛନ୍ତି ।

 

ଜୋତା ପିନ୍ଧି ପାଦରେ ହେଉଥିବା କଷ୍ଟକୁ କେମିତି କରିବେ ଲାଘବ, ଜାଣନ୍ତୁ

ପ୍ରତିଦିନ ଅଫିସ ହେଉ କିମ୍ୱା ବାହାରକୁ ବୁଲିବାକୁ ଯିବା ବେଳେ ଅନେକ ଜୋତା ପିନ୍ଧିବାକୁ ପସନ୍ଦ କରନ୍ତି । ସ୍ୟାଣ୍ଡେଲ କିମ୍ୱା ଚପଲକୁ ଏବେ ଆଉଟ୍ ଡେଟେଡ୍ ଭାବେ ବିଚାରକୁ ନିଆଗଲାଣି । ଫର୍ମାଲ ଗେଟ୍ ଅପରେ ରହୁଥିବା କର୍ପୋରେଟ କର୍ମଚାରୀମାନେ ମଧ୍ୟ ଜୋତାକୁ ପ୍ରାଥମିକତା ଦିଅନ୍ତି । ଏଣୁ ଜୋତା ଏବେ ଉଭୟ ଯୁବ ଓ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଚାହିଦାରେ ରହୁଛି ।

 

ଅନ୍ୟପକ୍ଷରେ ଜୋତା ପିନ୍ଧିବାର ସଉକ ଆମ ପାଦର ସମସ୍ୟା ମଧ୍ୟ ବଢାଉଛି । ବିଶେଷ ଭାବେ ଜୋତା ଭିତରେ ସକ୍ସକୁ ୬ରୁ୮ ଘଣ୍ଚା ପିନ୍ଧିବା ଦ୍ୱାରା ପାଦର କିଛି ଅଂଶରେ ଧଳା ଦାଗମାନ ପଡି ଯାଇଥାଏ । ଦାଗଗୁଡିକ କଷ୍ଟଦାୟକ ହୋଇଥିବା ବେଳେ ପରଦିନ ଜୋତା ପିନ୍ଧିବା ସମ୍ଭବପର ହୁଏନି । ସେହିଭଳି ପଦରେ ବିଭିନ୍ନ ସ୍ଥାନରେ ଗେଟି ପଡିଥିବାର ଦେଖିବାକୁ ମିଳେ । ହେଲେ ଯଦି ଆପଣଙ୍କ ପାଦରେ ଥିବା ଧଳ ଦାଗ ଓ ଏହାର କଷ୍ଟ ରାତିରୁ ସକାଳ ମଧ୍ୟ ଉଭେଇ ଯାଇଥିବ ତେବେ ଆପଣ କିଭଳି ଅନୁଭବ କରିବେ? ପ୍ରତିଦିନ ଏକ ଫ୍ରେସ ଷ୍ଟାଟ ମିଳିବ ଆଉ ଏକ ସଫ୍ଟ ପାଦର ଅଭିଜ୍ଞତା ଆପଣଙ୍କୁ ମିଳିବ । ଏପରି ହୋଇ ପାରିଲେ ଆପଣଙ୍କ ଦିନର ଆରମ୍ଭ ସୁଖମୟ ହେବ ନାହିଁ କି? ଆସନ୍ତୁ ଜାଣିବା ପାଦର କଷ୍ଟ ଲାଘବ କରିବା ପାଇଁ କ’ଣ କରିପାରିବେ  ।

 

ଅଫିସ୍ କିମ୍ୱା କାମରୁ ଫେରିବା ପରେ ପାଦକୁ ଭଲ ଭାବେ ଧୋଇ ନିଅନ୍ତୁ । ୨ରୁ୪ଟି କଟା ବ୍ରେଡ୍ ନିଅନ୍ତୁ । ଏଥିରେ ଭିନେଗାର ଓ ସେଓରସର ମିଶ୍ରଣକୁ ଭଲ ଭାବେ ଲଗାନ୍ତୁ । ପାଦର କଷ୍ଟ କମାଇବା ସହ କ୍ଷତ ସ୍ଥାନରେ ହୋଇଥିବା ଟିସୁ କ୍ଷୟକୁ ଭରଣା କରିବାରେ ଏହା ବେଶ ସହାୟକ ହୁଏ । ଏହି ମିଶ୍ରଣ ବଜାରରେ ସୁଲଭ ଦରରେ ଉପଲବ୍ଧ ହୁଏ । ଏହାପରେ ସ୍ରିକିଂ ଫିଲ୍ମ ଜରିଆରେ ଏହାକୁ ପାଦରେ ଗୁଡାଇ ଦିଅନ୍ତୁ । ପାଦର ଥରେ ଲାଗିବା ପରେ ଏହା ଯେପରି ଭାବେ ପାଦରୁ ଖସି ନଯାଏ ସେ ପ୍ରତି ଧ୍ୟାନ ଦିଅନ୍ତୁ । ବାନ୍ଧିଲା ବେଳେ ଏହାକୁ ଶକ୍ତ ଭାବେ ବାନ୍ଧିବାକୁ ଚେଷ୍ଟା କରନ୍ତୁ । ଏକଥା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଅତି ଶକ୍ତ ଭାବେ ବାନ୍ଧିବା ଦ୍ୱାରା ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ପ୍ରଭାବିତ ହେବାର ସମ୍ଭାବନା ରହିଛି ।  ବାନ୍ଧି ସାରିବା ପରେ ରାତିରେ ଆରାମରେ ଶୁଅନ୍ତୁ । ସକାଳୁ ଆପଣ ଏକ ନୂଆ ଅଭିଜ୍ଞତା ନେଇ ଉଠିବେ ନିଶ୍ଚିତ । ପାଦ ହାଲକା ଲଗିବା ସହ ପାଦରେ ଥିବା ଦାଗ ଓ ସମସ୍ୟା ଉଭେଇଯାଇଥିବ, ନିଶ୍ଚିତ । ଏହାପରେ ପାଦକୁ ଧୋଇ ଆପଣ ଆରାମରେ ନିଜ କାମରେ ବାହାରି ଯାଇପାରିବେ ।

ଭାରତ-ଚୀନ୍‌ ବିବାଦ ଭିତରେ ଚୀନକୁ ବଡ଼ ଝଟକା, ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଋଷର ଭାରତକୁ ସମର୍ଥନ

ଚୀନ୍ ସହିତ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭିତରେ ଚୀନକୁ ପୁଣିଥରେ ଗୋଟିଏ ବଡ଼ ଝଟକା ଲାଗିଛି । ୟୁଏନ୍ଏସିରେ ସ୍ଥାୟୀ ଜାତିସଂଘ ସୁରକ୍ଷା ପରିଷଦ ରେ ସ୍ଥାୟୀ ସଦସ୍ୟତା ପାଇଁ ଋଷ ପୁଣିଥରେ ଭାରତକୁ ସମର୍ଥନ କରିଛି । ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଋଷ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି । ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରାେଭ ଭାରତକୁ ସମର୍ଥନ କରିଛନ୍ତି । ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଋଷ ଭାରତକୁ ସମର୍ଥନ କରିସାରିଛି ।

ତେବେ ଋଷର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଚୀନ୍ ସୀମାରେ ଅନେକ ତିକ୍ତତା ଦେଖାଦେଇଛି । ଉଭୟଙ୍କ ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଉଦ୍ୟମ ଜାରି ରହିଛି । ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରାେଭ କହିଛନ୍ତି ଯେ ଆଜି ଆମେ ମିଳିତ ଜାତିସଂଘର ସମ୍ଭାବ୍ୟ ସଂସ୍କାର ବିଷୟରେ ଆଲୋଚନା କରିଛୁ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଜଣେ ଦୃଢ଼ ପ୍ରାର୍ଥୀ । ସେଥିପାଇଁ ଆମେ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛୁ ।

ଖାଲି ଋଷ ନୁହେଁ ଅଷ୍ଟ୍ରେଲିଆ ମଧ୍ୟ ପୁଣିଥରେ ସମର୍ଥନ କରିଛି ୟୁଏନ୍ଏସିରେ ସ୍ଥାଇ ଜାତିସଂଘ ସୁରକ୍ଷା ପରିଷଦ । ଦୀର୍ଘ ଦିନ ଧରି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ଆମେ ସମର୍ଥନ କରୁଛୁ ବୋଲି ଅଷ୍ଟ୍ରେଲିଆ ହାଇ କମିଶନର ବେରି ଓ ଫେରେଲ କହିଛନ୍ତି । ସେ କହିଛନ୍ତି ଯେ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବେ ଭାରତର ସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତୀକାତ୍ମକ ଭାବେ ଦେଖୁ ।

ନିର୍ଦ୍ଧାରିତ ସମୟରେ ସମ୍ପାଦିତ ହେଲା ରୀତିନୀତି: ସହଯୋଗ ଲାଗି ସମସ୍ତଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ମଙ୍ଗଳବାର ଶୃଙ୍ଖଳାର ସହ  ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତକୁ  ବିଶେଷ କରି ସେବାୟତ, ପୁରୀ ଜିଲ୍ଲା ପଶାସନ  ଶ୍ରୀମନ୍ଦିର ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀକ୍ଷେତ୍ରର କେବଳ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।  ପ୍ରାତଃ ୩ଟାରେ ମଙ୍ଗଳ ଆଳତି, ୩ଟା ୧୫ରେ ହେବ ମଇଲମ ଲାଗି, ୩ଟା ୩୦ରେ ତଡ଼ପ ଲାଗି, ୪ଟାରେ ରୋଷ ହୋମ, ୪ଟା ୩୦ରେ ଅବକାଶ ନୀତି, ୪ଟା୪୫ରେ ସୂର୍ଯ୍ୟପୂଜା, ଭୋର୍‌ ୫ଟାରେ ଦ୍ଵାରପାଳ ପୂଜା ଓ ବେଶ,

ଭୋର ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ସକାଳ ୬ଟା ୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ, ସକାଳ ୭ଟାରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ଲାଗି ନିର୍ଘଣ୍ଟ ହୋଇଥିଲା ଏବଂ ସେହିଅନୁଯାୟୀ ସବୁ ରୀତିନୀତି ସୁଚାରୁ ରୂପେ ସମ୍ପାଦିତ ହୋଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

ଏଥିସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରବିବାର ରାତିରୁ ପୁରୀ ଜିଲ୍ଲାକୁ ସଟଡାଉନ୍ କରାଯାଇଛି ।

ଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ତଥା ଭକ୍ତଙ୍କ ସମାଗମ ରୋକିବା ଲାଗି ପୁରୀକୁ ପାସେଞ୍ଜର ଟ୍ରେନ୍ ଓ ବସ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସଟଡାଉନ୍ ଶେଷ ପର୍ଯ୍ୟନ୍ତ ରବିବାର ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏଁ ପୁରୀକୁ ଟ୍ରେନ ଓ ବସ୍ ସେବା ବନ୍ଦ କରାଯାଇଛଇ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

Image

 

ଗୁଜରାଟ ହାଇକୋର୍ଟ କ’ଣ ପାଇଁ କହିଲେ ପୁରୀ ରଥଯାତ୍ରା ସହ ଅହମ୍ମଦାବାଦ ରଥଯାତ୍ରାକୁ ତୁଳନା କରନାହିଁ ?

ଅହମ୍ମଦାବାଦ: ପୁରୀରେ ତିନିରଥ ଶ୍ରୀଗୁଣ୍ଡିଚାରେ ଲାଗି ସାରିଛି । ଅନେକ ଆଶା ଆଶଙ୍କା ଭିତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ୍ ମହାମାରୀ ଭିତରେ ରଥଯାତ୍ରା ଆୟୋଜନକୁ ନେଇ ଚିତ୍ର ସଫା ନଥିଲା । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ସବୁ ଆଶା ଉପରେ ପାଣି ଢାଳି ଦେଇଥିଲା । କିନ୍ତୁ ଜଗନ୍ନାଥଙ୍କ ରଥ ବାହାରିବାର ଗୋଟିଏ ଦିନ ପୂର୍ବରୁ ଚମତ୍କାର ହୁଏ । ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ସସର୍ତ୍ତ ଅନୁମତି ଦିଅନ୍ତି । ପୁରୀ ରଥଯାତ୍ରା ସପକ୍ଷରେ ଏହି ରାୟ ପୂର୍ବ ଭାରତରେ ସୀମିତ ରୁହେନା । ପଶ୍ଚିମ ଭାରତରେ ଅହମ୍ମଦାବାଦର ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଆଶା ଉଜ୍ଜିବୀତ ହୁଏ ।

ଦିନରେ ଆସିଥିଲା ପୁରୀ ସପକ୍ଷରେ ରାୟ । ରାତିରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି ସେଠାକାର ସରକାର । ପୁରୀରେ ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି  । ଆମକୁ ମଧ୍ୟ ରଥଯାତ୍ରା କରିବାକୁ ଅନୁମତି ଦିଅନ୍ତୁ । ୧୪୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ରଥଯାତ୍ରା ସହ ଲୋକଙ୍କ ଧର୍ମୀୟ ଭାବନା ଯୋଡି ହୋଇ ରହିଛି । ତେଣୁ ହାଇକୋର୍ଟ ଲୋକଙ୍କ ଧର୍ମୀୟ ଭାବନା ପ୍ରତି ସଦୟ ହୁଅନ୍ତୁ  । ଏହା ଥିଲା ଗୁଜୁରାଟ ସରକାରଙ୍କ ଆବେଦନର ମୁଖ୍ୟ ବିନ୍ଦୁ ।

gujarat highcourt

ରାତି ୧୧.୩୦ । ଗୁଜରାଟ ସରକାର ହାଇକୋର୍ଟରେ ରାତି ଅଧିଆ ପହଂଚନ୍ତି ।

ରାତି ୧୨.୪୫  । ହାଇକୋର୍ଟ ମାମଲାର ଶୁଣାଣି ପାଇଁ ରାଜି ହୁଅନ୍ତି ।

ଗୁଜରାଟ ସରକାର ତାଙ୍କ ପକ୍ଷ ହାଇକୋର୍ଟ ବେଂଚ୍ ସମ୍ମୁଖରେ ରଖନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ବିକ୍ରମ ନାଥ ଓ ଜଷ୍ଟିସ ଜେ ବି ପରଡିୱାଲାଙ୍କ ଖଣ୍ଡପୀଠ ସରକାରଙ୍କ ଆବେଦନର ଶୁଣାଣି ଆରମ୍ଭ କରନ୍ତି । ଗୁଜରାଟ ସରକାର ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦିଅନ୍ତି ।

Gujrat High Court

ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ପାଇଁ ଅନୁମତି ମିଳୁ ବୋଲି ଗୁଜରାଟ ସରକାରଙ୍କ ଓକିଲ ଯୁକ୍ତି କରନ୍ତି । କିନ୍ତୁ ମୁଖ୍ୟବିଚାରପତି ସରକାରୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରନ୍ତି ନାହିଁ । ମୁଖ୍ୟ ବିଚାରପତି କୁହନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶକୁ ଆମେ ମାନିବାକୁ ମନା କରୁନାହୁଁ କିନ୍ତୁ ଅହମ୍ମଦାବାଦରେ କରୋନା ସ୍ଥିତିକୁ ପୁରୀ କିମ୍ବା ଓଡ଼ିଶା ସହ ତୁଳନା କରାଯାଇ ନପାରେ । ତେଣୁ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । Gujrat High Court ଏମିତି କହି ଗୁଜରାଟ ହାଇକୋର୍ଟଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଲେ । ସେତେବଳେ ରାତି ୨ଟା ବାଜିଥିଲା ।

ରଥଯାତ୍ରା ଆୟୋଜନ ପାଇଁ ଗୁଜୁରାଟ ସରକାର ରାତି ୧୧ଟାରୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ରାତି ୨ଟାରେ ବିଫଳତାର ସହ ସରିଥିଲା । ଏଠି ଉଲ୍ଲେଖନୀୟ ଯେ,ରାତି ୨ଟାରେ ହାଇକୋର୍ଟଙ୍କ ରାୟ ଆସିବା ସମୟରେ ଏନଆଇସି ଫେଲ୍ୟୁର କାରଣରୁ ଅନଲାଇନରେ ଅଦାଲତଙ୍କ ଆଦେଶ ଜାରି ହୋଇ ପାରିନଥିଲା । ତେଣୁ ଏହାକୁ ହ୍ୱାଟସଆପ୍ ଜରିଆରେ ସବୁ ପକ୍ଷକୁ ପ୍ରେରଣ କରାଯାଇଥିଲା

ଏହି ରାୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କରୋନା ନିୟନ୍ତ୍ରଣ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ତୁଳନାରେ ଅଧିକ ସଫଳ ହୋଇଛି । ଅହମ୍ମଦାବାଦ ଓ ଗୁଜରାଟକୁ ଓଡ଼ିଶା ସହ ସେଠାକାର ହାଇକୋର୍ଟଙ୍କ ତୁଳନାରୁ ଏହା ଜଣା ପଡୁଛି ।.

କେଉଁ କେଉଁ ଉପାଦାନକୁ ନେଇ ତିଆରି ହୋଇଛି କରୋନା ଔଷଧ କୋରୋନିଲ ?

ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ହରିଦ୍ୱାରରେ କରୋନା ଭୂତାଣୁର ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲର ଲଞ୍ଚ କରିଛନ୍ତି । ଏହି ଔଷଧକୁ ରାମଦେବଙ୍କ ସଂସ୍ଥାନ ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଯାହା ବିଷୟରେ ପ୍ରେସ କନ୍‌ଫରେନ୍ସ ଜରିଆରେ ସୂଚନା ଦିଆଯାଇଛି । ବାବା ରାମଦେବ କହିଛନ୍ତି କୋରୋନିଲ ଔଷଧକୁ ୯୫ ଜଣ କରୋନା ରୋଗୀଙ୍କ ଉପରେ ଟେଷ୍ଟିଂ କରାଯାଇଛି । ଏହି ଔଷଧ ପ୍ରଭାବରେ କେବଳ ୩ ଦିନ ମଧ୍ୟରେ ୬୯% କରୋନା ପଜିଟିଭ ରୋଗୀ ସୁସ୍ଥ ହେଉଥିବା ବେଳେ ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ଔଷଧର କ୍ଳିନିକାଲ ଟ୍ରାଏଲରେ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନାହିଁ ।

पतंजलि द्वारा द्वारा बनाई गई इस आयुर्वेदिक दवा का नाम कोरोनिल है.

କେମିତି ପ୍ରସ୍ତୁତ ହେଲା ଔଷଧ?

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ, ଏହି ଆୟୁର୍ବେଦିକ ଔଷଧ ତିଆରିରେ କେବଳ ସ୍ୱଦେଶୀ ଜିନିଷ ବ୍ୟବହାର କରାଯାଇଛି, ଯେଉଁଥିରେ ମୁଲ୍ଲାଥୀ ସମେତ ଅନେକ ଜିନିଷ ଅନ୍ତର୍ଭୁକ୍ତ। ଏଥିସହ ଗିଲୋଇ, ଅଶ୍ୱଗନ୍ଧା, ତୁଳସୀ, ସାନଶାରୀ ମଧ୍ୟ ଏଥିରେ ବ୍ୟବହୃତ ହୋଇଛି | ସେ କହିଛନ୍ତି ଯେ, ଗିଲୋରେ ମିଳୁଥିବା ଟିନୋସ୍ପୋରାଇଡ୍ ଏବଂ ଅଶ୍ୱଗନ୍ଧା ଏବଂ ନିଶ୍ୱାସପ୍ରାପ୍ତ ରସରେ ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ବ୍ୟବହାର କରି ଏହି ଔଷଧ ପ୍ରସ୍ତୁତ କରାଯାଇଛି।

What is coronil Patanjali medicine to cure coronavirus disease ...

ରୋଗୀକୁ  ଔଷଧ କିପରି ଦିଆଯାଏ?

ପତଞ୍ଜଳି ଦ୍ୱାରା ଆରମ୍ଭ ହୋଇଥିବା ଏହି ‘ଦିବ୍ୟା କରୋନା କିଟ୍’ରେ ତିନି ପ୍ରକାରର ଔଷଧ ଅଛି । କୋରୋନିଲ୍ ଟ୍ୟାବଲେଟ୍ ସହିତ, ବ୍ରୋଙ୍କିଆଲ୍ ଭାଟା ଯାହା ଶ୍ୱାସକ୍ରିୟାରେ ଉନ୍ନତି ଆଣିଥାଏ | ମଲିକ୍ୟୁଲ୍ ତେଲ ମଧ୍ୟ ନାକ ଡ୍ରପ୍ ଭାବରେ ବ୍ୟବହୃତ ହୋଇଛି | ଏହାକୁ ସକାଳେ ତିନିରୁ ତିନି ବୁନ୍ଦା ନାକରେ ରଖାଯାଏ | ଏହା ପରେ ଶ୍ୱାସାରୀର ତିନିଟି ଟାବଲେଟ୍ ଖାଲି ପେଟରେ ଦିଆଯାଏ, ଯେଉଁଥିରେ ଆକାକରା, ରୁଦାଣ୍ଟି ଏବଂ କାକରା ସିଙ୍ଗି ଭଳି ଔଷଧ ଅନ୍ତର୍ଭୁକ୍ତ | ରୋଗୀଙ୍କୁ ଖାଇବା ପରେ ତିନୋଟି ଟାବଲେଟ୍ କରୋନିଲ୍ ଦିଆଯାଏ |

Coronavirus medicine news: Patanjali launches Ayurvedic drug ...

ଔଷଧର ମୂଲ୍ୟ କେତେ?

ବାବା ରାମଦେବ କହିଛନ୍ତି ଯେ ଏହି ଔଷଧ ପତଞ୍ଜଳି ମେଘା ଷ୍ଟୋର୍‌ରେ ପ୍ରାୟ ୬୦୦ ଟଙ୍କାରେ ଉପଲବ୍ଧ ହେବ। ତଥାପି, ଗରିବ ପରିବାରକୁ ମାଗଣାରେ ଯୋଗାଇବା ପାଇଁ ଯୋଜନା କରାଯାଇଛି, ଯାହାର କିଣିବାକୁ ୬୦୦ ଟଙ୍କା ମଧ୍ୟ ନାହିଁ | ପତଞ୍ଜଳିର ଲ୍ୟାବରେ ୫୦୦ ବୈଜ୍ଞାନିକ ସହଯୋଗରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି | ଲକଡାଉନରେ କର୍ଫ୍ୟୁ ଦିନ ବ୍ୟତୀତ ବୈଜ୍ଞାନିକମାନେ ଏହାକୁ ତିଆରି କରିବା ପାଇଁ ଦିନରାତି କାର୍ଯ୍ୟ କରିଛନ୍ତି। ପୂର୍ବରୁ ଆୟୁର୍ବେଦ ଔଷଧର ପ୍ରଭାବ ବୁଝିବା ପାଇଁ ପଶୁମାନଙ୍କ ଉପରେ କୌଣସି ଅନୁସନ୍ଧାନ କରାଯାଇ ନଥିଲା, କିନ୍ତୁ ବର୍ତ୍ତମାନ ପତଞ୍ଜଳିର ଲ୍ୟାବରେ ପଶୁମାନଙ୍କ ଉପରେ ଔଷଧ ମଧ୍ୟ ପରୀକ୍ଷା କରାଯାଉଛି। ଏଥିରେ ଆମେ ଦେଖୁ ଆୟୁର୍ବେଦର ଔଷଧ ପଶୁମାନଙ୍କର ଯକୃତ, କିଡନୀ, ହୃଦୟ ଏବଂ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଉଛି |

Patanjali to launch Ayurvedic medicine 'Coronil' to treat ...

କରୋନିଲର ତିନୋଟି ମୁଖ୍ୟ ପ୍ରଭାବ

ରୋଗୀର ଶ୍ୱାସକ୍ରିୟାକୁ ସଜାଡ଼ିବା ପାଇଁ ଶ୍ୱାସକ୍ରିୟା କାମ କରେ | କରୋନା ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଶ୍ୱାସକ୍ରିୟାରେ ସମସ୍ୟା ଦୂର ହୋଇପାରିବ। କରୋନିଲ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବଢ଼ାଇବା ସହିତ ମଧୁମେହ, ରକ୍ତଚାପ, ଚିନି, ହୃଦଘାତ, ସ୍ନାୟୁ ପ୍ରଣାଳୀ ଏବଂ ମାନସିକ ଚାପରେ ମଧ୍ୟ ସହାୟକ ହୋଇଥାଏ | ଏଥିରେ ଥିବା ଗିଲୋଇର ଉପାଦାନ ଜ୍ୱର ସମସ୍ୟାରୁ ମୁକ୍ତି ଦେଇଥାଏ |

COVID-19: Patanjali's cure for COVID-19 to be launched today

ବାବା ରାମଦେବ କହିଛନ୍ତି ଯେ ଏହି ଔଷଧ କେବଳ କରୋନାର ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ନୁହେଁ, ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ଅଛି କିମ୍ବା ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏଁ ନାହିଁ ସେମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ।  ହଜାର ହଜାର ଲୋକ ସେମାନଙ୍କ ଘରେ ରହି ଆରୋଗ୍ୟ ଲାଭ କରିଛନ୍ତି । କିନ୍ତୁ ପ୍ରମାଣ ଉପରେ ଆଧାର କରି ଔଷଧ ତିଆରି କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ଥିଲା।

ବିବାଦ ତୁଟାଇବା ପାଇଁ ସହମତ ହେଲେ ଭାରତ-ଚୀନ୍

ଭାରତ ଓ ଚୀନ୍ ସୀମା ବିବାଦକୁ ନେଇ ଦୁଇ ଦେଶ  ଆଲୋଚନା ପାଇଁ ରାଜି ହୋଇଛନ୍ତି । ଆଲୋଚନାରେ ଉଭୟ ଦେଶର ସହମତି ମିଳିଛି । ବିବାଦକୁ କମାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଉଭୟ ଦେଶ ବିବାଦ ଥମାଇବା ପାଇଁ ପ୍ରସ୍ତୁତ ଥିବା ବୈଦେଶିକ ମନ୍ତ୍ରୀ ଝାଓ ଲିଜିୟାନ୍ ମଙ୍ଗଳବାର ସୂଚନା ଦେଇଛନ୍ତି । ସେହିଭଳି ଚୀନ୍ ଓ ଭାରତ ମଧ୍ୟରେ ସହମତି ବନି ସାରିଛି ଓ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।

 

ଅନ୍ୟପକ୍ଷରେ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଚୀନ୍ ମୃତାହତ ସୈନିକଙ୍କୁ ନେଇ ପ୍ରସାର କରାଯାଉଥିବା ଖବରକୁ ଚୀନ ପୁଣି ଥରେ ଖାରଜ କରିଛି । ରବିବାର ଭାରତର କେନ୍ଦ୍ର ମନ୍ତ୍ରୀ ବିକେ ସିଂ ବୟାନ ରଖି କହିଥିଲେ ଯେ, ଗଲବାନ ଘାଟିରେ ହୋଇଥିବା ସଂଘର୍ଷରେ ୪୦ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଏହାପରେ ସୋମବାର ଚୀନ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ଚୀନ ସଫେଇ ଦେଇ କହିଥିଲା ଯେ ଚୀନ ସୈନିକଙ୍କର ମୃତ୍ୟୁ ନେଇ କୌଣସି ଖବର ଚୀନ୍ ସରକାରଙ୍କ ପାଖରେ ନାହିଁ । ସାମନ ଢଙ୍ଗରେ ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରୀ ଲିଜିୟାନ୍ ପୁଣି ଥରେ ପୂରୁଣା କଥା ଦୋହରାଇଛନ୍ତି ଓ ଚୀନ୍ ସୈନିକ ମୃତାହତ ନେଇ ସୂଚନା ନଥିବା କହିଛନ୍ତି । ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଉଭୟ ରାଜନୀତିକ ଓ ସାମରିକ ବିଭାଗ ମାଧ୍ୟମରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମା ବିବାଦକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ହେଉଛି । ବିବାଦୀୟ ସୀମାରେ କିଭଳି ଭାବ ସ୍ଥିତିକୁ ସ୍ୱାଭାବିକ କରାଯିବ ସେ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଛି ।

ଗଲବାନ ହିରୋଙ୍କୁ ଭେଟିଲେ ସେନାମୁଖ୍ୟ, କହିଲେ ଆମ କାମ ସରିନାହିଁ

ନୂଆଦିଲ୍ଲୀ:  ଏଲ୍‌ଏସି ଉପରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଜାରି ରହିଛି । ଗତ ଏକ ମାସ ମଧ୍ୟରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । କିନ୍ତୁ ଆଲୋଚନାର କୋୗଣସି ସୁଫଳ ମିଳିପାରୁ ନାହିଁ । ଏପଟେ ଦେଶରେ ସହିଦ ହୋଇଛନ୍ତି ୨୦ ଯବାନ । ଗତ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ହୋଇଥିଲା ।

ସେପଟେ ମଙ୍ଗଳବାର ଦିନ ସେନା ମୁଖ୍ୟ ଏମ୍‌.ଏମ୍‌ ନରବଣେ ଲେହରେ ପହଞ୍ଚିଛନ୍ତି । ଲେହେରେ ସ୍ଥିତି କେମିତି ରହିଛି ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେନା ମୁଖ୍ୟ ନରବଣେ ଆହତ ସୈନିକମାନଙ୍କୁ ଲେହେରେ ଥିବା ସେନା ଡାକ୍ତରଖାନାରେ ଭେଟିଥିଲ । ସେଠାରେ ସେମାନଙ୍କୁ ଭେଟି ଉତ୍ସାହିତ କରିଥିଲେ । ଏଥିସହିତ ସେନା ମୁଖ୍ୟ କହିଛନ୍ତି ଯେ ତୁମେ ଭଲ କାମ କରିଛ, କିନ୍ତୁ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଗଲବାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ବଢ଼ୁଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଭାରତ ଏବଂ ଚୀନ୍‌ର ସାମରିକ ଅଧିକାରୀମାନେ ବୈଠକରେ ଆଲୋଚନା କରିଛନ୍ତି । ସୂଚନାନୁସାରେ, ସୋମବାର ଅନୁଷ୍ଠିତ କର୍ପସ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଏଲ୍‌ଏସି ଦ୍ୱାରା ଚୀନ୍‌ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଏକ ସମୟ ସୀମା ମାଗିଥିଲା । ଗଲବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ଲାଗିରହିଛି । ଏହି ସବୁ ବୈଠକର ମୁଳ ଲକ୍ଷ୍ୟ ହେଉଛି ପରିସ୍ଥିତିକୁ ସୁଧାରିବା  ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚିଙ୍ଗାରି, ଟିକ୍‌ଟକ୍‌ ଆପ୍‌କୁ ଦେବ ଟକ୍କର !

ନୂଆଦିଲ୍ଲୀ: ଚାଇନାର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେବା ପାଇଁ ଏବେ ଆସିଛି ଭାରତର ସ୍ୱଦେଶୀ ଆପ୍‌ ଚିଙ୍ଗାରି । ପ୍ଲେ-ଷ୍ଟୋରରେ ଏହି ଆପ୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଲାଗିଛି । ଚିଙ୍ଗାରି ଆପ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ମୋବାଇଲ୍‌ରେ ଡାଉନଲୋଡ୍ ହୋଇଛି ଏହି ଆପ୍‌ । ଚିଙ୍ଗାରି ଆପ୍‌ ମଧ୍ୟ ଟିକ୍‌ଟକ୍‌ ଭଳି ଏକ ସର୍ଟ ଭିଡିଓ ସେୟାରିଂ ପ୍ଲାଟ୍‌ଫର୍ମ । ଏଥିରେ ମଧ୍ୟ ୟୁଜର୍ସ ସର୍ଟ ଭିଟିଓ କରି ସେୟାର କରିପାରିବେ ।

Chingari App  ଏହି ଚିଙ୍ଗାରି ଆପ୍‌ର ଡେଭଲପର କହିଛନ୍ତି ଯେ, ଏବେ ଦେଶରେ ସ୍ୱଦେଶୀ ଆପ୍‌ର ଚାହିଦା ଅଧିକ ରହିଛି । ଲୋକମାନେ ସ୍ୱଦେଶୀ ଆପ୍‌କୁ ବେଶି ଗ୍ରହଣ କରୁଛନ୍ତି । ସେମାନେ ଚାଇନିଜ୍‌ ଆପ୍‌କୁ ବୟକଟ୍‌ କରିବା ଆରମ୍ଭ କରିସାରିଲେଣି । ଲୋକମାନେ ଆଉ ଚାଇନିଜ୍‌ ଆପ୍‌କୁ ପସନ୍ଦ କରୁନାହାନ୍ତି ।

Chingari App

ଗାଲବାନ୍ ଘାଟିରେ ଚୀନ୍‌ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଏବେ ଦେଶରେ ଚାଇନା ଜିନିଷକୁ ବର୍ଜନ କରିବା ବୃଦ୍ଧି ପାଇବାରେ ଲାଗିଛି । ଚାଇନିଜ୍‌ ପ୍ରଡକ୍ଟ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି ।

Chingari App

ଚିଙ୍ଗାରି ଆପ୍‌ର କ’ଣ ଖାସ୍‌ ରହିଛି ?

ଚିଙ୍ଗାରି ଆପ୍‌ରେ ଭିଡିଓ ଅପଲୋଡ୍ ଏବଂ ଡାଉନଲୋଡ୍ କରାଯାଇପାରିବ । ଏହା ବ୍ୟତୀତ ଏହି ଆପ୍‌ରେ ସାଙ୍ଗମାନଙ୍କ ସହିତ ଚାଟିଂ, ନୂଆ ଲୋକଙ୍କ ସହ କଥାବାର୍ତ୍ତା, ବ୍ରାଉଜିଂ, ଭିଡିଓ, ଅଡିଓ କ୍ଲିପ୍ ସହ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌କୁ ନେଇ ମଧ୍ୟ କିଛି ନୂଆ କରି ହେବା ବୋଲି ଆପ୍‌ ଡେଭଲପର ମାନେ କହିଛନ୍ତି । ଚିଙ୍ଗାରି ଆପ୍‌ର ଡେଭଲପର ହେଉଛନ୍ତି ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ । ସେମାନେ କହିଛନ୍ତି ମାତ୍ର କିଛି ଘଣ୍ଟାରେ ପ୍ରାୟ ୫ ଲକ୍ଷ ଲୋକ ଏହାକୁ ଡାଉନ୍‌ଲୋଡ୍‌ କରିସାରିଛନ୍ତି । ଆଡୁରି ମଧ୍ୟ ଅନେକ ଏହି ଚିଙ୍ଗାରି ପରିବାର ସହ ଯୋଡ଼ି ହେଉଛନ୍ତି ।

Chingari App

ତେବେ ଏହା ପୂର୍ବରୁ ମିତ୍ରୋଁ ନାମକ ଏକ ଆପ୍‌ ଆସିଥିଲା । ତାକୁ ମଧ୍ୟ ଲୋକମାନେ ସ୍ୱଦେଶୀ ଭାବି ବେଶ୍ ପସନ୍ଦ କରିଥିଲେ । ହେଲେ ତାହା ଟିକ୍‌ଟକ୍‌ ଆପ୍‌ର କ୍ଲୋନ୍‌ ଥିଲା ବୋଲି ଲୋକ ଜାଣିବା ପରେ ତାର ଚାହିଦା କମିଯାଇଥିଲା । କିନ୍ତୁ ଏହି ଚିଙ୍ଗାରି ଆପ୍‌ ଟିକ୍‌ଟକ୍‌କୁ ଟକ୍କର ଦେବା ଭଳି ପ୍ରସ୍ତୁତ କରାଯାଇଛି । ୟୁଜର୍ସ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି ।