ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚିଙ୍ଗାରି, ଟିକ୍‌ଟକ୍‌ ଆପ୍‌କୁ ଦେବ ଟକ୍କର !

1 min read
Social Media, Tiktok Rival Chingari App surpasses 5 lakh downloads in 72 hours

ନୂଆଦିଲ୍ଲୀ: ଚାଇନାର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେବା ପାଇଁ ଏବେ ଆସିଛି ଭାରତର ସ୍ୱଦେଶୀ ଆପ୍‌ ଚିଙ୍ଗାରି । ପ୍ଲେ-ଷ୍ଟୋରରେ ଏହି ଆପ୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଲାଗିଛି । ଚିଙ୍ଗାରି ଆପ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ମୋବାଇଲ୍‌ରେ ଡାଉନଲୋଡ୍ ହୋଇଛି ଏହି ଆପ୍‌ । ଚିଙ୍ଗାରି ଆପ୍‌ ମଧ୍ୟ ଟିକ୍‌ଟକ୍‌ ଭଳି ଏକ ସର୍ଟ ଭିଡିଓ ସେୟାରିଂ ପ୍ଲାଟ୍‌ଫର୍ମ । ଏଥିରେ ମଧ୍ୟ ୟୁଜର୍ସ ସର୍ଟ ଭିଟିଓ କରି ସେୟାର କରିପାରିବେ ।

Chingari App  ଏହି ଚିଙ୍ଗାରି ଆପ୍‌ର ଡେଭଲପର କହିଛନ୍ତି ଯେ, ଏବେ ଦେଶରେ ସ୍ୱଦେଶୀ ଆପ୍‌ର ଚାହିଦା ଅଧିକ ରହିଛି । ଲୋକମାନେ ସ୍ୱଦେଶୀ ଆପ୍‌କୁ ବେଶି ଗ୍ରହଣ କରୁଛନ୍ତି । ସେମାନେ ଚାଇନିଜ୍‌ ଆପ୍‌କୁ ବୟକଟ୍‌ କରିବା ଆରମ୍ଭ କରିସାରିଲେଣି । ଲୋକମାନେ ଆଉ ଚାଇନିଜ୍‌ ଆପ୍‌କୁ ପସନ୍ଦ କରୁନାହାନ୍ତି ।

Chingari App

ଗାଲବାନ୍ ଘାଟିରେ ଚୀନ୍‌ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଏବେ ଦେଶରେ ଚାଇନା ଜିନିଷକୁ ବର୍ଜନ କରିବା ବୃଦ୍ଧି ପାଇବାରେ ଲାଗିଛି । ଚାଇନିଜ୍‌ ପ୍ରଡକ୍ଟ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି ।

Chingari App

ଚିଙ୍ଗାରି ଆପ୍‌ର କ’ଣ ଖାସ୍‌ ରହିଛି ?

ଚିଙ୍ଗାରି ଆପ୍‌ରେ ଭିଡିଓ ଅପଲୋଡ୍ ଏବଂ ଡାଉନଲୋଡ୍ କରାଯାଇପାରିବ । ଏହା ବ୍ୟତୀତ ଏହି ଆପ୍‌ରେ ସାଙ୍ଗମାନଙ୍କ ସହିତ ଚାଟିଂ, ନୂଆ ଲୋକଙ୍କ ସହ କଥାବାର୍ତ୍ତା, ବ୍ରାଉଜିଂ, ଭିଡିଓ, ଅଡିଓ କ୍ଲିପ୍ ସହ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌କୁ ନେଇ ମଧ୍ୟ କିଛି ନୂଆ କରି ହେବା ବୋଲି ଆପ୍‌ ଡେଭଲପର ମାନେ କହିଛନ୍ତି । ଚିଙ୍ଗାରି ଆପ୍‌ର ଡେଭଲପର ହେଉଛନ୍ତି ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ । ସେମାନେ କହିଛନ୍ତି ମାତ୍ର କିଛି ଘଣ୍ଟାରେ ପ୍ରାୟ ୫ ଲକ୍ଷ ଲୋକ ଏହାକୁ ଡାଉନ୍‌ଲୋଡ୍‌ କରିସାରିଛନ୍ତି । ଆଡୁରି ମଧ୍ୟ ଅନେକ ଏହି ଚିଙ୍ଗାରି ପରିବାର ସହ ଯୋଡ଼ି ହେଉଛନ୍ତି ।

Chingari App

ତେବେ ଏହା ପୂର୍ବରୁ ମିତ୍ରୋଁ ନାମକ ଏକ ଆପ୍‌ ଆସିଥିଲା । ତାକୁ ମଧ୍ୟ ଲୋକମାନେ ସ୍ୱଦେଶୀ ଭାବି ବେଶ୍ ପସନ୍ଦ କରିଥିଲେ । ହେଲେ ତାହା ଟିକ୍‌ଟକ୍‌ ଆପ୍‌ର କ୍ଲୋନ୍‌ ଥିଲା ବୋଲି ଲୋକ ଜାଣିବା ପରେ ତାର ଚାହିଦା କମିଯାଇଥିଲା । କିନ୍ତୁ ଏହି ଚିଙ୍ଗାରି ଆପ୍‌ ଟିକ୍‌ଟକ୍‌କୁ ଟକ୍କର ଦେବା ଭଳି ପ୍ରସ୍ତୁତ କରାଯାଇଛି । ୟୁଜର୍ସ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି ।

Leave a Reply