ଗଲବାନ ହିରୋଙ୍କୁ ଭେଟିଲେ ସେନାମୁଖ୍ୟ, କହିଲେ ଆମ କାମ ସରିନାହିଁ

1 min read

ନୂଆଦିଲ୍ଲୀ:  ଏଲ୍‌ଏସି ଉପରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଜାରି ରହିଛି । ଗତ ଏକ ମାସ ମଧ୍ୟରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । କିନ୍ତୁ ଆଲୋଚନାର କୋୗଣସି ସୁଫଳ ମିଳିପାରୁ ନାହିଁ । ଏପଟେ ଦେଶରେ ସହିଦ ହୋଇଛନ୍ତି ୨୦ ଯବାନ । ଗତ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ହୋଇଥିଲା ।

ସେପଟେ ମଙ୍ଗଳବାର ଦିନ ସେନା ମୁଖ୍ୟ ଏମ୍‌.ଏମ୍‌ ନରବଣେ ଲେହରେ ପହଞ୍ଚିଛନ୍ତି । ଲେହେରେ ସ୍ଥିତି କେମିତି ରହିଛି ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେନା ମୁଖ୍ୟ ନରବଣେ ଆହତ ସୈନିକମାନଙ୍କୁ ଲେହେରେ ଥିବା ସେନା ଡାକ୍ତରଖାନାରେ ଭେଟିଥିଲ । ସେଠାରେ ସେମାନଙ୍କୁ ଭେଟି ଉତ୍ସାହିତ କରିଥିଲେ । ଏଥିସହିତ ସେନା ମୁଖ୍ୟ କହିଛନ୍ତି ଯେ ତୁମେ ଭଲ କାମ କରିଛ, କିନ୍ତୁ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଗଲବାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ବଢ଼ୁଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଭାରତ ଏବଂ ଚୀନ୍‌ର ସାମରିକ ଅଧିକାରୀମାନେ ବୈଠକରେ ଆଲୋଚନା କରିଛନ୍ତି । ସୂଚନାନୁସାରେ, ସୋମବାର ଅନୁଷ୍ଠିତ କର୍ପସ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଏଲ୍‌ଏସି ଦ୍ୱାରା ଚୀନ୍‌ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଏକ ସମୟ ସୀମା ମାଗିଥିଲା । ଗଲବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ଲାଗିରହିଛି । ଏହି ସବୁ ବୈଠକର ମୁଳ ଲକ୍ଷ୍ୟ ହେଉଛି ପରିସ୍ଥିତିକୁ ସୁଧାରିବା  ।

Leave a Reply