ନିର୍ଦ୍ଧାରିତ ସମୟରେ ସମ୍ପାଦିତ ହେଲା ରୀତିନୀତି: ସହଯୋଗ ଲାଗି ସମସ୍ତଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ମଙ୍ଗଳବାର ଶୃଙ୍ଖଳାର ସହ  ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତକୁ  ବିଶେଷ କରି ସେବାୟତ, ପୁରୀ ଜିଲ୍ଲା ପଶାସନ  ଶ୍ରୀମନ୍ଦିର ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀକ୍ଷେତ୍ରର କେବଳ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।  ପ୍ରାତଃ ୩ଟାରେ ମଙ୍ଗଳ ଆଳତି, ୩ଟା ୧୫ରେ ହେବ ମଇଲମ ଲାଗି, ୩ଟା ୩୦ରେ ତଡ଼ପ ଲାଗି, ୪ଟାରେ ରୋଷ ହୋମ, ୪ଟା ୩୦ରେ ଅବକାଶ ନୀତି, ୪ଟା୪୫ରେ ସୂର୍ଯ୍ୟପୂଜା, ଭୋର୍‌ ୫ଟାରେ ଦ୍ଵାରପାଳ ପୂଜା ଓ ବେଶ,

ଭୋର ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ସକାଳ ୬ଟା ୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ, ସକାଳ ୭ଟାରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ଲାଗି ନିର୍ଘଣ୍ଟ ହୋଇଥିଲା ଏବଂ ସେହିଅନୁଯାୟୀ ସବୁ ରୀତିନୀତି ସୁଚାରୁ ରୂପେ ସମ୍ପାଦିତ ହୋଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

ଏଥିସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରବିବାର ରାତିରୁ ପୁରୀ ଜିଲ୍ଲାକୁ ସଟଡାଉନ୍ କରାଯାଇଛି ।

ଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ତଥା ଭକ୍ତଙ୍କ ସମାଗମ ରୋକିବା ଲାଗି ପୁରୀକୁ ପାସେଞ୍ଜର ଟ୍ରେନ୍ ଓ ବସ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସଟଡାଉନ୍ ଶେଷ ପର୍ଯ୍ୟନ୍ତ ରବିବାର ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏଁ ପୁରୀକୁ ଟ୍ରେନ ଓ ବସ୍ ସେବା ବନ୍ଦ କରାଯାଇଛଇ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

Image

 

Leave a Reply