ବିବାଦ ତୁଟାଇବା ପାଇଁ ସହମତ ହେଲେ ଭାରତ-ଚୀନ୍

National News, india china agreed to peace talk

ଭାରତ ଓ ଚୀନ୍ ସୀମା ବିବାଦକୁ ନେଇ ଦୁଇ ଦେଶ  ଆଲୋଚନା ପାଇଁ ରାଜି ହୋଇଛନ୍ତି । ଆଲୋଚନାରେ ଉଭୟ ଦେଶର ସହମତି ମିଳିଛି । ବିବାଦକୁ କମାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଉଭୟ ଦେଶ ବିବାଦ ଥମାଇବା ପାଇଁ ପ୍ରସ୍ତୁତ ଥିବା ବୈଦେଶିକ ମନ୍ତ୍ରୀ ଝାଓ ଲିଜିୟାନ୍ ମଙ୍ଗଳବାର ସୂଚନା ଦେଇଛନ୍ତି । ସେହିଭଳି ଚୀନ୍ ଓ ଭାରତ ମଧ୍ୟରେ ସହମତି ବନି ସାରିଛି ଓ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।

 

ଅନ୍ୟପକ୍ଷରେ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଚୀନ୍ ମୃତାହତ ସୈନିକଙ୍କୁ ନେଇ ପ୍ରସାର କରାଯାଉଥିବା ଖବରକୁ ଚୀନ ପୁଣି ଥରେ ଖାରଜ କରିଛି । ରବିବାର ଭାରତର କେନ୍ଦ୍ର ମନ୍ତ୍ରୀ ବିକେ ସିଂ ବୟାନ ରଖି କହିଥିଲେ ଯେ, ଗଲବାନ ଘାଟିରେ ହୋଇଥିବା ସଂଘର୍ଷରେ ୪୦ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଏହାପରେ ସୋମବାର ଚୀନ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ଚୀନ ସଫେଇ ଦେଇ କହିଥିଲା ଯେ ଚୀନ ସୈନିକଙ୍କର ମୃତ୍ୟୁ ନେଇ କୌଣସି ଖବର ଚୀନ୍ ସରକାରଙ୍କ ପାଖରେ ନାହିଁ । ସାମନ ଢଙ୍ଗରେ ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରୀ ଲିଜିୟାନ୍ ପୁଣି ଥରେ ପୂରୁଣା କଥା ଦୋହରାଇଛନ୍ତି ଓ ଚୀନ୍ ସୈନିକ ମୃତାହତ ନେଇ ସୂଚନା ନଥିବା କହିଛନ୍ତି । ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଉଭୟ ରାଜନୀତିକ ଓ ସାମରିକ ବିଭାଗ ମାଧ୍ୟମରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମା ବିବାଦକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ହେଉଛି । ବିବାଦୀୟ ସୀମାରେ କିଭଳି ଭାବ ସ୍ଥିତିକୁ ସ୍ୱାଭାବିକ କରାଯିବ ସେ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଛି ।

Leave a Reply