spot_img
Home Blog Page 6849

ରାଜଧାନୀରେ ୪୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ୨୪ ଜଣ ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜ୍ୟ ମଧ୍ୟରୁ ପୁଣି ୫୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୦ ଜଣ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୫୦ ଜଣଙ୍କ ମଧ୍ୟରୁ ୪୬ ଜଣ ହେଉଛନ୍ତି କେବଳ ଭୁବନେଶ୍ୱରର । ଯେଉଁଥିରୁ କ୍ୱାରେଣ୍ଟାଇନରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ରାଜଧାନୀ ପାଇଁ ଏହା ହେଉଛି ଏକ ଚିନ୍ତାଜନକ ବିଷୟ । କାରଣ ଏଠାରେ କରୋନା ପୂର୍ବରୁ ନିୟନ୍ତ୍ରଣ ଭିତରେ ଥିବା ବେଳେ ଏବେ ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ଯାହା ରାଜଧାନୀ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛି ।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ପାତ୍ରପଡ଼ାରୁ ୧, କଟକ ରୋଡ ପୋଷ୍ଟ ଅଫିସ ପାଖରୁ ୧, ଘରୋଇ ହସ୍ପିଟାଲରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଆର୍‌ଟିଓ-୧ରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍‌-୮ରୁ ୧, ନୟାପଲ୍ଲୀ ୨, ଘାଟିକିଆ ୧, ବମିଖାଲ ୧, ପୋଖରିପୁଟ ୧, କୋଳଥିଆ ଏବଂ ଜୟଦେବଭିହାରରୁ ୧, ଗଙ୍ଗନଗରରୁ ୧ ଚିହ୍ନଟ ହୋଇଛନ୍ତି । ଏ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଏବେ ଆରମ୍ଭ ହୋଇଛି । ଏମାନେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ତାହା ଉପରେ ଏବେ ତଦନ୍ତ ଚାଲିଛି ।

ରାଜ୍ୟରେ ପୁଣି ୫୨୭ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠି କେତେ ?

RTO – ୧ରେ ପଜିଟିଭ ଚିହ୍ନଟ ପରେ ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ୩ ଦିନ ପାଇଁ ବନ୍ଦ ରହିବ ଆରଟିଓ- ୨  । ଆରଟିଓ-୧ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଆରଟିଓ-୨ର କିଛି କର୍ମଚାରୀ । ଆରଟିଓ-୧ର କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ RTO -୨ କୁ ସିଲ୍ କରାଯାଇଛି । ପୂର୍ବରୁ ଆରଟିଓ-୧କୁ ସିଲ୍ କରାଯାଇଥିଲା । ଆରଟିଓ-୧ର ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ଏବେ ପୁଣି ୪ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ

ଜଣଙ୍କଠୁ ୧୦୭ଜଣ କରୋନା ସଂକ୍ରମିତ ହେଲେ କେମିତି ?

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ଶହେରୁ ଅଧିକ ଲୋକ । ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ସୁପର ସ୍ପ୍ରେଡର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ତଥ୍ୟ ସଂଗ୍ରହ କରିବା ସହ ସ୍ବାବ ପରୀକ୍ଷା କରାଯାଉଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଏନେଇ ସୂଚନା ଦେଇଛନ୍ତି ।

କେବଳ ସେହି ସଂକ୍ରମିତ ନୁହଁନ୍ତି ସଂକ୍ରମିତଙ୍କ ପରିବାର ସଂସ୍ପର୍ଷରେ ଆସି ମଧ୍ୟ ବହୁଜଣ ସଂକ୍ରମିତ ହୋଇଛନ୍ତି । ଯଦି ସେମାନେ ସମସ୍ତଙ୍କୁ ଧରାଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେବ ଏବଂ ଆଉ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ତେବେ ସେଠାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରାଯାଇଥିଲା । ଏବଂ ସେଠାରେ ଯାହାକୁ ବି ପିରୀକ୍ଷଣ କରାଯାଇଥିଲା ସେମାନେ ସମସ୍ତଙ୍କଠାରେ କରୋନା ରିପୋର୍ଟ ପ୍ରାୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ସଂକ୍ରମିତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ତାଙ୍କ ସଂସ୍ପର୍ଷରେ ଆସି ଆଉ ୧୦୭ଜଣ ସଂକ୍ରମିତ ହୋଇଛନ୍ତି । ପ୍ରଥମେ ୪୯ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ଚିହ୍ନଟ ହୋଇଥିଲେ ଆଜି ଆଉ ୫୮ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଛନ୍ତି । ଏବଂ ଏନେଇ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତେଣୁ ଏହି ଅଞ୍ଚଳରେ ବିଷୋଧନ କରାଯିବା ସହ କଣ୍ଟେନମେଣ୍ଟର ଅବଧି ଆହୁରି ବଢାଯାଇଛି । ଏବଂ ଏବେ ଏହି ସୁପର ସ୍ପ୍ରେଡର ପ୍ରସାଶନର ଚିନ୍ତା ବଢାଇଛି ।

( ରାଉରକେଲାରୁ ଅବନି ମହାପାତ୍ରଙ୍କ ରିପୋର୍ଟ )

ଆଇସୋଲେସନ ଓ୍ୱାର୍ଡରୁ ମଲ୍,୪ ହଜାର ଡଲାର ଗଣି ମାମୁଘରେ କାଟିବେ ୬ ମାସ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି  । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରି ନଥିବା ବେଳେ ସାମାଜିକ ଦୂରତା ହିଁ ହେଉଛି ଏକ ମାତ୍ର ପ୍ରତିକାର । ତେବେ ଯେଉଁ ମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି ବିଭିନ୍ନ ଦେଶର ସରକାର ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଉଛି । କିନ୍ତୁ କିଛି ମନ୍ଦ ପ୍ରକୃତିର ଲୋକ ଏହି ନିୟମକୁ ନମାନି ଆଇସେଲେସନ ଓ୍ୱାର୍ଡରୁ ଖସି ପଳାଉଛନ୍ତି । ଯେଉଁଥିପାଇଁ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ଏହି ଭଳି ଜଣେ ବ୍ୟକ୍ତି ଖସି ପଳାଇଥିବାରୁ ବହୁତ ବଡ଼ ଦଣ୍ଡ ଭୋଗିଛନ୍ତି ।

ନିକଟରେ ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ଜଣେ ୩୨ ବର୍ଷୀୟ ବ୍ୟକ୍ତି ଯାଇଥିଲେ । ଯିଏକି ସେଠାରେ ପହଞ୍ଚିବେ ପରେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । କରୋନା ହୋଇଥିବା ଜାଣି ତାଙ୍କୁ ଅକଲ୍ୟାଣ୍ଡର ଏକ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିଲା । କିନ୍ତୁ ସେ ସେଠାରୁ ଖସି ପଳାଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ପରେ ସେ ଏକ ବଡ଼ ମଲକୁ ଯାଇଥିଲେ । ସେଠାରେ ମନଇଚ୍ଛା ବୁଲିଥିଲେ ।

Cuttack MLA Found Positive

ସୂଚନା ଅନୁଯାୟୀ, କରୋନା ପଜିଟିଭ୍ ବ୍ୟକ୍ତି ସେଠାକାର ସ୍ଥାନୀୟ ସମୟ ପ୍ରାୟ ୬:୫୦ ସମୟରେ ଏକ ଆଇସୋଲେସନ ଓ୍ୱାର୍ଡରୁ ଖସି ପଳାଇଥିଲେ । ଏହି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ବ୍ୟକ୍ତି ଜଣକ ଜୁଲାଇ ୩ ରେ ଦିଲ୍ଲୀରୁ ଆସିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ କ୍ରିସ୍ ହପକିନ୍ସ ଏହି କାର୍ଯ୍ୟକୁ ସ୍ୱାର୍ଥପର ବୋଲି ବର୍ଣ୍ଣନା କରିଛନ୍ତି । ଖାଲି ସେତିକି ନୁହେଁ ଏହି କାରଣ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ବୋଲି କହିଛନ୍ତି । ପଳାଇବା ସମୟରେ ଜଣେ ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଯାଞ୍ଚ କରୁଥିଲେ, କିନ୍ତୁ ବାଡ କାମ କରିବା କଣ୍ଟ୍ରାକ୍ଟରଙ୍କ ବ୍ୟକ୍ତି ବୋଲି ଭାବି ସେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ସେଥିପାଇଁ ସେ ତାଙ୍କୁ ଅଟକାରଇବାକୁ ଚେଷ୍ଟା କରିଥିଲେ ।

୭୦ ମିନିଟରେ ଫେରି ଆସିଲେ

ଖବର ଅନୁଯାୟୀ, ମନ୍ତ୍ରୀ ହପକିନ୍ସ କହିଛନ୍ତି ଯେ ସେ ଭିକ୍ଟୋରିଆ ସେଣ୍ଟ ୱେଷ୍ଟର ମଲରେ ୨୦ ମିନିଟ୍ ବିତାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ବ୍ୟକ୍ତି ଜଣକ ଆଇସୋଲେସନ ଓ୍ୱାର୍ଡ ଛାଡ଼ିବାର ୭୦ ମିନିଟ ପରେ ତାଙ୍କ ଇଚ୍ଛା ମୁତାବକ ସ୍ୱାର୍ଡକୁ ଫେରିଥିଲେ । ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ତାଙ୍କୁ ୬ ମାସ ଜେଲଦଣ୍ଡ କିମ୍ବା ୬ ଜହାର ଡଲାର ଜୋରିମାନା ହୋଇପାରେ । ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ୨୩ ଟି ସକ୍ରିୟ ମାମଲା ଅଛି ଏବଂ ସମସ୍ତେ ବିଚ୍ଛିନ୍ନତା କିମ୍ବା କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୮୭ ଟି କରୋନା ମାମଲା ରୁଜୁ ହୋଇଛି ।

 

ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ୱାମୀ

ନିଆଳି: ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ମାରିଦେଲା ସ୍ୱାମୀ । ସ୍ତ୍ରୀ ରକ୍ତରେ ସ୍ୱାମୀ ଖେଳିଲା ହୋଲି । ସ୍ୱାମୀର ଛୁରାମାଡ଼ରେ ଗଲା ସ୍ତ୍ରୀର ଜୀବନ । କଟକ ସଦର ଥାନା ମହୁରା ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହୁରା ଗାଁର ଅଙ୍ଗନବାଡି କେନ୍ଦ୍ରକୁ ଡ୍ୟୁଟିରେ ଆସିଥିବା ଏ ଏନ୍ ଏମ୍ ପ୍ରିତୀ ପ୍ରଧାନଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ ଅକ୍ଷୟ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ପାଖରେ ଜଗି ବସିଥିଲା ନୃଂସଶ ସ୍ୱାମୀ ।

ସୂଚନା ଅନୁସାରେ ସବୁଦିନ ପରି ଆଜି ମହୁର ଗାଁକୁ ଟିକାକରଣ ପାଇଁ ଆସିଥିଲେ ଏ ଏନ୍ ଏମ୍ ପ୍ରିତୀ । କିଛି ସମୟପରେ ତାଙ୍କ ସ୍ୱାମୀ ସେଠାରେ ଆସି ତାଙ୍କ ସହ କଥା ହୋଇଥିଲେ । ତେବେ କଥା ହେବାର କିଛି ସମୟ ପରେ କୌଣସି କାରଣରୁ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲେ ଏବଂ  ଏଥିରେ ରାଗିଯାଇ ସ୍ୱାମୀ ଅକ୍ଷୟ ପ୍ରିତୀଙ୍କ ପେଟକୁ ଛୁରାମାଡ଼ କରିଥିଲେ । ଏବଂ ଘଟଣା ସ୍ଥଳରେ ହିଁ ପ୍ରିତୀଙ୍କ ଜୀବନ ଚାଲିଯାଇଥିଲା ।

ତେବେ ପ୍ରୀତିଙ୍କ ସ୍ୱାମୀ ପୂର୍ବରୁ ସେନାରେ ଥିଲେ ଏବଂ ତାଙ୍କର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବହିଷ୍କାର କରାଯାଇଥିଲା । ଘଟଣାକୁ ନେଇ ଅକ୍ଷୟ କହିଥିଲେ ଯେ, ପ୍ରୀତି ତାଙ୍କ ସହ ଗତ ୩ବର୍ଷ ହେବ ଖେଳୁଥିଲେ ତେଣୁ ସେ ତାଙ୍କୁ ହତ୍ୟା କରି କିଛି ଭୁଲ କରିନାହାଁନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରୀତିଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

(ନିଆଳିରୁ ରଘୁ ଆଚାର୍ଯ୍ୟ)

୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବି, ବାୟୁରେ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ୩୨ଟି ଦେଶର ୨୩୯ ବୈଜ୍ଞାନିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଲେଖିଥିବା ଚିଠିରେ କହିଛନ୍ତି, କରୋନା ଏକ ବାୟୁବାହୀ ଭୂତାଣୁ । ଯାହା ବାୟୁରେ ବ୍ୟାପିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ ଭୂତାଣୁଙ୍କର କ୍ଷୁଦ୍ର କଣିକା ବାୟୁରେ ରହି ଲୋକଙ୍କୁ ସଂକ୍ରମିତ କରିପାରେ । ତଥ୍ୟ ଉପରେ ଆଧାରିତ ଏହି ରିପୋର୍ଟକୁ WHO ମଧ୍ୟ ଗ୍ରହଣ କରିସାରିଛି ।

WHOରେ କୋଭିଡ୍-୧୯ ମହାମାରୀ ସହ ଜଡ଼ିତ ବୈଷୟିକ ମୁଖ୍ୟ ଡାକ୍ତର ମାରିଆ ୱା କରଖୋଭ କହିଛନ୍ତି, କରୋନା ଜୀବାଣୁ ବାୟୁରେ ରହିଥିବାର ପ୍ରମାଣ ରହିଛି । କିନ୍ତୁ ବର୍ତ୍ତମାନ ଏହି ବିଷୟରେ ସ୍ପଷ୍ଟ ଭାବରେ କିଛି କୁହାଯାଇପାରିବ ନାହିଁ । ତଥାପି, ଜନଗହଳି ପୂର୍ଣ୍ଣ ସର୍ବସାଧାରଣ ସ୍ଥାନ ଏବଂ ବନ୍ଦ ସ୍ଥାନରେ ପବନ ମାଧ୍ୟମରେ ଭାଇରସ୍ ବିସ୍ତାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ଏହି ଅନୁସନ୍ଧାନ ତଥ୍ୟ ଆସନ୍ତା ସପ୍ତାହରେ ‘ସାଇଣ୍ଟିଫିକ୍ ଜର୍ନାଲ୍’ରେ ପ୍ରକାଶିତ ହେବାର ସମ୍ଭାବନା ରହିଛି । ଶ୍ୱାସକ୍ରିୟା ସଂକ୍ରମଣ ଯେପରିକି କୋଭିଡ -୧୯ ବିଭିନ୍ନ ଆକାରର ବୁନ୍ଦା (ଛିଞ୍ଚିବା) ମାଧ୍ୟମରେ ବିସ୍ତାର ହୁଏ | ବ୍ୟାସରେ ୫-୧୦ ମାଇକ୍ରୋନ୍ସରୁ ବଡ କଣିକା ଗୁଡିକୁ ଶ୍ୱାସକ୍ରିୟା ବୁନ୍ଦା ଭାବରେ ବିବେଚନା କରାଯାଉଥିବା ବେଳେ ୫ ମାଇକ୍ରୋନ୍ସରୁ ଛୋଟ କଣିକା ହେଉଛି ନ୍ୟୁକ୍ଲି ବୁନ୍ଦା  ।

WHO ଅନୁଯାୟୀ, କୋଭିଡ -୧୯ ର ଜୀବାଣୁ ମୁଖ୍ୟତଃ ଶ୍ୱାସକ୍ରିୟା ବୁନ୍ଦା ଏବଂ ଛୁଇଁବା ଦ୍ୱାରା ବ୍ୟାପିଥାଏ । ବୈଜ୍ଞାନିକଙ୍କ ଚିଠିରୁ ଜଣାପଡିଛି ଯେ ଏହା  ଏରୋସୋଲ ଟ୍ରାନ୍ସମିସନ ଅର୍ଥାତ୍ ବାୟୁବାହୀ ସଂକ୍ରମଣ ମଧ୍ୟ ହୋଇପାରେ । WHO ଅନୁସାରେ, କାଶିବା, ଛିଙ୍କିବା କିମ୍ବା କହିବା ସମୟରେ ଜୀବାଣୁଙ୍କର ବୁନ୍ଦା ବାହାରିଥାଏ, ଯାହା ମାଧ୍ୟାକର୍ଷଣ ଶକ୍ତି ହେତୁ ପ୍ରାୟ ୧ ମିଟର ଦୂର ଯିବା ପରେ ଭୂମିରେ ପଡେ | ଏହା ପରେ ବାୟୁରେ ଜୀବାଣୁ ମିଶିବାର କୌଣସି ପ୍ରଶ୍ନ ନାହିଁ । ଅନ୍ୟପକ୍ଷରେ, ୨୩୯ ବୈଜ୍ଞାନିକ ପ୍ରମାଣ ଦେଇଛନ୍ତି ଯେ ନ୍ୟୁକ୍ଲିୟ ବୁନ୍ଦା (5 ମାଇକ୍ରନ୍ ଠାରୁ ଛୋଟ) କେବଳ ବାୟୁରେ ୧ ମିଟରରୁ ଅଧିକ ପର୍ଯ୍ୟନ୍ତ ବିସ୍ତାର କରେ ନାହିଁ, ବରଂ ଏହା ଅଧିକ ସମୟ ପାଇଁ ବିପଦ ମଧ୍ୟ ସୃଷ୍ଟି କରେ । ବୈଜ୍ଞାନିକମାନଙ୍କ ଏହି ଯୁକ୍ତିରେ ସତ୍ୟତା ଥିଲେ ଏହି ଭୂତାଣୁ ଆମ ଚିନ୍ତାଧାରା ଅପେକ୍ଷା ଅଧିକ ବିପଜ୍ଜନକ ହେବ ।

WHO ଅନୁଯାୟୀ, ବାୟୁରେ ଭୂତାଣୁ ସଂକ୍ରମଣ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସମ୍ଭବ ହୋଇପାରେ । ଖୋଲା ଶ୍ୱାସକ୍ରିୟା ଏବଂ ଫ୍ଲାଟ ଶୋଇବା ବ୍ୟତୀତ ରୋଗୀମାନେ ଭେଣ୍ଟିଲେଟର ଅପସାରଣ ଏବଂ ବ୍ରୋଞ୍ଚୋସ୍କୋପି, ଇଣ୍ଟୁବେସନ ପୂର୍ବରୁ ମାନୁଆଲ ଭେଣ୍ଟିଲେସନ ଏବଂ ନନ୍-ଇନ୍ୱେସିଭ ପଜିଟିଭ ପ୍ରେସର ଭେଣ୍ଟିଲେସନ ସମୟରେ ଏହାର ବିପଦ ବଢିପାରେ ।

ସୂଚନା ଅନୁଯାୟୀ, WHO କହିଛି ପ୍ରାଥମିକ ଅନୁସନ୍ଧାନକୁ ଯତ୍ନର ସହ ବ୍ୟାଖ୍ୟା କରାଯିବା ଆବଶ୍ୟକ । ଯଦି ଏହି ପ୍ରମାଣଗୁଡିକ ପରୀକ୍ଷା କରାଯାଏ, ଅନୁସନ୍ଧାନକାରୀମାନେ ଦେଖିବେ କେଉଁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବାୟୁ ଦ୍ୱାରା ଭୂତାଣୁର ବିପଦ ବଢୁଛି । ତା’ସହ ଭୂତାଣୁ କେତେ ଦିନ ବାୟୁରେ ରୁହେ ଏବଂ କ’ଣ ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭୂତାଣୁ କ୍ରମାଗତ ଭାବରେ ସଂକ୍ରମିତ ହୁଏ ? ତାହା ମଧ୍ୟ ଦେଖିବାକୁ ପଡିବ ।

ଯଦି ଏହି ସଂକ୍ରମଣ ବାୟୁରେ ଲୋକଙ୍କୁ ଶିକାର କରୁଛି, ତେବେ ମାସ୍କ ପିନ୍ଧିବାର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ହେବ । ଏହି ‘ଏରୋସୋଲ୍ ଟ୍ରାନ୍ସମିସନ୍’କୁ ଏଡ଼ାଇବା ପାଇଁ, ଲୋକମାନେ N-95 ମାସ୍କ ପିନ୍ଧିବାକୁ ଆବେଦନ କରିପାରିବେ, ଯାହାକୁ ଡାକ୍ତରଖାନାରେ ଡାକ୍ତରମାନେ ମଧ୍ୟ ପିନ୍ଧୁଛନ୍ତି । ତଥାପି ମାସ୍କର ଉପଲବ୍ଧତା ଏବଂ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଅନେକ କିଛି ନିର୍ଭର କରିବ | N-95 ମାସ୍କ ପିନ୍ଧିଦେଲେ ସଂପୂର୍ଣ୍ଣ ସୁରକ୍ଷିତ ଭାବିବା ଭୁଲ୍ ।

(ଅନୁରାଧା ବାରିକ)

ଜାଣନ୍ତୁ ସେହି ତିନୋଟି ଟ୍ରଷ୍ଟ ବାବଦରେ ଯାହା ସହ ରହିଛି ଗାନ୍ଧୀ ପରିବାରର ସମ୍ପର୍କ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ତିନୋଟି ଟ୍ରଷ୍ଟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତଦନ୍ତ କରିବ। ଏଥିପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି, ଯାହା ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚେରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ କରିବ । ଇଡିର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହାର ତଦନ୍ତ କରିବେ । ଗାନ୍ଧୀ ପରିବାରର ଦୁଇଟି ଟ୍ରଷ୍ଟ ନିୟମ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଏହି ଯାଞ୍ଚରୁ ଜଣାପଡିବ ।

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଯେତେବେଳେ କଂଗ୍ରେସ  କ୍ରମାଗତ ଭାବରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଘେରି ରହିଥିଲେ ଏଭଳି ପରିସ୍ଥିତିରେ ବିଜେପି ସଭାପତି ଜେପି ନଡ୍ଡା ଅଭିଯୋଗ କରିଥିଲେ ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ୍‌ରୁ ଆର୍ଥିକ ସହାୟତା ମିଳୁଥିଲା। କେବଳ ଏତିକି ନୁହେଁ, ନଡ୍ଡା କହିଛନ୍ତି, ମନମୋହନ ସିଂ ଅର୍ଥମନ୍ତ୍ରୀ ଥିଲାବେଳେ ୧୯୯୧ ବଜେଟରେ ଫାଉଣ୍ଡେସନକୁ ୧୦୦ କୋଟି ଟଙ୍କା ଦେଇଛନ୍ତି । ତେବେ କଂଗ୍ରେସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସୀମା ବିବାଦ ପ୍ରସଙ୍ଗରୁ ଧ୍ୟାନ ଉଠାଇବା  ପାଇଁ ବିଜେପି ଏଭଳି ଅଭିଯୋଗ କରୁଛି।

ରାଜୀବ ଗାନ୍ଧୀ ଫାଉଣ୍ଡେସନ କ’ଣ…?

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ସୋନିଆ ଗାନ୍ଧୀ ୨୧ ଜୁନ୍ ୧୯୯୧ରେ ଏହି ଟ୍ରଷ୍ଟ ଆରମ୍ଭ କରିଥିଲେ। ଗାନ୍ଧୀ ପରିବାରଙ୍କ ଏହି ଫାଉଣ୍ଡେସନ୍ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ମହିଳା ଏବଂ ଶିଶୁ ବିକାଶ, ଭିନ୍ନକ୍ଷମ ସହାୟତା, ଶାରୀରିକ ଅକ୍ଷମ, ପଞ୍ଚାୟତ ରାଜ, ପ୍ରାକୃତିକ ସମ୍ପଦ ପରିଚାଳନା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରିଥାଏ । ସଂଘର୍ଷରେ ପ୍ରଭାବିତ ପିଲାମାନଙ୍କୁ ଶିକ୍ଷାଗତ ସହାୟତା, ଦିବ୍ୟାଙ୍କଙ୍କୁ ସହାୟତା ଏବଂ କେମ୍ବ୍ରିଜରେ ପଢିବା ପାଇଁ ଯୋଗ୍ୟ ଭାରତୀୟ ପିଲାମାନଙ୍କୁ ଆର୍ଥିକ ସହାୟତା ଭଳି କାର୍ଯ୍ୟକ୍ରମଗୁଡିକ ଏହି ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ।

rahul sonia

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଲୋକମାନେ ଦେଉଥିବା ଅନୁଦାନ ଦ୍ୱାରା ପରିଚାଳିତ । ଏହି ଫାଉଣ୍ଡେସନର ଅଧ୍ୟକ୍ଷ ହେଉଛନ୍ତି ସୋନିଆ ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍, ମୋଟିକ୍ ସିଂ ଅହଲୁୱାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ, ଡକ୍ଟର ଶେଖର ରାହା, ସଞ୍ଜୀବ ଗୋଏଙ୍କା ଏବଂ ପ୍ରିୟଙ୍କା ଗାନ୍ଧୀ ଫାଉଣ୍ଡେସନର ଟ୍ରଷ୍ଟି ଅଛନ୍ତି।

ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର ଗଠନ

ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ୨୦୦୨ ମସିହାରେ ଗଠିତ ହୋଇଥିଲା  । ଏହାର ଉଦ୍ଦେଶ୍ୟ ହେଉଛି ଦେଶର ବଞ୍ଚିତ ସମାଜ ମୁଖ୍ୟତଃ ଗ୍ରାମାଞ୍ଚଳର ଗରିବ ଲୋକ ମାନଙ୍କ ବିକାଶମୂଳକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା । ଏହି ଟ୍ରଷ୍ଟ ବର୍ତ୍ତମାନ ରାଜୀବ ଗାନ୍ଧୀ ମହିଳା ବିକାଶ ପ୍ରକଳ୍ପ, ଇନ୍ଦିରା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଏବଂ ଅନୁସନ୍ଧାନ କେନ୍ଦ୍ର ପ୍ରକଳ୍ପ ଅଧୀନରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅତ୍ୟନ୍ତ ପଛୁଆ ଅଞ୍ଚଳରେ କାର୍ଯ୍ୟ କରୁଛି । ଏହି ଟ୍ରଷ୍ଟ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସକ୍ରିୟ ରହିଛି ।

ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର କାର୍ଯ୍ୟ

୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୫ ରେ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା। ଏହି ଟ୍ରଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନର ଆଦର୍ଶ ପ୍ରଚାର କରିବା ସହିତ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରିଥାଏ | ଏହି ଟ୍ରଷ୍ଟ ମାଧ୍ୟମରେ କଂଗ୍ରେସ ନେହେରୁ-ଗାନ୍ଧୀଙ୍କ ବିଚାର ଉପରେ ଗବେଷଣା କରିବା ଠାରୁ ଆରମ୍ଭ କରି ସମସ୍ତ ସାମାଜିକ କାର୍ଯ୍ୟ କରିଥାଏ। ଏହା ବ୍ୟତୀତ ପ୍ରତିବର୍ଷ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ପ୍ରଦର୍ଶନୀ ଆୟୋଜନ କରିଥାଏ ।

ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ ୧୯୮୬ ପରଠାରୁ ପ୍ରତିବର୍ଷ ସାମାଜିକ ସେବା, ନିରସ୍ତ୍ରୀକରଣ କିମ୍ବା ବିକାଶ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ଚୟନ କରି  ‘ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପୁରସ୍କାର’ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରରେ ୨୫ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଟ୍ରଫି ଏବଂ ଏକ ନଥିପତ୍ର ରହିଛି  ।  ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସଫଳତା ପାଇଁ ଇନ୍ଦିରା ମେମୋରିଆଲ୍ ଟ୍ରଷ୍ଟ ଆଜି ପର୍ଯ୍ୟନ୍ତ ୩୦ ଟି ଆନ୍ତର୍ଜାତୀୟ ସେଲିବ୍ରିଟି ଏବଂ ଅନୁଷ୍ଠାନକୁ ସମ୍ମାନିତ କରିସାରିଛି ।

ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ହେବା ପାଇଁ ଏକ ଲିଖିତ କାର୍ଯ୍ୟ ପ୍ରକାଶିତ ହେବା ଜରୁରୀ  । ଜର୍ମାନ ଚାନ୍ସଲର ଅଙ୍ଗେଲା ମୈର୍କେଲଙ୍କୁ ୨୦୧୩ ରେ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ, ୨୦୧୨ ରେ, ଲାଇବେରିଆର ରାଷ୍ଟ୍ରପତି ଏଲେନ୍ ଜାଁନସନ ସରଲିଫ ଏବଂ ୨୦୧୧ ମସିହାରେ ସାମାଜିକ କର୍ମୀ ଇଲା ରମେଶ ଭଟ୍ଟଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

 

 

 

ସରକାରଙ୍କ ଟାର୍ଗେଟରେ ଗାନ୍ଧି ପରିବାରର ୩ଟି ଟ୍ରଷ୍ଟ୍

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଫାଉଣ୍ଡେସନରେ ଫଣ୍ଡିଂକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି । ଏହାମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୃହମନ୍ତ୍ରଣାଲୟ ତରଫରୁ ଏକ କମିଟି ତିଆରି କରାଯାଇଛି ଯିଏକ କି ଏହି ଫାଉଣ୍ଡେସନର ଫଣ୍ଡିଂ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ନିୟମର ଉଲଂଘନର ଯାଞ୍ଚ କରିବ । କେନ୍ଦ୍ରିୟ ଗୃହ ମନ୍ତ୍ରଣାଳୟର ପ୍ରବକ୍ତାଙ୍କ ତରଫରୁ ବୁଧବାର ଦିନ ଏହା ଉପରେ ଏକ ଟ୍ୱିଟ କରି ସୂଚନା ଦିଆଯାଇଥିଲା । ଟ୍ୱିଟରେ କୁହାଯାଇଥିଲା ଯେ, କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି, ଯିଏ କି ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟିବିଲିଟି ଟ୍ରଷ୍ଟ ଏବଂ ଇନ୍ଦିରାଗାନ୍ଧି ମେମୋରିୟଲ ଟ୍ରଷ୍ଟର ଯାଞ୍ଚ କରିବ ।

ବହୁତ ଫ୍ୟାକ୍ଟ୍ରିର ଯାଞ୍ଚ ପାଇଁ ୩ଟି ଏଜେନ୍ସିକୁ ଦାୟିତ୍ୱ

ଏହି ଯାଞ୍ଚରେ PMLA ଆକ୍ଟ, ଇନକମ୍ ଟ୍ୟାକ୍ସ ଆକ୍ଟ, FCRA ଆକ୍ଟର ନିୟମ ଉଲ୍ଲଂଘନର ଯାଞ୍ଚ କରାଯିବ । ତେବେ କମିଟିର ତଦାରଖ ଇଡ଼ିର ସ୍ପେସାଲ ନିର୍ଦ୍ଦେଶକ କରିବେ । ସୂଚନା ଅନୁସାରେ, ଟ୍ରଷ୍ଟ ସହ ଜଡିତ ଫଣ୍ଡିଂ ଯାଞ୍ଚ ୩ଟି ଅଲଗା ଅଲଗା ଏଜେନ୍ସି କରିବେ । ଏହା ମଧ୍ୟରେ ସିବିଆର ଏକ ଟିମ୍ FCRA ଆକ୍ଟ ଅନୁସାରେ ମାମଲାକୁ ଯାଞ୍ଚ  କରିବ । ଏହାବ୍ୟତୀତ EDର ଏକ ଟିମ୍ PMLA ଉଲ୍ଲଂଘନ କରିବାର ଏବଂ ଆୟକର ବିଭାଗ ଟାକ୍ସ ସମ୍ବନ୍ଧିୟ ଯାଞ୍ଚ କରିବ ।

କଣ ହେଲା ପୂରା ଘଟଣା ?

ସୂଚନା ଅନୁସାରେ ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ମଧ୍ୟରେ ଯେତେବେଳେ କଂଗ୍ରେସ ପାର୍ଟି ବିଜେପିକୁ ଘେରିବା ଆରମ୍ଭ କଲା  ସେତେବେଳେ ବିଜେପି କଂଗ୍ରେସକୁ ଘେରିଥିଲା । ବିଜେପିକ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ତରଫରୁ ଅଭିଯୋଗ କରାଯାଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନରୁ ଫଣ୍ଡିଂ ମିଳୁଥିଲା । ଏହାବ୍ୟତୀତ ଦେଶ ପାଇଁ ଯେଉଁ ପ୍ରଧାମମନ୍ତ୍ରୀ ରିଲିଫ୍ ପାଣ୍ଠି ତିଆରି କରାଯାଇଥିଲା ସେଥିରୁ ମଧ୍ୟରୁ ମଧ୍ୟ ୟୁପି ସରକାର ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦେଇଥିଲେ । ବିଜେପିର ଅଭିଯୋଗ ଥିଲା କି ୨୦୦୫-୦୮ ପର୍ଯ୍ୟନ୍ତ PMNRF ତରଫରୁ ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଏହି ଟଙ୍କା ମିଳିଥିଲା ।

ଯଦିଓ ଜବାବରେ କଂଗ୍ରେସ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଦେଇଥିଲା ଏବଂ କୁହାଯାଇଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନ ଦେଶର ଫାଉଣ୍ଡେସନ ଏବଂ ଏହାର କାମ ଦେଶର ସେବା କରିବା ।

କଂଗ୍ରେସ କହିଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନକୁ ୨୦୦୫-୦୬ରେ PMNRF ୨୦ଲକ୍ଷ ଟଙ୍କାର ସାଧାରଣ ଧନରାଶୀ ମିଳିଥିଲା ଯାହା ବ୍ୟବହାର ଆଣ୍ଡାମାନ- ନିକୋବର ସମୂହରେ ଖର୍ଚ୍ଚ କରାଯାଇଥିଲା ।

ଆଦିତ୍ୟ ଦାଶଙ୍କୁ ମଦ ମାଫିଆ ଧମକ ଦେଉଥିଲା କି ? ମଦ ବିରୋଧରେ ଯିବା ମହଙ୍ଗା ପଡିଲା !

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ଏମିତି କିଛି ଦାବି ତାଙ୍କ ସହଯୋଗୀ ଓ ବନ୍ଧୁ ଦାବି କରୁଛନ୍ତି । ହତ୍ୟା ସନ୍ଦେହକୁ ଆଧାର କରି ପୋଲିସ ତଦନ୍ତ କରୁ ବୋଲି ସେମାନେ ଦାବି କରୁଛନ୍ତି । ଆଦିତ୍ୟଙ୍କ ସହଯୋଗୀ ମାନେ କହିବା କଥା ହେଉଛି ଆଦିତ୍ୟଙ୍କ ଭଳି ଦୃଢ ମନୋବଳ ରଖୁଥିବା ବ୍ୟକ୍ତି କେବେ ମଧ୍ୟ ଆତ୍ମହତ୍ୟା କରିବେ ନାହିଁ । ସେମାନେ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ଆଦିତ୍ୟଙ୍କ ହତ୍ୟା ହୋଇଛି ବୋଲି କହୁଛନ୍ତି ।

ପୋଲିସ ଆଦିତ୍ୟଙ୍କ ଡାଏରୀ ଯାଂଚ୍ କରୁ ବୋଲି ସେମାନେ କହୁଛନ୍ତି । ଆଦିତ୍ୟଙ୍କ ବନ୍ଧୁ ମାନେ ଏଭଳି ଦାବି ପାଇଁ ତାଙ୍କର ମଦ ବିରୋଧୀ ଆନ୍ଦୋଳନକୁ କାରଣ ଭାବେ ନେଉଛନ୍ତି । ସୂଚନାଯୋଗ୍ୟ ଯେ, ଆଦିତ୍ୟ ମଦ ବିରୋଧୀ ଆନ୍ଦୋଳନ ସହ ସଂପୃକ୍ତ ଥିଲେ । ଓଡ଼ିଶାରେ ମଦ ବନ୍ଦ କରିବା ପାଇଁ ସେ ଆନ୍ଦୋଳନ କରୁଥିଲେ । ଆଦିତ୍ୟଙ୍କ ସଂଗଠନ ମଦ ବିରୋଧୀ ଆନ୍ଦୋଳନ ଆଗରେ ଥିଲେ । ମଦ ବନ୍ଦ କରିବା ପାଇଁ ତାଙ୍କ ଆନ୍ଦୋଳନ ଯୋଗୁ ସେ ମଦ ମାଫିଆ ଟାର୍ଗେଟକୁ ଆସିଥିଲେ ବୋଲି ସାଙ୍ଗସାଥୀ ଭାବୁଛନ୍ତି । ଆଦିତ୍ୟଙ୍କ ବନ୍ଧୁମାନଙ୍କ ଦାବି ଯେ,ଆଦିତ୍ୟଙ୍କୁ ମଦ ମାଫିଆ ଧମକ ଚମକ ଦେଉଥିଲା । ହୁଏତ ଏହି ଧମକ ଚମକରେ ଭୟଭୀତ ହୋଇ ସେ ଡିପ୍ରେସନ୍ ଭିତରକୁ ଚାଲିଯାଇଥିଲେ । ଡିପ୍ରେସନର ଶିକାର ହୋଇ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିଚିତ ଅଭିଯୋଗ କରୁଛନ୍ତି ।

Aditya Dash

ଆଦିତ୍ୟଙ୍କ ମୃତଦେହ ଯେଉଁଭଳି ଉଦ୍ଧାର ହୋଇଥିଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଆଦିତ୍ୟ ଦାଶଙ୍କୁ ହତ୍ୟା କରି ରେଳ ଲାଇନରେ ଫୋପାଡି ଦିଆଯାଇଛି ବୋଲି ଅଭିଯୋଗ ହେଉଛି । ଏନେଇ ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ଟ୍ରେଣ୍ଡ୍ କରାଯାଉଛି । ଆଦିତ୍ୟ ଯଦି ଆତ୍ମହତ୍ୟା କରିଥିଲେ ତେବେ ସାଙ୍ଗରେ ଲୁଙ୍ଗି କ’ଣ ପାଇଁ ନେଇକରି ଯାଇଥିଲେ ? ସେ ଆତ୍ମହତ୍ୟା କରିବା ପାଇଁ କ’ଣ ପାଇଁ ଷ୍ଟେସନକୁ ଯାଇଥିଲେ ? ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତି ଦୂରକୁ ଛିଟିକି ପଡନ୍ତି କିନ୍ତୁ ଆଦିତ୍ୟଙ୍କ ସହ ସେମିତି କିଛି ଘଟିନଥିଲା । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଭାଇରାଲ ହେଉଥିବା ଗୋଟିଏ ଭିଡିଓର ଲିଙ୍କ୍ ତଳେ ଦିଆଯାଇଛି । ଦେଖନ୍ତୁ କେଉଁଭଳି ଭାବେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି

https://www.facebook.com/subhasis.sarangi.7/videos/1441207582730679/?story_fbid=1441212342730203&id=100005243530673

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

ଦାମ୍ପତ୍ୟ ଜୀବନ ଉପରେ ପ୍ରଶ୍ନ ଉଠାଇଲେ ଆଦିତ୍ୟଙ୍କ ସାଙ୍ଗ, ବିଦ୍ୟାଶ୍ରୀଙ୍କୁ ମାଗିଲେ ଜବାବ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ଦାମ୍ପତ୍ୟ ଜୀବନକୁ ନେଇ ପ୍ରଶ୍ନ ଉଠୁଛି । ଆଦିତ୍ୟଙ୍କ ବିବାହକୁ ମାସେ ପୁରିନଥିଲେ ମଧ୍ୟ ପାରିବାରିକ ଜୀବନରେ ସବୁକିଛି ଠିକ୍ ଚାଲୁନଥିଲା ବୋଲି ବନ୍ଧୁ ଓ ସହକର୍ମୀ ମାନେ କହୁଛନ୍ତି । ନନ୍ଦିଘଷ ଟିଭିକୁ ସାକ୍ଷାତକାର ଦେଇ ଆଦିତ୍ୟଙ୍କ ଜଣେ ବାନ୍ଧବୀ ଏହି ପ୍ରଶ୍ନ ଉଠାଇଛନ୍ତି । ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମନୋମାଲିନ୍ୟ ଥିବା ଆଡକୁ ସେ ଇଙ୍ଗିତ କରିଛନ୍ତି । ସେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ସବୁକିଛି ସ୍ପଷ୍ଟ କରିବାକୁ କହିଛନ୍ତି ।

 ସିଧାସଳଖ ଭାବେ ନକହିଲେ ମଧ୍ୟ ତାଙ୍କର ଜଣେ ମହିଳା ବନ୍ଧୁ ଆଦିତ୍ୟଙ୍କ ପତ୍ନୀଙ୍କଠାରୁ ପୁଣି ଥରେ ସ୍ପଷ୍ଟୀକରଣ ଚାହୁଁଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାସ୍ତବରେ ସେଦିନ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କ’ଣ ଘଟିଥିଲା, ସେସବୁର ଘଟଣାକ୍ରମରେ ଦ୍ୱନ୍ଦ ରହୁଛି ।

https://www.facebook.com/NandighoshaTV/videos/301653907550731/

ସ୍ପଷ୍ଟ ଭାବେ ଜଣାପଡୁନି ସତ କ’ଣ । ସେହିଭଳି ତାଙ୍କ ପତ୍ନୀ କହୁଥିବା କଥା ଅନ୍ୟମାନଙ୍କ ମତ ସହ ମଧ୍ୟ ମେଳ ଖାଉନି । ଏଣୁ ତାଙ୍କଠାରୁ ପୁଣି ଥରେ ବୟାନ ନେଇ ଘଟଣା ଉପରେ ସ୍ପଷ୍ଟୀକରଣ ମଗାଯାଉ ବୋଲି ସେ ଦାବି କରିଛନ୍ତି ।

ତାଙ୍କ ମହିଳା ବନ୍ଧୁ ଏହାମଧ୍ୟ କହିଛନ୍ତି ଯେ ଆଦିତ୍ୟ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ସେ ଜଣେ ଦୃଢମନା ବ୍ୟକ୍ତିତ୍ୱ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଭାବିବା ଉଚିତ୍ ନୁହେଁ । ଏହା ପଛରେ ଅନେକ ରହସ୍ୟ ରହିଛି ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ, ଆଦିତ୍ୟ  ତାଙ୍କର ଜଣେ ବନ୍ଧୁ ବିକାଶଙ୍କ ସହ କୁଆଡେ  ମୃତ୍ୟୁର ପୂର୍ବ ଦିନ ରାତିରେ ଦେଖା ହୋଇଥିଲେ । କଥାବାର୍ତ୍ତା ବେଳେ ସେ ବାହା ହୋଇ ଭୂଲ୍ କରିଥିବା କଥା ମଧ୍ୟ ବିକାଶଙ୍କୁ କହିଥିବା କୁହାଯାଉଛି  । ତେବେ ଏଭଳି କଥାର ସତ୍ୟତା କେତେ ତାହା ପୋଲିସ ତଦନ୍ତରୁ ଜଣା ପଡିବ ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

 

ପୁଣି ବିଦ୍ୟାଶ୍ରୀଙ୍କ ବୟାନ କାହିଁକି ନେବ ଜିଆରପି ପୋଲିସ ?

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଅଧିକ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ସାଙ୍ଗସାଥୀ ସେ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସହକର୍ମୀ ଓ ସାଙ୍ଗସାଥୀ କହୁଛନ୍ତି । ହତ୍ୟା ଦିଗକୁ ନେଇ ପୋଲିସ ତଦନ୍ତ କରୁ ବୋଲି ସେମାନେ ଦାବି କରୁଛନ୍ତି । ଏଣେ ଜିଆରପି ପୋଲିସ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବୟାନ ପୁଣିଥରେ ନେବ ବୋଲି ଜଣା ପଡିଛି ।

grp sp

ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବାହାଘରକୁ ମାସେ ପୁରିବା ପୂର୍ବରୁ ହିଁ ତାଙ୍କର ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ଆଦିତ୍ୟାଙ୍କ ସହ କିଛି ଦିନ ଧରି ବିଦ୍ୟାଶ୍ରୀଙ୍କ ମନୋମାଲିନ୍ୟ ଚାଲୁଥିଲା ବୋଲି ଖୋଦ ବିଦ୍ୟାଶ୍ରୀ କହିଛନ୍ତି । ବିଦ୍ୟାଶ୍ରୀଙ୍କ ବୟାନ ଜିଆରପି ନେଇଥିଲା କିନ୍ତୁ ଏବେ ପୁଣିଥରେ ବିଦ୍ୟାଶ୍ରୀଙ୍କ ବୟାନ ନେବ ବୋଲି କହିଛନ୍ତି ରେଲୱ ଏସପି ଅଶୋକ ବିଶ୍ୱାଳ । ପ୍ରାରମ୍ଭିକ ତଦନ୍ତରୁ ମୃତ୍ୟୁ ପଛର କାରଣ ଆତ୍ମହତ୍ୟା ବୋଲି ଜଣାପଡୁଥିବା ଏସପି କହିଛନ୍ତି  । ତେବେ ହତ୍ୟା ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।

why Adity choosed Bidyashree as wife

ତଦନ୍ତ ପରିସର ଭିତରକୁ ଆଦିତ୍ୟଙ୍କ ପରିବାରବର୍ଗ ଓ ସାଙ୍ଗସାଥୀ ଆସିବେ ବୋଲି ଏସପି ସ୍ପଷ୍ଟ କରିଛନ୍ତି । ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲର ଫରେନସିକ୍ ଜାଂଚ୍ ହେବ ବୋଲି ସେ କହିଛନ୍ତି ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନଥିବା ଉପରେ ପ୍ରଶ୍ନର ଉତ୍ତର ଦେଇ ଏସପି କହିଥିଲେ ଯେ, ତାଙ୍କ ପତ୍ନୀଙ୍କର ବୟାନ ଆମେ ପୁଣିଥରେ ନେବୁ । ଆଦିତ୍ୟ ଡିପ୍ରେସନରେ ଥିଲେ ତେବେ ଡିପ୍ରେସନର କାରଣ କ’ଣ ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।ସୂଚନାଯୋଗ୍ୟ ଯେ, ଆଦିତ୍ୟ ମାସକ ତଳେ ବିବାହ କରିଥିଲେ । ବିଦ୍ୟାଶ୍ରୀ ଓଡିଆ ମନୋରଂଜନ ଶିଳ୍ପ ସହ ଜଡିତ ଥିଲେ । ଆଦିତ୍ୟଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ପ୍ରଥମେ ଗୁଣି ଗାରେଡି କଥା କହିଥିଲେ । ସେ ମଧ୍ୟ ଆଦିତ୍ୟ ଗତ କିଛିଦିନ ଧରି ଭୟଭୀତ ରହୁଥିଲେ ବୋଲି କହିଥିଲେ । ଆଦିତ୍ୟ ଉପରମହଲାରୁ ତଳ ମହଲାକୁ ଗେଟରେ ଚାବି ପକାଇବାକୁ ମଧ୍ୟ ଆସିବାକୁ ଭୟ କରୁଥିଲେ ବୋଲି ବିଦ୍ୟାଶ୍ରୀ କହୁଥିଲେ  । ତେବେ ଆଦିତ୍ୟ କାହାକୁ ଭୟ କରୁଥିଲେ ଓ କାହିଁକି ଭୟ କରୁଥିଲେ ତାହା ହେଉଛି ବଡ ପ୍ରଶ୍ନ  ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)