ଦାମ୍ପତ୍ୟ ଜୀବନ ଉପରେ ପ୍ରଶ୍ନ ଉଠାଇଲେ ଆଦିତ୍ୟଙ୍କ ସାଙ୍ଗ, ବିଦ୍ୟାଶ୍ରୀଙ୍କୁ ମାଗିଲେ ଜବାବ

1 min read
Aditya's friends demand clarification from his Wife.

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ଦାମ୍ପତ୍ୟ ଜୀବନକୁ ନେଇ ପ୍ରଶ୍ନ ଉଠୁଛି । ଆଦିତ୍ୟଙ୍କ ବିବାହକୁ ମାସେ ପୁରିନଥିଲେ ମଧ୍ୟ ପାରିବାରିକ ଜୀବନରେ ସବୁକିଛି ଠିକ୍ ଚାଲୁନଥିଲା ବୋଲି ବନ୍ଧୁ ଓ ସହକର୍ମୀ ମାନେ କହୁଛନ୍ତି । ନନ୍ଦିଘଷ ଟିଭିକୁ ସାକ୍ଷାତକାର ଦେଇ ଆଦିତ୍ୟଙ୍କ ଜଣେ ବାନ୍ଧବୀ ଏହି ପ୍ରଶ୍ନ ଉଠାଇଛନ୍ତି । ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମନୋମାଲିନ୍ୟ ଥିବା ଆଡକୁ ସେ ଇଙ୍ଗିତ କରିଛନ୍ତି । ସେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ସବୁକିଛି ସ୍ପଷ୍ଟ କରିବାକୁ କହିଛନ୍ତି ।

 ସିଧାସଳଖ ଭାବେ ନକହିଲେ ମଧ୍ୟ ତାଙ୍କର ଜଣେ ମହିଳା ବନ୍ଧୁ ଆଦିତ୍ୟଙ୍କ ପତ୍ନୀଙ୍କଠାରୁ ପୁଣି ଥରେ ସ୍ପଷ୍ଟୀକରଣ ଚାହୁଁଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାସ୍ତବରେ ସେଦିନ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କ’ଣ ଘଟିଥିଲା, ସେସବୁର ଘଟଣାକ୍ରମରେ ଦ୍ୱନ୍ଦ ରହୁଛି ।

#ଆଦିତ୍ୟଙ୍କ_ସ୍ତ୍ରୀ_ଉତ୍ତର_ଦିଅନ୍ତୁ

#ଆଦିତ୍ୟଙ୍କ_ସ୍ତ୍ରୀ_ଉତ୍ତର_ଦିଅନ୍ତୁ….#ତାଙ୍କ_ଉତ୍ତରରେ_ସବୁ_ଜିନିଷ_ନିର୍ଭର_କରୁଛିଦାମ୍ପତ୍ୟ ଜୀବନ ଉପରେ ପ୍ରଶ୍ନ ଉଠାଇଲେ ସାଙ୍ଗ । ବିଦ୍ୟାଶ୍ରୀଙ୍କୁ ଜାବାବ ମାଗିଲେ ସାଙ୍ଗ । #NandighoshaTV #AdityaDashDeath

Nandighosha TV यांनी वर पोस्ट केले बुधवार, ८ जुलै, २०२०

ସ୍ପଷ୍ଟ ଭାବେ ଜଣାପଡୁନି ସତ କ’ଣ । ସେହିଭଳି ତାଙ୍କ ପତ୍ନୀ କହୁଥିବା କଥା ଅନ୍ୟମାନଙ୍କ ମତ ସହ ମଧ୍ୟ ମେଳ ଖାଉନି । ଏଣୁ ତାଙ୍କଠାରୁ ପୁଣି ଥରେ ବୟାନ ନେଇ ଘଟଣା ଉପରେ ସ୍ପଷ୍ଟୀକରଣ ମଗାଯାଉ ବୋଲି ସେ ଦାବି କରିଛନ୍ତି ।

ତାଙ୍କ ମହିଳା ବନ୍ଧୁ ଏହାମଧ୍ୟ କହିଛନ୍ତି ଯେ ଆଦିତ୍ୟ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ସେ ଜଣେ ଦୃଢମନା ବ୍ୟକ୍ତିତ୍ୱ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଭାବିବା ଉଚିତ୍ ନୁହେଁ । ଏହା ପଛରେ ଅନେକ ରହସ୍ୟ ରହିଛି ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ, ଆଦିତ୍ୟ  ତାଙ୍କର ଜଣେ ବନ୍ଧୁ ବିକାଶଙ୍କ ସହ କୁଆଡେ  ମୃତ୍ୟୁର ପୂର୍ବ ଦିନ ରାତିରେ ଦେଖା ହୋଇଥିଲେ । କଥାବାର୍ତ୍ତା ବେଳେ ସେ ବାହା ହୋଇ ଭୂଲ୍ କରିଥିବା କଥା ମଧ୍ୟ ବିକାଶଙ୍କୁ କହିଥିବା କୁହାଯାଉଛି  । ତେବେ ଏଭଳି କଥାର ସତ୍ୟତା କେତେ ତାହା ପୋଲିସ ତଦନ୍ତରୁ ଜଣା ପଡିବ ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

 

Leave a Reply