ଜଣଙ୍କଠୁ ୧୦୭ଜଣ କରୋନା ସଂକ୍ରମିତ ହେଲେ କେମିତି ?

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ଶହେରୁ ଅଧିକ ଲୋକ । ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ସୁପର ସ୍ପ୍ରେଡର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ତଥ୍ୟ ସଂଗ୍ରହ କରିବା ସହ ସ୍ବାବ ପରୀକ୍ଷା କରାଯାଉଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଏନେଇ ସୂଚନା ଦେଇଛନ୍ତି ।

କେବଳ ସେହି ସଂକ୍ରମିତ ନୁହଁନ୍ତି ସଂକ୍ରମିତଙ୍କ ପରିବାର ସଂସ୍ପର୍ଷରେ ଆସି ମଧ୍ୟ ବହୁଜଣ ସଂକ୍ରମିତ ହୋଇଛନ୍ତି । ଯଦି ସେମାନେ ସମସ୍ତଙ୍କୁ ଧରାଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେବ ଏବଂ ଆଉ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ତେବେ ସେଠାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରାଯାଇଥିଲା । ଏବଂ ସେଠାରେ ଯାହାକୁ ବି ପିରୀକ୍ଷଣ କରାଯାଇଥିଲା ସେମାନେ ସମସ୍ତଙ୍କଠାରେ କରୋନା ରିପୋର୍ଟ ପ୍ରାୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ସଂକ୍ରମିତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ତାଙ୍କ ସଂସ୍ପର୍ଷରେ ଆସି ଆଉ ୧୦୭ଜଣ ସଂକ୍ରମିତ ହୋଇଛନ୍ତି । ପ୍ରଥମେ ୪୯ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ଚିହ୍ନଟ ହୋଇଥିଲେ ଆଜି ଆଉ ୫୮ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଛନ୍ତି । ଏବଂ ଏନେଇ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତେଣୁ ଏହି ଅଞ୍ଚଳରେ ବିଷୋଧନ କରାଯିବା ସହ କଣ୍ଟେନମେଣ୍ଟର ଅବଧି ଆହୁରି ବଢାଯାଇଛି । ଏବଂ ଏବେ ଏହି ସୁପର ସ୍ପ୍ରେଡର ପ୍ରସାଶନର ଚିନ୍ତା ବଢାଇଛି ।

( ରାଉରକେଲାରୁ ଅବନି ମହାପାତ୍ରଙ୍କ ରିପୋର୍ଟ )

Leave a Reply