ଆଦିତ୍ୟ ଦାଶଙ୍କୁ ମଦ ମାଫିଆ ଧମକ ଦେଉଥିଲା କି ? ମଦ ବିରୋଧରେ ଯିବା ମହଙ୍ଗା ପଡିଲା !

1 min read
Odisha news, liquor mafia Threatens Aditya Dash

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ଏମିତି କିଛି ଦାବି ତାଙ୍କ ସହଯୋଗୀ ଓ ବନ୍ଧୁ ଦାବି କରୁଛନ୍ତି । ହତ୍ୟା ସନ୍ଦେହକୁ ଆଧାର କରି ପୋଲିସ ତଦନ୍ତ କରୁ ବୋଲି ସେମାନେ ଦାବି କରୁଛନ୍ତି । ଆଦିତ୍ୟଙ୍କ ସହଯୋଗୀ ମାନେ କହିବା କଥା ହେଉଛି ଆଦିତ୍ୟଙ୍କ ଭଳି ଦୃଢ ମନୋବଳ ରଖୁଥିବା ବ୍ୟକ୍ତି କେବେ ମଧ୍ୟ ଆତ୍ମହତ୍ୟା କରିବେ ନାହିଁ । ସେମାନେ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ଆଦିତ୍ୟଙ୍କ ହତ୍ୟା ହୋଇଛି ବୋଲି କହୁଛନ୍ତି ।

ପୋଲିସ ଆଦିତ୍ୟଙ୍କ ଡାଏରୀ ଯାଂଚ୍ କରୁ ବୋଲି ସେମାନେ କହୁଛନ୍ତି । ଆଦିତ୍ୟଙ୍କ ବନ୍ଧୁ ମାନେ ଏଭଳି ଦାବି ପାଇଁ ତାଙ୍କର ମଦ ବିରୋଧୀ ଆନ୍ଦୋଳନକୁ କାରଣ ଭାବେ ନେଉଛନ୍ତି । ସୂଚନାଯୋଗ୍ୟ ଯେ, ଆଦିତ୍ୟ ମଦ ବିରୋଧୀ ଆନ୍ଦୋଳନ ସହ ସଂପୃକ୍ତ ଥିଲେ । ଓଡ଼ିଶାରେ ମଦ ବନ୍ଦ କରିବା ପାଇଁ ସେ ଆନ୍ଦୋଳନ କରୁଥିଲେ । ଆଦିତ୍ୟଙ୍କ ସଂଗଠନ ମଦ ବିରୋଧୀ ଆନ୍ଦୋଳନ ଆଗରେ ଥିଲେ । ମଦ ବନ୍ଦ କରିବା ପାଇଁ ତାଙ୍କ ଆନ୍ଦୋଳନ ଯୋଗୁ ସେ ମଦ ମାଫିଆ ଟାର୍ଗେଟକୁ ଆସିଥିଲେ ବୋଲି ସାଙ୍ଗସାଥୀ ଭାବୁଛନ୍ତି । ଆଦିତ୍ୟଙ୍କ ବନ୍ଧୁମାନଙ୍କ ଦାବି ଯେ,ଆଦିତ୍ୟଙ୍କୁ ମଦ ମାଫିଆ ଧମକ ଚମକ ଦେଉଥିଲା । ହୁଏତ ଏହି ଧମକ ଚମକରେ ଭୟଭୀତ ହୋଇ ସେ ଡିପ୍ରେସନ୍ ଭିତରକୁ ଚାଲିଯାଇଥିଲେ । ଡିପ୍ରେସନର ଶିକାର ହୋଇ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିଚିତ ଅଭିଯୋଗ କରୁଛନ୍ତି ।

Aditya Dash

ଆଦିତ୍ୟଙ୍କ ମୃତଦେହ ଯେଉଁଭଳି ଉଦ୍ଧାର ହୋଇଥିଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଆଦିତ୍ୟ ଦାଶଙ୍କୁ ହତ୍ୟା କରି ରେଳ ଲାଇନରେ ଫୋପାଡି ଦିଆଯାଇଛି ବୋଲି ଅଭିଯୋଗ ହେଉଛି । ଏନେଇ ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ଟ୍ରେଣ୍ଡ୍ କରାଯାଉଛି । ଆଦିତ୍ୟ ଯଦି ଆତ୍ମହତ୍ୟା କରିଥିଲେ ତେବେ ସାଙ୍ଗରେ ଲୁଙ୍ଗି କ’ଣ ପାଇଁ ନେଇକରି ଯାଇଥିଲେ ? ସେ ଆତ୍ମହତ୍ୟା କରିବା ପାଇଁ କ’ଣ ପାଇଁ ଷ୍ଟେସନକୁ ଯାଇଥିଲେ ? ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତି ଦୂରକୁ ଛିଟିକି ପଡନ୍ତି କିନ୍ତୁ ଆଦିତ୍ୟଙ୍କ ସହ ସେମିତି କିଛି ଘଟିନଥିଲା । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଭାଇରାଲ ହେଉଥିବା ଗୋଟିଏ ଭିଡିଓର ଲିଙ୍କ୍ ତଳେ ଦିଆଯାଇଛି । ଦେଖନ୍ତୁ କେଉଁଭଳି ଭାବେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି

https://www.facebook.com/subhasis.sarangi.7/videos/1441207582730679/?story_fbid=1441212342730203&id=100005243530673

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

Leave a Reply