ରାଜଧାନୀରେ ୪୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ୨୪ ଜଣ ଲୋକାଲ କଣ୍ଟାକ୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜ୍ୟ ମଧ୍ୟରୁ ପୁଣି ୫୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୦ ଜଣ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୫୦ ଜଣଙ୍କ ମଧ୍ୟରୁ ୪୬ ଜଣ ହେଉଛନ୍ତି କେବଳ ଭୁବନେଶ୍ୱରର । ଯେଉଁଥିରୁ କ୍ୱାରେଣ୍ଟାଇନରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ରାଜଧାନୀ ପାଇଁ ଏହା ହେଉଛି ଏକ ଚିନ୍ତାଜନକ ବିଷୟ । କାରଣ ଏଠାରେ କରୋନା ପୂର୍ବରୁ ନିୟନ୍ତ୍ରଣ ଭିତରେ ଥିବା ବେଳେ ଏବେ ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ଯାହା ରାଜଧାନୀ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛି ।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ପାତ୍ରପଡ଼ାରୁ ୧, କଟକ ରୋଡ ପୋଷ୍ଟ ଅଫିସ ପାଖରୁ ୧, ଘରୋଇ ହସ୍ପିଟାଲରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଆର୍‌ଟିଓ-୧ରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍‌-୮ରୁ ୧, ନୟାପଲ୍ଲୀ ୨, ଘାଟିକିଆ ୧, ବମିଖାଲ ୧, ପୋଖରିପୁଟ ୧, କୋଳଥିଆ ଏବଂ ଜୟଦେବଭିହାରରୁ ୧, ଗଙ୍ଗନଗରରୁ ୧ ଚିହ୍ନଟ ହୋଇଛନ୍ତି । ଏ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଏବେ ଆରମ୍ଭ ହୋଇଛି । ଏମାନେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ତାହା ଉପରେ ଏବେ ତଦନ୍ତ ଚାଲିଛି ।

ରାଜ୍ୟରେ ପୁଣି ୫୨୭ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠି କେତେ ?

RTO – ୧ରେ ପଜିଟିଭ ଚିହ୍ନଟ ପରେ ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ୩ ଦିନ ପାଇଁ ବନ୍ଦ ରହିବ ଆରଟିଓ- ୨  । ଆରଟିଓ-୧ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଆରଟିଓ-୨ର କିଛି କର୍ମଚାରୀ । ଆରଟିଓ-୧ର କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ RTO -୨ କୁ ସିଲ୍ କରାଯାଇଛି । ପୂର୍ବରୁ ଆରଟିଓ-୧କୁ ସିଲ୍ କରାଯାଇଥିଲା । ଆରଟିଓ-୧ର ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ଏବେ ପୁଣି ୪ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ

Leave a Reply