spot_img
Home Blog Page 6817

କରୋନା କବଳରେ ଆଉଜଣେ କରୋନା ଯୋଦ୍ଧା, ଚିକିତ୍ସାଳୟର ଆଉଟଡୋର ହେଲା ବନ୍ଦ

ଖୋର୍ଦ୍ଧା: କରୋନା କବଳରେ ଏବେ ଆଉ ଜଣେ କରୋନା ଯୋଦ୍ଧା । ପ୍ରଣ୍ଟଲାଇନରେ କରୋନା ସହ ଲଢ଼େଇ କରୁଥିବା ଯୋଦ୍ଧାଙ୍କୁ ଧିରେ ଧିରେ କରୋନା କବଳିତ କରିବାରେ ଲାଗିଛି । ଖୋର୍ଦ୍ଧା ମେଡିକାଲର ଜଣେ ଡାକ୍ତର କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସ୍ୱାବ ଟେଷ୍ଟ ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଛି । କରୋନା ଚିହ୍ନଟ ହେବା ପରେ ପୁରା ଡାକ୍ତରଖାନା ଉପରେ କୋଭିଡ ନିୟମକୁ ବଳବତର କରି କାର୍ଯ୍ୟ ଆରମ୍ଭ କରିଛି ।

ଏହାପରେ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ବନ୍ଦ କରିଦିଆଯାଇଛି । ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ସେପଟେ ଔଷଧ ବିତରଣ କେନ୍ଦ୍ର ମଧ୍ୟ ବନ୍ଦ ହୋଇଛି । ଖାଲି ସେତିକି ନୁହେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସେହି ଡାକ୍ତରଖାନାରେ ଥିବା ଅନ୍ୟ ଡାକ୍ତର ମାନଙ୍କୁ ସଚେତନ ରହିବାକୁ ସତର୍କ କରାଯାଇଛି ।

ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲ ପରିସରକୁ ସାନିଟାଇଜ କରାଯାଉଛି । ଏହାସହ ଡାକ୍ତରଖାନାକୁ ରୋଗୀ ଓ ସମ୍ପର୍କୀୟଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଏପର୍ଯ୍ୟନ୍ତ ଯେତିକି ରୋଗୀ ଆସିଥିଲେ ସେମାନଙ୍କୁ ବାହାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାିଛି । ଯଦି ଆମେ ଦେଖିବା ତେବେ ଖୋର୍ଦ୍ଧରୁ ପ୍ରତ୍ୟକ କରୋନା ପଜିଟିଭ ବାହାରୁଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଉପରେ ଟିପ୍ପଣୀ ଦେଇ ଘରେ ସମାଲୋଚନାର ଶିକାର ହେଉଛନ୍ତି ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଅଯୋଧ୍ୟା ଏବଂ ଭଗବାନ ରାମଙ୍କୁ ନେଇ ଦେଇଥିବା ଟିପ୍ପଣି ପାଇଁ ତାଙ୍କୁ ତାଙ୍କରି ନିଜ ଲୋକ ଘେରିଛନ୍ତି  । ଓଲିଙ୍କ ଏହି ବିବୃତ୍ତି କେବଳ ସୋସିଆଲ ମିଡିଆରେ ପରିହାସ କରାଯାଉନାହିଁ, ଅନେକ ବଡ ନେତା ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଏପରିକି ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନସିପି) ମଧ୍ୟ ଭାରତ ବିରୋଧୀ ବିବୃତ୍ତି ପାଇଁ ଓଲିଙ୍କୁ ଚେତାବନୀ ଦେଇସାରିଛି । ତାଙ୍କର ଏହି ଟିପ୍ପଣୀ ପାଇଁ ନେପାଳରେ ଚାଲିଥିବା ରାଜନୈତିକ ଶଙ୍କଟ ଆହୁରି ବଢିବା ନେଇ ଆଶଙ୍କା ରହିଛି ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ କମଲ ପ୍ରଚଣ୍ଡ ଦଳୀୟ ବୈଠକରେ ନିଜ କଥା ଉପରେ ନିୟନ୍ତ୍ରଣରେ ରଖିବାକୁ ଓଲିଙ୍କୁ ପରାମର୍ଶ ଦେଇସାରିଛନ୍ତି । ପ୍ରଚଣ୍ଡ, ଓଲିଙ୍କୁ କଡ଼ା ସମାଲୋଚନା କରିଥିଲେ, ଏବଂ କହିଥିଲେ ଦିଲ୍ଲୀରେ ବସି ତାଙ୍କୁ ଚେୟାରରୁ ହଟାଇବା ପାଇଁ  ଭାରତ  ଷଡଯନ୍ତ୍ର ରଚୁଥିବା କଥା କହି ସେ ଭୁଲ କରିଛନ୍ତି । ବର୍ତ୍ତମାନ ଓଲି ଦାବି କରିଛନ୍ତି ଯେ ସାଂସ୍କୃତିକ ଅତିକ୍ରମଣ ପାଇଁ ଭାରତ ନକଲି ଅଯୋଧ୍ୟା ତିଆରି କରିଛି । ଯେତେବେଳେ କି, ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି । ଓଲି ପ୍ରଶ୍ନ କରିଛନ୍ତି ଯେ ସେତେବେଳେ ଆଧୁନିକ ପରିବହନ ଏବଂ ମୋବାଇଲ୍ ଫୋନ୍ ନଥିଲା, ତେବେ ରାମ ଜନକପୁରକୁ କେମିତି ଆସିଲେ?

ନେପାଳର ଲେଖକ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ରମେଶ ନାଥ ପାଣ୍ଡେ ଟ୍ୱିଟ୍ କରି କହିଛନ୍ତି, “ଧର୍ମ ରାଜନୀତି ଏବଂ କୂଟନୀତି ଠାରୁ ଉପରେ ରହିଛି । ଏହା ଏକ ବଡ ଭାବପ୍ରବଣ ବିଷୟ । ସେ ନିଜର ଅଜ୍ଞାତ ଭାବନା ଏବଂ ଅବୋଧ ବାକ୍ୟ ଦ୍ୱାରା ଲଜ୍ଜିତ ହେଉଛନ୍ତି । ଏବଂ ଯଦି ପ୍ରକୃତ ଅଯୋଧ୍ୟା ବୀରଗଞ୍ଜ ନିକଟରେ ଅଛି ତେବେ ସରଯୁ ନଦୀ କେଉଁଠାରେ ଅଛି?

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ରାମ ଭଟ୍ଟରାୟ ଓଲିଙ୍କ ବିବୃତ୍ତିକୁ ଉପହାସ କରିଛନ୍ତି । ସେ ଏକ ଟୁଇଟ୍‌ରେ ଲେଖିଛନ୍ତି, ଆଦି-କବି ଓଲିଙ୍କ ଦ୍ୱାରା ରଚିତ କଳିଯୁଗର ନୂଆ ରାମାୟଣ ଶୁଣନ୍ତୁ, ସିଧା ବୈକୁଣ୍ଠ ଧାମକୁ ଯାତ୍ରା କରନ୍ତୁ ।

ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପ ପ୍ରମୁଖ ବିଷ୍ଣୁ ରିଜଲ ଲେଖିଛନ୍ତି, “ଏମିତି କହିବା ଏକ ବଡ ଭ୍ରମ ଯେ, କୌଣସି ବ୍ୟକ୍ତି ଅପ୍ରମାଣିକ, ପୌରାଣିକ ତଥା ବିବାଦୀୟ କଥା କହି ଜଣେ ପଣ୍ଡିତ ହୋଇଯାଏ । ଏହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ‘ରହସ୍ୟମୟ’ ଅଟେ।” ପ୍ରତିବାଦ ଏବଂ ଉତ୍ତେଜନା ପାଇଁ ପ୍ରତିଦିନ କିପରି ନୂଆ ବିବୃତ୍ତି ଦିଆଯାଉଛି ।

ଅନେକ ନେତା ଓଲିଙ୍କ ବିରୋଧରେ କହିଥିଲେ

ରାଷ୍ଟ୍ରିୟ ପ୍ରଜାତନ୍ତ୍ରୀ ପାର୍ଟିର ସହ-ଅଧ୍ୟକ୍ଷ କମଲ ଥାପା ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ଭିତ୍ତିହୀନ, ଅପ୍ରମାଣିତ ବିବୃତ୍ତିରୁ ଦୂରେଇ ରହିବା ଦରକାର । ଥାପା ଟ୍ୱିଟ୍ କରି କହିଛନ୍ତି ଯେ, ଲାଗୁଛି ଯେ ଓଲି ଉତ୍ତେଜନାର ସମାଧାନ କରିବା ବଦଳରେ ନେପାଳ-ଭାରତ ସମ୍ପର୍କକୁ ଆହୁରି ଖରାପ କରିବାକୁ ଚାହୁଁଛନ୍ତି । କେବଳ କମଲ ନୁହଁନ୍ତି, ନେପାଳର ଜାତୀୟ ଯୋଜନା ଆୟୋଗର ପୂର୍ବତନ ଉପାକ୍ଷ୍ୟକ୍ଷ ଚେତାବନୀ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତ୍ତି ପାଇଁ ଭାରତୀୟ ଗଣମାଧ୍ୟମ ବିବାଦୀୟ ହେଡଲାଇନ ତିଆରି କରିପାରିବ ।

ନେପାଳୀ କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ୨୦୬ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବ୍ଲୁବାଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ନେପାଳକୁ ସାଂସ୍କୃତିକ ରୂପରେ ଅତ୍ୟାଚାର କରାଯାଇଛି । ଐତିହାସିକ ତଥ୍ୟ ଗୁଡ଼ିକୁ ମଧ୍ୟ ଭଙ୍ଗାଯାଇଛି । ଆମେ ଏବେ ବି ବିଶ୍ୱାସ କରୁ ଯେ, ଆମେ ଭାରତୀୟ ରାଜକୁମାର ରାମଙ୍କୁ ସୀତାଙ୍କୁ ଦେଇଥିଲୁ। ସୋସିଆଲ ମିଡିଆରେ ମଧ୍ୟ ଏହି ବିବୃତ୍ତିରେ ଲୋକମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟକୁ ନେଇ ତାଙ୍କୁ ପରିହାସ କରୁଛନ୍ତି। ଏହି ବିବାଦୀୟ ବିବୃତ୍ତି ସମୟରେ ଓଲି ନିଜେ କହିଥିଲେ ଯେ ରାମ ନେପାଳର ବୋଲି କହିଥିବାରୁ ତାଙ୍କୁ ଅନେକ ବୁଦ୍ଧିଜୀବୀ  ପରିହାସ କରିବେ ।

ଇସ୍ତଫାରୁ ଧ୍ୟାନକୁ ହଟାଇବାର ଚେଷ୍ଟା

ଓଲିଙ୍କ ଏପରି ବିବୃତ୍ତି ମଧ୍ୟ ତାଙ୍କ ଇସ୍ତଫାରୁ ଧ୍ୟାନ ହଟାଇବାରେ ବୋଲି କୁହାଯାଉଛି । ନେପାଳୀ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗରେ ବିଭକ୍ତ ହେବାର ଲାଗିଛି ପ୍ରଚଣ୍ଡ ସମର୍ଥକମାନେ ଦାବି କରିଛନ୍ତି ଯେ, ଓଲି ଇସ୍ତଫା ଦିଅନ୍ତୁ । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଓଲି ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରଚଣ୍ଡଙ୍କ ବିନା ସରକାରକୁ ବଜାୟ ରଖିବାର ଉପାୟ ଖୋଜୁଛନ୍ତି । ଓଲିଙ୍କ ସମର୍ଥନରେ ଚୀନ୍ ରାଷ୍ଟ୍ରଦୂତ ମଧ୍ୟ ନେପାଳର ବଡ ନେତାଙ୍କ ସହ ନିରନ୍ତର ବୈଠକ କରୁଛନ୍ତି।

କଣ୍ଟେନମେଣ୍ଟ ଜୋନ୍‌ କାରଣରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ପ୍ରସବ ପିଡ଼ାରେ ଛଟପଟ ହେଲେ ମହିଳା

କନ୍ଧମାଳ: କଣ୍ଟେନମେଣ୍ଟ ଜୋନ କାରଣରୁ ରାସ୍ତା ବନ୍ଦ ଥିବା ଯୋଗୁ କଷ୍ଟ ପାଇଲେ ଗର୍ଭବତୀ ମହିଳା । କଣ୍ଟାଏ କାଳ ଧରି ପ୍ରସବ ପିଡ଼ାରେ ଛଟପଟ ହେଲେ ମହିଳା । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆରେ । ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସମ୍ପୃକ୍ତ ଗର୍ବଭତୀ ମହିଳା ଜଣଙ୍କୁ ପ୍ରଥମେ ଏକ ଯାତ୍ରୀବାହୀ ଅଟୋରେ ନିଆଯାଇଥିଲେ । ପରେ ବିପଦଜ୍ଜନକ ଭାବେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସରେ ନିଆଗଲା ।

ସୂଚନା ଅନୁଯାୟୀ, ବରେପାଙ୍ଗାର ରିପୁ ଦିଗାଲଙ୍କ ଗର୍ଭବତୀ ପତ୍ନୀ ଦେବୀ ଦିଗାଲ । ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଇକିଆ ହସ୍ପିଟାଲକୁ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ଥିଲା । କିନ୍ତୁ ଗମାଣ୍ଡି ଠାରେ କଣ୍ଟେମେଣ୍ଟ କାରଣରୁ ରାସ୍ତା ବନ୍ଦ ଯୋଗୁଁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ପାରି ନଥିଲା ।

ଫଳରେ ପରିବାର ଲୋକେ ଅଟୋରେ ମହିଳାଙ୍କୁ ଆମ୍ବୁଲାନ୍ସ ରହିଥିବା ସ୍ଥାନକୁ ଆଣିଥିଲେ । ପରେ ତାଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ରାଇକିଆ ହସ୍ପିଟାଲକୁ ନିଆଯାଇଥିଲା । ଗତକାଲି ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।

ଭାରତର ଏକମାତ୍ର ଗୋଲ୍ଡେନ ଟାଇଗରର ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ

ସୋସିଆଲ ମିଡିଆରେ ଗୋଲଡେନ ଟାଇଗରର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଗୋଲଡେନ୍ ଟାଇଗର ସୋସିଆଲ ମିଡିଆରେ ଖୁବ ଭଲ ପାଇବା ସାଉଁଟୁଛି । ଜଣାଇ ରଖୁଛୁ ଯେ, ଟାଇଗରର ଏହି ଫଟୋକୁ ଭାରତୀୟ ବନ ଅଧିକାରୀ (ଆଇଏଫଏସ୍) ପ୍ରବୀଣ କାସୱାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖାଯାଇଥିବା ଟାଇଗରକୁ ଟାବି ଟାଇଗର ଏବଂ ଷ୍ଟ୍ରବେରୀ ଟାଇଗର କୁହାଯାଏ । ଏହି ଫଟୋ ୱାଇଲ୍ଡ ଲାଇଭ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେଙ୍କ ଦ୍ୱାରା କ୍ଲିକ୍ କରାଯାଇଥିଲା ।

ଏହି ଫଟୋ ସେୟାର କରିବାବେଳେ ପ୍ରବୀଣ କାସୱାନ କ୍ୟାପସନରେ ଲେଖିଛନ୍ତି ଯେ, “ଆପଣ ଜାଣନ୍ତି କି ଆମ ଭାରତରେ ଗୋଲଡେନ ଟାଇଗର ମଧ୍ୟ ଅଛନ୍ତି ବୋଲି । ପ୍ରବୀଣ କାସୱାନଙ୍କ ସେୟାର ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି । ଗୋଲ୍ଡେନ ବାଘର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋ ଉପରେ ବିଭିନ୍ନ ଉପାୟରେ ମନ୍ତବ୍ୟ ଦେଉଥିବାର ଦେଖାଯାଉଛି । ଏଥିସହ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋରେ ୨ ହଜାରରୁ ଅଧିକ ରିଟ୍ୱିଟ ଏବଂ ୧୬ ହଜାରରୁ ଅଧିକ ଲାଇକ୍ ମିଳିଛି ।

ପ୍ରବୀଣ ତାଙ୍କ ଟ୍ୱିଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହା ଏକ ବିରଳ ପ୍ରାଣୀ । ଯାହାର ସୁବର୍ଣ୍ଣ ରଙ୍ଗ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଗୋଟିଏ ପଟେ ରୟାଲ ବେଙ୍ଗଲ ଟାଇଗର ଏବଂ ଅନ୍ୟପଟେ ଗୋଲ୍ଡେଟ ଟାଇଗରକୁ ସେମାନଙ୍କ ଦେହରେ ଥିବା କଳା ରଙ୍ଗର ଲାଇନ ଯୋଗୁଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ଗଞ୍ଜେଇ ଚାଲାଣ ବେଳେ ଧରା ପଡ଼ିଥିଳେ ୨ କରୋନା ରୋଗୀ, ଚିକିତ୍ସା ସମୟରେ ହସ୍ପିଟାଲରୁ ମାରିଲେ ଡ଼ିଆଁ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା କଟକଣାକୁ ଆଧାର କରି ଗୋଟିଏ ପରେ ଗୋଟିଏ ନିୟମକୁ କଡ଼ା କରାଯାଇଛି । କୋଭିଡ ନିୟକ ଭାଙ୍ଗିଲେ ଦୋଷୀଙ୍କ ପାଇଁ ଦଣ୍ଡ ବିଧାନ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ଏଭଳି ନିୟକକୁ ବେଖାତିର କରି ନିୟମ ଭାଙ୍ଗିବାରେ ବ୍ୟସ୍ତ । ବ୍ରହ୍ମପୁରରେ କରୋନା ସଂକ୍ରମଣ ଥମିବାର ନାଁ ହିଁ ଧରୁନାହିଁ । ପ୍ରତ୍ୟକ ଦିନ ଏଠାରୁ ଶତାଧିକ କରୋନା ରୋଗୀ ବାହାରୁ ଛନ୍ତି । ଏଭଳି ପରିସ୍ଥିତିରେ ଶୀତଳାପଲ୍ଲୀ ଟାଟା କୋଭିଡ୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍‌ ହୋଇ ଯାଇଥିବା ସୂଚନା ମିଳିଛି । କୋଭିଡ଼ ହସ୍‌ପିଟାଲ୍‌ ପକ୍ଷରୁ ସନ୍ଦୀପ ମିଶ୍ରଙ୍କ ଏତଲା ଆଧାରରେ ଗୋପଳପୁର ଥାନାରେ କେସ୍‌ ରୁଜୁ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୩ ତାରିଖ ମଧ୍ୟରାତିରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଖୋର୍ଦ୍ଧା ବାଦଗଡ଼ ବ୍ରିଟ୍‌ କଲୋନୀର ଅର୍ଜୁନ ସ୍ୱାଇଁ ଓ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଅବକାରୀ ଗୁଇନ୍ଦା ଟିମ୍‌ ୧କ୍ୱିଣ୍ଟାଲ୍‌ ଗଞ୍ଜେଇ ଓ ଏକ ଟାଟା ସୁମୋ ସହ ଗିରଫ କରିଥିଲା । ସେମାନଙ୍କୁ ୪ ତାରିଖରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହୋଇଥିଲେ ।

ଜେଲ୍‌ରେ ଉଭୟଙ୍କ ସ୍ୱାବ୍‌ ସଂଗ୍ରହ କରା ଯାଇଥିଲା । ୮ ତାରିଖରେ ପଜିଟିଭ୍‌ ଆସିବା ପରେ ଉଭୟଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟର୍ ‌ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ।

ନିଆଁକୁ ଲିଭାଇବାକୁ ୧୨ଟି ଅଗ୍ନିଶମ ଗାଡି ନିୟୋଜିତ ତଥାପି…

ବିଜାଗ: ଆନ୍ଧ୍ରପ୍ରଦେଶ ବିଜାଗ ଜିଲ୍ଲାର ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ନିକଟରେ ରହୁଥିବା ଲୋକମାନେ ଏହାର ପ୍ରଚଣ୍ଡ ବିସ୍ଫୋରଣ ଶୁଣିଥିଲେ ଏବଂ ଏହି ନିଆଁରେ ଅନେକ ଲୋକ କ୍ଷତି ଗ୍ରସ୍ତ ମଧ୍ୟ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି, କିନ୍ତୁ ଫଟୋ ଗୁଡ଼ିକରୁ ନିଆଁର ଭୟବହତା ସ୍ପଷ୍ଟ ବାରି ହୋଇଯାଉଛି । ନିଆଁରେ ଆହତ ହୋଇଥିବା ଲୋକଙ୍କୁ ଗାଜୁବାକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ କେତକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲା । କେବଳ ସେତିକି ନୁହେଁ ବିଳମ୍ବ ନକରି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଛି । ନିଆଁର ଭୟାବହତା ଖୁବ ଦୂରରୁ ଦେଖିବାକୁ ମିଳିଥିଲା ।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୨ ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ରହଛି । ତେବେ ବିସ୍ଫୋରଣ ପରେ ନିଆଁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକ ସେମାନଙ୍କ ଘରୁ ବାହାରି ଆସିଥିଲେ। ଡିସିପି କହିଛନ୍ତି ଯେ, ଏହି ଦୁର୍ଘଟଣା ସମୟରେ  ମାତ୍ର ୪ଜଣ ଲୋକ ହିଁ ୟୁନିଟ୍ ଭିତରେ ଉପସ୍ଥିତ ଥିଲେ ଏବଂ ସେମାନେ ସୁରକ୍ଷିତ ଭାବେ ବାହାରକୁ ଆସିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ଅଗ୍ନିଶମ ବାହିନୀ ସହିତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଇନ୍ସପେକ୍ଟର, ଏସିପି ଏବଂ ଡିସିପି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି କହିଛନ୍ତି ଯେ ନିଆଁ ଏକ ରିଆକ୍ଟରରୁ ଆସି ବ୍ୟାପିଯାଇଛି । ଯେତେବେଳେ ଏହି ଘଟଣା ଘଟିଥିଲା, ୟୁନିଟ୍ ଭିତରେ କେବଳ ଚାରି ଜଣ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ନିଜେ ବଞ୍ଚିବାକୁ ଯାଇ ସେଠାରୁ ପଳାଇ ଆସିଥିଲେ ।

ବିଶାଖାପାଟନମର ସିପି ଆର.କେ ମୀନା ନିଜେ ଏହି ଘଟଣାର ନଜର ରଖିଛନ୍ତି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଅଗ୍ନି ନିୟନ୍ତ୍ରଣ ପାଇଁ ଅଗ୍ନିଶମ ଲଗାତାର ଚେଷ୍ଟା କରୁଛନ୍ତି, କିନ୍ତୁ ନିଆଁ ଏତେ ବ୍ୟାପିଛି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛ । ରାସାୟନିକ ପଦାର୍ଥ ଯୋଗୁଁ ନିଆଁ ପ୍ଲାଣ୍ଟରେ ବ୍ୟାପିଗଲା ।

ଦେଶରେ ପୁଣି ଫେରୁଛି ଲକଡାଉନ, ଆଜିଠୁ ଏହି ସବୁ ସହରରେ ଲାଗୁ ହେଉଛି ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ମାମଲା ୯ ଲକ୍ଷରେ ପହଞ୍ଚିଛି ଏବଂ ବର୍ତ୍ତମାନ ଲକଡାଉନ୍ ପର୍ଯ୍ୟାୟ ପୁଣି ଥରେ ଫେରୁଥିବା ଜଣାପଡିଛି । ଆଜିଠାରୁ ଦେଶର ଅନେକ ସହରରେ ପୁନର୍ବାର ଲକଡାଉନ୍ ଲାଗୁ କରାଯାଉଛି । ଏହା ସ୍ପଷ୍ଟ ଭାବରେ କହୁଛି ଯେ ଜୀବନର ଗତି ବନ୍ଦ କରିବା କରୋନାକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ।

ବାସ୍ତବରେ, ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବା କରୋନା ମାମଲାଗୁଡ଼ିକର ଆକଳନ ବର୍ତ୍ତମାନ ଭୟଭୀତ ହେବାକୁ ଲାଗୁଛି । ଆଜି ମୋଟ ମାମଲା ୯ ଲକ୍ଷ ଅତିକ୍ରମ କରିଛି । ଆଇଏମଏ କହିଛି ଯେ କରୋନା କାରଣରୁ ଏପର୍ଯ୍ୟନ୍ତ ୯୩ ଡାକ୍ତର ପ୍ରାଣ ହରାଇଛନ୍ତି । ପରିସ୍ଥିତି ଆହୁରି ଖରାପ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ।

ଏହି ପରିପ୍ରେକ୍ଷୀରେ, ଅନଲକ୍ ସହିତ ଅବସ୍ଥା ଖରାପ ହେଉଛି କି ବୋଲି ପ୍ରଶ୍ନ ଉଠିଛି । ତେବେ କଠୋରତାର ଆବଶ୍ୟକତା ପୁଣି ଅନୁଭବ ହୋଇଛି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ଦିନ ପୁଣିଥରେ ଲକଡାଉନ ଆରମ୍ଭ କରିବା ପାଇଁ ଅନେକ ରାଜ୍ୟ ନେଇଥିବା ନିଷ୍ପତ୍ତି ମନେହେଉଛି ଯେ ଅନଲକ୍ କରିବା ଦ୍ୱାରା କରୋନା ତାର କାୟା ବିସ୍ତାର କରିବାରେ ସଫଳ ହୋଇଛି ।

କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଗୁଜରାଟର ଅହମ୍ମଦାବାଦ, ଭଡୋଦରା, ସୁରଟରେ ସରକାରୀ ବସ୍ ପୁଣି ବନ୍ଦ ହୋଇଯାଇଛି । ଗ୍ୱାଲିଅରରେ ଗୋଟିଏ ଦିନରେ ୧୯୧ ମାମଲା ସାମ୍ନାକୁ ଆସିବାରୁ ଆଜି ସନ୍ଧ୍ୟା ୭ ଟାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରାଯାଇଛି । ଏଠାରେ କର୍ଫ୍ୟୁ ଭଳି କଠୋରତା ପାଳନ କରାଯିବ ।

ମୋଟ ଉପରେ, ସମସ୍ତ ରାଜ୍ୟ କରୋନାରେ ପୀଡିତ ହୋଇଛନ୍ତି । ସହରଗୁଡ଼ିକରେ ପୁଣି ନୀରବତା ଦେଖାଦେଇଛି । ଲକଡାଉନ୍ ପର୍ଯ୍ୟାୟ ପୁଣି ଆସୁଛି, କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ପ୍ରକୃତରେ ଲୋକମାନେ ସତର୍କତା ଅବଲମ୍ବନ କରି ମାସ୍କ ବ୍ୟବହାର କରି ସାମାଜିକ ଦୂରତା ରକ୍ଷା କଲେ ଏହାକୁ ହରାଯାଇ ପାରିବ ।

ଆଜି ରାତିରୁ ଦକ୍ଷିଣ କର୍ଣ୍ଣାଟକରେ ଏକ ସପ୍ତାହ ପାଇଁ ଲକଡାଉନ୍ ଲାଗୁ କରାଯାଉଛି । ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପ୍ରି-ଚିଞ୍ଚୱାଡରେ ଆଜି ରାତିରୁ ୧୦ ଦିନ ପାଇଁ ଲକଡାଉନ୍ କରାଯିବ । ବାରାଣାସୀରେ ପାଞ୍ଚ ଦିନ ପାଇଁ ଏକ ଅର୍ଦ୍ଧ ଦିନର ଲକଡାଉନ ଲାଗୁ କରାଯାଇଛି। ଜାମ୍ମୁ କାଶ୍ମୀରରେ ପୁଣି ଲକଡାଉନ୍ ଲାଗୁ କରାଯାଇଛି ।

ଚାଇନା ମାଟି ତଳୁ ରଚୁଛି ଯୁଦ୍ଧର ରଣନୀତି, ସାଟେଲାଇଟରୁ ମିଳିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଥମିବାର ନା ଧରୁନି । ଚୀନ ତାର ସାମରିକ ଶକ୍ତିକୁ ଏଲ୍‌ଏସିରେ ବଢ଼ାଇବାରେ ଲାଗିଛି । ଯାହା ଭାରତ ପାଇଁ ଏକ ବଡ଼ ବିପଦ । ଭାରତୀୟ ସେନା ପକ୍ଷରୁ ଚୀନକୁ ବାରମ୍ବାର ସତର୍କ କରାଯାଇଥିଲେ ମଧ୍ୟ କୌଣସି ପ୍ରକାରର ଫରକ ପଡ଼ୁନି ଚୀନ ଉପରେ। କିଛି ବିଶେଷ ସୁତ୍ରରୁ ଜଣା ପଡ଼ିଛି କି ଚାଇନା ମାଟି ତଳେ ଲୁଚେଇ ରଖିଛି ବିଧ୍ୱଂସକାରି ଅସ୍ତ୍ରଶସ୍ତ୍ର । ଚୀନ୍‌ର ଏହି ବିପଦ ଭୂମି ତଳେ ଲୁଚି ରହିଛି ।

ଏହା ଲେହଠାରୁ କିଛି ଦୂରରେ ଏକ ମିସାଇଲ୍ ଗ୍ୟାରିସନ୍ । ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସ (PLARF) ପୂର୍ବରୁ ଦ୍ୱିତୀୟ ଆର୍ଟିଲରି କର୍ପସ୍ ଭାବରେ ଜଣାଶୁଣା । ଏହାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସଂରକ୍ଷଣ ସୁବିଧା ଲଦାଖର ରାଜଧାନୀ ଲେହଠାରୁ ମାତ୍ର ୨୫୦ କିଲୋମିଟର ଦୂରରେ ରହିଛି । ଏହି ଗୁପ୍ତ ଅସ୍ତ୍ରଶସ୍ତ୍ରକୁ ଭଲଭାବେ ବୁଝିବା ପାଇଁ ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଡେସ୍କ ଜୁଲାଇ ୧୧ ସୁଦ୍ଧା ସର୍ବଶେଷ ଉପଗ୍ରହ ଚିତ୍ର ବିଶ୍ଳେଷଣ କରିଥିଲା।

source: India Today

ଭୂତଳ କ୍ଷେପଣାସ୍ତ୍ର ଅସ୍ତ୍ରଶସ୍ତ୍ର କେଉଁଠାରେ ଅଛି ?

ଏହାର ସ୍ଥାନ ଦକ୍ଷିଣ ଜିନଜିଆଙ୍ଗ ମିଲିଟାରୀ ଜିଲ୍ଲା (SXJMD) ର ପାଖରେ ରହିଛି । ଏହି ଜିଲ୍ଲାକୁ ୧୯୫୦ ରେ ପ୍ରତିଷ୍ଠିତ କରାଯାଇଥିଲା । ଏହା ପରେ ଏହାକୁ ଅନେକ ଥର ପୁନର୍ଗଠନ କରାଯାଇଛି । ଲଦାଖ ସାମ୍ନାରେ ଥିବା ଚୀନ୍ କିମ୍ବା ପୂର୍ବ ଲଦାଖକୁ ଅନ୍ତର୍ଭୁକ୍ତ କରି ୧୯୫୦ ଏବଂ ୧୯୬୦ ଦଶକରେ ଚୀନ୍ ତିବ୍ବତକୁ ଅକ୍ତିଆର କଲାବେଳେ ଦକ୍ଷିଣ ଜିନଜିଆଙ୍ଗ ମିଲିଟାରୀ ଜିଲ୍ଲା ଅଧୀନରେ ଆସିଥିଲା । SXJMD, ଯାହାକି ସେଦୁଲ୍ଲା ସାମରିକ ତାଲିମ କ୍ଷେତ୍ର ଭାବରେ ମଧ୍ୟ ଜଣାଶୁଣା । ବ୍ରିଟିଶ ରାଜ ସମୟରେ ପ୍ରସ୍ତାବିତ ଅର୍ଡାଗ ଜନସନ ଲାଇନ ଅଧୀନରେ ଭାରତ ଦାବି କରି ଜାମ୍ମୁ କାଶ୍ମୀର ଅଧୀନରେ ଏହି ଅଞ୍ଚଳକୁ ଆଣିଛି ।

source: India Today

ରଣନୀତିକ ଦୃଷ୍ଟିରୁ, ଏହି ଅବସ୍ଥାନଗୁଡ଼ିକ ଜରୁରୀକାଳୀନ ପରିସ୍ଥିତିରେ PLA ପାଇଁ ଅତିରିକ୍ତ ନିୟୋଜନ ଯୋଗାଇଥାଏ କାରଣ ତାଲିମ ଆଧାରରେ ସେମାନଙ୍କ ଉପସ୍ଥିତି ହେତୁ ଏହା ସମ୍ଭବ । କାରାକୋରମ ପର୍ବତରେ ଖୋଳା ଯାଇଥିବା ଭୂତଳ କ୍ଷେପଣାସ୍ତ୍ର ସୁବିଧା ତିବ୍ବତକୁ ଜିନଜିଆଙ୍ଗକୁ ସଂଯୋଗ କରୁଥିବା ରାଜପଥଠାରୁ ପ୍ରାୟ ତିନି ରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ।

source: India Today

ଏଥିରେ ୧୪ ଟି ଅଣ୍ଡରଗ୍ରାଉଣ୍ଡ ଟନେଲ ଅଛି ଯାହା ରାସ୍ତାର ତିନି କିଲୋମିଟର ଦକ୍ଷିଣରୁ ଆରମ୍ଭ ହୋଇ ଦୁଇ କିଲୋମିଟର ଆଗକୁ ରହିଛି । ଏବଂ ତା’ପରେ ଏକ ନଦିର ପଶ୍ଚିମ ଦିଗରେ ୧୨ ଟି ଟନେଲ୍ ଅଛି ଯାହା ବୋଧହୁଏ କାର୍ଯ୍ୟକ୍ଷମ କ୍ଷେପଣାସ୍ତ୍ରର ସଂରକ୍ଷଣ ଅଟେ । ପୂର୍ବ ଦିଗରେ, ଅନ୍ୟ ଦୁଇଟି ସୁଡଙ୍ଗ ବିଭିନ୍ନ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛି । ଏହା ସେମାନଙ୍କର ପ୍ରଶାସନିକ ଏବଂ ନିର୍ଦ୍ଦେଶ-ଏବଂ-ନିୟନ୍ତ୍ରଣ ଟନେଲଗୁଡ଼ିକ ବୋଲି ସୂଚନା ମିଳିଛି ।

source: India Today

ଗତ ଦୁଇ ଦଶନ୍ଧିର ଉପଗ୍ରହ ଚିତ୍ରଗୁଡ଼ିକ ଏହା ସୂଚାଇ ଦିଏ ଯେ ଅଧିକାଂଶ ସହାୟତା ସୁବିଧା G209 ରାଜପଥ ନିକଟରେ ଅବସ୍ଥିତ । ଏଠାରେ ଏକ ହାଇଓ୍ୱେ ଗ୍ୟାରେଜ୍ ସହିତ ଏକ ବଡ଼ ଗ୍ୟାରିସନ୍ ରହିଛି । ସହାୟକ ଯାନ ପାଇଁ ଅନ୍ୟାନ୍ୟ ଗ୍ୟାରେଜ୍ ରହିଛି । ଏଠାରେ ଅତି କମରେ ଆଠଟି ହାଇଓ୍ୱେ ଗ୍ୟାରେଜ୍ ରଖିବା ଭଳି ସ୍ଥାନ ଅବସ୍ଥିତ । ଏହି ଗ୍ୟାରେ ଗୁଡ଼ିକର କାମ ହେଉଛି ନିୟୋଜନ ପୂର୍ବରୁ ଯାନ ଯାଞ୍ଚ ପାଇଁ ବ୍ୟବହୃତ ହୁଏ ।

source: India Today

ନିକଟରେ ଏଠାରେ ଏକ ନୂତନ ହେଲିପୋର୍ଟ ନିର୍ମାଣ କରାଯାଇଛି । SXJMD ଆଭିଏସନ୍ ବ୍ରିଗେଡ୍ ଡିଟାଚମେଣ୍ଟ ପାଇଁ ଡିଜାଇନ୍ ହୋଇଥିବା ଏହି ହେଲିପୋର୍ଟ୍ ଏହି ସୁବିଧା ସହିତ ବାୟୁ ପ୍ରତିରକ୍ଷା ସମର୍ଥନକୁ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ । ତାଜା ସାଟେଲାଇଟ୍ ଫଟୋଗ୍ରାଫ୍ ଏଠାରେ ୧୫-୨୦ ବିଲ୍ଡିଂର ନୂତନ ନିର୍ମାଣକୁ ଦର୍ଶାଉଛି । ଯାହା ଭବିଷ୍ୟତରେ ଅତିରିକ୍ତ ସୈନ୍ୟ ନିୟୋଜନକୁ ଧ୍ୟାନରେ ରଖି କରାଯାଇଥାଏ ।

 

ସଚିନଙ୍କୁ ମନେଇବାକୁ ଦଳର ପ୍ରୟାସ: ପୁଣି ଡାକିଲେ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ ପାଇଁ କଂଗ୍ରେସ ଏବେ ଚିନ୍ତାରେ । ପାଇଲଟଙ୍କୁ ମନାଇବା ପାଇଁ ଦଳ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ତେଣୁ ପାଇଲଟ ଆଉ କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦକୁ ଅନୁଧ୍ୟାନ କରି ଦଳ ପୁଣି ଏକ ବିଧାୟକ ଦଳ ବୈଠକ ଡାକିବାର ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଲକାମାନଙ୍କ ତରଫରୁ ଜୟପୁର ପଠାଯାଇଥିବା ତିନି ଜଣିଆ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ରଣଦୀପ ସିଂ ସୁରଜେବାଲା ସୂଚନା ଦେଇ କହିଛନ୍ତି ଯେ ମଙ୍ଗଳବାର ସକାଳ ୧୦ଟାରେ ବିଧାୟକ ଦଳର ବୈଠକ ଡକାଯିବ।

ସୁରଜେବାଲା କହିଛନ୍ତି – ଆମେ ଲିଖିତ ନିମନ୍ତ୍ରଣ ଦେଇଛୁ

ସୁରଜେବାଲା କହିଛନ୍ତି ଯେ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଲିଖିତ ଭାବେ ଡକାଯିବ । ସେ କହିଛନ୍ତି, ‘ଆମେ ସଚିନ ପାଇଲଟ ଏବଂ ସମସ୍ତ ବିଧାୟକଙ୍କୁ (ବିଧାୟକ ଦଳ ବୈଠକରେ) ଆସିବାକୁ ନିବେଦନ କରୁଛୁ । ସଭାକୁ ଆସିବାକୁ ଆମେ ସେମାନଙ୍କୁ ଏକ ଲିଖିତ ନିମନ୍ତ୍ରଣ ଦେବୁ । ସେମାନେ ଆସି ପରିସ୍ଥିତି ଉପରେ ଆଲୋଚନା କରନ୍ତୁ ବୋଲି ଆମେ ଆହ୍ୱାନ ଦେଉଛୁ । ସୁରଜେବାଲା ଏହା ମଧ୍ୟ କହିଛନ୍ତି ଯେ, ‘ମୁଁ ତାଙ୍କୁ ଅନୁରୋଧ କରୁଛି। ମୋର ଆବେଦନ ହେଉଛି ଯେ ସେମାନେ ଆସନ୍ତୁ ଏବଂ କିପରି ୮ କୋଟି ଜନତାଙ୍କ ମିଳିମିଳି ସେବା କରି ରାଜସ୍ଥାନକୁ ଶକ୍ତଶାଳି କରାଯାଇ ପାରିବ ତାହା ଉପରେ ଚର୍ଚ୍ଚା କରନ୍ତୁ ।

ସୋନିଆ-ରାହୁଲଙ୍କ ଚିନ୍ତା

ପାଇଲଟ ଏବଂ ତାଙ୍କ ସମର୍ଥକଙ୍କୁ ମନାଇବା ପାଇଁ ସେ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ସୁରଜେବାଲା କହିଛନ୍ତି, ‘ଯଦି କାହା ସହିତ କିଛି ମତଭେଦ ହୋଇଥାଏ, ତେବେ ସେମାନେ ଖୋଲା ମନରେ କଥା ହେବା ଉଚିତ୍ । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମସ୍ତଙ୍କ କଥା ଶୁଣିବା ସହ ତାହାର ସମାଧାନ ବାଟ ନିଶ୍ଚୟ କାଢିବେ ।

ସିଂଘବି ମଧ୍ୟ ସଚିନଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ମଧ୍ୟ ସଚିନଙ୍କୁ ବନ୍ଧୁତା ରାଣ ଦେଇ ଦେଇଥିଲେ । ସେ କହିଛନ୍ତି, ‘ମୁଁ ସଚିନ ପାଇଲଟଙ୍କୁ ଜଣେ ପ୍ରଭାବବାନ, ଦକ୍ଷ ଏବଂ ପ୍ରଭାବଶାଳୀ କଂଗ୍ରେସୀ ମାନେ । ସେ ମୋ ବନ୍ଧୁ ମଧ୍ୟ । ଆମେ ସମସ୍ତେ ଦଳରେ ତାଙ୍କୁ ପ୍ରଶଂସା କରୁ । ସେ ଆସି ନିଜର ଅଭିଯୋଗ କହିବା ଦରକାର । ତାଙ୍କ ପାଖରେ ପୂରା ସୁଯୋଗ ରହିଛି  । ସମସ୍ତେ ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ |

ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରକୁ କରୋନା, ଅଭିନେତ୍ରୀ ମଧ୍ୟ କରାଇଲେ ଟେଷ୍ଟ ଯାହା…

ନୂଆଦିଲ୍ଲୀ:କୋରୋନଭାଇରସ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ରମାଗତ ଭାବରେ ବିସ୍ତାର କରିବାରେ ଲାଗିଛି । ବଚ୍ଚନ ପରିବାର ଏବଂ ଅନୁପମ ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲି ଖାନଙ୍କ ଡ୍ରାଇଭର ମଧ୍ୟ ଏହି ବିପଜ୍ଜନକ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଅଭିନେତ୍ରୀ ଏହି ସୂଚନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି । ସାରା ଅଲି ଖାନ ପ୍ରଶଂସକମାନଙ୍କୁ ଲେଖିଥିଲେ, “ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆମର ଡ୍ରାଇଭର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଏମସିକୁ ଏ ବିଷୟରେ ସୂଚନା ଦିଆଯାଇଛି ଏବଂ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟର ପଠାଯାଇଛି। ”

https://www.instagram.com/p/CCl6OJoJDMh/?utm_source=ig_embed

ସାରା ଏହା ମଧ୍ୟ ଲେଖିଛନ୍ତି ଯେ, ‘ମୋ ପରିବାର, ଘରର ଅନ୍ୟ ଷ୍ଟାଫଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯାହା ନେଗେଟିଭ ଆସିଛି, କିନ୍ତୁ ଆମେ ତଥାପି ସତର୍କତା ଅବଲମ୍ବନ କରୁଛୁ । ମୁଁ ଏବଂ ମୋ ପରିବାରର BMC କୁ ଧନ୍ୟବାଦ ଜଣାଉଛୁ, ଯିଏ ଆମକୁ ସାହାଯ୍ୟ କରିଥିଲେ ଏବଂ ଆମକୁ ରାସ୍ତା ଦେଖାଇଥିଲ । ସମସ୍ତେ ନିରାପଦରେ ରୁହନ୍ତୁ ।’ ମୁଁ ଆପଣଙ୍କୁ କହିବି, ସାରା ଅଲି ଖାନଙ୍କ ପୂର୍ବରୁ ଅଭିନେତ୍ରୀ ରେଖାଙ୍କ ଡ୍ରାଇଭର ଏବଂ ତାଙ୍କ ବଙ୍ଗଳାର ସୁରକ୍ଷାକର୍ମୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା, ଯାହା ପରେ ଅଭିନେତ୍ରୀଙ୍କ ଘରକୁ ସିଲ୍ କରାଯାଇଥିଲା ।

ଏହାପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା କରିମ ମୋରାନି ଏବଂ ତାଙ୍କର ଦୁଇ ଝିଅ କରୋନାରେ ସଂକ୍ରମିତ ହୋଇଥିଲେ । ଅଭିନେତା କିରଣ କୁମାର ମଧ୍ୟ ଏହି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ, ଯାହା ପରେ ସେ ଘରେ ନିଜକୁ ଆଇସୋଲେସନରେ ରଖିଥିଲେ । ମ୍ୟୁଜିକ ଡାଇରେକ୍ଟର ୱାଜିଦ୍ ଖାନଙ୍କ ମଧ୍ୟ ଗତ ମାସରେ ଦେହାନ୍ତ ହୋଇଛି, ତାଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା ।