ଭାରତର ଏକମାତ୍ର ଗୋଲ୍ଡେନ ଟାଇଗରର ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ

2 min read
India's one and only golden tiger's photo goes viral

ସୋସିଆଲ ମିଡିଆରେ ଗୋଲଡେନ ଟାଇଗରର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଗୋଲଡେନ୍ ଟାଇଗର ସୋସିଆଲ ମିଡିଆରେ ଖୁବ ଭଲ ପାଇବା ସାଉଁଟୁଛି । ଜଣାଇ ରଖୁଛୁ ଯେ, ଟାଇଗରର ଏହି ଫଟୋକୁ ଭାରତୀୟ ବନ ଅଧିକାରୀ (ଆଇଏଫଏସ୍) ପ୍ରବୀଣ କାସୱାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖାଯାଇଥିବା ଟାଇଗରକୁ ଟାବି ଟାଇଗର ଏବଂ ଷ୍ଟ୍ରବେରୀ ଟାଇଗର କୁହାଯାଏ । ଏହି ଫଟୋ ୱାଇଲ୍ଡ ଲାଇଭ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେଙ୍କ ଦ୍ୱାରା କ୍ଲିକ୍ କରାଯାଇଥିଲା ।

ଏହି ଫଟୋ ସେୟାର କରିବାବେଳେ ପ୍ରବୀଣ କାସୱାନ କ୍ୟାପସନରେ ଲେଖିଛନ୍ତି ଯେ, “ଆପଣ ଜାଣନ୍ତି କି ଆମ ଭାରତରେ ଗୋଲଡେନ ଟାଇଗର ମଧ୍ୟ ଅଛନ୍ତି ବୋଲି । ପ୍ରବୀଣ କାସୱାନଙ୍କ ସେୟାର ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି । ଗୋଲ୍ଡେନ ବାଘର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋ ଉପରେ ବିଭିନ୍ନ ଉପାୟରେ ମନ୍ତବ୍ୟ ଦେଉଥିବାର ଦେଖାଯାଉଛି । ଏଥିସହ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋରେ ୨ ହଜାରରୁ ଅଧିକ ରିଟ୍ୱିଟ ଏବଂ ୧୬ ହଜାରରୁ ଅଧିକ ଲାଇକ୍ ମିଳିଛି ।

ପ୍ରବୀଣ ତାଙ୍କ ଟ୍ୱିଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହା ଏକ ବିରଳ ପ୍ରାଣୀ । ଯାହାର ସୁବର୍ଣ୍ଣ ରଙ୍ଗ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଗୋଟିଏ ପଟେ ରୟାଲ ବେଙ୍ଗଲ ଟାଇଗର ଏବଂ ଅନ୍ୟପଟେ ଗୋଲ୍ଡେଟ ଟାଇଗରକୁ ସେମାନଙ୍କ ଦେହରେ ଥିବା କଳା ରଙ୍ଗର ଲାଇନ ଯୋଗୁଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

Leave a Reply