ନିଆଁକୁ ଲିଭାଇବାକୁ ୧୨ଟି ଅଗ୍ନିଶମ ଗାଡି ନିୟୋଜିତ ତଥାପି…

andhra pradesh massive fire broke-industrial unit under pharma-city-in-paravada

ବିଜାଗ: ଆନ୍ଧ୍ରପ୍ରଦେଶ ବିଜାଗ ଜିଲ୍ଲାର ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ନିକଟରେ ରହୁଥିବା ଲୋକମାନେ ଏହାର ପ୍ରଚଣ୍ଡ ବିସ୍ଫୋରଣ ଶୁଣିଥିଲେ ଏବଂ ଏହି ନିଆଁରେ ଅନେକ ଲୋକ କ୍ଷତି ଗ୍ରସ୍ତ ମଧ୍ୟ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି, କିନ୍ତୁ ଫଟୋ ଗୁଡ଼ିକରୁ ନିଆଁର ଭୟବହତା ସ୍ପଷ୍ଟ ବାରି ହୋଇଯାଉଛି । ନିଆଁରେ ଆହତ ହୋଇଥିବା ଲୋକଙ୍କୁ ଗାଜୁବାକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ କେତକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲା । କେବଳ ସେତିକି ନୁହେଁ ବିଳମ୍ବ ନକରି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଛି । ନିଆଁର ଭୟାବହତା ଖୁବ ଦୂରରୁ ଦେଖିବାକୁ ମିଳିଥିଲା ।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୨ ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ରହଛି । ତେବେ ବିସ୍ଫୋରଣ ପରେ ନିଆଁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକ ସେମାନଙ୍କ ଘରୁ ବାହାରି ଆସିଥିଲେ। ଡିସିପି କହିଛନ୍ତି ଯେ, ଏହି ଦୁର୍ଘଟଣା ସମୟରେ  ମାତ୍ର ୪ଜଣ ଲୋକ ହିଁ ୟୁନିଟ୍ ଭିତରେ ଉପସ୍ଥିତ ଥିଲେ ଏବଂ ସେମାନେ ସୁରକ୍ଷିତ ଭାବେ ବାହାରକୁ ଆସିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ଅଗ୍ନିଶମ ବାହିନୀ ସହିତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଇନ୍ସପେକ୍ଟର, ଏସିପି ଏବଂ ଡିସିପି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି କହିଛନ୍ତି ଯେ ନିଆଁ ଏକ ରିଆକ୍ଟରରୁ ଆସି ବ୍ୟାପିଯାଇଛି । ଯେତେବେଳେ ଏହି ଘଟଣା ଘଟିଥିଲା, ୟୁନିଟ୍ ଭିତରେ କେବଳ ଚାରି ଜଣ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ନିଜେ ବଞ୍ଚିବାକୁ ଯାଇ ସେଠାରୁ ପଳାଇ ଆସିଥିଲେ ।

ବିଶାଖାପାଟନମର ସିପି ଆର.କେ ମୀନା ନିଜେ ଏହି ଘଟଣାର ନଜର ରଖିଛନ୍ତି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଅଗ୍ନି ନିୟନ୍ତ୍ରଣ ପାଇଁ ଅଗ୍ନିଶମ ଲଗାତାର ଚେଷ୍ଟା କରୁଛନ୍ତି, କିନ୍ତୁ ନିଆଁ ଏତେ ବ୍ୟାପିଛି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛ । ରାସାୟନିକ ପଦାର୍ଥ ଯୋଗୁଁ ନିଆଁ ପ୍ଲାଣ୍ଟରେ ବ୍ୟାପିଗଲା ।

Leave a Reply