ଗଞ୍ଜେଇ ଚାଲାଣ ବେଳେ ଧରା ପଡ଼ିଥିଳେ ୨ କରୋନା ରୋଗୀ, ଚିକିତ୍ସା ସମୟରେ ହସ୍ପିଟାଲରୁ ମାରିଲେ ଡ଼ିଆଁ

1 min read

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା କଟକଣାକୁ ଆଧାର କରି ଗୋଟିଏ ପରେ ଗୋଟିଏ ନିୟମକୁ କଡ଼ା କରାଯାଇଛି । କୋଭିଡ ନିୟକ ଭାଙ୍ଗିଲେ ଦୋଷୀଙ୍କ ପାଇଁ ଦଣ୍ଡ ବିଧାନ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ଏଭଳି ନିୟକକୁ ବେଖାତିର କରି ନିୟମ ଭାଙ୍ଗିବାରେ ବ୍ୟସ୍ତ । ବ୍ରହ୍ମପୁରରେ କରୋନା ସଂକ୍ରମଣ ଥମିବାର ନାଁ ହିଁ ଧରୁନାହିଁ । ପ୍ରତ୍ୟକ ଦିନ ଏଠାରୁ ଶତାଧିକ କରୋନା ରୋଗୀ ବାହାରୁ ଛନ୍ତି । ଏଭଳି ପରିସ୍ଥିତିରେ ଶୀତଳାପଲ୍ଲୀ ଟାଟା କୋଭିଡ୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍‌ ହୋଇ ଯାଇଥିବା ସୂଚନା ମିଳିଛି । କୋଭିଡ଼ ହସ୍‌ପିଟାଲ୍‌ ପକ୍ଷରୁ ସନ୍ଦୀପ ମିଶ୍ରଙ୍କ ଏତଲା ଆଧାରରେ ଗୋପଳପୁର ଥାନାରେ କେସ୍‌ ରୁଜୁ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୩ ତାରିଖ ମଧ୍ୟରାତିରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଖୋର୍ଦ୍ଧା ବାଦଗଡ଼ ବ୍ରିଟ୍‌ କଲୋନୀର ଅର୍ଜୁନ ସ୍ୱାଇଁ ଓ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଅବକାରୀ ଗୁଇନ୍ଦା ଟିମ୍‌ ୧କ୍ୱିଣ୍ଟାଲ୍‌ ଗଞ୍ଜେଇ ଓ ଏକ ଟାଟା ସୁମୋ ସହ ଗିରଫ କରିଥିଲା । ସେମାନଙ୍କୁ ୪ ତାରିଖରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହୋଇଥିଲେ ।

ଜେଲ୍‌ରେ ଉଭୟଙ୍କ ସ୍ୱାବ୍‌ ସଂଗ୍ରହ କରା ଯାଇଥିଲା । ୮ ତାରିଖରେ ପଜିଟିଭ୍‌ ଆସିବା ପରେ ଉଭୟଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟର୍ ‌ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ।

Leave a Reply