କରୋନା କବଳରେ ଆଉଜଣେ କରୋନା ଯୋଦ୍ଧା, ଚିକିତ୍ସାଳୟର ଆଉଟଡୋର ହେଲା ବନ୍ଦ

ଖୋର୍ଦ୍ଧା: କରୋନା କବଳରେ ଏବେ ଆଉ ଜଣେ କରୋନା ଯୋଦ୍ଧା । ପ୍ରଣ୍ଟଲାଇନରେ କରୋନା ସହ ଲଢ଼େଇ କରୁଥିବା ଯୋଦ୍ଧାଙ୍କୁ ଧିରେ ଧିରେ କରୋନା କବଳିତ କରିବାରେ ଲାଗିଛି । ଖୋର୍ଦ୍ଧା ମେଡିକାଲର ଜଣେ ଡାକ୍ତର କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସ୍ୱାବ ଟେଷ୍ଟ ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଛି । କରୋନା ଚିହ୍ନଟ ହେବା ପରେ ପୁରା ଡାକ୍ତରଖାନା ଉପରେ କୋଭିଡ ନିୟମକୁ ବଳବତର କରି କାର୍ଯ୍ୟ ଆରମ୍ଭ କରିଛି ।

ଏହାପରେ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ବନ୍ଦ କରିଦିଆଯାଇଛି । ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ସେପଟେ ଔଷଧ ବିତରଣ କେନ୍ଦ୍ର ମଧ୍ୟ ବନ୍ଦ ହୋଇଛି । ଖାଲି ସେତିକି ନୁହେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସେହି ଡାକ୍ତରଖାନାରେ ଥିବା ଅନ୍ୟ ଡାକ୍ତର ମାନଙ୍କୁ ସଚେତନ ରହିବାକୁ ସତର୍କ କରାଯାଇଛି ।

ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲ ପରିସରକୁ ସାନିଟାଇଜ କରାଯାଉଛି । ଏହାସହ ଡାକ୍ତରଖାନାକୁ ରୋଗୀ ଓ ସମ୍ପର୍କୀୟଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଏପର୍ଯ୍ୟନ୍ତ ଯେତିକି ରୋଗୀ ଆସିଥିଲେ ସେମାନଙ୍କୁ ବାହାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାିଛି । ଯଦି ଆମେ ଦେଖିବା ତେବେ ଖୋର୍ଦ୍ଧରୁ ପ୍ରତ୍ୟକ କରୋନା ପଜିଟିଭ ବାହାରୁଛନ୍ତି ।

Leave a Reply