କଣ୍ଟେନମେଣ୍ଟ ଜୋନ୍‌ କାରଣରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ପ୍ରସବ ପିଡ଼ାରେ ଛଟପଟ ହେଲେ ମହିଳା

କନ୍ଧମାଳ: କଣ୍ଟେନମେଣ୍ଟ ଜୋନ କାରଣରୁ ରାସ୍ତା ବନ୍ଦ ଥିବା ଯୋଗୁ କଷ୍ଟ ପାଇଲେ ଗର୍ଭବତୀ ମହିଳା । କଣ୍ଟାଏ କାଳ ଧରି ପ୍ରସବ ପିଡ଼ାରେ ଛଟପଟ ହେଲେ ମହିଳା । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆରେ । ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସମ୍ପୃକ୍ତ ଗର୍ବଭତୀ ମହିଳା ଜଣଙ୍କୁ ପ୍ରଥମେ ଏକ ଯାତ୍ରୀବାହୀ ଅଟୋରେ ନିଆଯାଇଥିଲେ । ପରେ ବିପଦଜ୍ଜନକ ଭାବେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସରେ ନିଆଗଲା ।

ସୂଚନା ଅନୁଯାୟୀ, ବରେପାଙ୍ଗାର ରିପୁ ଦିଗାଲଙ୍କ ଗର୍ଭବତୀ ପତ୍ନୀ ଦେବୀ ଦିଗାଲ । ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଇକିଆ ହସ୍ପିଟାଲକୁ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ଥିଲା । କିନ୍ତୁ ଗମାଣ୍ଡି ଠାରେ କଣ୍ଟେମେଣ୍ଟ କାରଣରୁ ରାସ୍ତା ବନ୍ଦ ଯୋଗୁଁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ପାରି ନଥିଲା ।

ଫଳରେ ପରିବାର ଲୋକେ ଅଟୋରେ ମହିଳାଙ୍କୁ ଆମ୍ବୁଲାନ୍ସ ରହିଥିବା ସ୍ଥାନକୁ ଆଣିଥିଲେ । ପରେ ତାଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ରାଇକିଆ ହସ୍ପିଟାଲକୁ ନିଆଯାଇଥିଲା । ଗତକାଲି ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।

Leave a Reply