ଖୋର୍ଦ୍ଧା: ଖୋର୍ଦ୍ଧା ଏନଏଚ୍ ୧୬ କଡ଼ରେ ଥିବା ଏକ ବାର କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ବିଏମଡବ୍ଲ୍ୟୁ କାର ପାର୍କିଂକୁ କେନ୍ଦ୍ରକରି କିଛି ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାର କର୍ମଚାରୀ ଅମୀୟ ବାରିକ ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କ ସୂଚନା ମୁତାବକ, ବାରକୁ ୪ଟା ୫୫ ସମୟରେ ୩ ଜଣ ଦୁର୍ବୃତ୍ତ ଆସି ମଦ ପିଇବା ପାଇଁ ବାର୍ ପାଖରେ ଗାଡ଼ି ପାର୍କ କଲେ । ଗାଡ଼ି ପାର୍କିଂକୁ ନେଇ ବାର୍ ରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ପ୍ରତିବାଦ କରିବାରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଦ୍ୱିତୀୟ କର୍ମଚାରୀ ଜଣଙ୍କ ଦୌଡ଼ି ପଳାଇଥିବା ବେଳେ ଅମୀୟ ବାରିକ ନାମକ କର୍ମଚାରୀ ଜଣଙ୍କ ଦୌଡ଼ି ପାରିଲେ ନାହିଁ । ଦୁର୍ବୃତ୍ତମାନେ ତାଙ୍କୁ ୭-୮ ଥର ଛୁଆ ମାଡ଼ କରିଥିବା ଏସପି ସୂଚନା ଦେଇଛନ୍ତି । ଆହତ ଅମୀୟଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ସଂମ୍ପୂର୍ଣ୍ଣ ଘଟଣା ସିସିଟିଭି ରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜକୁ ଜବତ କରିଛି । ପୋଲିସ ରାତି ତମାମ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ମଧ୍ୟ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୫ଟି ଟିମ ଗଠନ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ରଣପୁଣ, ଭୁବନେଶ୍ୱର, ଜଟଣୀ, ପୁରୀ ଏବଂ ଗଞ୍ଜାମରେ ଭଳି ଅଞ୍ଚଳ ଗୁଡ଼ିକରେ ଦୃର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପେଟ୍ରୋଲିଂ ଆରମ୍ଭ କରିଦେଇଛି । ଯେହେତେୁ ଅନଲକର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି ତେଣୁ ଚାରିଆଡ଼େ ପୋଲିସ ପଇଁତରା ମାରୁଛି ।
https://www.facebook.com/NandighoshaTV/videos/917364762074429/?t=8









ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟି କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ବର୍ଷାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୧୦ଟି ଜିଲ୍ଲା, ୧୭ ତାରିଖରେ ୭ଟି ଜିଲ୍ଲା ଏବଂ ୧୮ ତାରିଖରେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

