ଆଉ ୫ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ, ଗଞ୍ଜାମରେ ନିୟନ୍ତ୍ରଣକୁ ଆସିବ କରୋନା !

To Tackle COVID situation in Ganjam District Administration deployed more 5 OAS Officers

ଗଞ୍ଜାମ: ଗଞ୍ଜାମରେ ସ୍ଥିତି ଭୟଙ୍କର । ଦିନକୁ ଦିନ ବିଗିଡ଼ୁଛି ସ୍ଥିତି । ନିୟନ୍ତ୍ରଣ ବାହାରେ କରୋନା ସଂକ୍ରମଣ । ଗୋଟିଏ ପଟେ ଗଞ୍ଜାମରେ ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ । ଗଂଜାମରେ ଆହୁରି କଡ଼ାକଡ଼ି ହେବ କୋଭିଡ୍‌ ପରିଚାଳନା । ପୁଣି ଗଞ୍ଜାମକୁ କୋଭିଡ୍‌ ମୁକାବିଲା ପାଇଁ ୫ ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୨ ଆଇଏଏସ୍ ଓ ୬ ଓଏଏସ୍ ଗଞ୍ଜାମ ଯାଇଥିଲେ ।

Ganjam Berhampur Corona  ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟି କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି ।

Ganjam Berhampur Corona

ଆମ୍ବୁଲାନ୍ସ ପଠାଇବାକୁ ପୁରୀ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସେପଟେ ବ୍ରହ୍ମପୁର ସହରରେ ଥିବା ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ କରାଯାଉଛି ।

Ganjam Berhampur Corona

ମଙ୍ଗଳବାର ଦିନ ୨ଟା ସୁଦ୍ଧା ୭୨ ହଜାର ୩ ଶହ ୫ଟି ପରିବାରର ୨ଲକ୍ଷ ୮୮ ହଜାର ୭ଶହ ୩୬ଜଣଙ୍କ ସ୍କ୍ରିନିଂ କରାଯାଇଛି । ସେମଧ୍ୟରୁ ୧୫୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବ୍ରହ୍ମପୁର କମିସନର ସୂଚନା ଦେଇଛନ୍ତି ।

Leave a Reply