ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କର ରାୟଗଡା ଗସ୍ତ

Planning Board Deputy Chairman visits to Rayagada

ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ରାୟଗଡା ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ  ଯୋଜନା ଉପରେ ଆଲୋଚନା କରିଛନ୍ତି ।  ଉପାଧ୍ୟକ୍ଷଙ୍କ ସହିତ ଅନୁସୂଚିତ ଜାତି ଓ ଜନଜାତି ବିକାଶ ,ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ  ରଘୁନାଥ ଗୋମଙ୍ଗ, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପିଡି, ଡି ଆ.ଆର.ଡି. ଏ ଶ୍ରୀ ଅମୃତ ରୁତୁରାଜଙ୍କ ଉପସ୍ଥିତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା ହୋଇଛି ।  ବିଶେଷ କରି  ମହାମାରୀ କୋରନା, ମନରେଗା ଯୋଜନାରେ  ଶ୍ରମିକଙ୍କୁ କର୍ମନିଯୁକ୍ତି ଯୋଗାଣ, କୋଭିଡି ମୁକାବିଲା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ, କୃଷି ଓ ଉଦ୍ୟାନ କୃଷିରେ ଅଗ୍ରଗତି ଓ ଶ୍ରମିକ ମାନଙ୍କୁ ନିଯୁକ୍ତି, ପ୍ରବାସୀ ଶ୍ରମିକ ମାନଙ୍କ ପରିଚାଳନା ଓ କର୍ମନିଯୁକ୍ତି ଯୋଗାଣ ଆଦି ଉପରେ ସମୀକ୍ଷା କରିଥିଲେ ।

 

ଏହି ଅବସରରେ ଉପାଧ୍ୟକ୍ଷ ଦାସବର୍ମା ମହୋଦୟ କୋରନା ପାଇଁ ଯେପରି ସାଧାରଣ ରୋଗୀ ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ନିର୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ଜିଲ୍ଲାର ପ୍ରବେଶପଥ ଗୁଡିକ ସିଲ କରିବାକୁ ପରାମର୍ଶ ଦେଇଥିଲେ ଏବଂ  ସ୍ଥାନୀୟ ଇଏସଆଇ କୋଭିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭେଣ୍ଟିଲେଟର ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଯେପରି ଜିଲ୍ଲାର ଅଧିକାଂଶ ହିତାଧିକାରୀ ସୁବିଧା ପାଇବେ ସେଥିପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ  ପ୍ରବାସୀ ଶ୍ରମିକମାନଙ୍କୁ ଯେପରି ଲେବର କାର୍ଡ ମିଲିବ ସେଥିପାଇଁ ଡାଟା ବେସ ପ୍ରସ୍ତୁତ କରିବାକୁ ଓ ଦକ୍ଷତା ଅନୁଯାୟୀ ଶ୍ରେଣୀ ଭୂକ୍ତ କରି କର୍ମସଂସ୍ଥାନ ଯୋଗାଇବା ପାଇଁ ଉପ।ଧ୍ୟକ୍ଷ  ନିର୍ଦେଶ ଦେଇଥିଲେ। ତେବେ ଏହି ଗସ୍ତ ମଧ୍ୟରେ ସେ କୋଭିଡ୍ କେୟାର କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ।

Leave a Reply