ହୋମ୍‌ କ୍ୱାରେଣ୍ଟାଇନ୍‌ରେ ସାଂସଦ ଭର୍ତ୍ତୃହରି ମହତାବ

MP Bhartuhari mahatab Now in Home Quarantine

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା କାୟା ମେଲାଇବାରେ ଲାଗିଛି । ଖାଲି ସାଧାରଣ ଲୋକ ନୁହେଁ ଏବେ ବଡ଼ ବଡ଼ ନେତାଙ୍କୁ କରୋନା ନିଜ ଜାଲରେ ଛନ୍ଦିଛି । ରାଜ୍ୟରେ ଆଉ ଜଣେ ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସଂସଦର ଜଣେ ଅନୁସଚିବ କୋରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଂସଦଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ସରକାରୀ ହିସାବ କମିଟି ବୈଠକରେ ଭର୍ତ୍ତୃହରି ଯୋଗଦେଇଥିଲେ । ତେବେ କେବଳ ଭର୍ତ୍ତୃହରି ନୁହନ୍ତି ଜୁଲାଇ ୧୦ର ଏହି ବୈଠକରେ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ରାଜ୍ୟରେ ପୂର୍ବରୁ ଆଉ ତିନି ଜଣ ବିଧାୟକ କରୋନା ପଜିଟି୍‌ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିର ହୋଇଥିବା ବେଳେ ଜଣେ ବିଜେପିର । ପ୍ରଥମେ ନିଳଗିରି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଦ୍ୱିତୀୟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମଙ୍ଗଳବାର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ଆକ୍ରାନ୍ତ ହୋଇଛନ୍ତି ।

ରେମୁଣା ବିଧାୟକ ନିଜେ କରୋନା ପଜିଟିଭ୍‌ ଥିବା ସ୍ପଷ୍ଟ କରିଛନ୍ତି । ତେବେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜଲ୍ଲା ପ୍ରଶାସନର ପରାମର୍ଶ ନେଇଛନ୍ତି । ପୂର୍ବରୁ ସଦର ବିଧାୟକଙ୍କ ଏକାଦଶାହରେ ଯୋଗଦେଇଥିଲେ ଶ୍ରୀ ପରିଡ଼ା । ଏହାପରେ ସେ ନିଜକୁ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରଖିଥିଲେ । ଗତ ୧୧ ତାରିଖରେ ତାଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠା ଯାଇଥିଲା । ମଙ୍ଗଳବାର ରିପୋର୍ଟ ପଜିଟିଭ୍‌ ଆସିଛି ।

Leave a Reply