କାର୍‌ ପାର୍କିଂକୁ ନେଇ ଛୁରାମାଡ଼, ଯୁବକ ମୃତ

Man Killed Near Khordha NH

ଖୋର୍ଦ୍ଧା: କାର୍‌ ପାର୍କିଂକୁ ନେଇ ହତ୍ୟା କାଣ୍ଡ । ଖୋର୍ଦ୍ଧା ଏନଏଚ୍ ୧୬ କଡ଼ରେ ଥିବା ଏକ ବାର କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି ।

ସାଧାରଣ ଏକ କାର ପାର୍କିଂକୁ ନେଇ ଏଭଳି ଜଘଣ୍ୟ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଏମଡବ୍ଲ୍ୟୁ କାର୍‌ ପାର୍କିଂକୁ ନେଇ କଳହ ଆରମ୍ଭ ହୋଇଥିବା ବେଳେ ନିର୍ଦୟ ଭାବେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି । ଆଉ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ବାର କର୍ମଚାରୀ ଅମୀୟ ବାରିକ ।

ଛୁରା ମାଡ଼ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଉଥିଲା । ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply