spot_img
Home Blog Page 6809

ମୋବାଇଲ୍ ଭିଡିଓ କଲିଂ ପାଇଁ ଜିଓ ଗ୍ଲାସ୍-୩ଡି ଚଷମା

ନିଜର ୩୪ତମ ବାର୍ଷିକ ଉତ୍ସବରେ ଜିଓ ଗ୍ଲାସ୍ ଲଞ୍ଜ କରିବା ନେଇ ଘୋଷଣା କରିଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏହି ଚଷମା ସମ୍ପର୍କରେ କୁହାଯାଇଛି ଯେ ଏହା ଭିଡିଓ କଲିଂ ପାଇଁ ସହାୟକ ହେବ । ଗ୍ଲାସ ପିନ୍ଧି ଆପଣ ଭିଡିଓ କଲିଂ କରିପାରିବେ । ଏହି ସ୍ମାଟ ଚଷମାକୁ ନେଇ କମ୍ପାନୀ ବେଶ ଆଶାବାଦୀ ରହିଛି । ଏହି ଚଷମା ଜରିଆରେ ଭର୍ଚୁଆଲ୍ କଥାବାର୍ତ୍ତା ସହ ୩ଡି ଅନୁଭୂତି ନେବା ସମ୍ଭବପର ହେବ ।

Reliance Jio announces new Jio Glass for 3D interactions, holographic content

ତେବେ ଏହି ଗ୍ଲାସର ଓଜନ ୭୫ ଗ୍ରାମ ରହିଥିବା ବେଳେ ଏହାକୁ ପିନ୍ଧି ଭିଡିଓ କଲିଂର ଅନୁଭୂତି ନିଆରା ଓ ସ୍ୱତନ୍ତ୍ର ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ଉଭୟ ୨ଜି ଓ ୩ଜିର ସୁବିଧା ରହିଛି । ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ସେବା ବାଛିପାରିବେ । ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଜିଓ ଗ୍ଲାସର ମୂଲ୍ୟକୁ ନେଇ କୌଣସି ଘୋଷଣା ହୋଇନାହିଁ । ତେବେ ବଜାର ପ୍ରବେଶ ପରେ ଯୁବପିଢୀଙ୍କ ମଧ୍ୟରେ ଏହାର ଚାହିଦା ରହିବ ବୋଲି କମ୍ପାନୀ ଆଶା କରୁଛି ।

କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା, ୧୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ସୁସ୍ଥ ହେଉଛି ଓଡ଼ିଶା । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ ବଢ଼ୁଛି ସୁସ୍ଥତା ହାର । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୬୧୨ ଜଣ ସଂକ୍ରମିତ ସୁସ୍ଥ ହେବା ସହ ଓଡ଼ିଶା ୧୦ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ସୁସ୍ଥ କରି ରେକର୍ଡ କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୫, କଟକ- କୋରାପୁଟ ଓ ଜଗତସିଂହପୁରରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ବଲାଙ୍ଗିରରୁ ୫, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଏଥିସହ ରାଜ୍ୟରେ ୧୦ ହଜାର ୪୭୬ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେତେବେଳେ କି ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪ ହଜାର ୩୨୧ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । କରୋନା ମହାମାରୀରେ ରାଜ୍ୟର ୭୭ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରୁ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୩ଟି ମାମଲା କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୭ଟି ସ୍ଥାନୀୟ ସଂକ୍ରମଣ ବୋଲି ବିଏମସି ସୂଚନା ଦେଇଛନ୍ତି । ସେହିଭଳି ୨୪ ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୯ଟି ଥିବାବେଳେ ୪୬୨ଟି ସକ୍ରିୟ କେସ୍ ରହିଛି ।

ଭଲ ଇଂରାଜୀ କହିବା ଏବଂ ହେଣ୍ଡସମ୍ ଦେଖାଯିବା ସବୁକିଛି ନୁହଁ: ଗେହଲୋଟ୍‌

ଜୟପୁର: ବିଦା ହେବା ପରେ ଏବେ ଖୋଲାଖୋଲି ଚାଲିଛି ବିଷୋଦଗାର ।  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ନଗଦ ବିଦା ହୋଇଥିବା ଉପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ତିକ୍ତତା ଏବେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଦୀର୍ଘ ଦିନର ଅସନ୍ତୋଷ ପରେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି ସଚିନ ପାଇଲଟ୍ । ଆଉ ଏହା ପରେ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ଚାଲିଛି ବିଷୋଧଗାର ।

Rajasthan politics live updates | National News – India TV

ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପୂରା କରୁନି ବୋଲି ଅଭିଯୋଗ କରିଛନ୍ତି ପାଇଲଟ୍ । ଏଥିସହିତ ଗେହଲୋଟ୍ ସଚିନ୍ ଏବଂ ତାଙ୍କ ସମର୍ଥକଙ୍କୁ ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ କରିବାକୁ ଦେଉନାହାନ୍ତି । ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ପାଳନ ନକରିବାକୁ କୁହାଯାଇଥିବା ଅଭିଯୋଗ କରିଛନ୍ତି ପାଇଲଟ୍  ।

Rajasthan news | Sachin-Gehlot power tussle: Here's how the ...

ତେବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋଟ୍ । ସେ କହିଛନ୍ତି ଭଲ ଇଂରାଜୀ କହିବା, ବାଇଟ୍ ଦେବା ଏବଂ ହେଣ୍ଡସମ୍ ଦେଖାଯିବା ସବୁକିଛି ନୁହଁ । ତୁମ ହୃଦୟରେ ଦେଶ ପାଇଁ କ’ଣ ରହିଛି, ତୁମ ଆଦର୍ଶ, ନୀତି, ଏବଂ ପ୍ରତିଶ୍ରୁତି ହେଉଛି ସବୁକିଛି ।

ସେ ଆହୁରି କହିଛନ୍ତି ଯେ, ଗତ ୪୦ ବର୍ଷ ହେଲା ସେ ରାଜନୀତିରେ ଅଛନ୍ତି । ଆମେ ନୂଆ ପିଢ଼ିକୁ ଭଲ ପାଉ । ଭବିଷ୍ୟତ ସେମାନଙ୍କର । ଏଥିସହିତ ଘୋଡ଼ା ବ୍ୟାପର ହୋଇଥିବା ନେଇ ବଡ଼ ଅଭିଯୋଗ ଆଣିଛନ୍ତି ଗେହଲୋଟ୍‌ । ଏହାର ପ୍ରମାଣ ଥିବା ମଧ୍ୟ ସେ କହିଛନ୍ତି । ଏଣୁ ବାଧ୍ୟ ହୋଇ ଗତ ୧୦ ଦିନ ହେଲା ବିଧାୟକମାନଙ୍କୁ ହୋଟେଲ୍‌ରେ ରଖାଯାଇଛି । ଯଦି ଆମ ପକ୍ଷରୁ ଏହା କରାଯାଇନଥାନ୍ତା ତା’ ହେଲେ ହୋଟେଲ ମାନେସରରେ ଯାହା ହୋଇଥିଲା ତାହାର ପୁନରାବୃତ୍ତି ହୋଇଥାନ୍ତା ।

 

ମରାମତି ପାଇଁ ଖୋଲୁଛୁ କହି ଚୋରି କରି ନେଉଥିଲେ ଷ୍ଟ୍ରିଟ୍ ଲାଇଟ୍

ବଲାଙ୍ଗିର: ସହରରେ ଦିନରେ ମାତିଛନ୍ତି ଲାଇଟ୍ ଚୋର । ସହରରେ ପୌର କର୍ମଚାରୀ କହି ବୁଲୁଛନ୍ତି । ଖୁଣ୍ଟରେ ଚଢ଼ି ନେଇ ଯାଉଛନ୍ତି ଷ୍ଟ୍ରିଟ୍ ଲାଇଟ୍ । ବଲାଙ୍ଗିର ସହରରେ ଏଭଳି ଭାବେ ଲାଇଟ୍ ଚୋରି ବଢ଼ିଥିବା ବେଳେ ୨ ଜଣଙ୍କୁ ପୋଲିସ ଧରିଛି । ସେମାନଙ୍କ ଠାରୁ ୪ଟି ଷ୍ଟ୍ରିଟ୍ ଲାଇଟ୍ ସହ ପୋଲିସ ବାଇକ୍ ଜବତ କରିଛି । ଷ୍ଟ୍ରିଟ୍ ଲାଇଟ୍ ଚୋରି ପଛରେ ପୌର ପରିଷଦର କେହି କର୍ମଚାରୀଙ୍କ ପ୍ରଚ୍ଛଦ ଭୂମିକା ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଜାରି ରହିଛି ତଦନ୍ତ ।

କର୍ମଚାରୀ କହି ଖୋଲୁଥିଲେ

ଦିନ ଦ୍ୱିପ୍ରହରରେ ମୁଖ୍ୟ ରାସ୍ତା କଡ଼ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟକୁ ଉଭୟ ଖୋଲି ନେଉଥିଲ । ପଲିଥିନ ବ୍ୟାଗରେ ଷ୍ଟ୍ରିଟ୍ ଲାଇଟ୍ ଭର୍ତ୍ତି କରି ବାଇକ ଯୋଗେ ଫେରାର୍ ହେଇ ଯାଉଥିଲେ । ଲୋକେ ପଚାରିଲେ ନିଜକୁ ପୌରପାଳିକା କର୍ମଚାରୀ ପରିଚୟ ଦେବା ସହ, ମରାମତି ପାଇଁ ଖୋଲଯାଉଥିବା କହୁଥିଲେ । ବହୁ ଦିନରୁ ସହରର ବିଭିନ୍ନ ରାସ୍ତା କଡ଼ରୁ ଷ୍ଟ୍ରିଟ୍ ଲାଇଟ୍ ଚୋରି କରିବା ସହ କବାଡ଼ିଆ ଦୋକାନ ଓ ଟେଣ୍ଟ ହାଉସରେ ବିକ୍ରି କରୁଥିଲେ । ଏସବୁ ଜାଣି  ପୌରପାଳିକା ଅଧିକାରୀ ମାନେ ଚୁପ୍ ରହୁଥିବା ଅଭିଯୋଗ ହେଉଥିଲା ।

କେମିତି ଧରା ପଡ଼ିଲେ ?

କେହି ସ୍ଥାନୀୟ ବାସିନ୍ଦା ଷ୍ଟ୍ରିଟ୍ ଲାଇଟ୍ ଚୋରି ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ । ଭାଇରାଲ୍ ଫଟୋକୁ ନେଇ ପୌର ନିର୍ବାହୀ ଅଧିକାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଟୋ ଆଧାରରେ ଟାଉନ୍ ଥାନା ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ୪ଟି ଚୋରି ଷ୍ଟ୍ରିଟ୍ ଲାଇଟ୍ ସହ ପୋଲିସ ଚୋରିରେ ବ୍ୟବହୃତ ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଆନନ୍ଦ ନଗରର ରାଧେଶ୍ୟାମ ନାଗ ଓ ଆଦର୍ଶ ପଡ଼ାର ଦୀପକ ନାଗ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ସଂଗ୍ରାମ କୋଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଗୁଗଲ ସହ ମିସି ଶସ୍ତା ୪ଜି-୫ଜି ଫୋନ୍ ତିଆରି କରିବ ଜିଓ.. ଜାଣନ୍ତୁ କ’ଣ କହିଲେ ଅମ୍ୱାନୀ

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆଗକୁ ନେବାକୁ ହେଲେ ଭାରତୀୟ ଉଦ୍ୟୋଗ ମଧ୍ୟରେ ସୃଜନଶୀଳତା ଭରିବାକୁ ପଡିବ । ବିଶେଷ ଭାବେ ଟେଲିକମ୍ ସେକ୍ଟରରେ ଭାରତୀୟ ଉଦ୍ୟୋଗଙ୍କୁ ହାତ ଲମ୍ୱା କରିବାକୁ ପଡିବ । ତେବେ ପ୍ରୟାସ କେବେ ଆରମ୍ଭ ହେବେ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ ।ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକେଶ ଅମ୍ୱାନୀଙ୍କ ଜିଓ ଏବେ ମୋବାଇଲ ତିଆରି ପାଇଁ ଅଣ୍ଟା ଭିଡିଛି । ତାହା ପୁଣି ଗୁଗୁଲର ମିଳିତ ଉଦ୍ୟମରେ । ୩୩୭୩୭ କୋଟି ଟଙ୍କା ବଦଳରେ ରିଲାନ୍ସ ଜିଓ ଗୁଗଲର ୭.୭ ପ୍ରତିଶତର ସେୟାର କିଣିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଜିଓ ଆଣ୍ଡ୍ରଏଡ୍ ଫୋନ୍ ଲଞ୍ଜ କରିବ । ଗୁଗଲ ସହ ମିଶି ଏଭଳି ଉଦ୍ୟମ ହୋଇସାରିଛି । ଏଯାବତ୍ ଗୁଗୁଲର ୧୦ କୋଟି ଫିଚର୍ ଫୋନ୍ ବିକ୍ରି ହୋଇ ସାରିଛି । ଏଣୁ ଗୁଗଲ ଓ ଜିଓ ମିଶି ଏବେ ୪ଜି ଓ ୫ଜି ସ୍ମାଟ ଫୋନ୍ ପ୍ରସ୍ତୁତ କରିବା ନେଇ ପ୍ରକ୍ରିୟା ଚାଲୁ ରହିଛି । ତେବେ ଜିଓ ସ୍ମାଟ ଫୋନର ବଜାର ପ୍ରବେଶକୁ ଭାରତୀୟ କ୍ରେତାମାନେ ସକାରାତ୍ମକ ଢଙ୍ଗରେ ନେବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ପ୍ରତିକାତ୍ମକ ଚିତ୍ର

ସାଧାରଣ ଲୋକେ ଚାଇନା ନିର୍ମିତ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଇଚ୍ଛୁକ ନଥିଲେ ମଧ୍ୟ ଭାରତୀୟ ଉଦ୍ୟୋଗଙ୍କ ପାଖରେ ଉନ୍ନତମାନର ଫୋନ୍ ନଥିବା ହେତୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଜିଓ ସ୍ମାଟଫୋନ୍ ନିର୍ମାଣ କରି ଭାରତୀୟଙ୍କ ପାଖରେ ଏକ ଭଲ ବିକଳ୍ପ ଆଣିପାରିଲେ, ଚୀନ୍ ମୋବାଇଲର ଚାହିଦା ଭାରତରେ କମିବା ନେଇ ମଧ୍ୟ ଆଶା ଉଜ୍ଜୀବିତ ହେବ ।

ପାଇଲଟ୍‌ଙ୍କ କ୍ୟାମ୍ପର ୧୯ ବିଧାୟକଙ୍କୁ ନୋଟିସ୍: ବିଗିଡ଼ିଯାଇପାରେ ସଂଖ୍ୟା ଗରିଷ୍ଠତାର ଗଣିତ

ଜୟପୁର: ରାଜସ୍ଥାନ କଂଗ୍ରେସରେ ରାଜନୀତିକ ଅସ୍ଥିରତା ଦେଖାଦେଇଛି ।  କଂଗ୍ରେସ ବିଧାୟକ ଦଳ ହ୍ୱିଇପ୍‌କୁ ଅଣଦେଖା କରି ଦଳ ବୈଠକ ଯୋଗ ଦେଇନାହାନ୍ତି କିଛି ବିଧାୟକ । ଏନେଇ ମୁଖ୍ୟ ସଚେତକ ଡକ୍ଟର ମହେଶ ଯୋଶୀ ମଙ୍ଗଳବାର ରାତି ସଢ଼େ ୧୦ଟା ସମୟରେ ବିଧାନସଭା ବାଚସ୍ପତି ଡକ୍ଟର ସିପି ଯୋଶୀଙ୍କ ନିକଟକୁ ଏକ ମେଲ୍‌ କରିଥିଲେ। ଯାହା ଦଳର ହ୍ୱିଇପକୁ ବିରୋଧ କରିଥିବା ବିଧାୟକଙ୍କ ବିରୋଧରେ ଥିଲା।

Amid Rajasthan power tussle, CM Ashok Gehlot calls meeting of ...

ଏହା ଉପରେ ବିଧାନସଭାରେ ବାଚସ୍ପତି ଥିବା ଡକ୍ଟର ସିପି ଯୋଶୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ରାତିରେ ବିଧାନସଭା ଖୋଲିଥିଲେ ଏବଂ ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ଠାରୁ ୨ ଦିନ ଅର୍ଥାତ୍ ଜୁଲାଇ ୧୭ ଦିନ ମଧ୍ୟାହ୍ନ ସୁଦ୍ଧା ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ସିପି ଯୋଶୀ । ବିଧାନସଭା ପକ୍ଷରୁ ଜାରି ଏହି ନୋଟିସ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ୧୯ ଜଣ ବିଧାୟକଙ୍କୁ ବିଭିନ୍ନ ମାଧ୍ୟମରେ ଅବଗତ କରାଯାଇଛି ।

Rajasthan Crisis: Pilot Faction Should Be Excluded From The Party ...

ଏଭଳି ସମୟରେ ପ୍ରଶ୍ନ ଉଠୁଛି ଯଦି ୧୯ ବିଧାୟକଙ୍କ ଗୃହର ପ୍ରାଥମିକ ସଦସ୍ୟତା ସମାପ୍ତ ହୁଏ । ତେବେ ବିଧାନସଭାରେ ସଂଖ୍ୟାର ଗଣିତ କ’ଣ? ୨୦୦ ସଭ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୯ ସଦସ୍ୟଙ୍କ ପ୍ରାଥମିକ ସଦସ୍ୟତା ଶେଷ ହେଲା ମାତ୍ରେ ୧୮୧ ଜଣ ସଦସ୍ୟ ରହିବ । କଂଗ୍ରେସରେ ନିକଟରେ ବର୍ତ୍ତମାନ ୧୦୭  ଜଣ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ୧୯ଜଣ ବିଧାୟକଙ୍କ ସଂଖ୍ୟା ହ୍ରାସ କରିବାକୁ କଂଗ୍ରେସରେ ୮୮  ଜଣ ସଦସ୍ୟ ରହିବେ ।

ରାଜସ୍ଥାନ ରାଜନୀତି: ସିଧା କଥା କହିଲେ ପାଇଲଟ୍,ମୁଖ୍ୟମନ୍ତ୍ରୀ କରୁଥିଲେ ଅଣଦେଖା

କିନ୍ତୁ ଯେତେବେଳେ ବିଧାନସଭାରେ କେବଳ ୧୮୧ ଜଣ ସଦସ୍ୟ ଅଛନ୍ତି, ସେତେବେଳେ କ୍ଷମତାରେ ରହିବାକୁ ହେଲେ ୯୨ ଜଣ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ। ଏଭଳି ପରିସ୍ଥିତିରେ ଗେହଲଟ ସରକାରଙ୍କୁ କେବଳ ଅନ୍ୟ ୪ ଜଣ ସଦସ୍ୟଙ୍କ ସମର୍ଥନ ନେବାକୁ ପଡ଼ିବ । କିନ୍ତୁ ଏଥିରେ ଅନେକ ଜଟିଳତା ଅଛି, ଯାହା ଆଧାରରେ ବର୍ତ୍ତମାନ କିଛି କହିବା କଷ୍ଟକର |

ବ୍ୟାରେଜ ନିର୍ମାଣକୁ ନେଇ ବର୍ଷିଲେ ଦାମ, କହିଲେ ଆଗ ରାଜ୍ୟ ପରେ ଦଳ

ଭୁବନେଶ୍ୱର: ପୁଣି ପାଣିକୁ ନେଇ ରାଜନୀତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ । ଅନ୍ୟପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ । ଏହି ଦୁଇ ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ପ୍ରକଳ୍ପ ପାଇଁ ଦାମ ଉଭୟ ଏନଡିଏ ଓ ୟୁପିଏ ସରକାର ଉପରେ ଧୁମ୍ ବର୍ଷିଛନ୍ତି ଦାମ ବାବୁ । କଂଗ୍ରେସ ମହାନଦୀ ପ୍ରସଙ୍ଗରେ ନିଜ ଦୋଷକୁ ଘଣ୍ଟ ନ ଘୋଡ଼ାଇବାକୁ ଦାମ ଆହ୍ୱାନ୍ ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଦାମ । ଛତିଶଗଡ଼ ପାଇଁ ନିରଞ୍ଜନ ଓକିଲାତି ଆରମ୍ଭ କରିଥିବା କହିଛନ୍ତି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ ନିର୍ମାଣ କଲାବେଳେ କେନ୍ଦ୍ରରେ ଉପିଏ ସରକାର ଥିଲା । ସେତେବେଳେ ଉପା ସରକାର ଚୁପ୍ ରହି ସମର୍ଥନ ଦେଇଥିଲା । ତେଣୁ, ନିରଞ୍ଜନ ପ୍ରଥମେ ଓଡ଼ିଶା ସ୍ୱାର୍ଥ ଦେଖନ୍ତୁ, ତା ପରେ ଦଳ ସ୍ୱାର୍ଥ ଦେଖିବେ l

ସେହିପରି ପୋଲାଭରମକୁ ନେଇ ଦାମ ବିଜେପି ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାମ ଟାର୍ଗେଟ୍ କରିଛନ୍ତି । ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାକୁ ବିଜେପି ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଥିଲା ବୋଲି ଦାମ କହିଛନ୍ତି । ଏଭଳି କରି ଉଭୟ କୋଳାକୋଳି ହେଉଥିବା ସେ କହିଛନ୍ତି ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର)

ଟିକଟକ୍ ବ୍ୟାନ୍ ଡ୍ରାଗନକୁ କଲା ପାଗଳ,ହୁୱାଇ ଉପରେ ବ୍ରିଟେନ ପ୍ରତିବନ୍ଧକ ପରେ ଚୀନର ଧମକ…..

ଭାରତ ଟିକଟକ୍ ସମେତ ୫୯ଟି ଚାଇନିଜ୍ ଆପକୁ ଦେଶରେ ବ୍ୟାନ୍ କରିଛି । ଏହାପରେ ଆମେରିକା ମଧ୍ୟ ଚୀନର ଅନେକ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଇ ସାରିଛି । ତେବେ ଚୀନର ଉଦ୍ୟୋଗ ପ୍ରତି ଭାରତ, ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆର ଏଭଳି ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛି ଚୀନ୍  ।  ବିଶ୍ୱରେ ଚୀନ୍ ଆପକୁ ଅସୁରକ୍ଷିତ ବୋଲି କୁହାଯାଉଥିବା ବେଳେ ଚୀନ୍ ଏଭଳି ପ୍ରଚାରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ । ତେବେ ଆଜି ବ୍ରିଟେନ୍ ହୁୱାଇ ୫ଜି ସରଞ୍ଜାମକୁ ଡିସେମ୍ୱର ୩୧ ପରେ ନିଜ ଦେଶରେ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛି ।

ବ୍ରିଟେନର ଏଭଳି ନିଷ୍ପତ୍ତି ଚୀନର ଏହି ଅଗ୍ରୀଣ କମ୍ପାନୀକୁ ବଡ କ୍ଷତି ସହିବାକୁ ବାଧ୍ୟ କରିପାରେ । ଏଣୁ ବ୍ରିଟେନର ବ୍ୟାନ ନିଷ୍ପତ୍ତି ପରେ ପ୍ରତିକ୍ରିୟାଶୀଳ ହୋଇଛି ଚୀନ । ତେବେ ଚୀନ ଉତ୍ପାଦ ଓ କମ୍ପାନୀ ବୟକଟ୍ ହେବା ପଛରେ ଆମେରିକାର ଚକ୍ରାନ୍ତ ରହିଛି ବୋଲି ଚୀନ୍ ଅନୁଭବ କରୁଛି । ଚୀନ୍ ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ, ଚାଇନା ସଂସ୍ଥାଗୁଡିକ ସହ ଭେଦଭାବ ହେଉଛି । ଏହା ଦେଶ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିର ଉଲଙ୍ଘନ ମଧ୍ୟ । ଆମେରିକାକୁ ସହଯୋଗ କରିବା ଆଳ ଦେଖାଇ ବ୍ରିଟେନ ହୁୱାଇକୁ ନିଜ ଦେଶରେ ବ୍ୟାନ କରିଛି । ଏଭଳି ହେବା ଦ୍ୱାରା ବଜାର ନିର୍ଦ୍ଦେଶନାମାରେ ମଧ୍ୟ ଉଲଙ୍ଘନ ହେଉଛି । କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଦେଶ ଚୀନ ଉଦ୍ୟୋଗକୁ ବିରୋଧ କରିବାକୁ ଉଦ୍ୟୋଗ କରୁଥିବା ସେ ଅଭିଯୋଗ କରିଛନ୍ତି ।

Huawei

ତେବେ ଏହି ମଧ୍ୟରେ ଆମେରିକାର ଏକ ବିବାଦୀୟ ମନ୍ତବ୍ୟ ମଧ୍ୟ ଆସିଛି । ସିନଜିଆଙ୍ଗର ଉତ୍ତର ପଶ୍ଚିମ ଇଲାକାରେ ଚୀନ ଉଇଘର ମୁସଲମାନ ସଂପ୍ରଦାୟର ଦମନ କରିବାକୁ ପ୍ରଚେଷ୍ଟା କରୁଥିବା ଆମେରିକା ବୟାନ ରଖିଛି  ଓ ଏଭଳି ଉଦ୍ୟମରୁ ବିରତ ରହିବା ପାଇଁ ମଧ୍ୟ ଧମକ ଦେଇଛି ।  ଉତ୍ତରରେ ଚୀନ୍ ସରକାର କହିଛନ୍ତି ଯେ ଆମେରିକା ଚୀନ୍ କମ୍ପାନୀକୁ ଦମନ କରିବା ପାଇଁ ଓ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି । ମାନବାଧିକାର ଉଲଙ୍ଘନ ମିଛ ଆଳ ଦେଖାଇ ଏଭଳି କରାଯାଉଛି । କ୍ରମାଗତ ଭାବେ ଏଭଳି ହେଉଛି । ଏହା ଚୀନ ଓ ଆମେରିକା ପାଇଁ କ୍ଷତିକାରକ ଅଟେ । ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ ସାରା ବିଶ୍ୱ ପାଇଁ କ୍ଷତିକାରକ ସ୍ଥିତି ଆସିପାରେ ।

 

ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ସମ୍ପର୍କରେ ଥିଲା କି ତିକ୍ତତା ? ଘର ମାଲିକଙ୍କୁ ଜେରା କଲା ଜିଆରପି

ଭୁବନେଶ୍ୱର: ସନ୍ଦେହଜନକ ମୃତ୍ୟୁର ସପ୍ତାହେ ପରେ ବି ଲାଗି ରହିଛି ସସପେନ୍ସ । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖିଅ ଖୋଜୁଛି ଜିଆରପି । ଆତ୍ମହତ୍ୟା ନା ହତ୍ୟା ? କେମିତି ମଲେ ଆଦିତ୍ୟ ? ଏସବୁର ତଦନ୍ତ କରୁଥିବା ଜିଆରପି ଆଦିତ୍ୟଙ୍କ ଘର ମାଲିକଙ୍କୁ ଜେରା କରିଛି । ଆଦିତ୍ୟ କେବେଠାରୁ ଭଡ଼ାରେ ରହୁଥିଲେ । ଦମ୍ପତିଙ୍କ ମଧ୍ୟରେ କେବେ ଝଗଡ଼ା ହୋଇଥିଲା କି ? ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିଲା । ଏସବୁ ବିଷୟରେ ଜିଆରପି ଘର ମାଲିକଙ୍କୁ ପଚରାଉଚରା କରିଛି ।

ଏଥିସହ ଆଦିତ୍ୟଙ୍କ ଆର୍ଥିକ କାରବାର ଉପରେ ଜିଆରପି କରିଛି ଖୋଳତାଡ଼ । ବାଳକାଟି ଏସବିଆଇ ଆକାଉଣ୍ଟ ଓ କଳିଙ୍ଗ ବିହାର ୟୁନିୟନ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି । ସୋମବାର ସନ୍ଧ୍ୟାରେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ନମ୍ବରକୁ କଲ୍ କରିଥିଲେ । ଶେଷ କଲ୍ ସନ୍ଧ୍ୟା ୬ଟା ୪୨ରେ ସେ କରିଥିବା ବେଳେ ୭ଟା ୧୪ରେ ଫେସବୁକରେ କରିଥିଲେ ଶେଷ ପୋଷ୍ଟ । ଆଉ ଘରୁ ଷ୍ଟେସନ ଆଡ଼େ ଯିବାର ଶେଷ ସିସିଟିଭି ଫୁଟେଜର ଦୃଶ୍ୟ ରାତି ୮ଟା ପୂର୍ବରୁ ରେକର୍ଡ ହୋଇଛି ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଜିଆରପି ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା କରିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏସବୁ ଭିତରେ ଜିଆରପି ‘ପିପୁଲ ଫର ସେବା’ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ବ୍ୟକ୍ତିଙ୍କୁ ଜେରା କରିଛି । ପପୁ ଓ ବିକାଶଙ୍କୁ ଜିଆରପି ଜେରା କରିଥିବା ବେଳେ ବଲାଙ୍ଗିରର ଜଣେ ବନ୍ଧୁଙ୍କୁ ପଚରାଉଚରା ପାଇଁ ଡାକ ଯୋଗେ ନୋଟିସ୍ ପଠାଯାଇଛି । ଆଗକୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପି ଜେରା କରିପାରେ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

୮ ହଜାରରୁ ବି କମ ଦାମରେ ଭାରତରେ ଲଞ୍ଚ ହେଲା Realme C11, ଫୋନରେ ରହିଛି 5000mAh ବ୍ୟାଟେରୀ

Realme C11: Realme ଏହାର ନୂତନ ଏଣ୍ଟ୍ରି ଲେବେଲ୍ ଶସ୍ତା ସ୍ମାର୍ଟଫୋନ୍ Realme C11 ଭାରତରେ ଲଞ୍ଚ କରିଛି । ଫୋନ୍ ସହିତ କମ୍ପାନୀ ଏକ ନୂତନ ପାୱାରବ୍ୟାଙ୍କ ମଧ୍ୟ ଲଞ୍ଚ କରିଛି। Realme C11 ଏହାର ବେଷ୍ଟ ଭିଚର ସହ ଏହାକୁ ଖୁବ ଶସ୍ତାରେ ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ ମାତ୍ର ୭,୪୯୯ ଟଙ୍କା ଲଞ୍ଚ କରିଛି । ଫୋନର ପ୍ରଥମ ସେଲ୍ ୨୨ ଜୁଲାଇରେ ଫ୍ଲିପକାର୍ଟରେ ରଖାଯାଇଛି । ଫୋନର ବିଶେଷ ଫିଚର ହେଉଛି ଏହାର 5000mAh ଶକ୍ତିଶାଳୀ ବ୍ୟାଟେରୀ । ଆସନ୍ତୁ ଜାଣିବା ଏହାର ବାକି ଫିଚର ଗୁଡିକ ବିଷୟରେ ।

କମ୍ପାନୀ ଏହି ଫୋନକୁ କେବଳ ଗୋଟିଏ ଭାରିଆଣ୍ଟ 2 GB RAM + 32 GB ସହିତ ପରିଚିତ କରିଛି, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ବିସ୍ତାର ହୋଇପାରିବ ।

ରିଅଲିଟି C11 ରେ 6.5-ଇଞ୍ଚ HD + (720×1600 ପିକ୍ସେଲ) ମିନିଡ୍ରପ୍ ଡିସପ୍ଲେ ଅଛି, ଯାହା ୨୦:୯ ଅନୁପାତ ସହିତ ଆସିଥାଏ । ଫୋନର ସ୍କ୍ରିନ୍-ଟୁ-ବଡି ଅନୁପାତ ହେଉଛି ୮୮.୭% । ସ୍କ୍ରିନର ସୁରକ୍ଷା ପାଇଁ କର୍ନିଙ୍ଗ ଗୋରିଲା ଗ୍ଲାସ ବ୍ୟବହାର କରାଯାଇଛି । ଏହି ଫୋନରେ ୨.୩ GHz ଅକ୍ଟା-କୋର ମିଡିଆଟେକ ହେଲିଓ G35 ପ୍ରୋସେସର ଅଛି । Realme C11 ଆଣ୍ଡ୍ରଏଡ୍ ୧୦ ଉପରେ ଆଧାର କରି Realme UI ଉପରେ କାମ କରେ |

ଫୋନରେ ଡୁଆଲ୍ ରିୟର କ୍ୟାମେରା-

କ୍ୟାମେରା ବିଷୟରେ କହିବାକୁ ଗଲେ, Realmeର ଏହି ଫୋନ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିଥାଏ, ଯେଉଁଥିରେ ଆପେଚର F / 2.2 ସହିତ 13 ମେଗାପିକ୍ସେଲ ଏବଂ ଆପେଚର F / 2.4 ସହିତ 2 ମେଗାପିକ୍ସେଲ ସେକେଣ୍ଡାରୀ କ୍ୟାମେରା ଅଛି । ଫୋନରେ ସେଲଫି ପାଇଁ ଆପେଚର F / 2.4 ସହିତ 5 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । ଫୋନ୍ କ୍ୟାମେରାର ଅନ୍ୟାନ୍ୟ ଫିଚର ବିଷୟରେ କହିବାକୁ ଗଲେ, AI ବିୟୁଟି, ଫିଲ୍ଟର୍ ମୋଡ୍, HDR, ପୋଟ୍ରେଟ୍ ମୋଡ୍ ଏବଂ ଟାଇମଲେପ୍ ​​ଭଳି ଫିଚର ଦିଆଯାଇଛି ।

ପାୱାର ପାଇଁ, 5000mAh ବ୍ୟାଟେରୀ Realme C11 ରେ ପ୍ରଦାନ କରାଯାଇଛି, ଯାହା 10W ଚାର୍ଜିଂ ସହିତ ଆସିଥାଏ । Connectivity ପାଇଁ, 4G LTE, Wifi 802.11 b / g / n, ବ୍ଲୁଟୁଥ୍ 5.0, ଜିପିଏସ୍ / ଏ-ଜିପିଏସ୍, ମାଇକ୍ରୋ- USB ଏବଂ 3.5 ମିମି ହେଡଫୋନ୍ ଜ୍ୟାକ୍ ଭଳି ଫିଚର ପ୍ରଦାନ କରାଯାଇଛି ।