ବ୍ୟାରେଜ ନିର୍ମାଣକୁ ନେଇ ବର୍ଷିଲେ ଦାମ, କହିଲେ ଆଗ ରାଜ୍ୟ ପରେ ଦଳ

1 min read

ଭୁବନେଶ୍ୱର: ପୁଣି ପାଣିକୁ ନେଇ ରାଜନୀତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ । ଅନ୍ୟପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ । ଏହି ଦୁଇ ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ପ୍ରକଳ୍ପ ପାଇଁ ଦାମ ଉଭୟ ଏନଡିଏ ଓ ୟୁପିଏ ସରକାର ଉପରେ ଧୁମ୍ ବର୍ଷିଛନ୍ତି ଦାମ ବାବୁ । କଂଗ୍ରେସ ମହାନଦୀ ପ୍ରସଙ୍ଗରେ ନିଜ ଦୋଷକୁ ଘଣ୍ଟ ନ ଘୋଡ଼ାଇବାକୁ ଦାମ ଆହ୍ୱାନ୍ ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଦାମ । ଛତିଶଗଡ଼ ପାଇଁ ନିରଞ୍ଜନ ଓକିଲାତି ଆରମ୍ଭ କରିଥିବା କହିଛନ୍ତି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ ନିର୍ମାଣ କଲାବେଳେ କେନ୍ଦ୍ରରେ ଉପିଏ ସରକାର ଥିଲା । ସେତେବେଳେ ଉପା ସରକାର ଚୁପ୍ ରହି ସମର୍ଥନ ଦେଇଥିଲା । ତେଣୁ, ନିରଞ୍ଜନ ପ୍ରଥମେ ଓଡ଼ିଶା ସ୍ୱାର୍ଥ ଦେଖନ୍ତୁ, ତା ପରେ ଦଳ ସ୍ୱାର୍ଥ ଦେଖିବେ l

ସେହିପରି ପୋଲାଭରମକୁ ନେଇ ଦାମ ବିଜେପି ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାମ ଟାର୍ଗେଟ୍ କରିଛନ୍ତି । ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାକୁ ବିଜେପି ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଥିଲା ବୋଲି ଦାମ କହିଛନ୍ତି । ଏଭଳି କରି ଉଭୟ କୋଳାକୋଳି ହେଉଥିବା ସେ କହିଛନ୍ତି ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର)

Leave a Reply