ଟିକଟକ୍ ବ୍ୟାନ୍ ଡ୍ରାଗନକୁ କଲା ପାଗଳ,ହୁୱାଇ ଉପରେ ବ୍ରିଟେନ ପ୍ରତିବନ୍ଧକ ପରେ ଚୀନର ଧମକ…..

1 min read
Huawei 5G kit must be removed from UK by 2027.

ଭାରତ ଟିକଟକ୍ ସମେତ ୫୯ଟି ଚାଇନିଜ୍ ଆପକୁ ଦେଶରେ ବ୍ୟାନ୍ କରିଛି । ଏହାପରେ ଆମେରିକା ମଧ୍ୟ ଚୀନର ଅନେକ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଇ ସାରିଛି । ତେବେ ଚୀନର ଉଦ୍ୟୋଗ ପ୍ରତି ଭାରତ, ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆର ଏଭଳି ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛି ଚୀନ୍  ।  ବିଶ୍ୱରେ ଚୀନ୍ ଆପକୁ ଅସୁରକ୍ଷିତ ବୋଲି କୁହାଯାଉଥିବା ବେଳେ ଚୀନ୍ ଏଭଳି ପ୍ରଚାରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ । ତେବେ ଆଜି ବ୍ରିଟେନ୍ ହୁୱାଇ ୫ଜି ସରଞ୍ଜାମକୁ ଡିସେମ୍ୱର ୩୧ ପରେ ନିଜ ଦେଶରେ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛି ।

ବ୍ରିଟେନର ଏଭଳି ନିଷ୍ପତ୍ତି ଚୀନର ଏହି ଅଗ୍ରୀଣ କମ୍ପାନୀକୁ ବଡ କ୍ଷତି ସହିବାକୁ ବାଧ୍ୟ କରିପାରେ । ଏଣୁ ବ୍ରିଟେନର ବ୍ୟାନ ନିଷ୍ପତ୍ତି ପରେ ପ୍ରତିକ୍ରିୟାଶୀଳ ହୋଇଛି ଚୀନ । ତେବେ ଚୀନ ଉତ୍ପାଦ ଓ କମ୍ପାନୀ ବୟକଟ୍ ହେବା ପଛରେ ଆମେରିକାର ଚକ୍ରାନ୍ତ ରହିଛି ବୋଲି ଚୀନ୍ ଅନୁଭବ କରୁଛି । ଚୀନ୍ ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ, ଚାଇନା ସଂସ୍ଥାଗୁଡିକ ସହ ଭେଦଭାବ ହେଉଛି । ଏହା ଦେଶ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିର ଉଲଙ୍ଘନ ମଧ୍ୟ । ଆମେରିକାକୁ ସହଯୋଗ କରିବା ଆଳ ଦେଖାଇ ବ୍ରିଟେନ ହୁୱାଇକୁ ନିଜ ଦେଶରେ ବ୍ୟାନ କରିଛି । ଏଭଳି ହେବା ଦ୍ୱାରା ବଜାର ନିର୍ଦ୍ଦେଶନାମାରେ ମଧ୍ୟ ଉଲଙ୍ଘନ ହେଉଛି । କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଦେଶ ଚୀନ ଉଦ୍ୟୋଗକୁ ବିରୋଧ କରିବାକୁ ଉଦ୍ୟୋଗ କରୁଥିବା ସେ ଅଭିଯୋଗ କରିଛନ୍ତି ।

Huawei

ତେବେ ଏହି ମଧ୍ୟରେ ଆମେରିକାର ଏକ ବିବାଦୀୟ ମନ୍ତବ୍ୟ ମଧ୍ୟ ଆସିଛି । ସିନଜିଆଙ୍ଗର ଉତ୍ତର ପଶ୍ଚିମ ଇଲାକାରେ ଚୀନ ଉଇଘର ମୁସଲମାନ ସଂପ୍ରଦାୟର ଦମନ କରିବାକୁ ପ୍ରଚେଷ୍ଟା କରୁଥିବା ଆମେରିକା ବୟାନ ରଖିଛି  ଓ ଏଭଳି ଉଦ୍ୟମରୁ ବିରତ ରହିବା ପାଇଁ ମଧ୍ୟ ଧମକ ଦେଇଛି ।  ଉତ୍ତରରେ ଚୀନ୍ ସରକାର କହିଛନ୍ତି ଯେ ଆମେରିକା ଚୀନ୍ କମ୍ପାନୀକୁ ଦମନ କରିବା ପାଇଁ ଓ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି । ମାନବାଧିକାର ଉଲଙ୍ଘନ ମିଛ ଆଳ ଦେଖାଇ ଏଭଳି କରାଯାଉଛି । କ୍ରମାଗତ ଭାବେ ଏଭଳି ହେଉଛି । ଏହା ଚୀନ ଓ ଆମେରିକା ପାଇଁ କ୍ଷତିକାରକ ଅଟେ । ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ ସାରା ବିଶ୍ୱ ପାଇଁ କ୍ଷତିକାରକ ସ୍ଥିତି ଆସିପାରେ ।

 

Leave a Reply