spot_img
Home Blog Page 6787

କର୍ଣ୍ଣଲ ସନ୍ତୋଷ ବାବୁ: ,ସେହି ସହିଦ କମାଣ୍ଡର ଯିଏ ଚୀନ ସୈନିକଙ୍କ ଉପରେ ପଡ଼ିଥିଲେ ଭାରି

ନୂଆଦିଲ୍ଲୀ: ଜୁନ୍ ୧୫ରେ ଲଦାଖର ଗଲବାନ ଉପତ୍ୟକାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁ ଭାରତୀୟ ସୈନ୍ୟବାହିନୀର ନେତୃତ୍ୱ ନେଉଥିଲେ । ଚୀନ୍ ସୈନିକମାନଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଥିବାବେଳେ ସେ ବିନମ୍ର ଥିଲେ କିନ୍ତୁ ତା ସହିତ ଶକ୍ତିଶାଳୀ ମଧ୍ୟ ଥିଲେ । ଚୀନ୍ ସୈନିକମାନେ ପଥର ଫିଙ୍ଗିବା ଦ୍ୱାରା ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ସେଠାରୁ ଯାଇ ନଥିଲେ । ଦଳର ନେତୃତ୍ୱ ନେଉଥିବା ବେଳେ ସେ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ।

ଗଲବାନ ଘାଟି, ଲେହ ଏବଂ ଥଙ୍ଗାଷ୍ଟେରେ ନିୟୋଜିତ ଥିବା ଆର୍ମି ଅଫିସର ମାନଙ୍କ ସୂଚନା ଅନେକ ଗୁରୁତ୍ୱପୂର୍ବ ତଥ୍ୟର ଖୁଲାସା କରିଛି । କର୍ଣ୍ଣଲ ସନ୍ତୋଷ ବାବୁଙ୍କ ବୀରତ୍ୱ ବିଷୟରେ ଜାଣି ସମସ୍ତେ ତାଙ୍କ ଆଗରେ ନତମସ୍ତକ ।

ଗଲବାନ ନଦୀ କୂଳରେ ଥିବା ଏକ ଚୀନ୍ ସର୍ବେକ୍ଷଣ ପୋଷ୍ଟ ଭାରତ ସୀମାରେ ଥିଲା ଏବଂ ଏହାକୁ ହଟାଇବା ପାଇଁ ଚୀନ୍ ସେନା ସହିତ ଏକ ଚୁକ୍ତିନାମା ହୋଇଥିଲା । କଥାବାର୍ତ୍ତାର କିଛି ଦିନ ପରେ ଚୀନ୍ ଏହି ପୋଷ୍ଟକୁ ହଟାଇ ଦେଇଥିଲା । ସେହି ଦିନ ୧୬ତମ ବିହାର ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣଲ ବି ସନ୍ତୋଷ ବାବୁ ମଧ୍ୟ ତାଙ୍କ ପ୍ରତିପକ୍ଷ ଚୀନ୍ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ଜୁନ୍ ୧୪ ତାରିଖ ମଧ୍ୟରାତ୍ରିରେ ଚୀନ୍ ପୁଣି ସେହି ସ୍ଥାନରେ ନିଜର ପୋଷ୍ଟ ସ୍ଥାପନ କଲା । ୧୫ ଜୁନ୍ ଦିନ ଅପରାହ୍ନ ୫ଟାରେ କର୍ଣ୍ଣଲ ସନ୍ତୋଷ ବାବୁ ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଏକ ଟିମ ସହିତ କ୍ୟାମ୍ପ ପାଖକୁ ଯିବେ ଏବଂ ଏହି ପୋଷ୍ଟଟି ପୁଣି ଥରେ କିପରି ଲଗା ହୋଇଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପଚାରି ଆସିବେ । କର୍ଣ୍ଣେଲ ବି ସନ୍ତୋଷ ବାବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସେ କିଛି ଦିନ ପୂର୍ବରୁ ଏହି ପୋଷ୍ଟ ବିଷୟରେ ଚୀନ୍ ସୈନିକଙ୍କ ସହ କଥା ହୋଇଥିଲେ, ତା’ପରେ ମଧ୍ୟ କିପରି ସେମାନେ ଏହି ପୋଷ୍ଟଟିକୁ ଆଉଥରେ ଲଗାଇଲେ ।

ଇତିମଧ୍ୟରେ, ୧୬ ବିହାର ରେଜିମେଣ୍ଟରେ ମାହୋଲ ଖୁବ ଗରମ ଥିଲା । ୟୁନିଟର ଯୁବ ସୈନିକମାନେ ରାଗି ଯାଇଥିଲେ ଏବଂ ସେମାନେ ନିଜେ ଚୀନ୍‌ର ବିବାଦୀୟ ପୋଷ୍ଟକୁ ହଟାଇବାକୁ ଚାହୁଁଥିଲେ। କିନ୍ତୁ କର୍ଣ୍ଣଲ ବାବୁଙ୍କ ମତ ଭିନ୍ନ ଥିଲା । କର୍ଣ୍ଣଲ ବାବୁ ତାଙ୍କ ୟୁନିଟରେ ଜଣେ ଅତି ଭଦ୍ର ଶାନ୍ତ ମନୋଭାବକାରୀ ଅଧିକାରୀ ଭାବରେ ବିବେଚିତ ହୋଇଥିଲେ । ସେ ପୂର୍ବରୁ ଏହି କ୍ଷେତ୍ରରେ କମ୍ପାନୀ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। କର୍ଣ୍ଣଲ ବାବୁ ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଚୀନ୍‌ର ସେହି ପୋଷ୍ଟକୁ ହଟାଇବେ ।

୩୫ ସୈନିକଙ୍କ ସହିତ ବାହାରିଲେ କର୍ଣ୍ଣଲ ବାବୁ-

ଜୁନ ୧୫ ସନ୍ଧ୍ୟା ୭ଟାରେ କର୍ଣ୍ଣଲ ବାବୁ ଅଫିସର ଏବଂ ଯବାନ ମାନଙ୍କର ଏକ ୩୫ ଜଣିଆ ଟିମ ପ୍ରସ୍ତୁତ କରି ଚାଲିଚାଲି ସେହି ପୋଷ୍ଟ ପାଖକୁ ଗଲେ ଯାହାକୁ ଚୀନ ସୈନିକ ମାନେ ପୁଣି ଥରେ ତିଆରି କରିଥିଲେ । କର୍ଣ୍ଣଲଙ୍କ ଟିମରେ ଦୁଇ ଜଣ ମେଜର ଥିଲେ  । ଟିମର ମନୋଭାବ ଗରମ ନଥିଲା, ଏମିତି ଲାଗୁଥିଲା ଯେମିତି ସେମାନ କିଛି ପଚରାଉଚରା ପାଇଁ ଯାଉଛନ୍ତି । ଯେତେବେଳେ ଭାରତର ଏହି ଟିମ ଚୀନ କ୍ୟାମ୍ପ ପାଖରେ ପହଞ୍ଚିଲା ସେତେବେଳେ ଭାରତାୟ ସୈନ୍ୟମାନେ ଅନୁଭବ କଲେ ଯେ ଚୀନ ସୈନ୍ୟ ମାନଙ୍କ ମନୋଭାବ କିଛି ଅଲଗା ଥିଲା । ପୋଷ୍ଟରେ ନିୟୋ ଜିତ ଥିବା ଚୀନ ସୈନ୍ୟ ମାନେ ସାଧାରଣତଃ ନୂଆ ଥିଲେ ।

ଚୀନ ସୈନିକ କର୍ଣ୍ଣଲଙ୍କୁ ଧକ୍କା ଦେଇଥିଲେ-

ଯେତେବେଳେ ଭାରତର ଟିମ ସେହି ବିବାଦୀୟ ପୋଷ୍ଟ ପାଖକୁ ପହଞ୍ଚିଥିଲା, ଚୀନର ସୈନିକଙ୍କ ହାବଭାବ ଅଲଗା ଥିଲା । ଯେତେବେଳେ କର୍ଣ୍ଣଲ ବାବୁ କଥାବାର୍ତ୍ତା ଆରମ୍ଭ କଲେ ଏବଂ ପଚାରିଲେ କି ଏଠାରେ ଆଉଥରେ ପୋଷ୍ଟ କାହିଁକି ତିଆରି ହେଲା ଠିକ ସେତିକି ବେଳେ ଚୀନ ସୈନ ମଧ୍ୟରୁ ଜଣେ ଆସି କର୍ଣ୍ଣଲଙ୍କୁ ପଛପଟୁ ଧକ୍କା ଦେଇଥିଲା ।  ରିପୋର୍ଟ ମୁତାବକ ଚୀନର ଏହି ଅଭଦ୍ର ସୈନିକ ଚାଇନିଜ ଭାଷାରେ ଅପମାନଜନକ ଶବ୍ଦର ପ୍ରୟାଗ ମଧ୍ୟ କରିଥିଲେ ।

ଭାରତୀୟ ସୈନିକମାନେ ପ୍ରତିଶୋଧ ନେବାକୁ ବାହାରି ପଡ଼ିଲେ-

ଏହି ଘଟଣା ପରେ ତୁରନ୍ତ ଭାରତ ତରଫରୁ ପ୍ରତିକ୍ରିୟା ଆସିଥିଲା । ଭାରତୀୟ ଦଳ ଚୀନ୍ ଉପରେ ଆକ୍ରମଣ କରିଥିଲେ । ଏହି ଲଢ଼େଇ ଗୋଇଠା ବିଧା ଭିତରେ ସୀମିତ ଥିଲା । ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଅସ୍ତ୍ର ବ୍ୟବହାର କରାଯାଇନଥିଲା  । ୩୦ ମିନିଟ ଧରି ଚାଲିଥିବା ଏହି ଲଢ଼େଇରେ ଉଭୟ ପାର୍ଶ୍ୱରୁ ଲୋକମାନେ ଆହତ ହୋଇଥିଲେ । ୧୬ ବିହାର ରେଜିମେଣ୍ଟର ସାହସୀ ସୈନିକମାନେ ସେହି ପୋଷ୍ଟକୁ ଭାଙ୍ଗି ସେଠାରୁ ପ୍ରତ୍ୟେକ ଚାଇନାର ପ୍ରତୀକକୁ ହଟାଇ ଦେଇଥିଲେ । ଭାରତର କମାଣ୍ଡିଂ ଅଫିସରଙ୍କୁ ଧକ୍କା ଦେବା ପରେ ସଂଯମତା ରକ୍ଷା କରିବାର ସମୟ ସୀମା ଶେଷ ହୋଇସାରିଥିଲା ।

ବିପଦକୁ ଅନୁଭବ କରିନେଲେ କର୍ଣ୍ଣଲ-

ଏହି ଘଟଣାର ପରେ କର୍ଣ୍ଣଲ ଜାଣିସାରିଥିଲେ ଯେ କିଛି ବଡ଼ ଧରଣର ଘଟଣା ଘଟିବାକୁ ଯାଉଛି । ତେଣୁ ଆହତ ହୋଇଥିବା ଭାରତୀୟ ସୈନ୍ୟମାନଙ୍କୁ ପୋଷ୍ଟ ଫେରିଯାଇ ଆହୁରି ସୈନ୍ୟ ମାନଙ୍କୁ ଆଣିବାକୁ କହିଥିଲେ । ସେତେବେଳେ ଚାଇନିଜ ସୈନିକମାନଙ୍କ ପ୍ରତି ଭାରତୀୟ ସୈନ୍ୟଙ୍କ କ୍ରୋଧ ବଢ଼ିସାରିଥିଲା କିନ୍ତୁ କର୍ଣ୍ଣଲ ସଂଯମତା ଦେଖାଇ ସୈନ୍ୟ ମାନଙ୍କୁ ଶାନ୍ତ ରହିବାକୁ କହିଥିଲେ ।

କର୍ଣ୍ଣେଲ ବାବୁ ଏବଂ ତାଙ୍କ ଟିମ୍ ଦ୍ୱାରା ଧରାପଡ଼ିଥିବା ଚାଇନିଜ୍ ଯବାନ ମାନଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କୁ LAC ପାର ହୋଇ ଚୀନ୍ ସୀମା ଆଡକୁ ନେଇଯାଇଥିଲେ । ଭାରତୀୟ ଦଳ କେବଳ ଏହି ଚୀନ୍ ସୈନିକମାନଙ୍କୁ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ ଏବଂ ଅଧିକ ଚୀନ୍ ସୈନିକ ଆସୁଛନ୍ତି କି ନାହିଁ ତାହା ଜାଣିବାକୁ ଯାଇଥିଲେ ।

କିନ୍ତୁ କର୍ଣ୍ଣଲ ବାବୁଙ୍କ ସନ୍ଦେହ ସତ ହେଲା, ଚୀନର କିଛି ନୂଆ ସୈନିକ ନଦୀର ଦୁଇ କୂଳରେ ଆକ୍ରମଣାତ୍ମକ ପୋଜିସନରେ ଅପେକ୍ଷା କରୁଥିଲେ । ଏହା ବ୍ୟତୀତ ସେ ଡାହାଣ ପାର୍ଶ୍ୱରେ ଥିବା ଏକ ରିଜ୍ ଉପରେ ଏକ ପୋଜିସନ୍ ସହିତ ପ୍ରସ୍ତୁତ ଥିଲେ । ଭାରତୀୟ ସୈନିକମାନେ ସେଠାରେ ପହଞ୍ଚିବା ମାତ୍ରେ ବଡ଼ ପଥର ସେମାନଙ୍କ ଉପରେ ଢଳିବାକୁ ଲାଗିଲା। ରାତି ପ୍ରାୟ ୯ଟା ବେଳେ କର୍ଣ୍ଣଲ ବାବୁଙ୍କ ମୁଣ୍ଡରେ ଏକ ବଡ ପଥର ମାଡ ହେବାରୁ ଗଲବାନ ନଦୀରେ ଖସିପଡିଥିଲେ ।

ରାତିର ଅନ୍ଧକାରରେ ଧସ୍ତାଧସ୍ତି:

ଭାରତ ଏବଂ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ଏହି ସଂଘର୍ଷ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​ । ରାତିର ଅନ୍ଧକାରରେ ଘଟିଥିବା ଏହି ଭୟଙ୍କର ଯୁଦ୍ଧ ସମୟରେ ଅନେକ ସୈନ୍ୟମାନେ ନିକ ବୀରତ୍ୱର ପ୍ରଦର୍ଶନ କରିଥିଲେ । ଏହି ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ଯୁଦ୍ଧ LACର ଅନେକ ପକେଟରେ ଚାଲିଥିଲା । ଏହି ଯୁଦ୍ଧରେ ପ୍ରାୟ ୩୦୦ ଜଣ ଏହି ଯୁଦ୍ଧରେ ସାମିଲ ଥିଲେ । ଉଭୟ ଭାରତ ଏବଂ ଚୀନ୍ର ଅନେକ ସୈନ୍ୟ ଗଲବାନ୍ ନଦୀରେ ପଡ଼ିଯାଇଥିଲେ । ଏଥିରେ ଭାରତର କମାଣ୍ଡିଂ ଅଫିସର ମଧ୍ୟ ସାମିଲ ଥିଲେ। ଏହି ଯୁଦ୍ଧରେ ଚାଇନିଜମାନେ କଣ୍ଟା ଲାଗିଥିବା ରଡ୍ ଏବଂ ବାଡ଼ିର ବ୍ୟବହାର କରିଥିଲେ । ଏହା ପରେ ଦୁଇ ଦଳର ସୈନ୍ୟମାନେ ନିଜ ଆହତ ସୈନ୍ୟଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଗଲେ । ରାତି ୧୧ଟା ପର୍ଯ୍ୟନ୍ତ ସ୍ଥିତି ଶାନ୍ତ ଥିଲା ।

ଏହି ସମୟରେ କର୍ଣ୍ଣଲ ବାବୁ ଏବଂ ଅନ୍ୟ ଆହତ ସୈନିକମାନଙ୍କୁ ଭାରତୀୟ କ୍ୟାମ୍ପକୁ ନିଆଯାଇଥିଲା । ଅବଶିଷ୍ଟ ସୈନିକମାନେ ଚୀନ୍ ସୀମାରେ ରହି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇସାରିଛି ଯେ ଭାରତର କମାଣ୍ଡିଂ ଅଫିସରଙ୍କ ସନ୍ଦେହ ସତ ଥିଲା। ଭାରତର ସୈନିକମାନେ ସେମାନଙ୍କ କମାଣ୍ଡିଂ ଅଫିସରଙ୍କ ଆଖି ସାମ୍ନାରେ ଶହୀଦ ହୋଇଥିବା ଦେଖି କ୍ରୋଧିତ ହେଲେ । ସୈନିକମାନଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା ।

ରାତି ୧୧ଟା ପରେ ତୃତୀୟ ଏବଂ ଶେଷ ଲଢ଼େଇ-

ଚୀନ୍ ଏବଂ ଭାରତୀୟ ସୈନ୍ୟ ମଧ୍ୟରେ ତୃତୀୟ ମୁହାଁମୁହିଁ ରାତି ୧୧ଟା ପରେ ଆରମ୍ଭ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା ​ । ଏହି ଯୁଦ୍ଧ ଚୀନ୍ ସୀମାରେ ସଂପୂର୍ଣ୍ଣ ହୋଇଥିଲା । ଏହି ମୁହାଁମୁହିଁ ମେଲି ସମୟରେ । ଭାରତୀୟ ସୈନିକମାନେ ଚୀନ୍ ସୈନ୍ୟଙ୍କ ଉପରେ ଭାରି ପଡୁଥିଲେ, କିନ୍ତୁ ସଂକୀର୍ଣ୍ଣ ଉପତ୍ୟକା ଏବଂ ଆରୋହଣ ଯୋଗୁଁ ଅନେକ ସୈନିକ ନଦୀରେ ପଡ଼ିଗଲେ ।

ଅନେକ ସୈନିକ ପଡ଼ିଯିବା ସମୟରେ ପଥରରେ ଦ୍ୱାରା ଧକ୍କା ହୋଇଥିଲା । ସାତ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧର ୫ ଘଣ୍ଟା ପରେ, ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଉଭୟ ଭାରତ ଏବଂ ଚାଇନାର ସ୍ୱାସ୍ଥ୍ୟ କର୍ମୀମାନେ ସେଠାରେ ପହଞ୍ଚିଥିଲେ। ମୃତ ସୈନିକମାନଙ୍କୁ ସେଠାରୁ ଉଠାଯାଇଥିଲା ଏବଂ  ଆହତ ସୈନିକମାନଙ୍କୁ ଚିକିତ୍ସା କରାଯାଇଥିଲା । ଅନ୍ଧାରରେ ଆହତ ଏବଂ ମୃତ ସୈନିକଙ୍କ ଆଦାନପ୍ରଦାନ ହୋଇଥିଲା ।

ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

ନୂଆଦିଲ୍ଲୀ: ଆସନ୍ତାକାଲି ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା । ତେବେ କରୋନା କାଳରେ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱାଧୀନ ବେଂଚ ଆବେଦନ ଉପରେ ଶୁଣାଣି କରୁଛନ୍ତି ।

ନାଗପୁରରେ ଥିବା ପ୍ରଧାନ ବିଚାରପତି ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିରେ ସାମିଲ ହୋଇଛନ୍ତି । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ  । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ  ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ବିନା ଭକ୍ତରେ ରଥଯାତ୍ରା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବେଂଚ ସମ୍ମୁଖରେ ମତ ରଖିଛନ୍ତି । ଆଗରୁ ଏହି ମାମଲାର ଶୁଣାଣୀ ଜଣେ ବିଚାରପତି କରିବାର ଥିଲା । କିନ୍ତୁ ପରେ ଏହା ତିନି ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତରିତ କରାଯାଇଛି ।

ଏଣେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣା ପଡିଛି ।

କ୍ୟାପିଟାଲ୍ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରାଉ… ଧାରଣାରେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଆଜି କ୍ୟାପିଟାଲ୍‌ ହସପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସଫେଇ କର୍ମଚାରୀମାନେ ନିର୍ଦ୍ଦେଶକଙ୍କୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି । ଦରମା ହରିଲୁଟ୍‌ କରିବା ଅଭିଯୋଗରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି।  ଏଥିସହ ସେମାନଙ୍କୁ ନିର୍ଦ୍ଦେଶକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ଥାନା ପୋଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରୁଛନ୍ତି ।

ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ  । ଏଥିପାଇଁ ସେମାନେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ କରିଛନ୍ତି । ତେଣୁ ନିର୍ଦ୍ଦେଶକଙ୍କୁ ତୁରନ୍ତ ବଦଳି ସହ ମାସିକ ୧୦ ହଜାର ଟଙ୍କା ଦାବି କରାଯାଇଛି । ଏହା ସହ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ସଫେଇ କର୍ମଚାରୀ ଦାବି କରିଛନ୍ତି ।

ସେପଟେ ନିର୍ଦ୍ଦେଶକ କହିଛନ୍ତି ଯେ, ତାଙ୍କର କର୍ମଚାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ହସ୍ପିଟାଲ ପରିସରକୁ ଅଧିକ ସଫାସୁତୁରା ରଖିବା ପାଇଁ କର୍ମଚାରୀଙ୍କୁ ତାଗିଦ୍ କରାଯାଇଛି । ତେବେ  ହସ୍ପିଟାଲରେ କାମ କରୁଥିବା ୧୩୦ ରୁ ଅଧିକ ସଫେଇ କର୍ମଚାରୀ ଆଉଟ୍ ସୋର୍ସିଂ ଅଧିନରେ ଏଠାରେ କାମ କରୁଛନ୍ତି । ତେବେ  ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ  ସଫେଇ କର୍ମଚାରୀଙ୍କୁ କରୋନା ଟଙ୍କା ଦିଆଯିବ । ସେନେଇ କାମ ଜାରି ରହିଛି ।

ତିନି ରଥରେ ବିଜେ ହେଲେ ଆଜ୍ଞାମାଳ, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ପୁରୀ: ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନର ଶୁଣାଣି କରୁଥିବା ଜଷ୍ଟିସ ଅରୁଣ ମିଶ୍ର ମାମଲାକୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ଅଧ୍ୟକ୍ଷତା ବିଶିଷ୍ଟ ତିନି ଜଣିଆ ବେଂଚକୁ ସ୍ଥାନାନ୍ତରିତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିକିଆ ବେଂଚ୍ ଜୁନ୍ ୧୮ ତାରିଖ ରାୟ ସଂଶୋଧନ ମାମଲାର ଶୁଣାଣି କରୁଛନ୍ତି । ଏହାରି ଭିତରେ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛନ୍ତି । ଆଜି ପ୍ରଥମେ ଆଜ୍ଞାମାଳ ପ୍ରଥମେ ତାଳଧ୍ୱଜ ରଥରେ ବିଜେ ହୋଇଥିଲେ । ତା’ପରେ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ ହୋଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ଆଜ୍ଞାମାଳ ବିଜେ ହୋଇଥିଲେ ।

ସେବକ ତିନି ରଥକୁ ଆଜ୍ଞାମାଳ ବିଜେ କରାଇଥିଲେ । ଏହି ସମୟରେ ରଥଖଳାରେ ଅଳ୍ପସଂଖ୍ୟାରେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଆଜ୍ଞାମାଳ ବିଜେ ପରେ ରଥକୁ ଦେଉଳ ମୁହାଁ କରାଯାଇଥାଏ । ରଥଖଳାରୁ ରଥ ସିଂହଦ୍ୱାରରେ ବିଜେ ହୋଇଥାନ୍ତି । ସେଠାରୁ ତିନି ରଥ ଗୁଣ୍ଡିଚା ମନ୍ଦିର ଟଣା ହୋଇଯାଇଥାନ୍ତି । ତେବେ ଏସବୁ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଉପରେ ନିର୍ଭର କରୁଛି ।

ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନ ଉପରେ ଶୁଣାଣି କରିବେ । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ଅପରାହ୍ନ ସୁଧା ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ଉପରେ ଶୁଣାଣି କରି କରୋନା ମହାମାରି କାଳରେ ରଥଯାତ୍ରା ଆୟୋଜନ କରିବା ଠିକ୍ ହେବ ନାହିଁ ବୋଲି କହିଥିଲେ । ପ୍ରଧାନ ବିଚାରପତି କହିଥିଲେ ଯେ,ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କେବେ  କ୍ଷମା କରିବେ ନାହିଁ । ଏହି ରାୟ ପରେ ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ନିରାଶା ସୃଷ୍ଟି ହୋଇଥିଲା ।

ରାଜ୍ୟରେ ୧୪୩ କରୋନା ପଜିଟିଭ୍… କ୍ୱାରେଣ୍ଟାଇନରୁ୧୩୭, ଲୋକାଲ୍ କେସ୍ ୬

ଭୁବନେଶ୍ୱର: ବୋଲ ମାନୁନି କରୋନା ଭୂତାଣୁ । ଦେଶ ସହ ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ଆଉ ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ୧୩୭, ଲୋକାଲ୍‌ କେସ୍‌ ୬ ପଜିଟିଭ୍‌ ହୋଇଥିବା ବେଳେ ରାଜ୍ୟରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୫୩୦୩ କୁ ବୃଦ୍ଧି ହୋଇଛି। ଗଞ୍ଜାମରୁ ସର୍ବାଧିକ ୩୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦, ଖୋର୍ଦ୍ଧାରୁ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଓ ନୟାଗଡ଼ରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୧୨, କେନ୍ଦ୍ରାପଡ଼ାରୁ ୧୦ ପଜିଟିଭ୍‌ ଆସିଛନ୍ତି। କଳାହାଣ୍ଡିରୁ ୬, ସମ୍ବଲପୁରରୁ ୫, ଭଦ୍ରକରୁ ୪, ଢେଙ୍କାନାଳରୁ ୩୬ କେନ୍ଦୁଝରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ବରଗଡ଼ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନଡିଆରଏଫ୍‌ରୁ ୨ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନେ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।

ଏଥିସହ ଗଞ୍ଜାମ ଜିଲ୍ଲାରୁ ୨ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଂଜନଗର ଓ ଆସ୍କାରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରେ ଆଉ ୩୨ ପଜିଟିଭ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନର ସୂଚନା ଦେଇଛନ୍ତି । ଗଞ୍ଜାମରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ସେଠାରେ ୬୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୪୮ ଆକ୍ଟିଭ୍‌ କେସ୍‌ ରହିଛି। ଗଞ୍ଜାମରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି ।

ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ: ମନମୋହନ ସିଂହ

 

  • ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନମୋହନ ସିଂହ
  • କହିଲେ ବଳିଦାନ ବୃଥା ହେବା ଉଚିତ୍ ନୁହେଁ

ନୂଆଦିଲ୍ଲୀ: ଚୀନ୍‌ କରିଥିବା ଦୁଃସାହସର ଉତ୍ତର ଦେବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । ଲଦାଖ ସୀମା ବିବାଦରେ ସହିଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ସୈନିକମାନଙ୍କ ବଳିଦାନ ବୃଥା ଯିବା ଉଚିତ ନୁହେଁ। ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ୧୫ ଏବଂ ୧୬ ଜୁନରେ ଭାରତର ୨୦ଜଣ ସାହସୀ ସୈନିକ ଗଲବାନ ଘାଟିରେ ବଳିଦାନ ଦେଇଥିଲେ। ଦେଶର ଏହି ବୀରପୁତ୍ରମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶକୁ ସୁରକ୍ଷା ଦେଇଥିଲେ। ଏହି ସର୍ବୋଚ୍ଚ ବଳିଦାନ ପାଇଁ ଆମେ ଏହି ସାହସୀ ସୈନିକ ଏବଂ ସେମାନଙ୍କ ପରିବାର ପାଇଁ କୃତଜ୍ଞ, କିନ୍ତୁ ସେମାନଙ୍କର ବଳିଦାନ ବୃଥା ଯିବା ଉଚିତ୍ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଆମେ ଇତିହାସର ସୂକ୍ଷ୍ମ ସ୍ଥାନରେ ଛିଡା ହୋଇଛୁ । ସରକାରଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପ ଆମର ଭବିଷ୍ୟତ ଆକଳନ କରିବ । ଯେଉଁମାନେ ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ କାନ୍ଧରେ ଦେଶର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । ଆମ ଗଣତନ୍ତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ।

ମନମୋହନ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସର୍ବଦାଦେଶର ସୁରକ୍ଷା ତଥା ସାମରିକ ସ୍ୱାର୍ଥ ଉପରେ ଯତ୍ନବାନ ହେବା ଉଚିତ୍ । ଚୀନ୍ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ଅନେକ ଥର ଗଲବାନ ଉପତ୍ୟକା ଏବଂ ହ୍ରଦକୁ ଅନୁପ୍ରବେଶ କରିଛି । ଆମେ ତାଙ୍କ ଧମକ ଏବଂ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ କି ଆମ ଅଖଣ୍ଡତା ସହିତ କୌଣସି ଆପୋଷ ବୁଝାମଣା ଗ୍ରହଣ କରିବୁ ନାହିଁ । ସରକାର ନିଶ୍ଚିତ କରନ୍ତୁ, ଏହି ବିପଦର ସମ୍ମୁଖୀନ ହେବା ତଥା ପରିସ୍ଥିତି ଗୁରୁତର ନହେବାକୁ ସରକାରଙ୍କ ସମସ୍ତ ବିଭାଗ ପାରସ୍ପରିକ ସହମତି ସହ କାର୍ଯ୍ୟ କରିବେ ।

 

ସିଂ କହିଛନ୍ତି, ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ସଂଗଠିତ ହେବାକୁ ପଡିବ ଏବଂ ଏହି ଦୁଃସାହସିକତାର ଜବାବ ଦେବାକୁ ପଡିବ। ଆମେ ସରକାରଙ୍କୁ ଚେତେଇ ଦେବୁ ଯେ ବିଭ୍ରାନ୍ତିକର ପ୍ରଚାର କେବେବି କୂଟନୀତି କିମ୍ବା ଦୃଢ ନେତୃତ୍ୱର ବିକଳ୍ପ ହୋଇପାରିବ ନାହିଁ । ପଛୁଆ ସହଯୋଗୀମାନଙ୍କ ଦ୍ୱାରା ମିଥ୍ୟା ପ୍ରଚାର ସତ୍ୟକୁ ଦମନ କରିପାରିବ ନାହିଁ ।

 

 

ଓଡ଼ିଶାରେ ୮୦ ଟଙ୍କା ଡେଇଁଲା ପେଟ୍ରୋଲ ଦର,ନୂଆପଡାରେ ସର୍ବାଧିକ ୮୨ ଟଙ୍କା

ଭୁବନେଶ୍ୱର: ଗ୍ରାହକଙ୍କୁ ମହଙ୍ଗା ମାଡ଼ । କରୋନା ଭଳି  ବୋଲ ମାନୁନି ତୈଳ ଦର । ଦିନକୁ ଦିନ ଆକାଶ ଛୁଆଁ ହେଉଛି ପେଟ୍ରୋଲ ଡିଜେଲ ଦର । ଲଗାତାର ୧୬ ଦିନରେ ବଢିଛି ତେଲ ଦର । ଆଜି ପେଟ୍ରୋଲ୍‌ ଦର ଲିଟର ପିଛା ୩୩ ପଇସା ଓ ଡିଜେଲ ଦର ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ବର୍ତ୍ତମାନ ୭୯.୫୬ ପଇସାରେ ପହଞ୍ଚିଛି । ଅପରପକ୍ଷରେ ଡିଜେଲ ଦର ୭୮.୮୫ଟଙ୍କାରେ ପହଞ୍ଚିଛି ।

ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗତ ଜୁନ ୬ରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା ଥିବା ବେଳେ ଆଜି ପାଖାପାଖି ୮ଟଙ୍କା ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ଗତ୬ ତାରିଖରେ ୬୭ ଟଙ୍କା ୭୩ ପଇସା ଥିବା ବେଳେ ବର୍ତ୍ତମାନ ସୁଧା ପାଖାପାଖି ୧୧ଟଙ୍କା ବୃଦ୍ଧି ପାଇଛି । ୭ ତାରିଖରୁ ଲଗାତାର ଭାବେ ତେଲ ଦର ବୃଦ୍ଧି ଏବେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

 

ସ୍ଥାନ ପେଟ୍ରୋଲ ଦର ଡିଜେଲ ଦର
ଭୁବନେଶ୍ୱର ୮୦.୧୩ ୭୭.୦୪
କଟକ ୮୦.୦୨
ନୂଆପଡ଼ା ୮୨.୦୨ ୭୮.୬୩

 

ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲାଗିଥିବା ବେଳେ ଲୋକଙ୍କ ବେଉସା ଏକ ପ୍ରକାର ଲୋପ ପାଇଛି । ଏଭଳି ସ୍ଥିତିରେ ବିଭିନ୍ନ  ପ୍ରକାର ଦ୍ରବ୍ୟ ପରିବହନ ଯଥା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ତେବେ ରାଜ୍ୟରେ ସର୍ବାଧିକ ପେଟ୍ରୋଲ ଦର ନୂଆପଡ଼ାରେ ବଢିଥିବା ସୂଚନା ମିଳିଛି ।

ପାଇଁ ବଢୁଛି ପେଟ୍ରୋଲ ଦର?

ସୂଚନାଯୋଗ୍ୟ ଯେ,ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିଲା। କିନ୍ତୁ ଭାରତରେ ଏହାର କୌଣସି ଲାଭ ସାଧାରଣ ଗ୍ରାହକ ଏହାର ଲାଭ ପାଇନଥିଲେ । ଯେତେବେଳେ ଅଶୋଧିତ ତୈଳମୂଲ୍ୟ ବହୁତ କମ ଥିଲା,ସେତେବେଳେ ସରକାର କର ବଢାଇ ଦେଇଥିଲେ । ଏହାଦ୍ୱାର ପେଟ୍ରୋଲିୟମ କଂପାନୀଙ୍କୁ କିଛି ମଧ୍ୟ ଲାଭ ମିଳିନଥିଲା । ଏବେ ଗୋଟିଏ ମାସ ମଧ୍ୟରେ ଅଶୋଧିତ ତୈଳଦର ଦୁଇଗୁଣ ବଢିଛି । ତେଣୁ ପେଟ୍ରୋଲିୟମ କଂପାନୀ ନିଜ ଫାଇଦ ପାଇଁ ଦର କ୍ରମାଗତ ଭାବେ ବଢାଇ ଚାଲିଛନ୍ତି ।

 

 

ଓଡ଼ିଆ ଯୁବକଙ୍କ ଦେହରେ କରୋନା ଭ୍ୟାକ୍ସିନ୍ ପରୀକ୍ଷା… ସ୍କ୍ରିନିଂ ଓ ରକ୍ତ ପରୀକ୍ଷା ପରେ ଦିଆଗଲା ଟିକା

ସମ୍ବଲପୁର: ଓଡ଼ିଆ ଯୁବକଙ୍କ ଦେହରେ କରୋନା ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରୋନା ଭାକ୍ସିନ୍‌ ପରୀକ୍ଷା କରାଯାଇଛି। ସମ୍ବଲପୁରର ଓଡିଆ ଯୁବକ ଅଙ୍କନ ନାୟକଙ୍କ ଦେହରେ କୋଭିଡ୍‌ ଭାକ୍‌ସିନ୍‌ ଟ୍ରାଏଲ କରାଯାଇଛି। ସେ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସ୍କ୍ରିନିଂ ଓ ରକ୍ତ ପରୀକ୍ଷା ପରେ ଗତ ଶନିବାର ତାଙ୍କ ଦେହରେ ଭାକ୍ସିନ୍‌ ପରୀକ୍ଷା କରାଯାଇଛି। ଅଙ୍କନ ପେସାରେ ଜଣେ ସଫ୍ଟୱେର ଇଞ୍ଜିନିୟର। ହେଲେ ସେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାକ୍ସିନର ମଣିଷ ଦେହରେ ଟ୍ରାଏଲ ପାଇଁ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି।

ଜଣେ ସୁସ୍ଥ ଲୋକ ଦେହରେ ଏହା କିପରି କାମ ଦେଉଛି ତାହା ଜଣାପଡ଼ିବ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧୦ ହଜାରରୁ ଅଧିକ ଲୋକଙ୍କଠାରେ ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇଛି। ଯଦି ଏହା ସଫଳ ହୁଏ ତେବେ ଚଳିତ ବର୍ଷ ଅକ୍ଟୋବର ବେଳକୁ ବଜାରକୁ କରୋନା ଭ୍ୟାକ୍‌ସିନ୍‌ ଆସିପାରେ।

ଭ୍ୟାକ୍ସିନ୍ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଅନେକ ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଭ୍ୟାକ୍ସିନ୍ ପରୀକ୍ଷଣ ପଶୁଙ୍କ ମଧ୍ୟରେ କରାଯାଇଥିଲା । ଏଥିରେ ସଫଳ ହେବା ପରେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯାଇଛି । ଭାରତୀୟ ବୈଜ୍ଞାନିକଙ୍କୁ ସମ୍ପୂର୍ଣ୍ଣ ସଫଳତା ପାଇଁ ଅନେକ ସମୟ ଲାଗିପାରେ । ବିଶ୍ୱବ୍ୟାପୀ ୭୫ ଜଣ ବୈଜ୍ଞାନିକ ଦଳ ଏହି ଟୀକା ପରୀକ୍ଷଣରେ ଲାଗିପଡିଛନ୍ତି । ତେବେ ଏହି ଭ୍ୟାକ୍ସିନ ପରୀକ୍ଷଣ କେତେ ସଫଳ ହେଉଛି ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇ ଆଲର୍ଟ ଜାରି: ହୋଟେଲ-ଗେଷ୍ଟ ହାଉସରେ ସର୍ଚ୍ଚ ଅପରେସନ ଆରମ୍ଭ

ନୂଆଦିଲ୍ଲୀ : ଗୁପ୍ତ ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରରୁ ୪-୫ ଜଣ ଆତଙ୍କବାଦୀ ଟ୍ରକରେ ବସି ଦିଲ୍ଲୀ ଅଭିମୁଖେ ଆସିଛନ୍ତି । ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ବସ୍, କାର, ଅଟୋ ମାଧ୍ୟମରେ ମଧ୍ୟ ରାଜଧାନୀକୁ ଆସିପାରନ୍ତି ଏବଂ ବଡ଼ ଧରଣ ଆତଙ୍କୀ ହମଲା କରିପାରନ୍ତି ।

ଏହି ଖବର ପରେ  ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି । ସମସ୍ତ ଗେଷ୍ଟ ହାଉସ, ହୋଟେଲ ଏବଂ କାଶ୍ମୀର ନମ୍ବର ପ୍ଲେଟ ଲାଗିଥିବା ଗାଡ଼ି ଗୁଡ଼ିକର ଚେକିଂ ହେବା ଆରମ୍ଭ ହୋଇସାରିଛି । ଦିଲ୍ଲୀରେ ଥିବା ସମସ୍ତ ବସ ଷ୍ଟାଣ୍ଡ୍, ରେଲୱେ ଷ୍ଟେସନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।

ବଡ଼ ଆତଙ୍କୀ ହମଲା କରିବାର ଷଡଯନ୍ତ୍ର କରି ଆତଙ୍କବାଦୀ ମାନେ ଦିଲ୍ଲୀରେ ପ୍ରବେଶ କରିବା ସୂଚନା ପରେ ଦିଲ୍ଲୀର ସମସ୍ତ ଡିସିପି, ସ୍ପେଶାଲ ସେଲ୍ ଏବଂ କ୍ରାଇମ ବ୍ରଞ୍ଚ ସହିତ ସ୍ପେଶାଲ ବ୍ରାଞ୍ଚକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

ଅନ୍ୟପଟେ ସୀମାରେ ପୁଣି ସକ୍ରିୟ ପାକିସ୍ତାନ । ଜମ୍ମୁରେ ଅସ୍ତ୍ରବିରତୀ ଉଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁକାଶ୍ମୀରର କ୍ରିଷ୍ଣା ଘାଟି ଓ ନୌସେରା ସେକ୍ଟରରେ ରାତି ଅଧିଆ ସିଜ୍‌ ଫାୟାରିଂ କରିଛି ପାକ୍‌ ସେନା । କ୍ରିଷ୍ଣାଘାଟି ଅଞ୍ଚଳରେ ରାତି ୩ଟା ୩୦ ମିନିଟରେ ସିଜ୍‌ ଫାୟାରିଂ ହୋଇଥିବା ବେଳେ ନୌସେରା ଅଞ୍ଚଳରେ ଭୋର ୫ଟା ୩୦ରେ ଗୁଳିଚାଳନା ହୋଇଥିଲା ।

ଭାରତୀୟ ସେନା ସଜାଗ ଥିବା ବେଳେ ପାକ୍‌ ସେନାଙ୍କୁ ଜବାବ୍‌ ଦେବାକୁ ତୈୟାର ରହିଛି । ଏଲଏସିରେ ଚୀନର ବିଶ୍ୱାସଘାତକତା ଘଟଣା ମନରୁ ନଲିଭୁଣୁ ପାକିସ୍ତାନ ତାର ନାପାକ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ତେବେ ସୀମାରେ ଭାରତୀୟ ସେନା ସଜାଗ ରହିଥିବା ସୂଚନା ରହିଛି ।

ବଢୁଛି କରୋନା… ଦେଶରେ ୨୪ ଘଣ୍ଟାରେ ୧୪ ହଜାର ୮୨୧ ଆକ୍ରାନ୍ତ, ୪୪୫ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରେନା ସଂକ୍ରମଣ। ଦେଶରେ ମୋଟ ସଂକ୍ରମିତ ୪ ଲକ୍ଷ ୨୫ ହଜାର ୨୮୨ ଥିବା ବେଳେ  ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୧୪ ହଜାର ୮୨୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪୪୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦେଶରେ ୧ ଲକ୍ଷ ୭୪ ହଜାର ୩୮୭ ସକ୍ରିୟ ସଂକ୍ରମିତ ଥିବା ବେଳେ ସୁସ୍ଥ ହେଲେଣି ୨ ଲକ୍ଷ ୩୭ ହଜାର ୧୯୬ ଜଣ।

ମହାରାଷ୍ଟ୍ରରେ ଲକ୍ଷେ ୩୨ ହଜାର ୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ହଜାର ୧୭୦ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଦିଲ୍ଲୀରେ ୫୯ ହଜାର ୭୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୧୭୫ ଜଣଙ୍କ ମୃତ୍ୟୁ ହୋଲଣି। ଗୁଜୁରାଟରେ ୨୭ ହଜାର ୩୧୭ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ୧୬୬୪ ଜଣଙ୍କ ମୃତ୍ୟୁ ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମହାରାଷ୍ଟ୍ରରେ ସର୍ବାଧିକ ପ୍ରଭାବ ପକାଇଛି କରୋନା । ଏଠାରେ ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ସେହିଭଳି ଦିଲ୍ଲୀରେ ୨ ହଜାରରୁ ଅଧିକ ଜୀବନ ନେଇଛି ଭୂତାଣୁ । ମହାରାଷ୍ଟ୍ର ଅପେକ୍ଷା ଦିଲ୍ଲୀରେ କରୋନାର ପ୍ରଭାବ ବଢିବାରେ ଲାଗିଛି । ଜୁନ୍‌ ୧ ରୁ ଆଜି ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ ଗୁଜରାଟରୁ ଆସିଛି ସର୍ବାଧିକ ମାମଲା ।