ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ମୁମ୍ବାଇର କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

Women Raped in Navi Mumbai Quarantine Center

Abuse

ମୁମ୍ବାଇ: ନୂଆ ମୁମ୍ବାଇରେ କରୋନାଭାଇରସ୍ ପାଇଁ ନିର୍ମିତ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜଣେ ୨୫ ବର୍ଷର ଯୁବକ ୪୦ ବର୍ଷର ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଜଣାଇ ରଖୁଛୁ ଯେ କରୋନା ଭାଇରସ ସନ୍ଦିଗ୍ଧ ଲୋକଙ୍କୁ ପୃଥକ ରଖିବା ପାଇଁ ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରାୟ ୧୦୦୦ ଆପାର୍ଟମେଣ୍ଟ ନେଇଛି । ସେଥିମଧ୍ୟରୁ ଗୋଟିଏ ନୂଆ ମୁମ୍ବାଇରେ ଅବସ୍ଥିତ । ପୋଲିସର ସୂଚନାନୁସାରେ, ସେହି ବିଲ୍ଡିଂର ଦ୍ୱିତୀୟ ମହଲାରେ ୨୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ରହୁଥିଲେ । ଅଭିଯୋଗ ହୋଇଛି ଯେ ସେ ଗୁରୁବାର ପଞ୍ଚମ ମହଲାକୁ ଯାଇଥିଲେ। ସେଠାରେ କ୍ୱାରେଣ୍ଟିନରେ ରହିଥିବା ୪୦ ବର୍ଷୀୟା ମହିଳାଙ୍କ ରୁମରେ ପଶି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଦୁଷ୍କର୍ମ କରିଥିଲେ ।

ପୋଲିସର ସୂଚନାନୁସାରେ ଯୁବକ ଜଣକ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ନିଜ ଘରକୁ ଫେରିଯାଇଥିଲେ । ପରେ ମହିଳା ଜଣକ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନର୍ସଙ୍କୁ ସୂଚନା ଦେଇଥିଲେ।  ଏହାକୁ ଆଧାର କରି ନର୍ସ ଯୁବକଙ୍କୁ ଚିହ୍ନଟ କରିବା ପରେ ପୋଲିସ ଶୁକ୍ରବାର ଦିନ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି।

ଏହା ସହିତ ଉକ୍ତ ଯୁବକର କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ପୋଲିସ କହିଛି ଯେ ଯଦି ତାଙ୍କ ରିପୋର୍ଟ ନେଗେଟିଭ ଆସେ ତେବେ ତାଙ୍କୁ ହେପାଜତରେ ନିଆଯିବ । କିନ୍ତୁ ଯଦି ତାଙ୍କ ରିପୋର୍ଟ ପଜିଟିଭ ଆସେ ତେବେ ପୋଲିସ ତାଙ୍କୁ କ୍ୱାରେଣ୍ଟାଇନରେ ରଖିବେ ଏବଂ ତାପରେ ଗିରଫ କରିବେ ବୋଲି ସୂଚନା ଦେଇଛନ୍ତି।

Leave a Reply