spot_img
Home Blog Page 6783

Odisha Covid19 Updates : ଆଜି ସୁସ୍ଥ ହେଲେ ୨୫୧୦

ଭୁବନେଶ୍ୱର : ରାଜ୍ୟରେ ଆଜି ୨୫୧୦ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୩୫ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମର ୨୭୭, କଟକର ୨୨୫, ପୁରୀର ୨୧୮, କୋରାପୁଟରୁ ୧୮୨, ଯାଜପୁରର ୧୩୫, ମୟୁରଭଞ୍ଜର ୧୧୯, ବାଲେଶ୍ୱରର ୧୦୧, ଗଜପତିର ୮୯, ମାଲକାନଗିରିର ୭୫, ସୁନ୍ଦରଗଡ଼ର ୭୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ସମ୍ୱଲପୁରରୁ ୬୪, ବଲାଙ୍ଗିରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡ଼ାରୁ ୪୨, ସୋନପୁରରୁ ୩୮, ବରଗଡ଼ରୁ ୩୬, ନୟାଗଡ଼ରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳ ଓ କେନ୍ଦୁଝରରୁ ୩୦ ଜଣ ଲେଖାଏଁ, କେନ୍ଦ୍ରପଡ଼ାରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ରାୟଗଡ଼ାର ୨୫, ଜଗତସିଂହପୁରର ୧୭, ନବରଙ୍ଗପୁରର ୧୧, ଅନୁଗୁଳର ୫ ଓ ଦେଓଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି  ।ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମଣ ବଢିବା ସହ ସୁସ୍ଥତା ହାର କ୍ରମାଗତ ଭାବେ ବଢିବାର ଲାଗିଛି । ଏଯାବତର ସୁସ୍ଥତା ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି ।

କାନପୁର ଲଭ ଜିହାଦର ସତ୍ୟାସତ୍ୟ କ’ଣ? ନାମ ଲୁଚାଇ ପ୍ରେମ… ତା’ପରେ ଧର୍ମ ପରିବର୍ତ୍ତନ !

କାନପୁର: କାନପୁରରେ ବର୍ତ୍ତମାନ ଲଭ ଜିହାଦକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଭଳି ହିନ୍ଦୁ ସଙ୍ଗଠନ ତରଫରୁ ବିରୋଧ କରାଯାଉଛି । ନିକଟରେ ଧର୍ମ ପରିବର୍ତ୍ତନର ୫ଟି ମାମଲା ସାମ୍ନାକୁ ଆସିବା ପରେ ସହରରେ ଏକ ସଙ୍ଗଠିତ ଗ୍ୟାଙ୍ଗ ସକ୍ରିୟ ଥିବାର ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ସଦସ୍ୟ ନିଜ ପରିଚୟ ଲୁଚାଇ ସୋସିଆଲ ମିଡିଆରେ ଫେକ ଆଇଡି ଖୋଲିଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଧର୍ମର ଝିଅଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛନ୍ତି । ଏଭଳି ଅଭିଯୋଗ ପୋଲିସକୁ ମଧ୍ୟ ଆଶ୍ଚର୍ୟ୍ୟ କରିଛି । ଉକ୍ତ ଘଟଣାର ତଦନ୍ତ ପାଇଁ ଆଇଜି ଏସଆଇଟି ଟିମ ଗଠନ କରିଛନ୍ତି ।

କାନପୁରର ମିଶ୍ରିତ ଅଞ୍ଚଳ ଯେପରି କଲୋନି,ସଫେଦ କଲୋନି,ମଛରିୟା,ଜାଜାମଉ,ସାୟଦ ନଗର ଓ ଛାବନୀ ଭଳି ଅଞ୍ଚଳରେ ଉକ୍ତ ଗ୍ୟାଙ୍ଗ ସକ୍ରିୟ ରହିଛି । ଧର୍ମ ପରିବର୍ତ୍ତନ କରିଥିବା ଶାଲୀନି ଯାଦବରୁ ଫାତିମା ହୋଇଥିବା ଯୁବତୀଙ୍କ ବନ୍ଧୁତା ମଧ୍ୟ ଫେସବୁକରୁ ହୋଇଥିଲା । ଏବେ ଶାଲୀନି ଧର୍ମ ପରିବର୍ତ୍ତନ କରି ବିବାହ କରି ସାରିଛନ୍ତି । ତେବେ ଶାଲୀନିଙ୍କ ସମେତ ୫ଜଣ ଯୁବତୀ ଏହିଭଳି ପଦକ୍ଷେପ ନେଇଥିବା ଘଟଣା ସାମ୍ନାକୁ ଆସିଛି । ଏମାନଙ୍କ ପରିବାର ୨୪ ଅଗଷ୍ଟକୁ ଆଇଜି ରେଞ୍ଜ ସହିତ ସାକ୍ଷାତ କରି ଅଭିଯୋଗ ଶୁଣାଇଛନ୍ତି । ତେବେ କଥାରେ ଭୁଲାଇ ଉକ୍ତ ଯୁବତୀ ମାନଙ୍କୁ ଧର୍ମ ପରିବର୍ତ୍ତନ କରାଇ ଥିବାର ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର । ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ବୟାନ ରେକର୍ଡ଼ କରିବା ପାଇଁ ମଧ୍ୟ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି ।

୬ ବର୍ଷ ଧରି ପ୍ରେମ କରୁଥିବା ମୋହମ୍ମଦ ଫୈସଲଙ୍କୁ ଶାଲୀନି ବିବାହ କରିଛନ୍ତି ଏବଂ ସେ ଗାଜିୟାବାଦରେ ଧର୍ମ ପରିବର୍ତ୍ତନ କରି ଫାତିମା ହୋଇ ଯାଇଛନ୍ତି । ଶାଲୀନିଙ୍କ ପରିବାର ଫୈସଲଙ୍କ ସମେତ ୭ ଜଣଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ କିଭଳି ଘରୁ କଲେଜରେ ପରୀକ୍ଷା ଅଛି କହି ବାହାରି ଯାଇ ୬ ବର୍ଷ ଧରି ପ୍ରେମ କରୁଥିବା ଯୁବକକୁ ନିଜ ଇଛାରେ ବିବାହ କରିଛି ତାହାର ଏକ ଭିଡ଼ିଓ ଭାଇରାଲ କରିଥିଲେ ଶାଲୀନି । ବିନା କୌଣସି ବାଧ୍ୟ ବାଧକତାରେ ଧର୍ମ ପରିବର୍ତ୍ତନ କରିଥିବା ମଧ୍ୟ ଶାଲୀନି ସେହି ଭିଡ଼ିଓରେ କହିଛନ୍ତି । ତେବେ କେବଳ ଶାଲୀନି ନୁହଁନ୍ତି ବରଂ କଲ୍ୟାଣପୁରରେ ରହୁଥିବା ତାଙ୍କ ଭଉଣୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ପରିବାର ଲୋକ ଅଭିଯୋଗ କରିବା ପରେ ପ୍ରେମ ପସଙ୍ଗ କହି ପୋଲିସ ମାମାଲା ରୁଜୁ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ।

ଆଇଜି ରେଞ୍ଜ ମୋହିତ ଅଗ୍ରଓ୍ୱାଲ ଲଭ ଜିହାଦ ଅଭିଯୋଗକୁ ଗୁରୁତ୍ୱର ସହିତ ନେଇଛନ୍ତି । ସେ ଏସପି ଦୀପକ ଠାକୁରଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିଛନ୍ତି । ଅନ୍ୟ ପକ୍ଷରେ ବଜରଙ୍ଗ ଦଳ କରିଥିବା ଅଭିଯୋଗକୁ ଆଧାର କରି ମଧ୍ୟ ଏହାର ଯାଞ୍ଚ କରାଯିବ । ପୋଲିସ ତଦନ୍ତରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ ୫ ଜଣ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇଥିବା ସମସ୍ତ ଯୁବକ ଗୋଟିଏ କଲୋନୀର । ଏହା ସହିତ ପରିଚୟ ଲୁଚାଇ ବନ୍ଧୁତା କରିଥିଲେ ଭଳି ଖବର ସାମ୍ନାକୁ ଆସିଛି ।

ନିଘୋଡ଼ ନିଦ୍ରାରେ ପ୍ରଶାସନ ଓ ଅବକାରୀ ବିଭାଗ, ଦିନ-ରାତି ୨୪ ଘଣ୍ଟା ଚାଲିଛି ମଦ ବେପାର

ପାରାଦୀପ : ମଦ କଟକଣା କୋଭିଡ୍ ସମୟରେ ଏକ ବଡ କଟକଣା । ମଦ ଦୋକାନ ଖୋଲିବା ନେଇ ରହିଛି ନିୟମ । ହେଲେ ପାରାଦୀପରେ ଅନେକ ମଦ ଦୋକାନ ୨୪ ଘଣ୍ଟିଆ ବେଆଇନ ଭାବେ ମଦ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠୁଛି । ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ପୋଲିସର ଅଜାଣତରେ ଚାଲୁଛି ମଦ କାରବାର ।  ମଦ ଦୋକାନକୁ ବାହାରୁ ତାଲା ପକାଇ ଭିତରେ ବେପାର କରୁଛନ୍ତି ଦୋକାନ କର୍ମଚାରୀ ।

ଦିନ ରାତି ୨୪ ଘଣ୍ଟା ଯେତେବେଳେ ଗଲେ ମଦ ମିଳୁଛି । ନିୟମ ଅନୁଯାୟୀ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବା କଥା । ହେଲେ ନିୟମ ମାନିବାକୁ କିମ୍ୱା ମନେଇବାକୁ ସେଠି କେହି ନାହାନ୍ତି । ସେହିଭଳି ନିର୍ଦ୍ଧାରିତ ସମୟରେ ମଦ ଦର ସ୍ୱାଭାବିକ ରହୁଥିବା ବେଳେ ସନ୍ଧ୍ୟା ୬ ପରେ ମଦ ରେଟରେ କଳାବଜାରୀଙ୍କ ଜୁଲମ ମଧ୍ୟ ମିଶୁଛି । ୧୫୦ର ମଦକୁ ୨୫୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ପ୍ରଶ୍ନ – ଏକରେ ତ ସରକାରଙ୍କ ନିର୍ଦ୍ଧାରିତ ସମୟସୀମାରୁ ଅଧିକ ସମୟ ମଦ ଦୋକାନ ଖୋଲିବା ଓ ୨ୟରେ କଳାବଜାରୀ କରିବା । ପୁଣି କୋଭିଡ୍ ଭଳି ସମ୍ୱେଦନଶୀଳ ସମୟରେ ।

ପାରାଦୀପର ପ୍ରାୟ ସବୁ ମଦ ଦୋକାନରେ ଏଭଳି ବେପାର ଚାଲୁଛି । ପାରାଦ୍ବୀପ ଗଡ, ଦୋଛକି, ଇଫକୋ ଛକ, ତାରେଣୀଗଡା, ଅଠରବାଙ୍କି, ବଡପଡିଆ ମାର୍କେଟରେ ଥିବା ୫ଟି ମଦ ଦୋକାନ  ଓ ଷଣ୍ଢକୁଦ ବସ୍ତି ଓ ନେହେରୁବଙ୍ଗଳା ରେ ଥିବା ମଦ ଦୋକାନ ରେ ମଧ୍ୟ ସମାନ ଅବସ୍ଥା । ତେବେ ଏସବୁ ବନ୍ଦ କରିବା ପରିବର୍ତ୍ତେ ପ୍ରଶାସନ କ’ଣ କରୁଛି ତାକୁ ନେଇ ପ୍ରଶ୍ନ ଉଠୁଛି । ପାରାଦୀପର ଅବକାରୀ ଅଫିସରଙ୍କୁ ଟେଲିଫୋନ୍ ଯୋଗେ ସମ୍ପର୍କ କରିବା ସମ୍ଭବପର ହେଉନି । ଅବକାରୀ ବେଆଇନ ଭାବେ ଖୁଲମଖୁଲା ବିକ୍ରି ହେଉଥିଲେ ମଧ୍ୟ ବିଭାଗ ଏନେଇ ସଚେତନ ନାହିଁ । ଆଉ ବାକି ରହିଲେ ୫ଟି ଥାନା ଓ ୨ଟି ଫାଣ୍ଡି । ଏମାନେ ମଧ୍ୟ ନୀରବଦ୍ରଷ୍ଟା । ସେପଟେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ବଢୁଛି । ଘଟଣାର ସାମାଧାନ ଖୁବ୍ ଶୀଘ୍ର ନହେଲେ ରାସ୍ତାକୁ ଓହ୍ଲେଇବା ନେଇ ଚେତାବନୀ ଦେଇ ସାରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୂକମ୍ପର ଭବିଷ୍ୟବାଣୀ କରିବା କ’ଣ ପାଇଁ ଅସମ୍ଭବ ? ଜାଣନ୍ତୁ

ନୂଆଦିଲ୍ଲୀ:  ଅଧିକାଂଶ ସମୟରେ ଭୂମିକମ୍ପ ହୋଇଥାଏ । କିନ୍ତୁ ପ୍ରତ୍ୟେକ ଭୂମିକମ୍ପ ବଡ଼ ଧରଣର ହୋଇ ନଥାଏ ।  ଭୂମିକମ୍ପ ବଡ଼ ଧରଣର ହୋଇଥିଲେ ଅଧିକ କ୍ଷୟକ୍ଷତି ଘଟାଇଥାଏ । ସବୁଠାରୁ ଖାସ କଥା ହେଉଛି ବର୍ଷା,ବାତ୍ୟା,ଝଡ଼ ଆଦି ଆସିବା ପୂର୍ବରୁ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଥାଏ, କିନ୍ତୁ ଭୂମିକମ୍ପ ପୂର୍ବରୁ କୌଣସି ପ୍ରକାରର ଭବିଷ୍ୟବାଣୀ କରିବା ସମ୍ଭବ ହୋଇନଥାଏ । ଏହାର କାରଣ ଆଜି ପର୍ଯ୍ୟନ୍ତ ଏହାର ପୂର୍ବାନୁମାନ କରିବା ବୈଜ୍ଞାନିକଙ୍କ ପକ୍ଷରେ ସମ୍ଭବ ହୋଇ ପାରିନାହିଁ ।

ଭୂମିକମ୍ପ ହେଉଛି ଏକ ପ୍ରକାରର କମ୍ପନ ଯାହା ଭୂପୃଷ୍ଠକୁ ଦୋହଲାଇ ଦେଇଥାଏ । ପୃଥିବୀର ଲିଥୋସ୍ଫିୟରରେ ହଠାତ  ଶକ୍ତି ଉତ୍ପନ୍ନ ହେବା ଦ୍ୱାରା ସିସମିକ୍ ତରଙ୍ଗ ସୃଷ୍ଟି ହୋଇଥାଏ । ଯାହା ପୃଥିବୀର ଉପରିଭାଗରେ କମ୍ପନ ସୃଷ୍ଟି  କରିଥାଏ । ଫଳରେ କ୍ଷୟକ୍ଷତି ହୋଇଥାଏ ।

 

 ଭୂକମ୍ପର ଆଶଙ୍କା ପୃଥିବୀର ସେହି ସ୍ଥାନରେ ଅଧିକ ଥାଏ ଯେଉଁଠି ମହାଦେଶୀୟ ପ୍ଲେଟ୍ ମିଶିଥାନ୍ତି । ଏଭଳି ପ୍ଲେଟର ସୀମାକୁ ମଧ୍ୟ ବୈଜ୍ଞାନିକ ଚିହ୍ନଟ କରିଛନ୍ତି । ଏଭଳି ସ୍ଥାନରେ ଭୂକମ୍ପର ଅଧିକ ସମ୍ଭାବନା ରହିଥାଏ । ଭାରତ ବିଷୟରେ ଯଦି ଆଲୋଚନା କରିବା ତେବେ ଆଣ୍ଡାମାନ ନିକୋବର ଦ୍ୱୀପପୂଞ୍ଜରୁ ହିମାଳୟ ପର୍ବତାମାଳା ଓ ହିମାଳୟ ପାଦଦେଶରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଅଂଚଳ ହେଉଛି ଅଧିକ ଭୂକମ୍ପ ପ୍ରବଣ । ଏଥିରେ ଗୁଜୁରାଟର କିଛି ଅଂଚଳ ମଧ୍ୟ ସାମିଲ ଅଛି । ହିମାଳୟରେ ଆସୁଥିବା ଭୂକମ୍ପର ପ୍ରଭାବ ଉତ୍ତର ଭାରତର ସମତଳ ଅଂଚଳ ପର୍ଯ୍ୟନ୍ତ ଅନୂଭୁତ ହୋଇଥାଏ ।

 

 

ଭୂମିକମ୍ପ ବା ଭୂକମ୍ପୀୟ ତରଙ୍ଗ ସିସମିକ ଓ୍ୱେଭ ଦ୍ୱାରା ଚିହ୍ନଟ ହୋଇଥାଏ । ଏହି ତରଙ୍ଗର ସମସ୍ୟା ହେଉଛି ଏହା ସୃଷ୍ଟି ହେବାମାତ୍ରେ ଏହାକୁ ଚିହ୍ନଟ କରିହୁଏ । ଏହାଦ୍ୱାରା ଭୂମିକମ୍ପର ତୀବ୍ରତା ଏବଂ ପ୍ରଭାବ ବିଷୟରେ ଜାଣିହୁଏ । କିନ୍ତୁ ଏହାର ପୂର୍ବ ଅନୁମାନ କରାଯାଇପାରେ ନାହିଁ । ଏଥିପାଇଁ ପୃଥିବୀ ପୃଷ୍ଠର ଖୁବ ଆଭ୍ୟନ୍ତରୀଣ ସ୍ତରର ଗତିବିଧିର ସୂଚନା ଆବଶ୍ୟକ । ଯାହାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ହାସଲ କରିବାରେ ଅସମର୍ଥ ହୋଇଛନ୍ତି ।  ଏହାକୁ ନେଇ ଏବେ ମଧ୍ୟ ଗବେଷଣା ଚାଲିଛି । 

ଭୂକମ୍ପ କେଉଁଠାରେ ଅଧିକ ଆସେ ଓ କେଉଁଠାରେ ଅଧିକ ଭୂକମ୍ପ ଆସି ସାରିଛି ସେ ବାବଦରେ ବୈଜ୍ଞାନିକଙ୍କ ପାଖରେ ସୂଚନା ରହିଛି । ସେମାନେ ଏହା ମଧ୍ୟ ଜାଣି ସାରିଛନ୍ତି ଯେ,କେଉଁଠାରେ ଭୂକମ୍ପ ଅଧିକ ଆସିବାର ଆଶଙ୍କା ରହିଛି କିନ୍ତୁ ଦୁଇ ଦିନ ପରେ ଭୂକମ୍ପ ଆସିବ କି ନାହିଁ ତାହା କହିବା ଏବେ ମଧ୍ୟ ବୈଜ୍ଞାନିକଙ୍କ ପକ୍ଷରେ ଅସମ୍ଭବ ।

Bhubaneswar Covid19 Updates : ଆଜି ୩୮୬ ନୂଆ ସଂକ୍ରମିତ, ୨୧୩ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ନୂଆ ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୦୩ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଥିବା ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଏପରିକି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତ ତାଲିକାରେ ଅଧିକାଂଶ ଭୁବନେଶ୍ୱର ସହରର ଅଟନ୍ତି ।

ବିଏମସିର ଉଦ୍ୟମ ଅହରହ ଭାବେ ଚାଲିଛି, ହେଲେ ରାଜଧାନୀକୁ ଏବେ ଯାତାୟାତ ପ୍ରାୟ ସ୍ୱାଭାବିକ ହୋଇ ସାରିଲାଣି । ଗହଳି ବଢିଛି । ଏଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ନାକେଦମ ହେଉଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ନିଜ ପ୍ରେସ ମିଟରେ ଭୁବନେଶ୍ୱର ସଙ୍ଗିନ ସ୍ଥିତିକୁ ନେଇ ଆଶଙ୍କା ପ୍ରକଟ କରିସାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ପାଇଁ ଭୁବନେଶ୍ୱର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି । ଏଭଳି ସ୍ଥିତିରେ ରାଜଧାନୀ କରୋନା ସଂକ୍ରମଣ ରୋକିବା ବିଏମସି ପାଖରେ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି ।

ଅନ୍ୟପକ୍ଷରେ ଆଜି ରାଜଧାନୀର ୨୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସୁସ୍ଥତା ସଂଖ୍ୟା ସାରା ଦେଶରେ ଏବେ ସନ୍ତୋଷଜନକ ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ୁଛି । ଏହି କ୍ରମରେ ରାଜଧାନୀରେ ସୁସ୍ଥଙ୍କ ସଂଖ୍ୟା ବଢୁଛି ।  ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୬୪୭ରେ ପହଞ୍ଚି ସାରିଥିବା ବେଳେ ୩୪୭୮ ଜଣ ସକ୍ରିୟ ସଂକ୍ରମଣ ରହିଛନ୍ତି । ସେହିଭଳି ଏବେ ସୁଦ୍ଧା ୫୧୨୪ ଜଣ ସୁସ୍ଥ ହୋଇ ଫେରି ସାରିଲେଣି । କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି ।

କୋରାପୁଟରେ ହେଲା ରାଜ୍ୟର ୬ଷ୍ଠ ପ୍ଲାଜମା ବ୍ୟାଙ୍କ, ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏହି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସମସ୍ୟା ବଢିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଲୋକେ ପ୍ଲାଜମା ଚିକିତ୍ସା ସୁବିଧା ଏହି ପ୍ଲାଜମା ବ୍ୟାଙ୍କ ଦ୍ୱାରା ପାଇପାରିବେ ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇ ସାରିଛି । ପ୍ଲାଜମା ବ୍ୟାଙ୍କକୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ । କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସେ ଅପିଲ କରିଥିଲେ ।ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ ।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ସେହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ବାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଥିଲେ। ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ  ଆହ୍ୱାନ ଜଣାଇଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର  ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବା ଦ୍ୱାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ।   ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି  ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

Sushant Singh Rajput Case: ଅଣ୍ଡରୱାର୍ଲ୍ଡ ସହ ରିୟାଙ୍କ ସମ୍ପର୍କ !

ମୁମ୍ବାଇ: ମାୟା ନଗରୀର ଅଣ୍ଡରୱାର୍ଲଡ କନେକ୍ସନ୍ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ସ୍କାନରରେ ରହିଛନ୍ତି ଗର୍ଲ ଫ୍ରେଣ୍ଡ ରିୟା । ଏବେ ରିୟାଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ କନେକ୍ସନ୍ ଥିବା ଜଣାପଡ଼ିଛି । ଡ୍ରଗ୍ସ ନେଇ ରିୟା ଯାହା ସମ୍ପର୍କରେ ଥିଲେ ସେ ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ ଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କ ନାମ ଗୌରବ ଆରିୟା ବୋଲି ଜଣାପଡ଼ିଛି । ଗୌରବ ମାୟାନଗରୀ ମୁମ୍ବାଇରେ ଭିଭିଆଇପି ମାନଙ୍କୁ ଡ୍ରଗ୍ସ ଯୋଗାଇଥାନ୍ତି । ରେଭ୍ସ ପାର୍ଟିରେ ମଧ୍ୟ ଗୌରବ ଡ୍ରଗ୍ସ ଯୋଗାଇଥାନ୍ତି ।

୨୦୧୫ ମସିହା ପୂର୍ବରୁ ରିୟା, ଗୌରବଙ୍କୁ ଜାଣିଥିବା ଓ ସମ୍ପର୍କରେ ଥିବା ନେଇ ଜଣାପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ କାରବାର ନେଇ NCB ତଦନ୍ତ ପରେ ଏହି ତଥ୍ୟ ସାମନାକୁ ଆସିଛି । ତେବେ, ଏହି ମାମଲା ଗୋଆକୁ ମଧ୍ୟ ଲମ୍ବିଛି । ଗୋଆର ଆବୁ ଇସଲାମ୍ ଆଜମି ଯିଏ କି ହୋଟେଲିୟର କାମ କରନ୍ତି । ୨୦୧୮ରେ ଦିଲ୍ଲୀ ପୋଲିସର ନାର୍କୋଟିକ୍ ସେଲ୍ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଥିଲା । ସେଠାରୁ ୪୦ କୋଟିର MDMA ଜବତ କରିଥିଲା ।

ଚାଟରେ ଗୌରବ ଆରିୟାଙ୍କ ସହ ରିୟା MDMA ନେଇ କଥା ହୋଇଛନ୍ତି । ଏଥିରେ ଆବୁ ଇସଲାମ୍ ଆଜମିକୁ ଗିରଫ କରାଯାଇଛି । ଆଜମି ୟୁକେ, ଆମେରିକା ଓ ଦୁବାଇ ସହ ଡ୍ରଗ୍ସ କାରବାର କରନ୍ତି । ଆଜମିଙ୍କ ସହ ଆରିୟାଙ୍କ ସହ ସମ୍ପର୍କ ରହିଛି । ସୁଶାନ୍ତଙ୍କ ସହ ସମ୍ପର୍କ ପୂର୍ବରୁ ରିୟା ଏମାନଙ୍କ ସହ ସମ୍ପର୍କରେ ଥିଲେ । ଏବେ NCB ଏସବୁ ଉପରେ ତଦନ୍ତ ଜାରି ରଖିଛି ।

ବ୍ରାଉନସୁଗାର ଚୋରା ଚାଲାଣ : ବଢୁଛି ମାମଲା, ବାଲେଶ୍ୱରରେ ଧରା ପଡ଼ିଲା ୪ କିଲୋରୁ ଅଧିକା ବ୍ରାଉନସୁଗାର

ବାଲେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ୍  ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ୪ କିଲୋ ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କ ଗିରଫ କରିଛି । ବାଲେଶ୍ୱରରେ କିଛି ଦିନ ତଳେ ପୋଲିସ ଓ ବ୍ରାଉନସୁଗାର ଦଲାଲଙ୍କ ମଧ୍ୟରେ ଡିଲ୍ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଉକ୍ତ ଜିଲ୍ଲା ଓ ସନ୍ଦିଗ୍ଧ ଅଞ୍ଚଳରେ ଖୋଲତାଡ଼ ଆରମ୍ଭ କରିଥିଲା । ଏହି କ୍ରମରେ ଆଜି ବ୍ରାଉନସୁଗାର ଜବତ ହୋଇଥିବା ଏସଟିଏଫ ପକ୍ଷରୁ ପ୍ରକାଶ କରାଯାଇଛି । ଏସଟିଏଫ ଜଣାଇଛି ଯେ ଏହା ଚଳିତ ବର୍ଷର ୨ୟ ସର୍ବାଧିକ ଜବତ ବ୍ରାଉନସୁଗାର ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଟିମବଙ୍ଗ ଲିଙ୍କରେ ରାଜ୍ୟକୁ ବାଲେଶ୍ୱର ଦେଇ ବ୍ରାଉନସୁଗାର ଆସିବା ଏକ ଅଭ୍ୟାସଗତ କଥା ହେଲାଣି । ସେହିଭଳି  ଚଳିତବର୍ଷ ୨୦ କେଜି ୭୩୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ୨୨ଟି ମାମଲାରେ ୪୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଚଳିତ ବର୍ଷ ରାଜ୍ୟରେ ବ୍ରାଉନସୁଗାର ଚୋରା ଚାଲାଣ ଗତ ୮ ବର୍ଷର ରେକର୍ଡ ଅତିକ୍ରମ କରିବ ବୋଲି ପୋଲିସ ଡିଜି ଆଶଙ୍କା ପ୍ରକଟ କରିଛନ୍ତି । ସେହିଭଳି ଏସଟିଏଫ୍ ଏଯାବତ୍ ଚଳିତ ବର୍ଷରେ ୬୩୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିସାରିଲେଣି ।

ସୋସିଆଲ ମିଡିଆରେ ଏଜେଣ୍ଡା ପ୍ରଚାର କରିବାରେ ଆଗରେ ବିଜେପି !

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଭୂମିକା  ଗୁରୁତ୍ୱପୂର୍ଣ୍ଣ ।   ରାଜନୈତିକ ଦଳ ଗୁଡ଼ିକ ନିଜ ମତବାଦର ପ୍ରଚାର ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଥାନ୍ତି ।  ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ରାଜନୈତିକ ଦଳଙ୍କ ଉପସ୍ଥିତି ବୃଦ୍ଧି ପାଇଥାଏ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି । ତେବେ ଭାରତରେ କେଉଁ ଦଳ ସୋସିଆଲ ମିଡିଆକୁ କେତେ ଅଧିକ ନିଜ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ?  ନିକଟରେ ଫେସବୁକ ଏହାର ବିଜ୍ଞାପନ ଲାଇବ୍ରେରୀ ରିପୋର୍ଟ ଉପସ୍ଥାପନା କରିଛି । ଯେଉଁଥିରୁ ଭାରତର କେଉଁ କେଉଁ ଦଳ ସୋସିଆଲ ମିଡିଆରେ ପ୍ରଚାର ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଓ ପ୍ରଚାର କ୍ଷେତ୍ରରେ ଆଗରେ ଅଛନ୍ତି ତାହା ଜଣା ପଡୁଛି ।

ସୋସିଆଲ ମିଡିଆରେ ନିଜର ଏଜେଣ୍ଡାକୁ ପ୍ରଚାର କରିବାରେ ସବୁଠୁ ଆଗରେ ରହିଛି ବିଜେପି । ଗତ ୧୮ ମାସ ଭିତରେ ଫେସବୁକରେ କିଏ କଣ ପ୍ରଚାର କରିଛି ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଏନେଇ ଏକ ରିପୋର୍ଟ ଆସିଛି । ଫେବୃୟାରୀ ୨୦୧୯ରୁ ୪ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବିଜେପି । ତା ପଛକୁ ରହିଛି କଂଗ୍ରେସ । କଂଗ୍ରେସ ନିଜର ପ୍ରଚାର ପାଇଁ ଏକ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଗତ ୨୪ ତାରିଖ ପର୍ଯ୍ୟନ୍ତ କେଉଁ ଦଳ କେତେ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ରିପୋର୍ଟ ଆସିଛି । ବିଜେପି ସହ ମିଶି କିଛି ବିଜ୍ଞାପନ ସଂସ୍ଥା ମଧ୍ୟ ଫେସବୁକରେ ପ୍ରଚାର କରିଛନ୍ତି । ଏହା ବାବଦକୁ ହେଉଥିବା ଖର୍ଚ୍ଚ ମଧ୍ୟ ବିଜେପି ବହନ କରିଥିବା ଜଣାପଡିଛି । ଏସବୁ ମିଶାଇଲେ ବିଜେପି ୧୦ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ମାଇ ଫାଷ୍ଟ ଭୋଟ ଫର ମୋଦି, ଭାରତ କେ ମନ୍ କି ବାତ୍ ନାଁରେ ହେଉଥିବା ବିଜ୍ଞାପନ ଖର୍ଚ୍ଚ ପାଇଁ ୩ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।

ରିୟାଙ୍କ ଉପରେ ବର୍ଷିଲେ ଅଙ୍କିତା, ଶେୟାର କଲେ ଭିଡ଼ିଓ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ନେଇ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗୋଟିଏ ପରେ ଗୋଟିଏ ନୂଆ ବୟାନ ଦେଉଛନ୍ତି । ନିକଟରେ ରିୟା ସୁଶାନ୍ତଙ୍କୁ ନେଇ ଏକ ଦାବି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଫ୍ଲାଇଟରେ ଯାତ୍ରା କରିବାକୁ ସୁଶାନ୍ତ ଭୟ କରୁଥିଲେ । ଯେଉଁଥିପାଇଁ  ସେ ଏକ ପ୍ରକାର ଔଷଧ ସେବନ କରୁଥିଲେ । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ । ଅଙ୍କିତା ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରି ଏହାର ପ୍ରତିକ୍ରିୟା ରଖିଛନ୍ତି ।

ରିୟାଙ୍କର ସୁଶାନ୍ତଙ୍କୁ ନେଇ ଏଭଳି ଦାବି କରିବା ଘଟଣାରେ ଖୁବ ରାଗି ଯାଇଛନ୍ତି ଅଙ୍କିତା । ରିୟାଙ୍କୁ ଜବାବ ଦେଇ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ଏକ ଫ୍ଲାଇଟର ସିମ୍ୟୁଲେଟରର କକପିଟରେ ବସି ଜାହାଜ ଉଡ଼ାଇବା ଉପରେ ନଜର ଦେଉଛନ୍ତି ଏବଂ ତାହାର ମଜା ନେଉଛନ୍ତି । ଏହି ଭିଡ଼ିଓକୁ ଶେୟାର କରି ଅଙ୍କିତା ଲେଖିଛନ୍ତି କ’ଣ ଏହା #claustrophobia ? ଆମେ ସମସ୍ତେ ତୁମକୁ ନେଇ ଗର୍ବିତ ।

 

 

View this post on Instagram

 

आज रिया चक्रवर्ती ने एक चैनल से बात करते हुए कहा कि सुशांत सिंह राजपूत को फ्लाइट में बैठने से डर लगता था. इसके लिए वो मेडिसिन लेते थे. इसके बाद अंकिता लोखंडे ने सुशांत की ये वीडियो शेयर की. अंकिता ने पूछा- क्या ये #claustrophobia है? अंकिता ने लिखा, ”तुम्हें उड़ना पसंद था और तुमने हमेशा अपने सपने को जिया. We all are proud of you! #rheachakraborty #ankitalokhande #SushantSinghRajput #SushantSingh #News #Mumbai #Delhi #bollywood #News #ABPNews #ViralPost #Sushant #KKSingh #RememberingSushant #Video #ViralVideo #ViralPost #ViralVideo #Video #Videogram #VideoOfTheDay #India

A post shared by ABP News (@abpnewstv) on

ସୂଚନାଯୋଗ୍ୟ ଯେ,  ସୁଶାନ୍ତଙ୍କ ମୃତ୍ୟୁର ବହୁଦିନ ପରେ ରିୟା ଗଣମାଧ୍ୟମକୁ କିଛି ବୟାନ ଦେଇ ଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି । ଯାହା ଅଙ୍କିତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖିବା ପରେ ଜଣା ପଡ଼ୁଛି । ସିବିଆଇ ପଚରା ଉଚରା କରିବା ସହିତ ଇଡି ସୁଶାନ୍ତଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ନେଇ ଛାନଭିନ କରୁଛି । ନିକଟରେ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ପାଇଁ ଇଡି ସମନ ପଠାଇଛି ।