spot_img
Home Blog Page 6771

WhatsAppରେ ଆସୁଛି ବଡ଼ ସମସ୍ୟା, ୟୁଜର୍ସ ଅନେକ ସମୟ ଧରି ବ୍ୟବହାର କରିପାରୁନାହାନ୍ତି ଏହି ଫିଚର

ଇନଷ୍ଟାଣ୍ଟ ମେସେଜିଂ ହ୍ୱାଟସଆପରେ ଏକ ବଡ଼ ଘରଣର ସମସ୍ୟା ଥିବା ଜଣାପଡ଼ିଛି ।  ହ୍ୱାଟସଆପରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଲୋକମାନେ ଜରୁରୀ ଫିଚର ମଧ୍ୟରୁ PIP (Picture In Picture) ମୋଡର ବ୍ୟୂହାର କରିପାରୁନାହାନ୍ତି । WABetaInfo ଟ୍ୱିଟ୍ କରି କହିଛି ଯେ ହ୍ୱାଟସଆପରେ ୟୁଟୁବ ପ୍ରିଭ୍ୟୁ କୁ ନେଇ ସମସ୍ୟା ଦେଖାଦେଉଛି । ଏଥିପାଇଁ ୟୁଜର୍ସ ଚ୍ୟାଟରେ ୟୁବ୍ୟୁଟ ଭିଡିଓକୁ PIP ମୋଡ ସାହାଯ୍ୟରେ ଦେଖିପାରୁନାହାନ୍ତି ।

ଟ୍ୱିଟ୍‌ରେ କୁହାଯାଇଛି ଯେ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱେବ୍ / ଡେସ୍କଟପରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ କୁହାଯାଇଥିଲା ଯେ, ବୋଧହୁଏ ୟୁଟ୍ୟୁବ ପକ୍ଷରୁ କିଛି ପରିବର୍ତ୍ତନ କରାଯାଉଛି ଏବଂ ପୁଣିଥରେ ଏହାର ସମର୍ଥନ ପାଇଁ ଅପଡେଟର ଆବଶ୍ୟକତା ପଡ଼ିବ ।

ବାସ୍ତବରେ, ହ୍ୱାଟସ୍ ଆପରେ PIP ମୋଡ୍ ମାଧ୍ୟମରେ ଚାଟ୍ ଭିତରେ ଯେକୌଣସି ଲିଙ୍କ୍ ଦେଖାଯାଇପାରିବ । କିନ୍ତୁ ବର୍ତ୍ତମାନ ୟୁବ୍ୟୁବର ଲିଙ୍କ କ୍ଲିକ କଲେ ଚ୍ୟାଟରେ ଭିଡିଓ ପ୍ଲେ ହେଉନାହିଁ ।

PIP ମୋଡ କ’ଣ ?

ଯଦି ଆପଣଙ୍କ ପାଖକୁ ବାହାରୁ କୌଣସି ଭିଡିଓ ଆସୁଛି ତେବେ ହ୍ୱାଟସ ଆପରୁ ବାହାରକୁ ନଯାଇ ଆପଣ ସେଠି ଭିଡିଓ ଦେଖିପାରିବେ । ତଥା ଆପଣଙ୍କ ପାଖରେ ଯଦି ହ୍ୱାଟସଆପ ଏବଂ ୟୁବ୍ୟୁଟର କୌଣସି ଲିଙ୍କ ଆସୁଛି ତେବେ ଆପମ ତାକୁ ସେହି ହ୍ୱାଟସ ଆପରେ ଦେଖିପାରିବେ ।

ଲଞ୍ଚ ହେଲା ଏହି ନୂତନ ଫିଚର

ହ୍ୱାଟସ୍ ଆପ୍ ନିକଟରେ QR କୋଡ୍ ଫିଟର ଲଞ୍ଚ କରିଛି। ଏହି ଫିଚରର ପରିଚୟ ସହିତ ହ୍ୱାଟସ ଆପରେ ନମ୍ବର ସେଭ୍ କରିବାର ଉପାୟ ସଂପୂର୍ଣ୍ଣ ବଦଳିଯିବ । ଉପଭୋକ୍ତା QR କୋଡ୍ ସ୍କାନ୍ କରିବା ଏବଂ ସେମାନଙ୍କ ତାଲିକାରେ ସମ୍ପର୍କ ଯୋଡିବା ଅତି ସହଜ ହୋଇଛି । ଏହି ବୈଶିଷ୍ଟ୍ୟ ଆପର 2.20.171 ସଂସ୍କରଣରେ ଉପଲବ୍ଧ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତାମାନେ ଆପରେ ଥିବା ସେଟିଂସମୂହରେ ସେମାନଙ୍କ ନାମ ପାଖରେ ସେମାନଙ୍କର ନିଜସ୍ୱ କଷ୍ଟମ୍ QR କୋଡ୍ ଦେଖିପାରିବେ ।

ସଂକ୍ରମଣ ଭୟ: ଶବକୁ କାନ୍ଧ ଦେଲେନି ସମ୍ପର୍କୀୟ

ମୟୂରଭଞ୍ଜ: ଶବକୁ ମିଳିଲାନି କାନ୍ଧ । କରୋନା ଭୟରେ ପାଖକୁ ଆସିଲେନି ସମ୍ପର୍କୀୟ । କରୋନା ରୋଗ ଯେତେ ବିସ୍ତାର ହେଉଛି ସେତେ କରୋନା ଡ଼ର ଲୋକଙ୍କୁ ମାଡ଼ି ବସୁଛି । କରୋନା ଭୟରେ ହଜୁଛି ମାନବିକତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁରେ । କରୋନା ଭୟରେ ଶବକୁ କେହି କାନ୍ଧେଇ ନଥିଲେ । ଫଳରେ ପୁଅ ଜ୍ୱାଇଁ ମିଶି ବାଇକରେ ମଶାଣିକୁ ନେଇଥିଲେ ।

ପୁଅ ଓ ଜ୍ୱାଇଁ ଶବକୁ ମଶାଣିକୁ ନେଇ ମୃତ ଶରୀରକୁ ଜେସିବି ଦ୍ୱାରା ଖୋଳି ପୋତିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପୁର ଗାଁର ରାଜେନ୍ଦ୍ର ଜେନା । ମୃତ ଜଣକ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ରାସ୍ତାରେ ବାଲେଶ୍ଵର ଜିଲ୍ଲାର ବସ୍ତା ନିକଟରେ ଅସ୍ୱସ୍ଥ ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ତାଙ୍କର ପରିବାରରେ ଅନ୍ୟ ତିନି ଜଣ ସଂକ୍ରମିତ ହୋଇ ବାରିପଦାର କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି କାରଣରୁ ଭୟରେ କେହି ରାଜେନ୍ଦ୍ରଙ୍କୁ କାନ୍ଧ ଦେବାକୁ ଆସି ନଥିଲେ । ଏହାପରେ ପରିବାର ଲୋକେ ଏମିତି ଏକ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ଟିକା ଆସିଲେ ଓଡ଼ିଶାକୁ ଅଗ୍ରାଧିକାର ଦେବାକୁ ଅନୁରୋଧ

ଭୁବନେଶ୍ୱର: କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ ଯୋଗେ ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଭ୍ୟାକ୍ସିନ୍‌ ଉତ୍ପାଦନ ନେଇ ଅକ୍ପଫୋର୍ଡ ୟୁନିଭରସିଟି ସହ ଅନୁବନ୍ଧିତ ହୋଇଛି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ।

ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଆବଶ୍ୟକୀୟ କ୍ଳିୟରାନ୍ସ ପରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ ସହଯୋଗ ଲୋଡିଛନ୍ତି ।  ଏଥିସହିତ ଶ୍ରୀ ପୁନାଓ୍ୱାଲାଙ୍କ ପରୋପକାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଶ୍ରୀ ପୁନାଓ୍ୱାଲା । ସେ ଆହୁରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକ୍ସିନର ରେଜଲ୍ଟ ଆଶାନୁରୂପ ରହିଛି । ତେବ ଭାରତରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟ ମଧ୍ୟଭାଗରେ ଆରମ୍ଭ ହେବ । ଏବଂ ଚଳିତ ବର୍ଷ ଅକ୍ଟୋବର କିମ୍ୱା ନଭେମ୍ୱର ବେଳ ଏହା ଉପଲବ୍ଧ ହେବ ।

ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ 5-t ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

 

ଚୀନ ସହ ବିବାଦ ଭିତରେ ଭାରତ କଲା ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ପରୀକ୍ଷା, ଶତ୍ରୁ ଟ୍ୟାଙ୍କକୁ ଧ୍ୱଂସ କରିବାର ରଖେ କ୍ଷମତା

ବାଲେଶ୍ୱର: ଚୀନ ସହ ତିକ୍ତତା ଭିତରେ ଭାରତୀୟ ସେନାକୁ ମିଳିଲା ଆଉ ଏକ ଶକ୍ତି । ବାୟୁସେନାକୁ ହସ୍ତାନ୍ତର ହେଲା ମିସାଇଲ ଧ୍ରୁବାସ୍ତ୍ର  । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମିସାଇଲ ଧ୍ରୁବାସ୍ତ୍ର ଧ୍ରୁବ ଫାଇଟର ହେଲିକପ୍ଟରରେ ନିୟୋଜିତ ହେବ  । ସେଥିପାଇଁ ଏହି ମିଶାଇଲର ନାମ ଧ୍ରୁବାସ୍ତ୍ର ରଖାଯାଇଛି  । ଗତ ୧୫ ଓ ୧୬ ତାରିଖରେ ଓଡ଼ିଶାର ଚାନ୍ଦିପୁରରେ ବିନା ହେଲିକପ୍ଟରରେ ଏହାର ସଫଳ ପରୀକ୍ଷଣ ହୋଇଥିଲା  । ପୂର୍ବରୁ ଏହାର ନାଗ ମିସାଇଲ ନାମରେ ପରିଚିତ ଥିଲା  । ତେବେ ଧ୍ରୁବାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟରରୁ ୪ କିଲୋମିଟର ଥିବାବେଳେ ଆଖି ପିଛୁଳାକେ ଏହା ଟାର୍ଗେଟ ଧ୍ୱଂସ କରିବାର କ୍ଷମତା ରଖିଛି ।

ତେବେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଥମୁଥିବା ନଜର ଆସୁଛି । ଅବଶ୍ୟ ସବୁପ୍ରକାର ସଙ୍କଟ ମୁକାବିଲା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହୋଇରହିଛି । ଗୋଟେ ପଟେ ଯେଉଁଠି ରକ୍ଷାମନ୍ତ୍ରାଳୟ ପକ୍ଷରୁ ସୌନ୍ୟ ଉପକରଣ କିଣିବା ପାଇଁ ଅନୁମତି ଦିଆଯାଇଚି । ବିଭିନ୍ନ ସ୍ତରରେ ସମ୍ବାବିତ ଯୁଦ୍ଧର ମୁକାବିଲା ପାଇଁ ଯୁଦ୍ଧାଭ୍ୟାସ କରାଯାଉଛି ।

ଏହି ସମୟରେ ହେଲିକପ୍ଟର ଦ୍ୱାରା ଲଞ୍ଚ କରାଯାଉଥିବା ନାଗ ( Helicopter-launched Nag Missile (HELINA)  ମିଶାଇଲ ଲଞ୍ଚ କରାଯାଇଛି । ଅବଶ୍ୟ ଏହି ଲଞ୍ଚିଂ ହେଲିକପ୍ଟର ବିନା କରାଯାଇଛି । କୁହାଯାଉଛି ଯେ, ହେଲିନାର ନାମ ବଦଳାଇ ଧ୍ରୁବାସ୍ତ୍ର ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ରଖାଯାଇଛି । ଏହାର ଫ୍ଲାଇଟ ଟ୍ରାଏଲ ୧୫ ଓ ୧୬ ଜୁଲାଇ ଦିନ ବାଲେଶ୍ୱରରେ କରାଯାଇଛି ।

ଏହା ପୂର୍ବରୁ ଜୈସଲମେରରେ ଆଣ୍ଟି ଟ୍ୟାଙ୍କ ମିଶାଇଲ ‘ନାଗ’ର ଆଡଭାନ୍ସ ଭର୍ଜନର ଟ୍ରାୟଲ କରାଯାଇଛି । ରାତି ଏବଂ ସକାଳେ କରାଯାଇଥିବା ମିଶାଇଲର ସବୁ ପ୍ରଶିକ୍ଷଣ ସଠିକ ରହିଛି । ଡିଆରଡିଓ ପକ୍ଷରୁ ବିକଶିତ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ତରଫରୁ ନିର୍ମିତ ନାଗ ମିଶାଇଲ ସୋନା ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାପଦଣ୍ଡ ସହ ଖାପ ଖୁଆଉଛି ।

ଶପଥ ନେଲେ ଓଡ଼ିଶାର ୪ଜଣ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଆଜି ହାଉସ ଚାମ୍ବରରେ ଶପଥ ନେଲେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଓଡ଼ଶାର ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ସୁଜିତ କୁମାର ଶପଥ ନେଇଛନ୍ତି ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ଏହି ୪ଜଣ ନିର୍ଦ୍ୱନ୍ଦ ନିର୍ବାଚିତ ହୋଇଥିଲେ କିନ୍ତୁ କରୋନା ସ୍ଥିତି ଲକଡାଉନ ପାଇଁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ

ସଂସଦର ଅଧିବେଶନ ଚାଲୁନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ନେଇଛନ୍ତି ନିକଟରେ ୨୦ ରାଜ୍ୟରୁ ୬୧ସଦସ୍ୟ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି ଲକଡାଉନ୍ ପାଇଁ ଯେଉଁ ସଦସ୍ୟମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନାହାନ୍ତି ସେମାନେ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି କରୋନା କଟକଣା ଯୋଗୁଁ ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା ଆଜି ଦିନ ୧୧ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହୋଇଛି ଏବଂ ଶପଥ ଗ୍ରହଣ ସମୟରେ ସାମାଜିକ ଦୂରତା ବଜାୟ ରଖାଯିବ ବୋଲି ସୂଚନା ଦିଆଯାଇଛି ଏହି ଶପଥ ଗ୍ରହଣ ସମାରୋହରେ ସଦସ୍ୟଙ୍କ ସହ ଜଣେ ଅତିଥି ରହିବା ନେଇ ଅନୁମତି ଦିଆଯଆଇଥିଲା  

କଣ୍ଟେନମେଣ୍ଟ ଜୋନରେ କଟକଣାର ଖୋଲା ଉଲ୍ଲଂଘନ,ବାଡକୁ ମାନୁ ନାହାନ୍ତି ସ୍ଥାନୀୟ ଲୋକ

ଭଦ୍ରକ: କରୋନା ସାରା ରାଜ୍ୟରେ ତାର ଭୟାବହତା ଦେଖାଉଥିବା ବେଳେ କେତେକ ଅମାନିଆଙ୍କ କାରଣରୁ କରୋନା ଅନିୟନ୍ତ୍ରିତ ହେଉଛି । କଣ୍ଟେନମେଣ୍ଟରେ ଥାଇ ବି ବାଡ଼ ଟେକି ପଳାଉଛନ୍ତି ସ୍ଥାନୀୟ ବାସିନ୍ଦା । ଏଣିତି ଘଟଣା ଭଦ୍ରକରେ ଦେଖଇବାକୁ ମିଳିଛି । ଲକଡାଉନରେ ଅଛି ଭଦ୍ରକ ପୌରପାଳିକା ଓ ଧାମନଗର ଏନଏସି । ଏହାସହ ଵହୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି । କିନ୍ତୁ ଭଦ୍ରକ ପୌରପାଳିକାରେ ଥିବା ଅଧିକାଂଶ କଣ୍ଟେନମେଣ୍ଟ ଜୋନର ନିୟମକୁ ସ୍ଥାନୀୟ ବାସିନ୍ଦା ମାନୁ ନଥିବା ଦେଖିବାକୁ ମିଳିଛି ।

୬ନଂ ୱାର୍ଡର କାନ୍ତକବି ନଗରର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ କେହି କଣ୍ଟେନମେଣ୍ଟ ଜୋନର ନିୟମକୁ ଫୁ କରିଛନ୍ତି ସ୍ଥାନୀୟ ବାସିନ୍ଦା । କଣ୍ଟେନମେଣ୍ଟ ଜୋନରେ ବନ୍ଧାଯାଇଥିବା ବାଉଂଶକୁ ଡେଇଁ ଯାଉଛନ୍ତି ଲୋକେ । କେବଳ ସେତିକି ନୁହେଁ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅଧିକ ଲୋକ ଏକତ୍ରିତ ହୋଇଥିବା ଦେଖାଯାଇଛି । ସମସ୍ତେ ଦିଆଯାଇଥିବା ଵାଡକୁ ଡେଇଁ ଯାତାୟାତ କରିବା ସହ ବିନାମାସ୍କରେ ମଧ୍ୟ ଅନେକଙ୍କୁ ଦେଖିବାକୁ ମିଳୁଛି ।

ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଥିବାରୁ, ଦିନକୁ ଦିନ ସ୍ଥିତି ବିଗୁଡୁଛି । ଵର୍ତ୍ତମାନ ସୁଦ୍ଧା ୩୯୩ ଜଣଙ୍କ ମଧ୍ୟରୁ ୩୦୬ ଜଣ ସୁସ୍ଥ ହୋଇଥିଲା ବେଳେ ୮୬ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  । ଏହାସହ ଜିଲ୍ଲାରେ କରୋନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି ।

ଅଶୋକ ଗହଲୋତଙ୍କ ଭାଇଙ୍କ ଘର ଓ ଅନ୍ୟ ସ୍ଥାନରେ EDର ରେଡ୍, ସାର ଘୋଟାଲା ସହ ସମ୍ପର୍କ

ରାଜସ୍ଥାନ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ସମ୍ପର୍କୀୟଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ସାର ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜି ଅନେକ ସ୍ଥାନରେ ରେଡ୍ କରିଛି । ଇଡିର ରେଡ୍ ମୁଖ୍ୟମନ୍ତ୍ରୀଙ୍କ ଭାଇ ଅଗ୍ରସେନ ଗହଲୋତଙ୍କ ଘରେ ମଧ୍ୟ ଜାରି ରହିଛି । ପିପିଇ କିଟ୍ ପିନ୍ଧି ଅଗ୍ରସେନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ କରାଯାଇଛି ।

ସମ୍ପ୍ରତି ସିଏମ୍ ଅଶୋକ ଗହଲୋତଙ୍କ ଭାଇ ଆଗ୍ରସେନ ଗହଲୋତଙ୍କ ନାମ ସାର ଘୋଟାଲାରେ ଆସିଥିଲା । ଅଭିଯୋଗ ହୋଇଛି ଯେ ୨୦୦୭ ରୁ ୨୦୦୯ ମଧ୍ୟରେ ଅଗ୍ରସେନ ଗହଲୋତ କୃଷକମାନଙ୍କ ପାଇଁ ଉଦ୍ଦେଶ୍ୟ ସାରକୁ ଘରୋଇ କମ୍ପାନୀକୁ ଦେଇଥିଲେ। ଏହି ସମୟ ମଧ୍ୟରେ କେନ୍ଦ୍ରରେ ମନମୋହନ ସିଂଙ୍କ ସରକାର ଥିଲା ଏବଂ ଅଶୋକ ଗହଲୋତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ।

କଣ ରହିଛି ପୁରା ମାମଲା-

ବାସ୍ତବରେ, ମୁରିଏଟ୍ ଅଫ୍ ପୋଟାଶ୍ (MOP) ରପ୍ତାନୀ ପାଇଁ ପ୍ରତିବନ୍ଧିତ । ଇଣ୍ଡିଆନ୍ ପୋଟାଶ୍ ଲିମିଟେଡ୍ (ଆଇପିଏଲ୍) ଦ୍ୱାରା MOP ଆମଦାନୀ କରାଯାଏ ଏବଂ ରିହାତି ମୂଲ୍ୟରେ କୃଷକମାନଙ୍କୁ ବଣ୍ଟନ କରାଯାଏ । ଅଭିଯୋଗ ହୋଇଛି ଯେ୨୦୦୭-୨୦୦୯ ମଧ୍ୟରେ ଅଗ୍ରସେନ ଗହଲୋତ (ଯିଏ ଆଇପିଏଲ୍ ପାଇଁ ଜଣେ ପ୍ରାଧିକୃତ ଡିଲର ଥିଲେ) ରିହାତି ମୂଲ୍ୟରେ MOP କିଣିଥିଲେ ଏବଂ ଏହାକୁ କୃଷକମାନଙ୍କୁ ବଣ୍ଟନ କରିବା ପରିବର୍ତ୍ତେ ସେ କିଛି କମ୍ପାନୀରେ ବିକ୍ରି କରିଥିଲେ। ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ୨୦୧୨- ୧୩ ରେ ଏହା ପ୍ରକାଶ କରିଛି ।

ବିଜେପି ଆଣିଥିଲା ଏହି ସବୁ ଅଭିଯୋଗ

ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଭାଇଙ୍କ କମ୍ପାନୀ ସବସିଡିଯୁକ୍ତ ସାର ରପ୍ତାନି କରିଥିଲା ​​ଯାହା ଘରୋଇ ବ୍ୟବହାର ପାଇଁ ଥିଲା । ବିଜେପି କହିଛି ଯେ ଅଗ୍ରସେନ ଗହଲୋତଙ୍କ କମ୍ପାନୀ ଦେଶର ଚାଷୀଙ୍କ ପାଇଁ ଆମଦାନୀ ହୋଇଥିବା ପୋଟାଶ, ସାର ରପ୍ତାନି କରିଛି ।

କରୋନାରେ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ,ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ

ଗଜପତି: କରୋନା ସଂକ୍ରମିତଙ୍କ ସହ କରୋନା ମୃତ୍ୟ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି । ସାଧାରଣ ଲୋକଙ୍କ ସହ କରୋନା ଯୋଦ୍ଧା ମଧ୍ୟ ଏଥିରୁ ବର୍ତ୍ତୁ ନାହାଁନ୍ତି । କେତେବେଳେ ଡାକ୍ତର ତ କେତେବେଳେ ପୋଲିସ ସଂକ୍ରମଣର ଶୀକାର ହେଉଛନ୍ତି । ଗତକାଲି ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଜପତିର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଅତିରିକ୍ତ ଜିଲ୍ଲାପାଳଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।  ମୃତ୍ୟୁ ପୂର୍ବରୁ ପରୀକ୍ଷା ପାଇଁ ନିଆଯାଇଥିବା ତାଙ୍କ ସ୍ୱାବ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି । ଗତକାଲି ସକାଳୁ କରୁଣାକର ରାଇକାଙ୍କ ପରଲୋକ ହୋଇଥିଲା । ଏହାପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ନୀଙ୍କ ସହ କଥା ହୋଇଛନ୍ତି । ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଏସପି ଉପସ୍ଥିତିରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ସୂଚନା ମିଳିଛି ।  ତାଙ୍କୁ ରାଜ୍ୟ ମାନ୍ୟତା ଦେବା ସହ କୋଭିଡ ଗାଇଡ ଲାଇନ ଅନୁସାରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ସୂଚନା ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ୨ଦିନ ପୂର୍ବରୁ ଲକ୍ଷଣ ଦେଖାଯିବା କାରଣରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ଏହାପରେ ଆଉ ଏକ ଟେଷ୍ଟ ପାଇଁ ତାଙ୍କ ସ୍ୱାବ୍ ନିଆଯାଇଥିଲା । ଯାହାର ରିପୋର୍ଟ ବୁଧବାରଦିନ ପଜିଟିଭ୍ ଆସିଥିଲା କିନ୍ତୁ ଏହା ପୂର୍ବରୁ ମଙ୍ଗଳବାର ଦିନ କରୁଣାକରଙ୍କ ମୃତ୍ୟୁ ହୋଇଥିଲା ।

(ଗଜପତିରୁ ସରୋଜ ବୀର)

ଜାଣନ୍ତୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ କାହିଁକି ବ୍ୟବହାର ହେବ ଫଲଗୁ ନଦୀର ବାଲି !

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଗଷ୍ଟ ୫ ରେ ରାମ ଜନ୍ମ ଭୁମି ପୂଜନ କାର୍ଯ୍ୟକ୍ରମର ପ୍ରସ୍ତାବ ଦିଆଯାଇଛି । ଏହା ସହିତ ମହାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଭୁମି-ପୂଜନରେ ନକ୍ଷତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶ୍ୱାସକୁ ବିଶେଷ ଯତ୍ନ ଦିଆଯାଇଛି। ଫଲଗୁ ନଦୀର ବାଲି ମଧ୍ୟ ରାମ ମନ୍ଦିରର ମୂଳଦୁଆ ଭାବରେ ବ୍ୟବହୃତ ହେବ ।

ରାମ ମନ୍ଦିର ଭୁମି-ପୂଜନ ସମୟରେ ଗର୍ଭଗୃହ ଭିତରେ ପାଞ୍ଚଟି ରୂପା ଇଟା ବ୍ୟବହାର କରାଯିବ। ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ପାଞ୍ଚଟି ଇଟା ପାଞ୍ଚଟି ନକ୍ଷତ୍ରର ପ୍ରତୀକ ହେବ । ବିଶ୍ୱାସ କରାଯାଏ ଯେ ଭଗବାନ ରାମ ଅଭିଜିତ୍ ମୁହୁର୍ତ୍ତରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଭୁମି-ପୂଜନର ସମୟ ମଧ୍ୟ ସ୍ଥିର କରାଯାଇଛି । ବିଶ୍ୱ ପ୍ରସିଦ୍ଧ ମୋକ୍ଷ ଭୁମି ଗୟା ସହିତ ଭଗବାନ ରାମଙ୍କର ମଧ୍ୟ ଏକ ସମ୍ପର୍କ ଅଛି, ତେଣୁ ସେଠାକାର ପବିତ୍ର ଫଲଗୁ ନଦୀର ବାଲି ମଧ୍ୟ ମନ୍ଦିରରେ ବ୍ୟବହୃତ ହେଉଛି  ।

କଣ ରହିଛି ଫଲଗୁ ନଦୀ ସହ ସଂପର୍କ ?

କୁହାଯାଉଛି ଯେ, ଫଲଗୁ ନଦୀ ତଟରେ ଭଗବାନ ରାମ ନିଜ ଭାଇ ଲକ୍ଷଣ ଏବଂ ମାଆ ସୀତାଙ୍କ ସହିତ ବାପା ରାଜା ଦଶରଥଙ୍କ ଆତ୍ମାର ମୁକ୍ତି ପାଇଁ ପିଣ୍ଡଦାନ କରିଥିଲେ । ଏହି କାରଣରୁ ଅଯୋଧ୍ୟାରେ ତିଆରି ହେବାକୁ ଥିବା ରାମ ମନ୍ଦିରରେ ଫଲଗୁ ନଦୀର ବାଲି ବ୍ୟବହାର କରାଯିବ ।

ଗୟାରେ ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ପୁରୋହିତ ପ୍ରମୁଖ ପ୍ରେମନାଥ ଟଇୟା କହିଛନ୍ତି ଯେ, ‘ମତେ ଏହି ସୂଚନା ମିଳିଛି ଯେ, ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାତ ସମୁଦ୍ରର ପାଣି, ଦେଶର ସବୁ ଧାର୍ମିକ ନଦୀର ପାଣି, ପ୍ରମୁଖ ଧାମ ଗୁଡ଼ିକର ମାଟି ଏବଂ ଫଲଗୁ ନଦୀ କୂଳର ବାଲିର ବ୍ୟବହାର କରାଯିବ ।’ ପ୍ରେମନାଥ ଟଇୟା ଏହା ମଧ୍ୟ କହିଛନ୍ତି ଯେ, ‘ଫଲଗୁ ନଦୀର ବାଲିକୁ ପ୍ରାୟ ଏକ ମାସ ପୂର୍ବରୁ ଅଯୋଧ୍ୟାକୁ ଅଣାଯାଇଛି । ଏହା ସହିତ ଗୟା ଧାମରୁ ୧.୨୫ କିଲୋଗ୍ରାମ୍ ଚାନ୍ଦୀର ଇଟା ମଧ୍ୟ ଅଯୋଧ୍ୟା ପଠାଯାଉଛି ।’

ଜଣାଇ ରଖୁଛୁ ୟେ, ଗୟା ଦେଇ ଯାଉଥିବା ପବିତ୍ର ଫଲଗୁ ନଦୀରେ ବହୁ ପରିମାଣରେ ଲୋକ ନିଜ ପୂର୍ବଜ ମାନଙ୍କୁ ପିଣ୍ତଦାନ କରିଥାନ୍ତି । କିଛି ଲୋକ ଫଲଗୁ ନଦୀ ବାଲିରେ ପିଣ୍ଡ ପ୍ରସ୍ତୁତ କରି ନିଜ ପୂର୍ବଜ ମାନଙ୍କ ଆତ୍ମାର ସଦଗତି ପାଇଁ କାମନା କରିଥାନ୍ତି । ବର୍ତ୍ତମାନ ଏହି ନଦୀର ବାଲିକୁ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣରେ ବ୍ୟବହାର କରାଯିବ ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।ଗତ ୨୪ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ଜଣ କରୋନା ସଂକ୍ରମିତ । ଯଦିଓ ରାଜ୍ୟରେ ସୁସ୍ଥହାର ବଢୁଛି କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ହେଉଛି । ତେବେ ଗତ ମଙ୍ଗଳବାରରେ କରୋନା ୬ ଜଣଙ୍କର ମୁଣ୍ଡ ନେଇଥିବା ବେଳେ ବୁଧବାର ଆଉ ୫ଜଣ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ , ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସମସ୍ତେ କରୋନା ବ୍ୟତୀତ କିଛି ନା କିଛି ରୋଗରେ ଆକ୍ରାନ୍ତ ଥିଲେ । ବୁଧବାରରେ କରୋନା ପାଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ ୬୦ବର୍ଷୀୟ ଓ ୬୧ବର୍ଷୀୟ ପୁରୁଷ ଏବଂ   ୪୦ବର୍ଷୀୟ ମହିଳା କରୋନାରେ ମୃତ୍ୟୁ ବରଣ କରିଛନ୍ତି  । ତେବେ ଏମାନେ ସମସ୍ତେ ପୂର୍ବରୁ ମଧୁମେୟ ରୋଗରେ ପୀଡ଼ିତ ଥିଲେ । ଏହାସହ ଗଜପତିରୁ ୭୨ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ମଧୁମେୟ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଏବଂ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ୮୬ବର୍ଷୀୟ ପୁରଷ ଜଣଙ୍କ ପୂର୍ବରୁ ମଧୁମେୟ ଓ ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ ।

ସେପଟେ ବୁଧବାରରେ ପୁଣି ରାଜ୍ୟରୁ ୧୦୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ରାଜ୍ୟରେ ୪ ଲକ୍ଷରୁ ଅଧିକ କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮  ହଜାର ୭ଶହ ୫୭ ରହିଛି । ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୭୧୫ଟି ଆକ୍ଟିଭ କେସ ରହିଛି ।