ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି

1 min read
Death Toll Rises To 108 in Odisha

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।ଗତ ୨୪ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ଜଣ କରୋନା ସଂକ୍ରମିତ । ଯଦିଓ ରାଜ୍ୟରେ ସୁସ୍ଥହାର ବଢୁଛି କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ହେଉଛି । ତେବେ ଗତ ମଙ୍ଗଳବାରରେ କରୋନା ୬ ଜଣଙ୍କର ମୁଣ୍ଡ ନେଇଥିବା ବେଳେ ବୁଧବାର ଆଉ ୫ଜଣ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ , ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସମସ୍ତେ କରୋନା ବ୍ୟତୀତ କିଛି ନା କିଛି ରୋଗରେ ଆକ୍ରାନ୍ତ ଥିଲେ । ବୁଧବାରରେ କରୋନା ପାଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ ୬୦ବର୍ଷୀୟ ଓ ୬୧ବର୍ଷୀୟ ପୁରୁଷ ଏବଂ   ୪୦ବର୍ଷୀୟ ମହିଳା କରୋନାରେ ମୃତ୍ୟୁ ବରଣ କରିଛନ୍ତି  । ତେବେ ଏମାନେ ସମସ୍ତେ ପୂର୍ବରୁ ମଧୁମେୟ ରୋଗରେ ପୀଡ଼ିତ ଥିଲେ । ଏହାସହ ଗଜପତିରୁ ୭୨ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ମଧୁମେୟ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଏବଂ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ୮୬ବର୍ଷୀୟ ପୁରଷ ଜଣଙ୍କ ପୂର୍ବରୁ ମଧୁମେୟ ଓ ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ ।

ସେପଟେ ବୁଧବାରରେ ପୁଣି ରାଜ୍ୟରୁ ୧୦୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ରାଜ୍ୟରେ ୪ ଲକ୍ଷରୁ ଅଧିକ କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮  ହଜାର ୭ଶହ ୫୭ ରହିଛି । ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୭୧୫ଟି ଆକ୍ଟିଭ କେସ ରହିଛି ।

Leave a Reply