କଣ୍ଟେନମେଣ୍ଟ ଜୋନରେ କଟକଣାର ଖୋଲା ଉଲ୍ଲଂଘନ,ବାଡକୁ ମାନୁ ନାହାନ୍ତି ସ୍ଥାନୀୟ ଲୋକ

People in Bhadrak Violating rules video goes viral

ଭଦ୍ରକ: କରୋନା ସାରା ରାଜ୍ୟରେ ତାର ଭୟାବହତା ଦେଖାଉଥିବା ବେଳେ କେତେକ ଅମାନିଆଙ୍କ କାରଣରୁ କରୋନା ଅନିୟନ୍ତ୍ରିତ ହେଉଛି । କଣ୍ଟେନମେଣ୍ଟରେ ଥାଇ ବି ବାଡ଼ ଟେକି ପଳାଉଛନ୍ତି ସ୍ଥାନୀୟ ବାସିନ୍ଦା । ଏଣିତି ଘଟଣା ଭଦ୍ରକରେ ଦେଖଇବାକୁ ମିଳିଛି । ଲକଡାଉନରେ ଅଛି ଭଦ୍ରକ ପୌରପାଳିକା ଓ ଧାମନଗର ଏନଏସି । ଏହାସହ ଵହୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି । କିନ୍ତୁ ଭଦ୍ରକ ପୌରପାଳିକାରେ ଥିବା ଅଧିକାଂଶ କଣ୍ଟେନମେଣ୍ଟ ଜୋନର ନିୟମକୁ ସ୍ଥାନୀୟ ବାସିନ୍ଦା ମାନୁ ନଥିବା ଦେଖିବାକୁ ମିଳିଛି ।

୬ନଂ ୱାର୍ଡର କାନ୍ତକବି ନଗରର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ କେହି କଣ୍ଟେନମେଣ୍ଟ ଜୋନର ନିୟମକୁ ଫୁ କରିଛନ୍ତି ସ୍ଥାନୀୟ ବାସିନ୍ଦା । କଣ୍ଟେନମେଣ୍ଟ ଜୋନରେ ବନ୍ଧାଯାଇଥିବା ବାଉଂଶକୁ ଡେଇଁ ଯାଉଛନ୍ତି ଲୋକେ । କେବଳ ସେତିକି ନୁହେଁ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅଧିକ ଲୋକ ଏକତ୍ରିତ ହୋଇଥିବା ଦେଖାଯାଇଛି । ସମସ୍ତେ ଦିଆଯାଇଥିବା ଵାଡକୁ ଡେଇଁ ଯାତାୟାତ କରିବା ସହ ବିନାମାସ୍କରେ ମଧ୍ୟ ଅନେକଙ୍କୁ ଦେଖିବାକୁ ମିଳୁଛି ।

ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଥିବାରୁ, ଦିନକୁ ଦିନ ସ୍ଥିତି ବିଗୁଡୁଛି । ଵର୍ତ୍ତମାନ ସୁଦ୍ଧା ୩୯୩ ଜଣଙ୍କ ମଧ୍ୟରୁ ୩୦୬ ଜଣ ସୁସ୍ଥ ହୋଇଥିଲା ବେଳେ ୮୬ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  । ଏହାସହ ଜିଲ୍ଲାରେ କରୋନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply