ଚୀନ ସହ ବିବାଦ ଭିତରେ ଭାରତ କଲା ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ପରୀକ୍ଷା, ଶତ୍ରୁ ଟ୍ୟାଙ୍କକୁ ଧ୍ୱଂସ କରିବାର ରଖେ କ୍ଷମତା

1 min read
India Successful Test Of Anti Tank Missile Dhrubastra In Odisha's Balasore

ବାଲେଶ୍ୱର: ଚୀନ ସହ ତିକ୍ତତା ଭିତରେ ଭାରତୀୟ ସେନାକୁ ମିଳିଲା ଆଉ ଏକ ଶକ୍ତି । ବାୟୁସେନାକୁ ହସ୍ତାନ୍ତର ହେଲା ମିସାଇଲ ଧ୍ରୁବାସ୍ତ୍ର  । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମିସାଇଲ ଧ୍ରୁବାସ୍ତ୍ର ଧ୍ରୁବ ଫାଇଟର ହେଲିକପ୍ଟରରେ ନିୟୋଜିତ ହେବ  । ସେଥିପାଇଁ ଏହି ମିଶାଇଲର ନାମ ଧ୍ରୁବାସ୍ତ୍ର ରଖାଯାଇଛି  । ଗତ ୧୫ ଓ ୧୬ ତାରିଖରେ ଓଡ଼ିଶାର ଚାନ୍ଦିପୁରରେ ବିନା ହେଲିକପ୍ଟରରେ ଏହାର ସଫଳ ପରୀକ୍ଷଣ ହୋଇଥିଲା  । ପୂର୍ବରୁ ଏହାର ନାଗ ମିସାଇଲ ନାମରେ ପରିଚିତ ଥିଲା  । ତେବେ ଧ୍ରୁବାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟରରୁ ୪ କିଲୋମିଟର ଥିବାବେଳେ ଆଖି ପିଛୁଳାକେ ଏହା ଟାର୍ଗେଟ ଧ୍ୱଂସ କରିବାର କ୍ଷମତା ରଖିଛି ।

ତେବେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଥମୁଥିବା ନଜର ଆସୁଛି । ଅବଶ୍ୟ ସବୁପ୍ରକାର ସଙ୍କଟ ମୁକାବିଲା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହୋଇରହିଛି । ଗୋଟେ ପଟେ ଯେଉଁଠି ରକ୍ଷାମନ୍ତ୍ରାଳୟ ପକ୍ଷରୁ ସୌନ୍ୟ ଉପକରଣ କିଣିବା ପାଇଁ ଅନୁମତି ଦିଆଯାଇଚି । ବିଭିନ୍ନ ସ୍ତରରେ ସମ୍ବାବିତ ଯୁଦ୍ଧର ମୁକାବିଲା ପାଇଁ ଯୁଦ୍ଧାଭ୍ୟାସ କରାଯାଉଛି ।

ଏହି ସମୟରେ ହେଲିକପ୍ଟର ଦ୍ୱାରା ଲଞ୍ଚ କରାଯାଉଥିବା ନାଗ ( Helicopter-launched Nag Missile (HELINA)  ମିଶାଇଲ ଲଞ୍ଚ କରାଯାଇଛି । ଅବଶ୍ୟ ଏହି ଲଞ୍ଚିଂ ହେଲିକପ୍ଟର ବିନା କରାଯାଇଛି । କୁହାଯାଉଛି ଯେ, ହେଲିନାର ନାମ ବଦଳାଇ ଧ୍ରୁବାସ୍ତ୍ର ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ରଖାଯାଇଛି । ଏହାର ଫ୍ଲାଇଟ ଟ୍ରାଏଲ ୧୫ ଓ ୧୬ ଜୁଲାଇ ଦିନ ବାଲେଶ୍ୱରରେ କରାଯାଇଛି ।

ଏହା ପୂର୍ବରୁ ଜୈସଲମେରରେ ଆଣ୍ଟି ଟ୍ୟାଙ୍କ ମିଶାଇଲ ‘ନାଗ’ର ଆଡଭାନ୍ସ ଭର୍ଜନର ଟ୍ରାୟଲ କରାଯାଇଛି । ରାତି ଏବଂ ସକାଳେ କରାଯାଇଥିବା ମିଶାଇଲର ସବୁ ପ୍ରଶିକ୍ଷଣ ସଠିକ ରହିଛି । ଡିଆରଡିଓ ପକ୍ଷରୁ ବିକଶିତ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ତରଫରୁ ନିର୍ମିତ ନାଗ ମିଶାଇଲ ସୋନା ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାପଦଣ୍ଡ ସହ ଖାପ ଖୁଆଉଛି ।

Leave a Reply