ସଂକ୍ରମଣ ଭୟ: ଶବକୁ କାନ୍ଧ ଦେଲେନି ସମ୍ପର୍କୀୟ

people refused to carry dead body in corona fear

ମୟୂରଭଞ୍ଜ: ଶବକୁ ମିଳିଲାନି କାନ୍ଧ । କରୋନା ଭୟରେ ପାଖକୁ ଆସିଲେନି ସମ୍ପର୍କୀୟ । କରୋନା ରୋଗ ଯେତେ ବିସ୍ତାର ହେଉଛି ସେତେ କରୋନା ଡ଼ର ଲୋକଙ୍କୁ ମାଡ଼ି ବସୁଛି । କରୋନା ଭୟରେ ହଜୁଛି ମାନବିକତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁରେ । କରୋନା ଭୟରେ ଶବକୁ କେହି କାନ୍ଧେଇ ନଥିଲେ । ଫଳରେ ପୁଅ ଜ୍ୱାଇଁ ମିଶି ବାଇକରେ ମଶାଣିକୁ ନେଇଥିଲେ ।

ପୁଅ ଓ ଜ୍ୱାଇଁ ଶବକୁ ମଶାଣିକୁ ନେଇ ମୃତ ଶରୀରକୁ ଜେସିବି ଦ୍ୱାରା ଖୋଳି ପୋତିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପୁର ଗାଁର ରାଜେନ୍ଦ୍ର ଜେନା । ମୃତ ଜଣକ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ରାସ୍ତାରେ ବାଲେଶ୍ଵର ଜିଲ୍ଲାର ବସ୍ତା ନିକଟରେ ଅସ୍ୱସ୍ଥ ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ତାଙ୍କର ପରିବାରରେ ଅନ୍ୟ ତିନି ଜଣ ସଂକ୍ରମିତ ହୋଇ ବାରିପଦାର କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି କାରଣରୁ ଭୟରେ କେହି ରାଜେନ୍ଦ୍ରଙ୍କୁ କାନ୍ଧ ଦେବାକୁ ଆସି ନଥିଲେ । ଏହାପରେ ପରିବାର ଲୋକେ ଏମିତି ଏକ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Leave a Reply