spot_img
Home Blog Page 6758

ଥମୁନି କରାେନା ସଂକ୍ରମଣ ! ୫ ଲକ୍ଷ ୪୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ମୃତ୍ୟୁ ସଂଖ୍ୟା କେତେ ?

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ଏହାର ଭ୍ୟାକ୍ସିନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ଏମିତିକ ଅନେକ ଦେଶ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଥିବା ନେଇ ମଧ୍ୟ ଦାବି କରିଛନ୍ତି । ହେଲେ ଏବେ ସୁଦ୍ଧା ବାଜରକୁ ତାହା ଆସି ପାରି ନାହିଁ । ଅନ୍ୟପଟେ ଅନ୍ୟ ରୋଗର ଔଷଧକୁ କରୋନା ଭୂତାଣୁକୁ ମାରିବା ପାଇଁ ବ୍ୟବହାର କରାଯାଉଛି । ଏତେ ସବୁ ଚେଷ୍ଟା ସତ୍ତ୍ୱେ ଏବେ ବି କରୋକା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ।

ବିଭିନ୍ନ ଦେଶ ଲକ୍‌ଡାଉନ୍‌ ସ୍ଥିତି ଜାରି ରଖିଥିଲେ ମଧ୍ୟ କାରୋନା ସଂକ୍ରମଣକୁ ରୋକିପାରି ନାହାନ୍ତି । ସେଥିମଧ୍ୟ ଭାରତ ମଧ୍ୟ କରୋନା ସଂକ୍ରମଣ ରୋକି ପାରି ନାହିଁ ।  ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯ ହଜାର ୪୫୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ଗୋଟିଏ ଦିନରେ ୩୮୦ ଜଣଙ୍କ ଜୀବନ ମଧ୍ୟ ନେଇ କରୋନା । ଗତ ୨୭ ତାରିଖରେ ଗୋଟିଏ ଦିନରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୟୁରଭଞ୍ଜ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ୬୦ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଥମୁନି କରୋନା ସଂକ୍ରମଣ । ବିଶ୍ୱ ସମେତ ଦେଶରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏମିତିକି ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢ଼ୁଛି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାର ଲାଗିଛି ।

ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ ଦାୟିତ୍ୱ । ସେମାନେ ଚାହିଁଲେ ନିଜ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ଏହି କ୍ରମରେ ଏବେ ମୟୁରଭଞ୍ଜରେ ଦୁଇଟି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସରପଞ୍ଚ ନେଇଛନ୍ତି ଏହି ନିଷ୍ପତ୍ତି । ଆସନ୍ତା ୬୦ ଘଣ୍ଟା ପାଇଁ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଗୋଷ୍ଟି ସଂକ୍ରମଣର ଆଶଙ୍କା ଥିବା ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜ ଜିଲ୍ଲା ସୁକ୍ରୁଳୀ ବ୍ଳକର ଖିଛିଂ ଓ ଶୁକ୍ରୁଳି ପଞ୍ଚାୟତକୁ ରବିବାର ସନ୍ଧ୍ୟା ୭ରୁ ୧ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ପଞ୍ଚାୟତର ସରପଞ୍ଚ । ଏନେଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ନ ନଜର ରଖିଛି ।

ସଟଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ଥାନୀୟ ଲୋକମାନେ ମଧ୍ୟ ସଟଡାଉନକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ମଧ୍ୟ କଡ଼ା ପାଟ୍ରୋଲିଂ କରାଯାଉଛି । ରବିବାର ଏହି ଅଞ୍ଚଳରେ ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଇ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି ।

ବଢୁଛି ସୀମା ବିବାଦ, ଚୀନ୍‌ର ଉତ୍ପାତ ଦେଖି ଭାରତ ବି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ବଢୁଛି ବିବାଦ । ସୀମାରେ ଉତ୍ତେଜନା ମୂଳକ ପରିସ୍ଥିତି । ଗୋଟିଏ ପଟେ ସୀମାରେ ଚୀନ୍‌ ପକ୍ଷରୁ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ପରେ ବଙ୍କର ଓ ହେଲିପ୍ୟାଡ୍‌ ନିର୍ମାଣ କରାଯାଉଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଦେଖି ଭାରତ ମଧ୍ୟ ସୀମାରେ ଯବାନ ମୁତୟନ କରିବା ସହ ଶକ୍ତିଶାଳି ଆକାଶ ମିଜାଇଲ୍‌କୁ ମୁତୟନ କରିଛି ।

akash missile

ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କୁହାଯାଇଥିବା ବେଳେ ସୀମାରେ ଚୀନ୍‌ ଉତ୍ପାତ ଆରମ୍ଭ କରିଛି । ହେଲେ ଚୀନ୍‌ର ଉତ୍ପାତକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ ସେନା ପକ୍ଷରୁ ସୀମାରେ ମୁତୟନ ହୋଇଥିବା ଆକାଶ ମିଜାଇଲ୍‌ ଶତ୍ରୁକୁ ଆଖି ପିଛୁଳାକେ ଧ୍ୱଂଶ କରିବାର ଶକ୍ତି ରଖିଛି । ଏହା ଆକାଶ ମାର୍ଗରେ ଦ୍ରୁତ ଗତିରେ ଉଡ଼ିବା ସହ ଶତ୍ରୁକୁ କଡ଼ା ଯବାବ ଦେବାରେ ମଧ୍ୟ ସକ୍ଷମ ହେବ । ସବୁଠୁ ବଡ଼ କଥା ହେଲା ପାହାଡ଼ ଉପରେ ମଧ୍ୟ ଆକାଶ ସବୁ ପରିସ୍ଥିତିର ମୁକାବିଲା କରିପାରିବ ।

ତେବେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଦେଇ ଆଲୋଚନା ଚାଲୁ ରହିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ସୀମାରେ ଉତ୍ତେଜନା ନେଇ ମୋଦି ସରକାର ଶ୍ରେଷ୍ଠ ନୀତି ନିର୍ଦ୍ଧାରକଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି । ସେମାନଙ୍କ ମତ ଅନୁସାରେ ବିବାଦର ସମାଧାନ ପାଇଁ ଚୀନ୍ ସହିତ ଆଲୋଚନା ହେବା ଦରକାର ବୋଲି କୁହାଯାଇଛି । ହେଲେ ଆବଶ୍ୟକ ପଡିଲେ ଡ୍ରାଗନ୍ ସହିତ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମଧ୍ୟ କୁହିଛନ୍ତି ସରକାର ।

OFS ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରିରେ ଯୋଗଦେବା ପୂର୍ବରୁ ଚାଲିଗଲା ଜୀବନ

ବଲାଙ୍ଗୀର: ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଓଡ଼ିଶା ଫାଇନାନ୍ସ ସର୍ଭିସ ଅଫିସର ତଥା ବଲାଙ୍ଗୀର ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହନ୍ତି ଗତ ୨୦୧୯ ମସିହାରେ OFS ପାଇଥିଲେ । ପରେ ସେ ଟ୍ରେନିଙ୍ଗ କରିବା ସହ ଆଜି ରାଜ୍ୟ ସଚିବାଳୟରେ ନିଜ କାମ ଆରମ୍ଭ କରିଥାନ୍ତେ କିଂନ୍ତୁ ଗତ କାଲି ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି ।

ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ଅଭିଳାଷ ପୂର୍ବରୁ ବ୍ୟାଙ୍କରେ ଚାକିରି କରିଥିଲେ ପରେ ଓଏଫଏସ୍ ପାଇଥିଲେ ଆଜି ଟ୍ରେଜେରୀ ଅଫିସରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । ହେଲେ ରବିବାର ସଂନ୍ଧ୍ୟାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କିଏ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କିଏ ସିଡ଼ିରୁ ପଡିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ବ୍ରେନ ହେମରେଜ୍ ହୋଇ ମୃତ୍ୟୁ ବରଣ କରିଥିବା କହୁଛନ୍ତି ।

ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଳାଷଙ୍କୁ ହରାଇ ପୁରା ପରିବାର ଭାଙ୍ଗି ପଡ଼ିଛି ପରିବାରରେ ଶୋକର ଛାୟା ଖେଲିଯାଇଛି ।

୩ ଆତଙ୍କବାଦୀଙ୍କ ମୁଣ୍ଡ ନେଲା ଭାରତୀୟ ସେନା

ପୁଣି ଭାରତୀୟ ସେନା ଓ ଆତଙ୍କବାଦୀ ମୁହାମୁହିଁ । ସୀମାରେ ଗୁଳି ବର୍ଷା । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ରୁନିପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ଗୁଳି ବର୍ଷା କରାଯାଇଛି । ଯବାନଙ୍କ ଗୁଳିର ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ସେନା ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ଜଣାପଡ଼ିଛି । ତେବେ ଆତଙ୍କବାଦୀଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ । ସେନା ପକ୍ଷରୁ ଅପରେସନ୍‌ ଜାରି ରହିଛି ।

ଏହି ଅପରେସନ୍‌ରେ ୧୯ ରାଷ୍ଟ୍ରୀୟ ରାଇଫଲ୍‌ ଓ ସିଆରପିଏଫର ଯବାନ ମାନେ ସାମିଲ ଥିଲେ । ଏହି ମିଳିତ କମ୍ବିଂ ଅପରେସନ୍ ଫଳରେ ଆତଙ୍କୀଙ୍କୁ ମାରି ଗଡ଼ାଇଥିଳା ଭାରତୀୟ ସେନା । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ଭାରତୀୟ ସେନାର ଗୁଳିରେ ପ୍ରାୟ ୧୧୬ ଜଣ ଆତଙ୍କୀଙ୍କ ଜୀବନ ଯାଇଛି । ଗୋଟିଏ ମାସ ମଧ୍ୟ କେବଳ ୩୮ ଆତଙ୍କୀଙ୍କ ମୁଣ୍ଡ ନେଇଛି ଭାରତୀୟ ସେନା ।

ଆନୁଷ୍ଠାନିକ କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗତପତି: ଆନୁଷ୍ଠାନିକ କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ହୋମ୍ କ୍ୱାରଣ୍ଟାଇନ ଅବଧି ରହିଥିଲା। ତେବେ ସଂକ୍ରମଣର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହି ସମୟକୁ ବଢାଯାଇଛି ।

୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ୱାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ୱିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଲକ୍ଷଣ ନଥିବା ସତ୍ୱେ କରୋନା ସଂକ୍ରମିତ ହେବା ଏବଂ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଘରକୁ ଯିବା ପରେ ମଧ୍ୟ ସଂକ୍ରମିତ ହେବା ପରେ ସଂଗରୋଧ ଅବଧି ବଢ଼ାଇଛି ପ୍ରଶାସନ। ତେବେ ଘର ଘର ବୁଲି ସର୍ଭେ କରାଯିବା ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି ।

କଣ୍ଟେନମେଣ୍ଟ୍ ଜୋନ୍ ହେଲା ସିଡିଏ ସେକ୍ଟର ୯, ଜାଣନ୍ତୁ ସେକ୍ଟର ୯ର କେତେ ଅଞ୍ଚଳ ସିଲ୍……

କରୋନାର ଆଉ ତିନି ନୂଆ ଲକ୍ଷଣ, ସିଡିସି କହିଲା ଲମ୍ବିପାରେ ତାଲିକା…

ନୂଆଦିଲ୍ଲୀ: ପ୍ରଥମେ ଥିଲା ଜର, ଥଣ୍ଡା, କାଶ, ଛିଙ୍କ, ଗଳା ଦରଜ ଭଳି ଲକ୍ଷଣ । ଏହାପରେ ଏଥିରେ ଯୋଡ଼ି ହେଲା ସ୍ୱାଦ ବାରି ନହେବା , ଶୁଙ୍ଘି ନପାରିବା ଭଳି ଅସୁବିଧା ହେବାର ଲକ୍ଷଣ । ଆଉ ଏବେ ପୁଣି ଯୋଡ଼ି ହୋଇଛି ୩ ନୂଆ ଲକ୍ଷଣ । ଏନେଇ ‘ଦ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌’ (ସିଡିସି) ପକ୍ଷରୁ ସୂଚନା ଦିଆଯାଇଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ଦୀର୍ଘ ଦିନ ଧରି ବିଭିନ୍ନ ଦେଶ ମାନେ ଲକ୍‌ଡାଉନ୍‌ ସ୍ଥିତି ଜାରି ରଖିଛନ୍ତି । ଅନ୍ୟପଟେ ଏହାର ପ୍ରତିକାର ପାଇଁ ପ୍ରତିଶୋଧକ ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଅନେକ ଦେଶ । ହେଲେ ଏବେ ସୁଦ୍ଧା କୌଣସି ଔଷଧ ବଜାରକୁ ଆସିପାରି ନାହିଁ । ତେବେ ଏହାରି ମଧ୍ୟରେ କିଛି ଦେଶମାନେ ଦାବି କରିଛନ୍ତି ଯେ, କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ସେମାନେ ଔଷଧ ପ୍ରସ୍ତୁତ କରି ସାରିଛନ୍ତି । ଆଉ ଏହି ତାଲିକାରେ ଭାରତ ମଧ୍ୟ ଯୋଡ଼ି ହୋଇଛି ।

ହେଲେ ସବୁଠାରୁ ବଡ଼ କଥା ହେଲା କିଏ କରୋନା ଭୂତାଣୁ ସଂକ୍ରମିତ ଜାଣିବା ଏବେ ବି ମୁସ୍କିଲ । କାରଣ WHO ପକ୍ଷରୁ କୁହାଯାଇଥିବା କିଛି ଲକ୍ଷଣ ନଥାଇ ମଧ୍ୟ ଅନେକ ଲୋକ କରୋନା ସଂକ୍ରମଣ ଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି କ୍ରମରେ ପୂର୍ବରୁ WHO ପକ୍ଷରୁ ଯେଉଁସବୁ କରୋନା ଲକ୍ଷଣ ଗୁଡ଼ିକ କୁହଯାଇଥିଲା, ସେଥିରେ ସିଡିସି ପକ୍ଷରୁ ଆଉ କିଛି ଲକ୍ଷଣ ଏବେ ଯୋଡ଼ାଯାଇଛି ।

ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ୧୨ ଲକ୍ଷଣ ବିଶିଷ୍ଟ ଏହି ସୂଚିରେ ଏବେ ନୂଆ ୩ ଲକ୍ଷଣକୁ ସାମିଲ କରିଛି । ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁଦ୍ଧ ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା ।

ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି । ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା । ତେବେ କରୋନା ଲକ୍ଷଣକୁ ନେଇ ଲିଷ୍ଟ ଆହୁରି ଲମ୍ବା ହେବାର ସମ୍ଭାବନା ଥିବା ନେଇ ସିଡିସି ପକ୍ଷରୁ ସୂଚନା ମିଳିଛି ।

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ, ପଢ଼ନ୍ତୁ…

ମେଷ:-

ଅଶ୍ୱିନୀ ନକ୍ଷତ୍ର- କୌଣସି କଥାକୁ ନେଇ ଦିନ ସାରା ବିଚଳିତ ରହିବେ ।

ଦ୍ୱିଜା ନକ୍ଷତ୍ର- ହଠାତ୍ ସ୍ୱାସ୍ଥ୍ୟରେ କୌଣସି ସମସ୍ୟା ଦେଖାଦେଇପାରେ ।

କୃତ୍ତିକା ନକ୍ଷତ୍ର- ଆଜି ଦିନରେ ଭୂମି ସମ୍ବନ୍ଧୀୟ କାର୍ଯ୍ୟ କରିବାର ଯୋଗ ରହିଛି ।

ଓଁ ନମୋ ଭଗବତେ ବାସୁଦେବାୟ ପାଠ କରନ୍ତୁ ।

ବୃଷ:

କୃତ୍ତିକା ନକ୍ଷତ୍ର- ରହିଥିବା ସମସ୍ୟା କୌଣସି ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ ।

ରୋହିଣୀ ନକ୍ଷତ୍ର – ଲୋଭରେ କିଛି ବି କାମ କରନ୍ତୁ ନାହିଁ ।

ମୃଗଶିରା ନକ୍ଷତ୍ର- ପିଲାଙ୍କ ସହିତ କିଛି ସମୟ ଦିଅନ୍ତୁ ।

ମହାମୃତ୍ୟୁଞ୍ଜୟ  ମନ୍ତ୍ର ପାଠ କରନ୍ତୁ ।

ମିଥୁନ:

ମୃଗଶିରା- ଟ୍ୟାକ୍ସ ପାଇଁ କିଛି ଅସୁବିଧା ଦେଖାଦେବ ।

ଆଦ୍ରା ନକ୍ଷତ୍ର- ଅନେକ ବ୍ୟସ୍ତ ରହିବେ, ଶରୀର ପ୍ରତି ଧ୍ୟାନ ଦେବେ ।

ପୁନର୍ବସୁ ନକ୍ଷତ୍ର – ଅର୍ଥ ବହୁତ ଖର୍ଚ୍ଚ ହୋଇପାରେ, ଜଗିରଖି ଚଳିବେ ।

ଶ୍ରୀନୃସିଂହଙ୍କ ନିକଟରେ  କର୍ପୂର ଆଳତି କରନ୍ତୁ ।

କର୍କଟ:

ପୁନର୍ବସୁ ନକ୍ଷତ୍ର – କିଛି ଶୁଭ ଖବର ପାଇପାରନ୍ତି ।

ପୁଷ୍ୟା ନକ୍ଷତ୍ର- ବଡ଼ଭାଇ ଓ ଗୁରୁଙ୍କ ସହିତ ମତାନ୍ତର ହୋଇପାରେ ।

ଅଶ୍ଳେଷା ନକ୍ଷତ୍ର- ସାମାଜିକ ପ୍ରତିଷ୍ଠା ଲାଭ କରିବେ ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ।

ସିଂହ:

ମଘା ନକ୍ଷତ୍ର- ସନ୍ତାନଙ୍କୁ ନେଇ ଚିନ୍ତା ବଢ଼ିବ, ଶିକ୍ଷାରେ ପରିବର୍ତ୍ତନ ହୋଇପାରେ ।

ପୂର୍ବାଫାଲଗୁନି ନକ୍ଷତ୍ର- ରୋଜଗାର ହିସାବରେ ଖର୍ଚ୍ଚ ଅଧିକ ହୋଇପାରେ ।

ଉତ୍ତରା ଫାଲଗୁନି ନକ୍ଷତ୍ର – ପୂର୍ବରୁ ରହିଥିବା ସମସ୍ୟାର ସମାଧାନ ହେବ ।

ଗୋ-ମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:

ଉତ୍ତରା ଫାଲଗୁନି – ସାମାଜିକ କାମରେ ପୁରା ସହଯୋଗ ପାଇବେ ।

ହସ୍ତା ନକ୍ଷତ୍ର- ଶରୀର ପ୍ରତି ଧ୍ୟାନ ଦିଅନ୍ତୁ ।

ଚିତ୍ରା ନକ୍ଷତ୍ର- ଦୁରଯାତ୍ରା କରନ୍ତୁ ନାହିଁ, କଷ୍ଟ ହୋଇପାରେ ।

ଗୋ-ମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ ।

ତୁଳା:

ଚିତ୍ରା ନକ୍ଷତ୍ର- ନିଜର କାମ ପାଇଁ ଜନ ସମର୍ଥନ ପାଇବେ ।

ସ୍ୱାତୀ ନକ୍ଷତ୍ର- ପରିବାରରେ ଖୁସିର ମାହୋଲ ରହିବ ।

ବିଶାଖା ନକ୍ଷତ୍ର- ଗଠନମୂଳକ କାମ ହାତକୁ ନେଇ ସଫଳ ହେବେ ।

ମାଦକ ଦ୍ରବ୍ୟ କିଛି ବି ବ୍ୟବହାର କରନ୍ତୁ ନାହିଁ ।

ବିଛା:

ବିଶାଖା ନକ୍ଷତ୍ର- କର୍ମକୁ ନେଇ ବହୁ ପ୍ରଶଂସା ପାଇବେ ।

ଅନୁରାଧା ନକ୍ଷତ୍ର- ଆକସ୍ମିକ ଭାବରେ ଧନ ଲାଭ ହୋଇପାରେ ।

ଜ୍ୟୋଷ୍ଠା ନକ୍ଷତ୍ର- ନିଜର ବୁଦ୍ଧି ଦ୍ୱାରା ବହୁ ସମସ୍ୟାର ସମାଧନ କରିବେ ।

ମା’ଦୁର୍ଗାଙ୍କୁ ଲାଲ ସିନ୍ଦୁର ଅର୍ପଣ କରନ୍ତୁ ।

ଧନୁ:

ମୂଳା ନକ୍ଷତ୍ର- ଦିନ ସାରା ବହୁ ବାଧା, ପ୍ରତିବନ୍ଧକର ସାମ୍ନା କରିବେ ।

ପୂର୍ବାଷାଢା ନକ୍ଷତ୍ର – ବ୍ୟବସାୟରେ ଲାଭକ୍ଷତି ସମାନ ରହିବ ।

ଉତ୍ତରାଷାଢା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସମାଲୋଚିତ ହେବେ ।

୭’ଟି ଧଳା ଅରଖ ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ ।

ମକର:

ଉତ୍ତରାଷାଢା ନକ୍ଷତ୍ର- ଆଜି ଦିନରେ କିଛି ଜିନିଷ ଉପହାର ଆକାରରେ ପାଇବେ ।

ଶ୍ରବଣା ନକ୍ଷତ୍ର- ଦୁଃସାହାସିକ ପଦକ୍ଷେପ ନେଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ।

ଧନିଷ୍ଠା- କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହୋଇପାରନ୍ତି ।

୭ଟି ଦୁବ, ବରକୋଳି ପତ୍ର ଶ୍ରୀଗଣେସଙ୍କୁ ଅର୍ପଣ କରନ୍ତୁ ।

କୁମ୍ଭ:

ଧନିଷ୍ଠା – ନିଜ ଲୋକ ପ୍ରତି କଥାରେ ବିରୁଦ୍ଧାଚରଣ କରିବେ ।

ଶତଭିଷା – ଅଜଣା ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ ।

ପୂର୍ବଭାଦ୍ରପଦ- ନିଜର ବୃତ୍ତିଗତ ଧନ୍ଦାରେ ବାଧା ଆସିପାରେ ।

ଅରୁଆ ଚାଉଳ ଗାଈକୁ ଖାଇବାକୁ ଦିଅନ୍ତୁ ।

ମୀନ:

ପୂର୍ବଭାଦ୍ରପଦ – ଆର୍ଥିକ ସ୍ୱଚ୍ଛଳତା ପରିଲକ୍ଷିତ ହେବ ।

ଉତ୍ତରଭାଦ୍ରପଦ – ସ୍ଥଗିତ ରହିଥିବା କାମ ପୁରା ହୋଇପାରେ ।

ରେବତୀ- ପରିବାରରେ କୌଣସି ଶୁଭ କାମ ହୋଇପାରେ ।

୭ଟି ମନ୍ଦାର ମାଳା ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ।

କଣ୍ଟେନମେଣ୍ଟ୍ ଜୋନ୍ ହେଲା ସିଡିଏ ସେକ୍ଟର ୯, ଜାଣନ୍ତୁ ସେକ୍ଟର ୯ର କେତେ ଅଞ୍ଚଳ ସିଲ୍……

କଟକ ସିଡିଏ ସେକ୍ଟର ୯ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରଯାଇଛି । ଉକ୍ତ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ପରେ ସିଏମସି ଏଭଳି ନିଷ୍ପତ୍ତି ନେଇଛି  । ତେବେ ଅଞ୍ଚଳକୁ ଚାରି ପାର୍ଶ୍ୱରୁ ସିଲ୍ କରାଯାଇଛି । ଦକ୍ଷିଣରେ ମୁଖ୍ୟ ରାସ୍ତାର ଡି-୪୭ରୁ ଡି-୪୯ ପର୍ଯ୍ୟନ୍ତ ସିଲ ହୋଇଥିବା ବେଳେ ପଶ୍ଚିମରେ ଡି-୧ରୁ ଡି-୪୯ ପର୍ଯ୍ୟନ୍ତର ସାମ୍ନା ରାସ୍ତା ସିଲ୍ ହୋଇଛି ।

 

ଉତ୍ତରରେ ଥିବା ଆମ୍ବତୋଟା ରାସ୍ତାରେ ଡି-୧ରୁ ବି-୩୪ ପର୍ଯ୍ୟନ୍ତ ସିଲ୍ ହୋଇଛି । ପୂର୍ବରେ ବି-୩୫ ପ୍ଲଟରୁ ଏ-୪୩  ପର୍ଯ୍ୟନ୍ତ ପ୍ଲଟକୁ ବନ୍ଦ କରାଯାଇଛି ।  ତେବେ ଏସମ୍ପୂର୍ଣ୍ଣ ଅଞ୍ଚଳରେ ଗାଡି ଚଳାଚଳ ଓ ଲୋକଙ୍କ ଗମନାଗମନ ହୋଇଛି। ସେହିଭଳି ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରଖିବା ପାଇଁ କଟକ ସିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।