ଦୀର୍ଘ ପ୍ରତୀକ୍ଷାର ଅବସାନ: ୟୁଏଇରେ ସେପ୍ଟେମ୍ବର ୧୯ରୁ ଖେଳାଯିବ IPL, ନଭେମ୍ବର ୮ରେ ଫାଇନାଲ

1 min read

ନୂଆଦିଲ୍ଲୀ: କରୋନା ମହାମାରୀରେ କ୍ରୀଡା ଜଗତ ଘରେ ବାନ୍ଧି ହୋଇରହିଥିବାବେଳେ ଭାରତୀୟ ଫ୍ୟାନଙ୍କ ଲାଗି ଆସିଛି ଖୁସି ଖବର  । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆରମ୍ଭ ହେବାକୁ ଯାଉଛି  । ୟୁଏଇରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ନଭେମ୍ବର ୮ ତାରିଖରେ ଫାଇନାଲ ଖେଳାଯିବ ବୋଲି କହିଛନ୍ତି ଏହାର ଅଧ୍ୟକ୍ଷ ବ୍ରିଜେଶ ପଟେଲ  ।

ତେବେ ଆସନ୍ତା ସପ୍ତାହରେ ଗଭର୍ଣ୍ଣିଂ କାଉନସିଲର ବୈଠକରେ ରୂପରେଖ ଓ କାର୍ଯ୍ୟସୂଚୀ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ  । ଏ ନେଇ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜକୁ ଅଣଆନୁଷ୍ଠାନିକ ଭାବେ ଜଣାଇଦେଇଛି  । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ସ୍ଥଗିତ ହେବା ପରେ ଆଇପିଏଲ ହେବା ନେଇ ଆଶା ବଢିଯାଇଥିଲା  ।

ଯାହା ଏବେ ଭାରତରେ ନୁହେଁ ୟୁଏଇରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି  । କରୋନା କଟକଣା ମଧ୍ୟରେ କିପରି ଗାଇଡଲାଇନ ପାଳନ କରାଯାଇ ମ୍ୟାଚ ଅନୁଷ୍ଠିତ ତାହା ଉପରେ ମଧ୍ୟ ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡ୍ୟୁଅର ପ୍ରସ୍ତୁତ କରାଯିବ । ତେବେ ପଡିଆରେ ଦର୍ଶକ ରହିବେ ନା ନାହିଁ ତାର ନିଷ୍ପତ୍ତି ୟୁଏଇ ସରକାର ନେବେ ବୋଲି କହିଛନ୍ତି ବ୍ରିଜେଶ ପଟେଲ ।

Leave a Reply