ଅନଲାଇନ୍‌ କ୍ଲାସ ପାଇଁ ଗାଁରେ ନେଟ୍‌ୱର୍କ ନାହିଁ, ସେଥିପାଇଁ ପାହାଡ଼ ଉପରେ ଚାଲିଛି ପାଠପଢ଼ା

1 min read

ରାଜସ୍ଥାନ: ପାହାଡ଼ ଉପରେ ଚାଲିଛି ଭବିଷ୍ୟତ ଗଢ଼ା । ଶିଖର ଉପରେ ବସି ଗ୍ରହଣ କରୁଛନ୍ତି ଶିକ୍ଷାର ପ୍ରକୃତ ମୂଲ୍ୟ ବୋଧକୁ । ଅନଲାଇନରେ ପ୍ରତ୍ୟେକ ଦିନ ଚାଲିଛି ଅଙ୍କ କସା ।  ପ୍ରତ୍ୟେକ ଦିନ ବସ୍ତାନିକୁ କାନ୍ଧରେ କାନ୍ଧେଇ ପାହାଡ଼ର ଶିଖରରୁ ଶିକ୍ଷାକୁ ଛୁଇଁବାର ଚାଲିଛି ପ୍ରୟାସ । ଏଭଳି ସଂଘର୍ଷ କେବଳ ନହାରିବା ପାଇଁ । କରୋନାକୁ ପଛରେ ପକାଇ ଆଗକୁ ବଢ଼ିବା ପାଇଁ । ଏବେ କରୋନା ପାଇଁ ଚାଲିଛି ଅନଲାଇନ୍ କ୍ଲାସ୍‌ । ଜଣେ ଛାତ୍ର ୨ କିଲୋମିଟର ଦୂରରେ ଥିବା ପର୍ବତକୁ ଯାଇ ସକାଳ ୮ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପଢ଼ୁଛନ୍ତି ପାଠ । ପାହାଡ଼ ଉପରେ ଘର ଭଳି ପଡ଼ିଛି ଚେୟାର ଏବଂ ଟେବୁଲ । ଟେବୁଲ ଉପରେ ରହିଛି ପାଠ ବହି ଆଉ ଚାଲିଛି ପାଠ ପଢ଼ା ।

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱ ଦେଶ ରାଜ୍ୟ ଏଥିରେ କବଳିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରତିଷେଧକ ବାହାରି ନାହିଁ । କରୋନା ସଂକ୍ରମଣ ଏଭଳି ଏକ ରୋଗ ଯାହା ଦେହରୁ ଦେହକୁ ବ୍ୟାପିଥାଏ । ଯଦି ଏହି ରୋଗରୁ ବଞ୍ଚିବାର ଅଛି ତେବେ କେବଳ ସାମାଜିକ ଦୂରତା ହିଁ ଏହାର ଏକମାତ୍ର ପ୍ରତିଷେଧକ । ଏଥିପାଇଁ ସାରା ଦେଶରେ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । କେବଳ ଅନଲାଇନରେ ହିଁ ଚାଲିଛି ପାଠ ପଢ଼ା । ସେଥିପାଇଁ ପୁରା ଦେଶରେ ଛାତ୍ରଛାତ୍ରୀ ଏବେ ନେଟ ଉପରେ ନିର୍ଭର କରିଛନ୍ତି । କାରଣ ଇଣ୍ଟରନେଟ ଦୁର୍ବଳ ହେଲେ ପାଠ ପଢ଼ା ହୋଇପାରିବ ନାହିଁ ।

ସୂଚନା ଅନୁଯାୟୀ, କୋଭିଡ -୧୯ କ୍ରମାଗତ ୪ ମାସ ଧରି ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ସମୟରେ ଦେଶରେ ଅନଲାଇନ୍ ଶିକ୍ଷା ଆରମ୍ଭ ହୋଇଛି । କିନ୍ତୁ ଅନଲାଇନ ପାଠପଢ଼ା ଦେଶରେ କେତେକ ଗ୍ରାମାଞ୍ଚଳ ପାଇଁ ଏକ ବଡ଼ ଆହ୍ୱାନ । କାରଣ ସେଠାରେ ଦିନ ଦିନ ଧରି କରେଣ୍ଟ ଆସେ ନାହିଁ ତ ମୋବାଇଲରେ ଭଲ ନେଟଓ୍ୱର୍କ ଆସିବ କେମିତି । ଏ ଘଟଣା ହେଉଛି ରାଜସ୍ଥାନର ବାରମର୍ ଜିଲ୍ଲାର ଦାରୁଦା ଗାଁର ।

ଯେଉଁଠାରେ କେବଳ ଅନଲାଇନ୍‌ କ୍ଲାସ ପାଇଁ ପ୍ରତିଦିନ ହରିଶଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼େ । ଏବେ ଅନଲାଇନ୍ କ୍ଲାସ୍ ଚାଲିଛି କିନ୍ତୁ ଗାଁରେ କୌଣସି ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ । ତେଣୁ, ପ୍ରତିଦିନ ୨ କିଲୋମିଟର ଦୂରରେ ପର୍ବତ ଉପରକୁ ଚଢ଼ି ସକାଳ ୮ ରୁ ୧ଟା ପର୍ଯ୍ୟନ୍ତ ପାଟ ପଢ଼ିଥାନ୍ତି ହରିଶ । ଦାରୁଦା ଗାଁର ଜବାହର ନବୋଦୟ ବିଦ୍ୟାଲୟାରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ହରିଶ ।

Leave a Reply