ସ୍ୱାସ୍ଥ୍ୟ ସ୍କ୍ରିନିଂ ଯୋଗୁ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: କୁଲାଙ୍ଗେ

ବ୍ରହ୍ମପର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗତ ସପ୍ତାହ ମଧ୍ୟରେ ଗଞ୍ଜାମରେ ଅଧିକ ପଜିଟିଭ ଚିହ୍ନଟ ହୋଇଇଛନ୍ତି । ଘରକୁ ଘର ବୁଲି ହେଲ୍ଥ ସ୍କ୍ରିନିଂ କରାଯିବାରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଟେଷ୍ଟିଂ ଅଧିକ କରାଯାଉଥିବାରୁ ପଜିଟିଭ ସଂଖ୍ୟା ବି ବଢ଼ୁଛି ।

COVID-19 cases rising due to intensive door-to-door screening ...

ରେଡ୍ ଜୋନରେ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି । ହୋମ କ୍ୱାରେଣ୍ଟାଇନ ଓ ସରକାରୀ କ୍ୱାରେଣ୍ଟାଇନ ଯୋଗୁ ଗ୍ରାମାଞ୍ଚଳରେ ୮୩% ଲୋକ କରୋନା ମୁକ୍ତ ରହିଛି । ତେବେ ଚିକିତ୍ସା ଭିତ୍ତିଭୂମୀକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି କୁଲାଙ୍ଗେ । ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଚାଲିଛି, କରୋନାକୁ ନେଇ ସମସ୍ତ ପଦେକ୍ଷପ ନିଆଯାଇଛି, ଡରିବାର କିଛି ନାହିଁ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । କରୋନା ବିରୋଧରେ ଲଢେଇ ପାଇଁ ସବୁ ପ୍ରକାର ପ୍ରସ୍ତୁତ ଜାରି ରହିଛି ।

ରେଡ୍ ଓ ଗ୍ରୀନ୍ ଜୋନ ନେଇ କାମ କରାଯାଉଛି । ଆମ ପାଖରେ ଏବେ ୧୫୦ଟି ଆମ୍ବୁଲାନ୍ସ ରହିଛି । ତେବେ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ, ନିଜେ ଆସି ଜଣାନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏହାସହ କରୋନାର ରାମବାଣ ପ୍ଲାଜମା ଦାନ କରିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ । ବ୍ରହ୍ମପୁର ମେଡିକାଲରେ ଏପର୍ଯ୍ୟନ୍ତ ୩ ଜଣ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ରେଡ୍ ଜୋନଙ୍କୁ ଗ୍ରୀନ୍ ଜୋନକୁ ଆଣିବାକୁ ପ୍ରୟାସ କରାଯାଉଛି, କରୋନାକୁ ନେଇ ସମସ୍ତ ଗାଇଡଲାଇନ ପାଳନ କରନ୍ତୁ । କରୋନା ହାରିବ ଗଞ୍ଜାମ ଜିତିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

Leave a Reply