spot_img
Home Blog Page 6724

ବେଆଇନ୍‌ ପଥର ଖଣି ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କ ଉପରେ ଆକ୍ରମଣ, ଘଟଣାସ୍ଥଳରେ ପୋଲିସ ଛାଉଣି

ଖୋର୍ଦ୍ଧା: କରୋନା ରେଡ୍‌ ଜୋନ୍‌ରେ ନିୟମ ଉଲ୍ଲଂଘନ କରି ଖୋଲାଯାଇଥିବା ଦୋକାନ ସିଲ୍ କରିବାକୁ ଯାଇ ତହସିଲଦାର, ଅତିରିକ୍ତ ତହସିଲ ଦାର, ଆର୍‌ଆଇ, ଅମିନ, ଅନ୍ୟ କର୍ମଚାରୀଙ୍କ ସମେତ ସରପଞ୍ଚ ଅଟକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ାରେ ଏପରି ଘଟଣା ଘଟିଛି । ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା । ପୋଲିସ ପହଞ୍ଚି ସମାଧାନ ଉଦ୍ୟମ କରୁଛି । ଦୋକାନ ବନ୍ଦ କରିବାକୁ ପ୍ରଥମେ ତହସିଲ କର୍ମଚାରୀ ଯାଇଥିଲେ । ଲୋକମାନେ ସେମାନଙ୍କୁ ଅଟକ ରଖିବା ପରେ ପହଞ୍ଚିଥିଲେ ତହସିଲଦାର ଅମିତ ନାୟକ । ତାଙ୍କୁ ମଧ୍ୟ ଲୋକ ଅଟକ ରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି । ଲୋକମାନେ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖିବା ସହ ରାସ୍ତା ଅବରୋଧ କରିଛନ୍ତି ।

ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଘଟଣା ଘଟିଛି ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ । ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ୍‌ । ବେଆଇନ୍‌ ପଥର ଖଣିରୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ମାଫିଆ । ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଟାଙ୍ଗୀ ତହସିଲଦାର ଅଶ୍ୱନୀ କୁମାର ଦାସ ବିଭିନ୍ନ ପଥର ଖଣି ଉପରେ କରୁଛନ୍ତି ଘନ ଘନ ଚଢାଉ ।

ଫଳରେ ଭୟରେ ପଥର ମାଫିଆ ଦେଉଛନ୍ତି ଛତ୍ରଭଙ୍ଗ । ବୁଧବାର ଟାଙ୍ଗୀ ତହସିଲଦାର ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡା ମୌଜାରେ ଥିବା ଏକ ମାଙ୍କଡା ପଥର ସଦଳେ ବଳେ ଚଢାଉ କରିବା ବେଳେ କିଛି ଗାଡି ମୋଟର ଜବତ କରିଥିଲେ । କେତେକ ଗାଡି ଜୋରଜବରଦସ୍ତ ଛଡାଇ  ନେଇଥିଲେ ଖଣି ମାଫିଆ । ମାତ୍ର ଏକ ପଥର ବୋଝେଇ ଟ୍ରକ୍କ୍ କୁ ଟାଙ୍ଗୀ ତହସିଲଦାର ପିଛା କରୁଥିବା ବେଳେ ସେ ଟ୍ରକ୍ ନୟାଗଡ ଜିଲାର ବେଣ୍ଟ ଗ୍ରାମ ମଧ୍ୟ୍ୟକୁ ଯାଇଥିଲା । ସେଟାରେ ଟାଙ୍ଗୀ ତହସିଲଦାର ପହଂଚିବାପରେ ଆଗରୁ ପ୍ରସ୍ତୁତ ଲୋକେ ତହସିଦାରଙ୍କ ଉପରେ ଆକ୍ରମଣ କରିବା ସହ ଜଣେ କର୍ମଚାରୀଙ୍କୁ ଆପହରଣ କରିନେଇଥିଲେ । ଘଟଣାରେ ୨ ଜଣ କର୍ମଚାରୀ ଆହତ ହୋଇ ଟାଙ୍ଗୀରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୧୦ଜଣଙ୍କ ମୁଣ୍ଡ ନେଇ କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୬୯ରେ ପହଞ୍ଚିଛି । ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ନୟଗଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ବାଲେଶ୍ୱର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗୁରୁବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ହେଉଛନ୍ତି ୪୩ବର୍ଷିୟ, ୪୭ବର୍ଷିୟ, ୩୩ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନ୍ୟଜଣେ ୬୪ବର୍ଷିୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଏହାସହ ରାୟଗଡ଼ାରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୦ ବର୍ଷିୟ ପୁରୁଷ । ସେହିଭଳି  ଭୁବନେଶ୍ୱରରୁ ସଂକ୍ରମିତ ହେଉଛନ୍ତି ଜଣେ ୬୦ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୬୦ବର୍ଷିୟ ମହିଳା ଦୁହେଁ ପୂର୍ବରୁ ଅନ୍ୟାଅନ୍ୟ ରୋଗରେ ପୀଡ଼ିତ ଥିଲେ । ସେହିଭଳି ସମ୍ବଲପୁରରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଫଛନ୍ତି ୬୭ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।  ନୟାଗଡ଼ରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୫ବର୍ଷିୟ ପୁରୁଷ । ସେହିଭଳି ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୭୧ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ ୧୨୦୩ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ…

ସେହି ଭଳି ୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩୦ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୩୦ହଜାର ସଂଖ୍ୟା ୩୦ ହଜାର ୩୭୮ରେ ପହଞ୍ଚିଛି । ସେଥିମଧ୍ୟରୁ ସୁସ୍ଥ ହୋଇ ୧୮ ହଜାର ୯୩୮ ଜଣ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୨୩୫ ମାମଲା ସକ୍ରିୟ ରହିଛି ।  ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି ।

ଏହି ସ୍କିମ୍ ମାଧ୍ୟମରେ ୨୫ବର୍ଷ ଯାଏଁ ମାଗଣା ବିଦ୍ୟୁତ୍ ସହ ସରକାରଙ୍କ ଦ୍ୱାରା ମିଳିବ ସବସିଡ଼ି

ନୂଆଦିଲ୍ଲୀ: ବିଦ୍ୟୁତ୍ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ଯାହା ଲୋକଙ୍କ ଘରୋଇ ବଜେଟକୁ ସିଧାସଳଖ ପ୍ରଭାବିତ କରିଛି । ଯଦିଓ ବିଦ୍ୟୁତ୍ ବିଲ୍ କମାଇବେ କୌଣସି ବଡ଼ କଥା ନୁହେଁ। ଏଥିପାଇଁ ଆପଣଙ୍କୁ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ଆପଣ ଯେକୌଣସି ସ୍ଥାନରେ ସୋଲାର ପ୍ୟାନେଲ୍ ସଂସ୍ଥାପନ କରିପାରିବେ । ଯଦି ଆପଣମାନେ ଚାହିଁବେ, ତେବେ ଆପଣ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ କରି ବିଦ୍ୟୁତ୍ ତିଆରି କରି ଗ୍ରୀଡ୍ ମାଧ୍ୟମରେ ସପ୍ଲାଏ କରିପାରିବେ । ସୋଲାର ପ୍ୟାନେଲ ବ୍ୟବହାରକାରୀଙ୍କୁ କେନ୍ଦ୍ର ସରକାରଙ୍କ ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନର୍ଜି ମନ୍ତ୍ରଣାଳୟ ରୁଫଟପ ସୋଲାର ପଲାଟ ଉପରେ ୩୦% ସବସିଡି ପ୍ରଦାନ କରୁଛି । ସବସିଡି ବିନା ରୁଫଟପ୍ ସୋଲାର ପ୍ୟାନେଲ ଲଗାଇବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ଯୋଜନା କଣ ଏବଂ ଏହାର ଉପକାରିତା ବିଷୟରେ

ସର୍ବପ୍ରଥମେ, ଆସନ୍ତୁ ଜାଣିବା ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ

ଏକ ସୋଲାର ପ୍ୟାନେଲର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା । ରାଜ୍ୟ ଅନୁଯାୟୀ ଏହି ଖର୍ଚ୍ଚ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ସରକାରଙ୍କ ସବସିଡି ପରେ ଗୋଟିଏ କିଲୋୱାଟର ସୋଲାର କାରଖାନା ମାତ୍ର ୬୦ ରୁ ୭୦ ହଜାର ଟଙ୍କା ପାଇଁ ଇନଷ୍ଟଲ ହୋଇଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ, କିଛି ରାଜ୍ୟ ଏଥିପାଇଁ ଅତିରିକ୍ତ ସବସିଡି ମଧ୍ୟ ପ୍ରଦାନ କରିଥାନ୍ତି । ଯଦି ସୋଲାର ବିଦ୍ୟୁତ୍ କାରଖାନା ସ୍ଥାପନ ପାଇଁ ୬୦ ହଜାର ଟଙ୍କା ନାହିଁ, ତେବେ ଆପଣ ଯେକୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ମଧ୍ୟ ନେଇପାରିବେ । ଅର୍ଥ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କକୁ ହୋମ୍ ଲୋନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତୁ ଜାଣିବା ଏଥିରେ କେମିତି ମିଳିବ ଲାଭ

ସୋଲାର ପ୍ୟାନେଲଗୁଡିକ ବୈଧତା ପ୍ରାୟ ୨୫ ବର୍ଷ ହୋଇଥାଏ । ତେଣୁ ଆପଣ ଆପଣଙ୍କ ଛାତରେ ସହଜରେ ଏହି ପ୍ୟାନେଲ୍ ଲଗାଇପାରିବେ । ଏବଂ ପ୍ୟାନେଲରୁ ପ୍ରାପ୍ତ ବିଦ୍ୟୁତ୍ ସମ୍ପୂର୍ଣ୍ଣ ମାଗଣା ହେବ । ଏଥିସହ ଅବଶିଷ୍ଟ ବିଦ୍ୟୁତକୁ ଗ୍ରୀଡ୍ ମାଧ୍ୟମରେ ସରକାର କିମ୍ବା କମ୍ପାନୀକୁ ବିକ୍ରି ହୋଇପାରିବ । ମାନେ ମାଗଣାରେ ରୋଜଗାର କରିପାରିବେ ଆପଣ । ଯଦି ଆପଣ ଆପଣଙ୍କ ଘର ଛାତରେ ଦୁଇ କିଲୋୱାଟ ସୋଲାର ପ୍ୟାନେଲ ସ୍ଥାପନ କରନ୍ତି, ତେବେ ଦିନର ୧୦ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ବାହାରିବା ସ୍ଥିତିରେ ପ୍ରାୟ ୧୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ । ଯଦି ଆମେ ଗୋଟେ ମାସରେ ଦେଖିବା, ତେବେ ଦୁଇ କିଲୋୱାଟ ସୋଲାର  ପ୍ୟାନେଲ ପ୍ରାୟ ୩୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ।

ଏମିତି କିଣନ୍ତୁ ସୋଲାର ପ୍ୟାନେଲ

>> ସୋଲାର ପ୍ୟାନେଲ କିଣିବା ପାଇଁ ଆପଣ ରାଜ୍ୟ ସରକାରଙ୍କ ରିନ୍ୟୁଆଲ ଏନର୍ଜି ଡେଭେଲପମେଣ୍ଟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।

>> ଯେଉଁଥି ପାଇଁ ରାଜ୍ୟଗୁଡ଼ିକର ପ୍ରମୁଖ ସହରଗୁଡ଼ିକରେ କାର୍ଯ୍ୟାଳୟ ତିଆରି କରାଯାଇଛି ।

>> ପ୍ରତ୍ୟେକ ସହରର ବେସରକାରୀ ଡିଲରମାନଙ୍କ ପାଖରେ ମଧ୍ୟ ସୋଲାର ପ୍ୟାନେଲ ଉପଲବ୍ଧ ।

>> ସବସିଡି ପାଇଁ ଫର୍ମ ମଧ୍ୟ ଉକ୍ତ କାର୍ଯ୍ୟାଳୟରୁ ଉପଲବ୍ଧ ହେବ ।

>> କର୍ତ୍ତୃପକ୍ଷଙ୍କ ଠାରୁ ଋଣ ନେବା ପାଇଁ ପ୍ରଥମେ ଯୋଗାଯୋଗ କରିବାକୁ ପଡିବ ।

ମେଣ୍ଟେନାନ୍ସର କୌଣସି ଖର୍ଚ୍ଚ ନାହିଁ

ସୋଲାର ପ୍ୟାନେଲରେ ମଧ୍ୟ ମେଣ୍ଟେନାନ୍ସର ଖର୍ଚ୍ଚ କୌଣସି ଟେନସନ ନଥାଏ । କିନ୍ତୁ ଏହାର ବ୍ୟାଟେରୀକୁ ପ୍ରତି ୧୦ ବର୍ଷରେ ଥରେ ବଦଳାଇବାକୁ ପଡିବ । ଏହାର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା । ଏହି ସୋଲାର ପ୍ୟାନେଲକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ।

୫ଶହ ୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଉପଲବ୍ଧ ହେବ

ଆପଣଙ୍କୁ କହିରଖୁଛୁ ଯେ, ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ସରକାର ଆରମ୍ଭ କରିଥିଲେ । ଆବଶ୍ୟକତା ଉପରେ ନିର୍ଭର କରି, ଆପଣ ୫୦୦ ୱାଟ କ୍ଷମତା ବିଶିଷ୍ଟ ସୋଲାର ଶକ୍ତି ପ୍ୟାନେଲ ସ୍ଥାପନ କରିପାରିବେ । ଏହା ଅଧୀନରେ, ପାଞ୍ଚ ଶହ ୱାଟର ପ୍ରତ୍ୟେକ ପ୍ୟାନେଲର ମୂଲ୍ୟ ୫୦ହଜାର ଟଙ୍କା ହେବ ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଭୁବନେଶ୍ୱର ରେଳବାଇ ଥାନାରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଭୁବନେଶ୍ୱର ରେଳବାଇ ଥାନାରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ।

ବଢୁଛି ଟେଷ୍ଟିଂ, ଚିହ୍ନଟ ହେଉଛନ୍ତି ଅଧିକ ସଂକ୍ରମିତ । ରାଜ୍ୟରେ ୨୮ ଜିଲ୍ଲାରୁ ୧୨୦୩ କରୋନା ପଜିଟିଭ୍, ୧୦ ମୃତ ।

ବଢୁଛି ଟେଷ୍ଟିଂ, ଚିହ୍ନଟ ହେଉଛନ୍ତି ଅଧିକ ସଂକ୍ରମିତ । ରାଜ୍ୟରେ ୨୮ ଜିଲ୍ଲାରୁ ୧୨୦୩ କରୋନା ପଜିଟିଭ୍, ୧୦ ମୃତ ।

ଅନୁଗୁଳ ଜିଲ୍ଲା ବାଲିପଟା ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରେମ ସମ୍ପର୍କ ମୃତ୍ୟୁର କାରଣ ନେଇ ସନ୍ଦେହ ।

ଅନୁଗୁଳ ଜିଲ୍ଲା ବାଲିପଟା ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରେମ ସମ୍ପର୍କ ମୃତ୍ୟୁର କାରଣ ନେଇ ସନ୍ଦେହ  ।

ଅଡୁଆରେ ଅଭିନେତା ପିଣ୍ଟୁ ନନ୍ଦ । ଫିଲ୍ମରେ ସୁଯୋଗ ଦେବା ଲୋଭ ଦେଖାଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ପିଣ୍ଟୁଙ୍କ ସମେତ ୩ଜଣଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ମାମଲା ।

ଅଡୁଆରେ ଅଭିନେତା ପିଣ୍ଟୁ ନନ୍ଦ । ଫିଲ୍ମରେ ସୁଯୋଗ ଦେବା ଲୋଭ ଦେଖାଇ ଯୁବତୀଙ୍କୁ  ଅସଦାଚରଣ ଅଭିଯୋଗ । ପିଣ୍ଟୁଙ୍କ ସମେତ ୩ଜଣଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ମାମଲା ।

କୋରାପୁଟରେ ମହାଦୁର୍ନୀତି, ଲୋକଙ୍କୁ କାମ ଦେବା ନାଁରେ ଲକ୍ଷାଧିକ ଲୁଟ୍‌…

କୋରାପୁଟ: ମନରେଗା କାମରେ ମହା ଦୁର୍ନୀତି । ଖେଳପଡ଼ିଆ ମରାମତି ନକରି ଉଠାଇ ନିଆଯାଇଛି ଶ୍ରମିକଙ୍କ ଟଙ୍କା । ଏମତି ଅଭିଯୋଗ ଆସିଛି କୋରାପୁଟ‌ ବ୍ଲକ କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ । ଦୁର୍ନିତୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

କାମ ନକରି ଉଠାଣ ହୋଇଛି ଟଙ୍କା । ଶ୍ରମିକଙ୍କ ଟଙ୍କା ଲୁଟି ନେଇଛନ୍ତି ସରକାରୀ ବାବୁ । ୩ ଲକ୍ଷ ୫୦ ହଜାର ଟଙ୍କାର ହଡ଼ପ ହୋଇଥିବା ଅଭିଯୋଗ । କରୋନା ସଙ୍କଟ ସମୟରେ ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୋରାପୁଟ୍‌ ଜିଲ୍ଲା କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଖେଳ ପଡିଆ ମରାମତି କାମ ନହୋଇ ଟଙ୍କା ଉଠିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରାମତି ପାଇଁ ଆସିଥିବା ୩ ଲକ୍ଷ ୫୦ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ମରାମତି ପାଇଁ ଶ୍ରମିକ ମାନଙ୍କୁ ମିଳିନି ପ୍ରାପ୍ୟ ।

କୌଣସି କାମରେ ଫଳକ ନଲଗାଇ କାମ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ସୁଦ୍ଧା କେହି ଶୁଣୁନଥିବା ଶ୍ରମିକମାନେ କହିଛନ୍ତି । ସେପଟେ ଦୁର୍ନୀତି ଅଭିଯୋଗକୁ ସ୍ୱୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି । ସେହିପରି ଦୁର୍ନୀତି ନେଇ ତଦନ୍ତ ଚାଲିଥିବା ସଫେଇ ଦେଇଛନ୍ତି ସରପଞ୍ଚ ।

(ଜୟପୁରରୁ-ହୃଷିକେଶ ମିଶ୍ର)

ରାଜ୍ୟରେ କମୁଛି ମାଓବାଦୀଙ୍କ ଉପଦ୍ରବ, ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭୟଙ୍କ ଆହ୍ୱାନ୍‌

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓ କାର୍ଯ୍ୟକଳାପ । ଗତ ୫ ବର୍ଷ ହେବ ମାଓବାଦୀମାନେ କମ୍ ହିଂସା ଭିଆଇଛନ୍ତି । ଉପାନ୍ତ ଅଞ୍ଚଳର ବିକାଶମୂଳକ କାମ ସାଙ୍ଗକୁ ପୋଲିସ୍‌ର ଦୃଢ଼ ତଥା ଜବାବୀ ଯୋଜନା ପାଇଁ ମାଓ ହିଂସା କମିଛି । ଏଥିପାଇଁ ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହ ବାକି ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଥିବାରୁ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ପୋଲିସ୍ ଡିଜି ଅଭୟ ।

ଓଡିଶାରେ ୩ ଦଶନ୍ଧି ଧରି ମାଓ କାର୍ଯ୍ୟକଳାପ ଜାରି ରହିଛି । ୨୦୧୨ ମସିହାରେ ମାଓବାଦୀଙ୍କ କବଜାରେ ଥିଲା ଅଧା ଓଡିଶା । ୧୯ଟି ଜିଲ୍ଲାରେ ସକ୍ରିୟ ଥିଲେ ଲାଲବାହିନୀ । କିନ୍ତୁ ଉପଯୁକ୍ତ ପଦକ୍ଷେପ ଯୋଗୁଁ ୨୦୧୮ରେ ଏହି ସଂଖ୍ୟା ୧୩ କୁ ଖସି ଆସିଥିଲା । ଗଞ୍ଜାମ, ଗଜପତି, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ମାଓମୁକ୍ତ ହୋଇଥିଲା । ପୁଣିଥରେ ଅନୁଗୁଳ ଓ ବୌଦ୍ଧରେ ଦୁଇଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବଢ଼ି ୧୫ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ ମାଓବାଦୀ । ତେବେ ୨୦୨୦ରେ ଅନୁଗୁଳ, ବୌଦ୍ଧ, ଦେଓଗଡ଼, ନୟାଗଡ଼ ଓ ସମ୍ବଲପୁର ଏପରି ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି । ଗୁଇନ୍ଦା ସୂଚନା ଅନୁସାରେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ମଡର୍ଣ୍ଣ ଟେକ୍‌ନୋଲୋଜି ପାଇଁ ନକ୍ସଲଙ୍କ ଉପରେ ଭାରି ପଡୁଛି ମିଳିତ ପୋଲିସ ଫୋର୍ସ ।

୨୦୧୮ ପରଠାରୁ ମାଓ ହିଂସାକାଣ୍ଡ ହ୍ରାସ ପାଇବା ଯୋଗୁଁ ଆଦିବାସୀଙ୍କ ପାଖରେ ପହଞ୍ଚୁଛି ସରକାରୀ ବିକାଶ ମୂଳକ ଯୋଜନା । ନକ୍ସଲଙ୍କ ହାତ ଛାଡ଼ି ସରକାରଙ୍କୁ ସମର୍ଥନ କରୁଛନ୍ତି ଆଦିବାସୀ ଓ ସ୍ଥାନୀୟ ଲୋକେ । ଚଳିତ ବର୍ଷ ଯେଉଁ ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି ସେଠାରେ ଏସ୍‌ଆରଇ ଫଣ୍ଡ ବା ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ବନ୍ଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ମାଓ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଦକ୍ଷତା ବୃଦ୍ଧି ଜନିତ କାର୍ଯ୍ୟକ୍ରମ କରାଯାଇଥାଏ । ଡିଜିପି କହିଛନ୍ତି, ଗତ ୨ ବର୍ଷ ଭିତରେ ଏହି ୫ଟି ଜିଲ୍ଲାରେ ସେଭଳି କୌଣସି ମାଓ ଗତିବିଧି ନ ଥିଲା । ପୋଲିସର ଦୃଢ଼ ତଥା ସୁରକ୍ଷା ଜବାବୀ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ନୀତି ଯୋଗୁଁ ଗତ ଦୁଇ ବର୍ଷରେ ରାଜ୍ୟରେ ୧୧ଟି ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଛି । ଯାହାକୁ କେନ୍ଦ୍ର ସରକାର ଭୂୟସୀ ପ୍ରଂଶସା କରିଛନ୍ତି ।

ଦେଶରେ ଦିନକରେ ୫୨ହଜାର ସଂକ୍ରମିତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୧୫ଲକ୍ଷ ପାର୍

ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୧୫ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୫୨ହଜାର ୧୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୫ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ୮୩ହଜାର ୭୯୨ ଥିବା ବେଳେ ସୁସ୍ଥ ହେଲେଣି ୧୦ଲକ୍ଷ ୨୦ହଜାର ୫୮୨, ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୨୮ହଜାର ୨୪୨ ।

୧୦ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୮୩ ହଜାର ୭୯୨ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩୪,୯୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ପାଞ୍ଚ ଲକ୍ଷ ୨୮ ହଜାର ଲୋକ ବିଭିନ୍ନ କୋଭିଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍ ଦେଶରେ ୩୩.୩୫% ସକ୍ରିୟ ମାମଲା ରହିଛି, ୬୪.୪୩% ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨.୨୦% ଲୋକ ପ୍ରାଣ ହରାଇଛନ୍ତି।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାରତ  । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୫୬୮,୦୩୭ ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ 2,555,518 ୨,୫୫୫,୫୧୮ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ବ୍ୟାପିବା ବ୍ୟାପିବା ଦୃଷ୍ଟିରୁ ଭାରତ ଦୁନିଆର ଦ୍ୱିତୀୟ ସ୍ଥାନରେ ରହିଛି ।

କରୋନାରେ ପ୍ରଭାଭିତ ଟପ୍ ୫ ରାଜ୍ୟ

ମହାରାଷ୍ଟ୍ରରୁ ସର୍ବାଧିକ ୪ଲକ୍ଷ ୬୫୦କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪ହଜାର ୪୬୩ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୩୪ହଜାର ୧୧୪ ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର ୭୪୧ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୩୩ହଜାର ୩୧୦ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩ହଜାର ୯୦୭ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଲକ୍ଷେ ୨୦ହଜାର ୩୯୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ଶହ ୧୩ଜଣହ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଲକ୍ଷେ ୧୨ହଜାର ୫୦୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧ଶହ ୪୭ଜଣଙ୍କ ମୃତ୍ୟୁ ହେଲାଣି । ୟୁପିରେ ୭୭ହଜାରୁ  ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୬୫ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ।