ଏହି ସ୍କିମ୍ ମାଧ୍ୟମରେ ୨୫ବର୍ଷ ଯାଏଁ ମାଗଣା ବିଦ୍ୟୁତ୍ ସହ ସରକାରଙ୍କ ଦ୍ୱାରା ମିଳିବ ସବସିଡ଼ି

ନୂଆଦିଲ୍ଲୀ: ବିଦ୍ୟୁତ୍ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ଯାହା ଲୋକଙ୍କ ଘରୋଇ ବଜେଟକୁ ସିଧାସଳଖ ପ୍ରଭାବିତ କରିଛି । ଯଦିଓ ବିଦ୍ୟୁତ୍ ବିଲ୍ କମାଇବେ କୌଣସି ବଡ଼ କଥା ନୁହେଁ। ଏଥିପାଇଁ ଆପଣଙ୍କୁ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ଆପଣ ଯେକୌଣସି ସ୍ଥାନରେ ସୋଲାର ପ୍ୟାନେଲ୍ ସଂସ୍ଥାପନ କରିପାରିବେ । ଯଦି ଆପଣମାନେ ଚାହିଁବେ, ତେବେ ଆପଣ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ କରି ବିଦ୍ୟୁତ୍ ତିଆରି କରି ଗ୍ରୀଡ୍ ମାଧ୍ୟମରେ ସପ୍ଲାଏ କରିପାରିବେ । ସୋଲାର ପ୍ୟାନେଲ ବ୍ୟବହାରକାରୀଙ୍କୁ କେନ୍ଦ୍ର ସରକାରଙ୍କ ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନର୍ଜି ମନ୍ତ୍ରଣାଳୟ ରୁଫଟପ ସୋଲାର ପଲାଟ ଉପରେ ୩୦% ସବସିଡି ପ୍ରଦାନ କରୁଛି । ସବସିଡି ବିନା ରୁଫଟପ୍ ସୋଲାର ପ୍ୟାନେଲ ଲଗାଇବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ଯୋଜନା କଣ ଏବଂ ଏହାର ଉପକାରିତା ବିଷୟରେ

ସର୍ବପ୍ରଥମେ, ଆସନ୍ତୁ ଜାଣିବା ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ

ଏକ ସୋଲାର ପ୍ୟାନେଲର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା । ରାଜ୍ୟ ଅନୁଯାୟୀ ଏହି ଖର୍ଚ୍ଚ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ସରକାରଙ୍କ ସବସିଡି ପରେ ଗୋଟିଏ କିଲୋୱାଟର ସୋଲାର କାରଖାନା ମାତ୍ର ୬୦ ରୁ ୭୦ ହଜାର ଟଙ୍କା ପାଇଁ ଇନଷ୍ଟଲ ହୋଇଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ, କିଛି ରାଜ୍ୟ ଏଥିପାଇଁ ଅତିରିକ୍ତ ସବସିଡି ମଧ୍ୟ ପ୍ରଦାନ କରିଥାନ୍ତି । ଯଦି ସୋଲାର ବିଦ୍ୟୁତ୍ କାରଖାନା ସ୍ଥାପନ ପାଇଁ ୬୦ ହଜାର ଟଙ୍କା ନାହିଁ, ତେବେ ଆପଣ ଯେକୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ମଧ୍ୟ ନେଇପାରିବେ । ଅର୍ଥ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କକୁ ହୋମ୍ ଲୋନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତୁ ଜାଣିବା ଏଥିରେ କେମିତି ମିଳିବ ଲାଭ

ସୋଲାର ପ୍ୟାନେଲଗୁଡିକ ବୈଧତା ପ୍ରାୟ ୨୫ ବର୍ଷ ହୋଇଥାଏ । ତେଣୁ ଆପଣ ଆପଣଙ୍କ ଛାତରେ ସହଜରେ ଏହି ପ୍ୟାନେଲ୍ ଲଗାଇପାରିବେ । ଏବଂ ପ୍ୟାନେଲରୁ ପ୍ରାପ୍ତ ବିଦ୍ୟୁତ୍ ସମ୍ପୂର୍ଣ୍ଣ ମାଗଣା ହେବ । ଏଥିସହ ଅବଶିଷ୍ଟ ବିଦ୍ୟୁତକୁ ଗ୍ରୀଡ୍ ମାଧ୍ୟମରେ ସରକାର କିମ୍ବା କମ୍ପାନୀକୁ ବିକ୍ରି ହୋଇପାରିବ । ମାନେ ମାଗଣାରେ ରୋଜଗାର କରିପାରିବେ ଆପଣ । ଯଦି ଆପଣ ଆପଣଙ୍କ ଘର ଛାତରେ ଦୁଇ କିଲୋୱାଟ ସୋଲାର ପ୍ୟାନେଲ ସ୍ଥାପନ କରନ୍ତି, ତେବେ ଦିନର ୧୦ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ବାହାରିବା ସ୍ଥିତିରେ ପ୍ରାୟ ୧୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ । ଯଦି ଆମେ ଗୋଟେ ମାସରେ ଦେଖିବା, ତେବେ ଦୁଇ କିଲୋୱାଟ ସୋଲାର  ପ୍ୟାନେଲ ପ୍ରାୟ ୩୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ।

ଏମିତି କିଣନ୍ତୁ ସୋଲାର ପ୍ୟାନେଲ

>> ସୋଲାର ପ୍ୟାନେଲ କିଣିବା ପାଇଁ ଆପଣ ରାଜ୍ୟ ସରକାରଙ୍କ ରିନ୍ୟୁଆଲ ଏନର୍ଜି ଡେଭେଲପମେଣ୍ଟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।

>> ଯେଉଁଥି ପାଇଁ ରାଜ୍ୟଗୁଡ଼ିକର ପ୍ରମୁଖ ସହରଗୁଡ଼ିକରେ କାର୍ଯ୍ୟାଳୟ ତିଆରି କରାଯାଇଛି ।

>> ପ୍ରତ୍ୟେକ ସହରର ବେସରକାରୀ ଡିଲରମାନଙ୍କ ପାଖରେ ମଧ୍ୟ ସୋଲାର ପ୍ୟାନେଲ ଉପଲବ୍ଧ ।

>> ସବସିଡି ପାଇଁ ଫର୍ମ ମଧ୍ୟ ଉକ୍ତ କାର୍ଯ୍ୟାଳୟରୁ ଉପଲବ୍ଧ ହେବ ।

>> କର୍ତ୍ତୃପକ୍ଷଙ୍କ ଠାରୁ ଋଣ ନେବା ପାଇଁ ପ୍ରଥମେ ଯୋଗାଯୋଗ କରିବାକୁ ପଡିବ ।

ମେଣ୍ଟେନାନ୍ସର କୌଣସି ଖର୍ଚ୍ଚ ନାହିଁ

ସୋଲାର ପ୍ୟାନେଲରେ ମଧ୍ୟ ମେଣ୍ଟେନାନ୍ସର ଖର୍ଚ୍ଚ କୌଣସି ଟେନସନ ନଥାଏ । କିନ୍ତୁ ଏହାର ବ୍ୟାଟେରୀକୁ ପ୍ରତି ୧୦ ବର୍ଷରେ ଥରେ ବଦଳାଇବାକୁ ପଡିବ । ଏହାର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା । ଏହି ସୋଲାର ପ୍ୟାନେଲକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ।

୫ଶହ ୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଉପଲବ୍ଧ ହେବ

ଆପଣଙ୍କୁ କହିରଖୁଛୁ ଯେ, ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ସରକାର ଆରମ୍ଭ କରିଥିଲେ । ଆବଶ୍ୟକତା ଉପରେ ନିର୍ଭର କରି, ଆପଣ ୫୦୦ ୱାଟ କ୍ଷମତା ବିଶିଷ୍ଟ ସୋଲାର ଶକ୍ତି ପ୍ୟାନେଲ ସ୍ଥାପନ କରିପାରିବେ । ଏହା ଅଧୀନରେ, ପାଞ୍ଚ ଶହ ୱାଟର ପ୍ରତ୍ୟେକ ପ୍ୟାନେଲର ମୂଲ୍ୟ ୫୦ହଜାର ଟଙ୍କା ହେବ ।

Leave a Reply