ବେଆଇନ୍‌ ପଥର ଖଣି ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କ ଉପରେ ଆକ୍ରମଣ, ଘଟଣାସ୍ଥଳରେ ପୋଲିସ ଛାଉଣି

ଖୋର୍ଦ୍ଧା: କରୋନା ରେଡ୍‌ ଜୋନ୍‌ରେ ନିୟମ ଉଲ୍ଲଂଘନ କରି ଖୋଲାଯାଇଥିବା ଦୋକାନ ସିଲ୍ କରିବାକୁ ଯାଇ ତହସିଲଦାର, ଅତିରିକ୍ତ ତହସିଲ ଦାର, ଆର୍‌ଆଇ, ଅମିନ, ଅନ୍ୟ କର୍ମଚାରୀଙ୍କ ସମେତ ସରପଞ୍ଚ ଅଟକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ାରେ ଏପରି ଘଟଣା ଘଟିଛି । ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା । ପୋଲିସ ପହଞ୍ଚି ସମାଧାନ ଉଦ୍ୟମ କରୁଛି । ଦୋକାନ ବନ୍ଦ କରିବାକୁ ପ୍ରଥମେ ତହସିଲ କର୍ମଚାରୀ ଯାଇଥିଲେ । ଲୋକମାନେ ସେମାନଙ୍କୁ ଅଟକ ରଖିବା ପରେ ପହଞ୍ଚିଥିଲେ ତହସିଲଦାର ଅମିତ ନାୟକ । ତାଙ୍କୁ ମଧ୍ୟ ଲୋକ ଅଟକ ରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି । ଲୋକମାନେ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖିବା ସହ ରାସ୍ତା ଅବରୋଧ କରିଛନ୍ତି ।

ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଘଟଣା ଘଟିଛି ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ । ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ୍‌ । ବେଆଇନ୍‌ ପଥର ଖଣିରୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ମାଫିଆ । ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଟାଙ୍ଗୀ ତହସିଲଦାର ଅଶ୍ୱନୀ କୁମାର ଦାସ ବିଭିନ୍ନ ପଥର ଖଣି ଉପରେ କରୁଛନ୍ତି ଘନ ଘନ ଚଢାଉ ।

ଫଳରେ ଭୟରେ ପଥର ମାଫିଆ ଦେଉଛନ୍ତି ଛତ୍ରଭଙ୍ଗ । ବୁଧବାର ଟାଙ୍ଗୀ ତହସିଲଦାର ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡା ମୌଜାରେ ଥିବା ଏକ ମାଙ୍କଡା ପଥର ସଦଳେ ବଳେ ଚଢାଉ କରିବା ବେଳେ କିଛି ଗାଡି ମୋଟର ଜବତ କରିଥିଲେ । କେତେକ ଗାଡି ଜୋରଜବରଦସ୍ତ ଛଡାଇ  ନେଇଥିଲେ ଖଣି ମାଫିଆ । ମାତ୍ର ଏକ ପଥର ବୋଝେଇ ଟ୍ରକ୍କ୍ କୁ ଟାଙ୍ଗୀ ତହସିଲଦାର ପିଛା କରୁଥିବା ବେଳେ ସେ ଟ୍ରକ୍ ନୟାଗଡ ଜିଲାର ବେଣ୍ଟ ଗ୍ରାମ ମଧ୍ୟ୍ୟକୁ ଯାଇଥିଲା । ସେଟାରେ ଟାଙ୍ଗୀ ତହସିଲଦାର ପହଂଚିବାପରେ ଆଗରୁ ପ୍ରସ୍ତୁତ ଲୋକେ ତହସିଦାରଙ୍କ ଉପରେ ଆକ୍ରମଣ କରିବା ସହ ଜଣେ କର୍ମଚାରୀଙ୍କୁ ଆପହରଣ କରିନେଇଥିଲେ । ଘଟଣାରେ ୨ ଜଣ କର୍ମଚାରୀ ଆହତ ହୋଇ ଟାଙ୍ଗୀରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply