କୋରାପୁଟରେ ମହାଦୁର୍ନୀତି, ଲୋକଙ୍କୁ କାମ ଦେବା ନାଁରେ ଲକ୍ଷାଧିକ ଲୁଟ୍‌…

1 min read

କୋରାପୁଟ: ମନରେଗା କାମରେ ମହା ଦୁର୍ନୀତି । ଖେଳପଡ଼ିଆ ମରାମତି ନକରି ଉଠାଇ ନିଆଯାଇଛି ଶ୍ରମିକଙ୍କ ଟଙ୍କା । ଏମତି ଅଭିଯୋଗ ଆସିଛି କୋରାପୁଟ‌ ବ୍ଲକ କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ । ଦୁର୍ନିତୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

କାମ ନକରି ଉଠାଣ ହୋଇଛି ଟଙ୍କା । ଶ୍ରମିକଙ୍କ ଟଙ୍କା ଲୁଟି ନେଇଛନ୍ତି ସରକାରୀ ବାବୁ । ୩ ଲକ୍ଷ ୫୦ ହଜାର ଟଙ୍କାର ହଡ଼ପ ହୋଇଥିବା ଅଭିଯୋଗ । କରୋନା ସଙ୍କଟ ସମୟରେ ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୋରାପୁଟ୍‌ ଜିଲ୍ଲା କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଖେଳ ପଡିଆ ମରାମତି କାମ ନହୋଇ ଟଙ୍କା ଉଠିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରାମତି ପାଇଁ ଆସିଥିବା ୩ ଲକ୍ଷ ୫୦ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ମରାମତି ପାଇଁ ଶ୍ରମିକ ମାନଙ୍କୁ ମିଳିନି ପ୍ରାପ୍ୟ ।

କୌଣସି କାମରେ ଫଳକ ନଲଗାଇ କାମ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ସୁଦ୍ଧା କେହି ଶୁଣୁନଥିବା ଶ୍ରମିକମାନେ କହିଛନ୍ତି । ସେପଟେ ଦୁର୍ନୀତି ଅଭିଯୋଗକୁ ସ୍ୱୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି । ସେହିପରି ଦୁର୍ନୀତି ନେଇ ତଦନ୍ତ ଚାଲିଥିବା ସଫେଇ ଦେଇଛନ୍ତି ସରପଞ୍ଚ ।

(ଜୟପୁରରୁ-ହୃଷିକେଶ ମିଶ୍ର)

Leave a Reply