ଭାରତ ଆସିବେ ଆମେରିକାର ବୈଦେଶିକ ସଚିବ

1 min read

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏଜପେର । ଆଟଲାଣ୍ଟିକା କାଉନସିଲକୁ ସମ୍ବୋଦ୍ଧନ କରିବା ଅବସରରେ ଏ ନେଇ ସୂଚନା ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ । ମାଇକ୍ ପୋମ୍ପିଓଙ୍କ ସହ ମାର୍କ ଏଜପେର ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ୨+୨ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର ସାମିଲ ହେବେ । ଏହି ବୈଠକରେ ଲଦାଖ ସୀମାରେ ଲାଗି ରହିଥିବା ବିବାଦକୁ ନେଇ ଆଲୋଚନା ହେବ ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକାର ଦୁଇ ନେତାଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike

Leave a Reply