ସାମାନ୍ୟ କଳିରୁ ତୀର ମାଡ଼, ଚାଲିଗଲା ନୀରିହ ଜୀବନ

1 min read
Bow Arrow

File Photo

ମୟୁରଭଞ୍ଜ: ତୀର ମାଡ଼ରେ ଚାଲିଗଲା ଜୀବନ । ସାମାନ୍ୟ କଳିରୁ ଛୋଟରାୟ ଦେହୁରୀ କରିଥିଲା ତୀରମାଡ଼ । ଆଉ ଏଥିରେ ମୃତ୍ୟୁ ବରଣ କରିଛନ୍ତି ସମରା ଦେହୁରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ।

ଉକ୍ତ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉଭୟ ପଡ଼ୋଶୀ ସମରା ଓ ଛୋଟରାୟ ମଧ୍ୟରେ କଳି ହୋଇଥିଲା । ତେବେ ଏହି ସାମାନ୍ୟ କଥା କଟାକଟି ଓ କଳିରେ ଉତ୍ତ୍ୟକ୍ତ ହୋଇ ଛୋଟରାୟ ଦେହୁରୀ ସମରାଙ୍କୁ ତୀର ମାଡ଼ କରିଥିଲା । ଛୋଟରାୟର ତୀର ସିଧା ଯାଇ ସମରାଙ୍କ ଛାତିରେ ବାଜିଥିଲା । ଫଳରେ ଗୁରୁତର ହୋଇଥିଲେ ସମରା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି କହିଥିଲେ ଯେ, ସେ ମେଡିକାଲ ଆସିବା ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି ।

File Photo

ତେବେ ସୂଚନା ଅନୁଯାୟୀ ଏହି ଦୁଇ ପଡ଼ୋଶୀ କୌଣସି ହାତୀ ଭୟରେ ରାସ୍ତା ଉପରେ ଛିଡ଼ା ହୋଇଥିଲେ । ଏହି ପରିସ୍ଥିତର ସୁଯୋଗ ନେଇ ତଥା ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ଆଶାରେ ଛୋଟରାୟ ସମରାଙ୍କୁ ତୀର ମାଡ଼ କରିଥିଲା ।

File Photo

ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ସ୍ଥାନୀୟ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ପୋଲିସ ଆସିବା ଖବର ଶୁଣି ଛୋଟରାୟ ଫେରାର ହୋଇଯାଇଛି । ତେବେ ଗାଁ ଲୋକଙ୍କ କହିବାନୁସାରେ ଛୋଟରାୟ ପୋଲିସ ଭୟରେ ନିକଟସ୍ଥ ଜଙ୍ଗଲରେ ଲୁଚିଛି ।

Leave a Reply