spot_img
Home Blog Page 6601

ଦେଶରେ୧୫ଲକ୍ଷ ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା,୨୪ ଘଣ୍ଟାରେ ମୃତ୍ୟୁ ମାମଲାରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୭୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନା ଭାଇରସ୍ ନେଇଛି ୬୫୪ ଜୀବନ । ତେବେ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୫ ଲକ୍ଷ ପାଖାପାଖି ପହଞ୍ଚିଛି । ଏବଂ ଦେଶରେ ୧୪ ଲକ୍ଷ ୮୩ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ମଧ୍ୟରୁ ୪ଲକ୍ଷ ୯୬ ହଜାରରୁ ଅଧିକ ଆକ୍ଟିଭ୍ କେସ ରହିଥିବା ବେଳେ ୯ଲକ୍ଷ ୫୨ ହଜାର ୭୪୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ୩୩ ହଜାର ୪୨୫କୁ ବୃଦ୍ଧି ପାଇଛି । ତେବେ ଦେଶରେ ଆରୋଗ୍ୟ ହାର ବଢିଛି । ତେବେ ଏହି  ଧାରାରେ କରୋନା ସୁସ୍ଥତା ହାର ୬୪. ୨୩ ପ୍ରତିଶତକୁ ବୃଦ୍ଧି ପାଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାରତ  । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୪୩୨,୫୪୯ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୪୪୩,୪୮୦ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ବ୍ୟାପିବା ବ୍ୟାପିବା ଦୃଷ୍ଟିରୁ ଭାରତ ଦୁନିଆର ଦ୍ୱିତୀୟ ସ୍ଥାନରେ ରହିଛି ।

ସେପଟେ ଦେଶର ଛୋଟ ସହରରେ ବଢୁଛି କରୋନା ସଂକ୍ରମଣ । ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସଂକ୍ରମିତ ବଢିବାରେ ଲାଗୁଛି । ଦେଶର ଅଧାରୁ ଅଧିକ ଜିଲ୍ଲାରେ ୫ଶହରୁ ଅଧିକ ମାମଲା ଚିହ୍ନଟ ହୋଇଛି । ସେହିପରି ୭୮ ପ୍ରତିଶତ ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି । ଗତ ୨ ସପ୍ତାହରେ ୧୧ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦୁଇଗୁଣା ରେକର୍ଡ କରାଯାଇଛି । ତେବେ ମୁମ୍ବାଇ, ଦିଲ୍ଲୀ ଓ ଅହମ୍ମଦାବାଦରେ କମିଛି କରୋନା ସ୍ପିଡ୍ ।

ଆକ୍ଟିଭ୍ ମାମଲାରେ ଟପ୍ ୫ ରାଜ୍ୟ

ସୂଚନା ଅନୁଯାୟୀ ଦେଶରେ ପ୍ରାୟ ୫ ଲକ୍ଷ ସକ୍ରିୟ ମାମଲା ରହିଛି। ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ଏକ ଲକ୍ଷ ୪୦ ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ତୃତୀୟ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏମିତି କଣ ହୋଇଥିଲା ଦୀପାଙ୍କ ଜୀବନରେ ଯେଉଁଥିପାଇଁ ସେ ଛାଡ଼ିଥିଲେ ଆଲବମ୍ ଦୁନିଆ

ଭୁବନେଶ୍ୱର: ପରପାରିରେ ଏବେ ଆଲବମ୍‌ କୁଇନ ଦୀପା ସାହୁ । ହଠାତ ଓଲିଉଡ଼ରେ ଏଣ୍ଟ୍ରି କରି ମଚାଇଥିଲେ ଧୁମ । ସେହିଭଳି ହଠାତ ବି ସେ ଓଲିଉଡ଼ ଦୁନିଆକୁ ଛାଡ଼ି ଚାଲିଯାଇଥିଲେ । କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି, ଯିଏ ୯୦ ଦଶକରେ ଆଧୁନିକ ଗୀତରେ ସମସ୍ତଙ୍କ ମନରେ ରାଜ କରୁଥିଲେ ସେ ହଠାତ ଏମିତି କାହିଁକି ଛାଡ଼ି ଚାଲିଗଲେ । ତାଙ୍କ ପାଇଁ ତ ଅନେକ ସୁଯୋଗ ରହିଥିଲା । ତେବେ କାହିଁ ସେ ଆଉ ଆକ୍ଟିଂ ଦୁନିଆରେ ତାଙ୍କର ପାଦ ଥାପି ନଥିଲେ । ଆମେ ଆପଣଙ୍କୁ କହିବୁ କାହିଁ କି ସେ ଓଲିଉଡ଼ ଦୁନିଆକୁ କହିଥିଲେ ଅଲବିଦା ।

ଦୀପା ତାଙ୍କ ପରିବାରରେ ସବୁଠାରୁ ବଡ଼ ଥିଲେ । ପ୍ରତି ସମୟରେ ଦୀପା ତାଙ୍କ ପରିବାର ସହିତ ଯୋଡ଼ି ହୋଇ ରହୁଥିଲେ । କିନ୍ତୁ ଦୀପା ଯେବେ ଆକ୍ଟିଂ ଲାଇନକୁ ଆସିଲେ ସେବେ ଠାରୁ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ନିଜ ଆକ୍ଟିଂ ଲାଇନରେ ଏତେ ବ୍ୟସ୍ତ ଥିଲେ ଯେ ନିଜ ପରିବରକୁ ମଧ୍ୟ ଠିକ୍‌ ଭାବେ ସମୟ ଦେଇପାରୁ ନଥିଲେ । କିଛି ବର୍ଷର ଏଭଳି ବ୍ୟସ୍ତତା ଭିତରେ ଦୀପାଙ୍କ ମାଆଙ୍କ ଦେହ ଖରାପ ହୋଇଥିଲା । ତାଙ୍କ ମାଆଙ୍କର ବହୁ ଟେଷ୍ଟ ପରେ ଜଣା ପଡ଼ିଥିଲା ତାଙ୍କୁ କ୍ୟାନସର ହୋଇଛି ।

ଏଥିଲା ଦୀପାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ । ଏହା ପରେ ଓଲିଉଡ କୁଇନ ତାଙ୍କ ମାଆଙ୍କ ପାଖରେ ଅଧି ସମୟ ଦେଉଥିଲେ । ଯେଉଁଥିପାଇଁ ସେ ଧିରେ ଧିରେ ଆଲବମ୍‌ ଦୁନିଆରୁ ଅଲଗା ହେବାରେ ଲାଗିଥିଲେ । କିଛି ଦିନ ପରେ ଦୀପା ତାଙ୍କର ମାଆଙ୍କୁ ହରାଇଥିଲେ । ଏହାପରେ ଦୀପାଙ୍କ ବାହାଘର ୨୦୦୭ ରେ ହୋଇଯାଇଥିଲା ।  ବାହାଘରର କିଛି ଦିନ ପରେ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା  ଓ ଏହା ପରେ ସେ ସମ୍ପୁର୍ଣ୍ଣ ବ୍ୟସ୍ତ ରହିଥିଲେ ନିଜ ପରିବାର ଭିତରେ । କିନ୍ତୁ ସେ ବେଳେବେଳେ ପୁଣି ଲେଉଟିବାକୁ ଚାହୁଁଥିଲେ ଅଭିନୟର ଜଗତକୁ । ପୁଣି ଧୁମ ମଚାଇବାକୁ ଚାହୁଁଥିଲେ ଆଧୁନିକ ଜଗତରେ  । ହେଲେ କ୍ୟାନସର ସବୁ କଳ୍ପନା ଉପରେ ବିରାମ ଚିହ୍ନ ଲଗାଇଥିଲା ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୭ଜଣଙ୍କ ମୁଣ୍ଡ ନେଇ କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୫୪ରେ ପହଞ୍ଚିଛି । ଗଞ୍ଜାମରୁ ୩, ରାୟଗଡ଼ାରୁ ୨ଜଣ ଏବଂ ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମଙ୍ଗଳବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୫୫ବର୍ଷିୟ,୫୬ବର୍ଷିୟ ଓ ୩୯ବର୍ଷିୟ ପୁରୁଷ । ଏହାସହ ରାୟଗଡ଼ାରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୭୨ ଓ ୩୧ ବର୍ଷିୟ ପୁରୁଷ । ସେହିଭଳି  ଭୁବନେଶ୍ୱରେ ୫ବର୍ଷ ବୟସର ପୁଅ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।  କଟକରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୫ବର୍ଷିୟ ପୁରୁଷୟ ଯିଏ କି ପୂର୍ବରୁ ମଧୁମେହ ଓ ଶ୍ୱାସ ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୮ହଜାର ପାର୍, ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ

ସେହି ଭଳି ୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୮ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୮ହଜାର ୧୦୭କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ଏହାସହ ୧୭ହଜାର ୩୭୩ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୫୪୫ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୮ହଜାର ପାର୍, ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା । ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିବା ବେଳେ ଏବେ ଦିନକରେ ୪୬୨ ସ୍ଥାନୀୟ ସଂକ୍ରମଣ ନିଦ ହଜାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୧୫ଜଣ । ଏମଧ୍ୟରୁ ୭୫୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ ଜିଲ୍ଲାରୁ ୧୨୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରୁ ସର୍ବାଧିକ ୩୩୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିଭଳି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦, ଭଦ୍ରକରୁ ୨, ବଲାଙ୍ଗିକରରୁ ୨୧, ବୌଧରୁ ୨, କଟକରୁ ୬୦, ଦେଓଗଡ଼ ଓ ଢେଙ୍କାନଳରୁ ଜଣେ ଲେଖାଏଁ, ଗଜପତିରୁ ୮୯, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୧୪ ଲେଖାଏଁ, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, ମୟୁରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧, ରାୟଗଡ଼ାରୁ ୨୪, ସୋନପୁର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୮ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୮ହଜାର ୧୦୭କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ଆଜି କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ଏହାସହ ୧୭ହଜାର ୩୭୩ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୫୪୫ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।