କଟକଣା ଭିତରେ ହେବ ଅତିଥି ଚର୍ଚ୍ଚା, କରୋନା କାଳରେ ପର୍ଯ୍ୟଟକଙ୍କୁ ମିଳିବ ସଂପୂର୍ଣ୍ଣ ସୁରକ୍ଷା

ଭୁବନେଶ୍ୱର: କରୋନା କଟକଣା ଭିତରେ କରାଯିବ ଅତିଥୀ ଚର୍ଚ୍ଚା । ପୁଣି ଟ୍ରାକକୁ ଫେରିବ ଓଡିଶା ଟୁରିଜିମ । ଅଣ୍ଟା ଭିଡିଲାଣି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ । ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଉପରେ କରୋନାର ପ୍ରଭାବ ପଡ଼ିଛି । ତେବେ ତାର ପୁନରୁଦ୍ଧାର ସହ ଟ୍ରାକକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଆଉକିଛି ଦିନ ଆରମ୍ଭ ହେବ ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କୁ ଓଡିଶା ମୁହାଁ କରିବା ପାଇଁ  ରାଜ୍ୟ ପର୍ଯ୍ୟଟନ ବିଭାଗ ବିଭାଗର ପ୍ରାକ୍ ପ୍ରସ୍ତୁତି ।

କରୋନା କଟକଣା ଭିତରେ ଲୋକଙ୍କୁ ସବୁ ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ମହାମାରୀର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶୀଳ୍ପ ଉପରେ ପଡ଼ିଛି । ତେବେ ପୂନଃଉଦ୍ଧାର କରିବାର ଯୋଜନା ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଓଡ଼ିଶାରେ ଥିବା ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ୬୦୦ ଭିଲେଜ କମ୍ୟୁନିଟି ମେମ୍ବର ଓ ବିଭିନ୍ନ ହସ୍ପିଟାଲିଟି ଏକ୍ସପର୍ଟଙ୍କୁ ଟ୍ରେନିଂ ଦିଆଚାଲିଛି ।

ବର୍ତମାନର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଆରମ୍ଭ ହୋଇଛି  । ଏନେଇ ଓଡିଶା ଜଙ୍ଗଲ ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତରେ ଇଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଇଣ୍ତିଆନ ଇଷ୍ଟିଚ୍ୟୁଟ ଅଫ ଟୁରିଜିମ ଏଣ୍ଡ ଟ୍ରାଭୋଲ ମ୍ୟାନେଜମେଣ୍ଟ କୁ ଦାୟିତ୍ୱ ଦିଆଯାଇଛି । ଏହା ସହ କିଭଳି ପ୍ରର୍ଯ୍ୟଟକଙ୍କୁ କରୋନା ଭିତରେ ସପୂର୍ଣ ସୁରକ୍ଷା ଦିଆଯିବ ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ବି ନିଜର କାମ ଆରମ୍ଭ କରିସାରିଲାଣି  । (ଭୁବନେଶ୍ୱରରୁ ଶତରୂପା ସମନ୍ତରାୟ)

Leave a Reply